ଖୋଲା ବଜାରରୁ ବିହନ କିଣୁଛନ୍ତି ଚାଷୀ

ରସୁଲପୁର,୧୧।୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ଚିନାବାଦାମ ଚାଷ ଆରମ୍ଭ ହେଲାଣି। ତେବେ ସରକାରୀ ବିହନ ମିଳୁ ନ ଥିବାରୁ ଚାଷୀ ଖୋଲା ବଜାର ଉପରେ ନିର୍ଭର କରୁଛନ୍ତି। ଏଥିଲାଗି ଆର୍ଥିକ ବୋଝର ଶିକାର ହେଉଛନ୍ତି। ତେଣେ ରବି ଋତୁକୁ ନେଇ ଏଯାଏ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଯୋଜନା ପ୍ରସ୍ତୁତ ବୈଠକ ବସିନାହିଁ। ଚିନାବାଦାମ ଫସଲକୁ ନେଇ ଜିଲାସ୍ତରରେ କୌଣସି ଅଟକଳ ପ୍ରସ୍ତୁତ ହୋଇନାହିଁ। ଏଭଳି ସ୍ଥିତିରେ ବ୍ଲକ ଅଞ୍ଚଳ ଚିନାବାଦାମ ଚାଷୀଙ୍କୁ ସରକାରୀ ବିହନ ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି।
ରବି ଋତୁରେ ଅଞ୍ଚଳର ଚାଷୀ ପନିପରିବା ଓ ଚିନାବାଦାମ ଚାଷକୁ ପ୍ରାଧାନ୍ୟ ଦେଇଥାନ୍ତି। ବ୍ଲକ ଅଞ୍ଚଳରେ ୧୨ହଜାର ହେକ୍ଟର ଚାଷ ଜମି ରହିଛି। ସେଥିରୁ ୧୦ ହଜାର ହେକ୍ଟର ଜମିରେ ରବି ଫସଲ କରାଯାଉଛି। ଶତକଡ଼ା ୬୫ ଭାଗ ଜମି ଅର୍ଥାତ ୬,୫୦୦ ହେକ୍ଟର କ୍ଷେତରେ ଚିନାବାଦାମ କରାଯାଉଛି। ଅନ୍ୟକ୍ଷେତରେ ପନିପରିବା, ବିରି, ସୋରିଷ, କୋଳଥ, ମୁଗ, ଫେଶୀ, ହରଡ଼ ଭଳି ଡାଲିଜାତୀୟ ଫଲସ ଚାଷ ହେଉଛି। ତେବେ ଚିନାବାଦାମକୁ ଅଗ୍ରଣୀ ଚାଷ ଭାବରେ କରାଯାଉଛି। ଏହି ଚାଷର ଅବଧି ନଭେମ୍ବରରୁ ଆରମ୍ଭ ହୋଇ ମାର୍ଚ୍ଚରେ ଶେଷ ହୁଏ। ସେହି ହିସାବରେ ଚାଷ ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦୦ ହେକ୍ଟରରୁ ଊର୍ଦ୍ଧ୍ୱ କ୍ଷେତରେ ଚିନାବାଦାମ ଚାଷ କରାଯାଉଛି। ଢିପ ଜମିର ଆର୍ଦ୍ରତା କମି ଯାଉଥିବାରୁ ଚାଷୀ ବାଦାମ ଲଗାଇବା ଆରମ୍ଭ କରିଛନ୍ତି। ଏବେ ବଜାରରେ ଓଡ଼ିଶାର ଅନୁଗୋଳ, ବରଗଡ଼, ଆଠଗଡ଼ ଆଦି ଅଞ୍ଚଳରୁ ଚିନାବାଦାମ ଆମଦାନୀ ହେଉଥିବା ବେଳେ ବାହାର ରାଜ୍ୟ ଗୁଜରାଟରୁ ଜି-୫ ଓ ୬୬ କିସମର ଚିନାବାଦମ ବିହନ ଉତ୍ପାଦନ ହେଉଛି। ଚାଷୀଙ୍କ ରାଜ୍ୟ ବାହର ବିହନ ଉପରେ ଅଧିକ ଚାହିଦା ରହୁଛି। ଚାଷୀଙ୍କୁ ବିହନ କୁଇଣ୍ଟାଲ ପିଛା ୮,୫୦୦ଟଙ୍କା ବ୍ୟୟ କରିବାକୁ ପଡୁଛି। ଗୋଟିଏ କୁଇଣ୍ଟାଲ ବିହନରୁ ୬୦ ଶତକଡା ମଞ୍ଜି ବ୍ୟବହାର ଯୋଗ୍ୟ ହେଉଛି। ସେହି ହାରରେ ଚିନାବାଦାମ ଚାଷ ପାଇଁ ଚାଷୀଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ପ୍ରତିବର୍ଷ ବାଦାମ ଚାଷ ପାଇଁ ସରକାରଙ୍କ ପକ୍ଷରୁ ରିହାତି ଦରରେ ବିହନ ଯୋଗାଇ ଦିଆଯାଏ। ଚଳିତଥର ଏବେ ସୁଦ୍ଧା ବାଦାମ ଚାଷ ପାଇଁ ଅଟକଳ ହୋଇ ନ ଥିବାରୁ ଚାଷୀଙ୍କୁ ସରକାରୀ ସହାୟତା ମିଳିବା ସମ୍ଭବପର ମନେ ହେଉନାହିଁ। ଚାଷ ସରିବା ପରେ ବିହନ ଆସିଲେ ଅଣଚାଷୀ ଓ ବ୍ୟବସାୟୀଙ୍କୁ ଫାଇଦା ହେବ ବୋଲି ଆଶଙ୍କା କରାଯାଉଛି। ଏହାଛଡ଼ା ବ୍ଲକ ଅଞ୍ଚଳରେ ପ୍ରତିବର୍ଷ ସରକାରୀ ଭାବେ ଚକୱାରି ଚିନାବାଦାମ ଚାଷ କରାଯାଏ। ଏଥିପାଇଁ କୃଷି ବିଭାଗ ପକ୍ଷରୁ ଚାଷ ହେଉଥିବା ଚକ ଚିହ୍ନଟ ଏଯାଏ କରାଯାଇ ନାହିଁ। କେତେ ବିହନ ଆବଶ୍ୟକ ଓ କେଉଁ ପଞ୍ଚାୟତରେ କେତେ ଚାଷୀଙ୍କୁ ଏହି ସୁବିଧା ମିଳିବ ସେ ସମ୍ପର୍କରେ କୃଷି ବିଭାଗ ପାଖରେ କୌଣସି ସୂଚନା ନାହିଁ। ଏହାକୁ ନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଏନେଇ ବ୍ଲକ କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଚିନାବାଦାମ ଚାଷ ନେଇ ଜିଲାରେ ମିଟିଂ ବସିନାହିଁ। ମିଟିଂରେ ଜିଲାସ୍ତରରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ। ସେ ନିଜସ୍ବ ଇଚ୍ଛାରେ କିଛି କରିପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri