ସରକାରଙ୍କ ମାଗଣା ବିହନ ଅପହଞ୍ଚ: ଚାଷୀ ମହଲରେ ଉଦ୍‌ବେଗ

ଭବାନୀପାଟଣା,୫ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚାଷୀମାନେ କିଭଳି ଧାନ ସହ ଅନ୍ୟାନ୍ୟ ଡାଲିଜାତୀୟ ଶସ୍ୟ ଚାଷ କରିପାରିବେ ସେଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ବିରି ଓ ହରଡ ଡାଲି ବିହନ ବଣ୍ଟନ ଆରମ୍ଭ ହୋଇଛି। ଜିଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ଏହି ବିହନ ବଣ୍ଟନ ବ୍ୟବସ୍ଥା ରହିଛି । ହେଲେ କେତେକ ଅଞ୍ଚଳରେ ଏଥିରେ ଅନିୟମିତତା ସାମ୍‌ନାକୁ ଆସିଛି। ଧର୍ମଗଡ ବ୍ଲକ ବ୍ରାହ୍ମଣଛେଣ୍ଡିଆ ପଞ୍ଚାୟତରୁ ଏପରି ସଙ୍ଗିନ ଅଭିଯୋଗ ଆସିଛି। ଏଠାରେ ଚାଷୀମାନେ ମାଗଣା ବିହନ ପାଇବାରୁ ବଞ୍ଚତ୍ତ ହେଉଥିବା ପ୍ରକାଶ କରିଛନ୍ତି। ଏହି ପଞ୍ଚାୟତରେ ମେରଘରା, ବ୍ରାହ୍ମଣଛେଣ୍ଡିଆ, ଚିଲିଚିଲା, ଥନଟ ଭଳି ଗାଁ ରହିଥିବା ବେଳେ କାଁ ଭାଁ ଚାଷୀଙ୍କୁ ଛାଡିଦେଲେ ପ୍ରକୃତ ଚାଷୀଙ୍କ ପାଖରେ ଏହି ସରକାରୀ ବିହନ ପହଞ୍ଚତ୍ ନ ଥିବା ଅଭିଯୋଗ ଆଣିଛନ୍ତି ଚାଷୀ ଶାନ୍ତନୁ ମୁଣ୍ଡ,ରମଣୀ ମୁଣ୍ଡ। ଏହି ପଞ୍ଚାୟତ ଦାୟିତ୍ୱରେ ଥିବା ଭିଏଡବ୍ଲ୍ୟୁ (ଗ୍ରାମ୍ୟ କୃଷି କର୍ମଚାରୀ) ଅବଗତ କରାଇ ନ ଥିବାରୁ ସେମାନେ ଏହି ଯୋଜନାର ଲାଭ ଉଠାଇପାରୁ ନ ଥିବା ପ୍ରକାଶ କରିଛନ୍ତି। ଏପରି କି ଗତବର୍ଷ ମଧ୍ୟ ଏହି ସବୁ ମାଗଣା ବିହନ ପାଇ ନ ଥିବା ଚାଷୀ ନୟନ ବାଗ, ଶଙ୍ଖନାଦ ବାଗ ପ୍ରକାଶ କରିଛନ୍ତି।
କଳାହାଣ୍ଡି ଜିଲାରେ ଚଳିତ ଥର ବିରି ଡାଲି ବିହନ ୧୯ ହଜାର ପ୍ୟାକେଟ ଓ ହରଡ ଡାଲି ବିହନ ୧୦ ହଜାର ପ୍ୟାକେଟ ଆସିଥିବା ଜଣାପଡିଛି। ପ୍ରତ୍ୟେକ ବିହନ କିଟ୍‌ରେ ଚାରି କିଲୋ ଲେଖାଏ ରହିଥିବା ଜଣାପଡିଛି। ଅଣ ଜଳସେଚିତ ଅଞ୍ଚଳ ତଥା ଆଁଟ ଜମିରେ ଚାଷୀମାନେ ଏହି ଚାଷ କରିଥାନ୍ତି। ଆଉ ଚାଷୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଏହି ମାଗଣା ବିହନ ବେଶ ସହାୟକ ହୋଇଥାଏ। ତେବେ ଗ୍ରାମାଞ୍ଚଳରେ ଚାଷୀମାନେ ମାଗଣା ବିହନ ବାବଦରେ ଅବଗତ ନ ଥିବା କୃଷି ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚାଷୀମାନେ କିଭଳି ଯୋଜନାର ଲାଭ ପାଇପାରିବେ ସେ ଉପରେ ପ୍ରୟାସ ଜାରି ରହିଥିବା ବେଳେ ତଳ ସ୍ତରରେ ଥିବା କିଛି ଅସାଧୁ କର୍ମଚାରୀଙ୍କ ପାଇଁ ପ୍ରକୃତ ଚାଷୀ ପାଖରେ ଯୋଜନା ପହଞ୍ଚତ୍ପାରୁନାହିଁ, ଯାହା ବିଡମ୍ବନାର ବିଷୟ ବୋଲି ପ୍ରକାଶ କରିଛନ୍ତି ଜିଲାର କିଛି ବରିଷ୍ଠ ଚାଷୀ ନେତା। ଏହାର ତଦନ୍ତ କରାଯାଇ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଧର୍ମଗଡ଼ କୃଷି ଜିଲା ଅଧିକାରୀ ସଞ୍ଜୟ କୁମାର ପାତ୍ରଙ୍କୁ ପଚାରିବାରୁ ଚାଷୀମାନେ ମାଗଣା ବିହନ ପାଇ ନ ଥିବା ଘଟଣାକୁ ସ୍ବୀକାର କରିବା ସହ ଯେଉଁମାନେ ଚଳିତଥର ବଞ୍ଚତ୍ତ ଅଛନ୍ତି ଆର ଥରକୁ ପାଇବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?