ରାଜରାସ୍ତାକୁ ଓହ୍ଲାଇଲେ ଭଦ୍ରକର ଚାଷୀ, ଧାନ ଢ଼ାଳି ଅବରୋଧ କଲେ

ଭଦ୍ରକ ଅଫିସ,୧୨।୨ – ସେବା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଭଦ୍ରକ – ଆନନ୍ଦପୁର ରାଜ୍ୟ ରାଜପଥ ଗଣିଜାଙ୍ଗ ନିକଟରେ ରାସ୍ତା ଉପରେ ଧାନ ଢାଳି ଶୁକ୍ରବାର ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି। ଗଣିଜାଙ୍ଗ ସେବା ସମବାୟ ସମିତିରେ ଧାନ ବିକିବାରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟୋକନ ତାରିଖ ଯେବେ ରହିଛି, ଚାଷୀ ସେହି ସମୟରେ ଧାନ ଦେଇ ପାରୁନାହିଁ, ତା ସହ କଟନୀ ଛଟନି ସମସ୍ୟାଉପୁଜିଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି।

ଭଦ୍ରକ ଆନନ୍ଦପୁର ୫୩ ନଂ ରାଜ୍ୟ ରାଜପଥର ଗଣିଜାଙ୍ଗଠାରେ ଚାଷୀ ଓ ନବ ନିର୍ମାଣ କୃଷକ ସଙ୍ଗଠନ ରାସ୍ତା ଅବରୋଧ କରିଛନ୍ତି। ଟୋକନ ମିଳିଥିଲେ ମଧ୍ୟ ଧାନ କିଣାରେ ବିଳମ୍ବ ହେଉଛି। ଦଲାଲଙ୍କୁ ପ୍ରଶୟ ଦେଇ ସମବାୟ ସମିତି ସେମାନଙ୍କଠାରୁ ଧାନ କିଣୁଛନ୍ତି। ଫଳରେ ପ୍ରକୃତ ଚାଷୀ ଧାନ ବିକ୍ରି କରି ପାରୁ ନାହାନ୍ତି । କଟନି ଛଟନିର ମଧ୍ୟ ସମସ୍ୟା ରହିଛି । ତେବେ ଏବେ ସମସ୍ୟା କୁ ନେଇ ଚାଷୀ ମାନେ ରାସ୍ତାରେ ଧାନ ଢାଳି ଅବରୋଧ କରିଛନ୍ତି । ଏହାକୁ ନେଇ ଯାତାୟାତ ବାଧାପ୍ରାପ୍ତ ହେବା ସହ ଉଭୟ ପାର୍ଶ୍ୱରେ ଗାଡିମୋଟର ଅଟକି ରହିଛି । ରାସ୍ତା ଅବରୋଧ ଥିବାରୁ, ଯାତ୍ରୀ ମାନେ ଯିବା ଆସିବାରେ ହଇରାଣ ର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ

ବରଗଡ଼ ଅଫିସ,୮।୮: ବରଗଡ଼ ପଞ୍ଚାୟତ ସମିତି ପରିସରରେ ଗୁରୁବାର ପଞ୍ଚାୟତ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ମଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ...

ଖଣ୍ଡପଡ଼ା ସବ୍‌ଜେଲରୁ ଫେରାର କଏଦୀ ଗିରଫ

ଖଣ୍ଡପଡା,୧୪।୬(ସ୍ବ.ପ୍ର.): ନୟାଗଡ ଜିଲା ଖଣ୍ଡପଡା ସବ୍‌ଜେଲରୁ ପାଚେରି ଡେଇଁ ଫେରାର ଥିବା ଜଣେ କଏଦୀଙ୍କୁ ଫତେଗଡ଼ ଓ ଖଣ୍ଡପଡ଼ା ଥାନା ପୋଲିସ ଗିରଫ କରିଛି ।...

ଆରଟିଓଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ:ଏମ୍‌ଭିଆଇଙ୍କୁ ବଦଳି ଦାବିରେ ବିକ୍ଷୋଭ

ଢେଙ୍କାନାଳ ଅଫିସ,୨୪ା୯ ଢେଙ୍କାନାଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବେଆଇନ କାର୍ଯ୍ୟକଳାପ ଓ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ୫ଟି ଟ୍ରକ ମାଲିକ ସଂଘର କର୍ମକର୍ତ୍ତା। ଆଞ୍ଚଳିକ ପରିବହନ...

ଖୋର୍ଦ୍ଧାକୁ ବଜ୍ରକାପ୍ତା ଚୋରାଚାଲାଣ: ୨ ଗିରଫ

ଢେଙ୍କାନାଳ ଅଫିସ,୧।୧୨: ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟରୁ ମଙ୍ଗଳବର ସକାଳେ ବଜ୍ରକାପ୍ତା ଚାଲାଣ ହେଉଥିବା ବେଳେ କପିଳାସ ରେଞ୍ଜ ବନ କର୍ମଚାରୀ ୨ ଜଣଙ୍କୁ ଗିରଫ...

କାଳବୈଶାଖୀ: ଆଠମଲ୍ଲିକରେ ବ୍ୟାପକ କ୍ଷତି

ବଇଣ୍ଡା,୩।୬(ଡି.ଏନ.ଏ.)-କିଶୋରନଗର ବ୍ଲକରେ ରବିବାର ହୋଇଥିବା କାଳବୈଶାଖୀରେ ବଇଣ୍ଡା ଜନତା କଲେଜର ବ୍ୟାପକ କ୍ଷତି ହୋଇଛି। କଲେଜରେ ଥିବା ଅନେକ ଶ୍ରେଣୀ ଗୃହରୁ ଆଜବେଷ୍ଟସ ଉଡ଼ିଯାଇଛି। ସେହିପରି...

୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା ଅଫିସ,୨୯ା୧୨: ଜାନୁୟାରୀ ୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏନେଇ କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ...

ବାର୍ଦ୍ଧକ୍ୟ ଭତ୍ତା ଦୁର୍ନୀତି ଅଭିଯୋଗ ଭିତ୍ତିହୀନ, ତଦନ୍ତ ପରେ ପଡ଼ିଲା ଜଣା

କେସିଙ୍ଗା,୧୨ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଉତକେଲା ପଞ୍ଚାୟତର କୋକୋଡ଼ମାଲ ଗ୍ରାମର ସୁଲୋଚନା ବାଗ୍‌ (୮୦) ଓ ସୁମିତ୍ରା ପଟ୍ଟନାୟକ ଏକ ବର୍ଷ ହେଲା...

କାଗଜକଳ ଅବସରପ୍ରାପ୍ତ ଶ୍ରମିକଙ୍କୁ ମିଳୁନି ହକ୍‌

ଜୟପୁର, ୧୩।୫(ନି.ପ୍ର.): କାଗଜକଳ ଅବସରପ୍ରାପ୍ତ ଶ୍ରମିକମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡରେ ଲକ୍ଷ ଲକ୍ଷ ଟଙ୍କା ଅଛି, ଲକ୍ଷ...

Advertisement
Archives

Model This Week