Posted inଖେଳ

ଭାରତୀୟ ଖେଳାଳିଙ୍କ ଅଜାଣତରେ ହୋଟେଲ୍‌ ବିଲ୍‌ ଦେଲେ ପ୍ରଶଂସକ: ରୋହିତ ଶର୍ମା ଜାଣିବା ପରେ…

ମେଲବୋର୍ନ,୨।୧: ଭାରତରେ କ୍ରିକେଟର କ୍ରେଜ ଅଧିକ। ଖେଳ ପ୍ରତି ସମ୍ମାନ ତଥା ଖେଳାଳିଙ୍କ ପ୍ରତି ଥିବା ଭଲପାଇବାକୁ ଭଳିକି ଭଳି ଉପାୟରେ ଦେଖାଇଥାନ୍ତି ପ୍ରଶଂସକ। ସେଭଳି ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବଡ଼ ପ୍ରଶଂସକ ସୁଧିର ଗୌତମ ଭାରତୀୟ ଟିମ୍‌ର ସମସ୍ତ ମ୍ୟାଚ୍‌ରେ ଉପସ୍ଥିତ ଥାନ୍ତି। ସେ ନିଜ ଶରୀରରେ ତ୍ରିରଙ୍ଗା ଆଙ୍କିବାକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ସଚିନଙ୍କୁ ଭେଟିବାର  ସ୍ବପ୍ନ  ତାଙ୍କର  ମଧ୍ୟ  ସାକାର ହୋଇଛି। ଏଭଳି କିିଛି ପ୍ରଶଂସକ ପସନ୍ଦର କ୍ରିକେଟରଙ୍କୁ ଭେଟିବାର ସୁଯୋଗ ପାଇଥିବା ବେଳେ କିଛି ଦୂରରୁ ଦେଖି ସନ୍ତୁଷ୍ଟ ହୋଇଥାନ୍ତି।

ଏବେ ଜଣେ ଭାଗ୍ୟଶାଳୀ ପ୍ରଶଂସକଙ୍କୁ ଭାରତୀୟ କ୍ରିକେଟ ଟିମ୍‌ର ସଦସ୍ୟଙ୍କ ପାଖରେ ବସିବାର ସୁଯୋଗ ମିଳିଛି। ମେଲବୋର୍ନରେ ଅପରାହ୍ନ ଭୋଜନ କରିବାକୁ ଯାଇଥିଲେ ଖେଳାଳିମାନେ। ଏହି ସମୟରେ ପ୍ରଶଂସକ ନବଲଦୀପ ସିଂହ ସେମାନଙ୍କ ବିଲ୍‌ ମଧ୍ୟ ପୈଠ କରିଛନ୍ତି।

ରୋହିତ ଶର୍ମା, ରିଷଭ ପନ୍ଥ, ପୃଥ୍ବୀ ଶ, ନବଦୀପ , ଶୁଭମନ ଗିଲ ପ୍ରମୁଖ ଲଞ୍ଚ କରିବାକୁ ହୋଟେଲକୁ ଯାଇଥିଲେ। ସେମାନେ ଖାଇବା ମଗାଇଥିଲେ। ହେଲେ ନବଲଦୀପ ଖେଳାଳିଙ୍କୁ ନ ଜଣାଇ ସେମାନଙ୍କ ବିଲ୍‌ ଦେଇଥିଲେ। ଏପରିକି ସେମାନଙ୍କୁ ଅଧିକ ଖାଦ୍ୟ ପରସିବା ପାଇଁ ହୋଟେଲ କର୍ମଚାରୀଙ୍କୁ କହିଥିଲେ। ଖାଇସାରିବା ପରେ ଏ ନେଇ ଖେଳାଳିମାନେ ଜାଣିବାକୁ ପାଇଥିଲେ। ପରେ ରୋହିତ ନବଲଦୀପଙ୍କ ପାଖକୁ ଯାଇ ପଇସା ନିଅନ୍ତୁ ଭାଇ ବୋଲି କହିଥିଲେ। ଏହାର ଜବାବରେ ନବଲଜୀତ ନା, ଏହା ମୋ ପାଇଁ ସୌଭାଗ୍ୟ ବୋଲି କହିଥିଲେ। ଶେଷରେ ପନ୍ଥ ଏବଂ ରୋହିତ ତାଙ୍କୁ କୁଣ୍ଢାଇ ପକାଇଥିଲେ। ଏହି ସମୟର କିଛି ଭିଡିଓ ଏବଂ ୬୬୮୩ ଟଙ୍କାର ବିଲ୍‌ର ଫଟୋ ଆଦିକୁ ନବଲଦୀପ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପ୍ରଶଂସକ ଭାବେ ନିଜ ପସନ୍ଦର କ୍ରିକେଟରଙ୍କ ପାଇଁ ଏତିକି କରି ତାଙ୍କୁ ଖୁସି ମିଳିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିପିଙ୍କ କଡ଼ା ନିର୍ଦ୍ଦେଶ: ସକାଳ ୯ଟା ପୂର୍ବରୁ ଥାନାରେ ହେବ ବ୍ରିଫିଂ ପରେଡ୍‌

ଭୁବନେଶ୍ୱର,୧୦।୫: ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ରବିବାର ପୋଲିସ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକ ପରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ କଡ଼ା…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସରକାର ଗଠନ ପାଇଁ ହିମନ୍ତଙ୍କୁ ମିଳିଲା ଆମନ୍ତ୍ରଣ: ୧୨ରେ ଶପଥ ଗ୍ରହଣ

ଗୁଆହାଟୀ,୧୦ା୫: ଆସାମରେ ପରବର୍ତ୍ତୀ ସରକାର ଗଠନ ପାଇଁ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ରବିବାର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କରିଛନ୍ତି। ଫଳରେ ଆସାମରେ ଏନ୍‌ଡିଏ…

ବଡ଼ ଧରଣର ବିସ୍ଫୋରଣ, ୧୫ ପୋଲିସ ନିହତ

ପେଶଓ୍ବାର,୧୦।୫: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ପୋଲିସ ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମ ହୋଇଛି । ଏଥିରେ ପନ୍ଦର ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି…

ହୃଦଘାତରେ ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ

ପାତ୍ରପୁର,୧୦ା୫(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୁରଙ୍ଗି ହାଇସ୍କୁଲର କ୍ରୀଡା ଶିକ୍ଷକ ଶିଖର ମାଝୀଙ୍କ ରବିବାର ହୃଦଘାତରେ ମୃତ୍ୟୁ ଘଟିଛି। ସେ ନିଜ ଗ୍ରାମ…

ମଦ ପିଇବାକୁ ପଇସା ନ ଦେବାରୁ ସ୍ତ୍ରୀଙ୍କୁ ଆକ୍ରମଣ, ଆଉ ତା’ପରେ…

ବୁଗୁଡା,୧୦।୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ସୋରଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଦ ପିଇବାକୁ ପଇସା ନ…

ଯୁଦ୍ଧର ପ୍ରଭାବକୁ କମ୍ କରିବାକୁ ମୋଦିଙ୍କ ବଡ଼ ଆହ୍ବାନ; ପେଟ୍ରୋଲ-ଡିଜେଲର ବ୍ୟବହାର ହ୍ରାସ, ବର୍ଷେ ସୁନା….

ନୂଆଦିଲ୍ଲୀ,୧୦ା୫: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବାସୀଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି । ସଂଯମତାର ସହିତ ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର କରିବାକୁ…

ବାଂଲାଦେଶର ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଢାକା,୧୦ା୫: ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ବର୍ତ୍ତମାନ ବାଂଲାଦେଶ ନିୟନ୍ତ୍ରଣରେ ରହିଛି। ଅଫ୍‌-ସ୍ପିନର ମେହିଦି ହସନ (୫/୧୦୨)ଙ୍କ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri