ନିର୍ବାଚନ ଲଢିବା ପାଇଁ ମଇଦାନକୁ ଓହ୍ଲାଇଲେ ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରୀ, ଫିଲ୍ମ ଦୁନିଆରୁ ନେଲେ ସନ୍ୟାସ, କିଏ ଏହି ନୁର ବୁଖାରୀ

ଇସଲାମବାଦ,୩୦।୧୨: ନିର୍ବାଚନ ନେଇ ପାକିସ୍ତାନରେ ଦେଖାଯାଇଛି ରାଜନୈତିକ ହଲଚଲ। ଦେଶର ବଡ ବଡ ନେତାଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଥିବାବେଳେ ଦେଶର ସେଲିବ୍ରେଟି ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହି କ୍ରମରେ ପାକିସ୍ତାନୀ ଫିଲ୍ମ ଜଗତ ‘ଲଲିଉଡ’ର ଲୋକପ୍ରିୟ ଅଭିନେତ୍ରୀ ନୁର ବୁଖାରୀ ନିର୍ବାଚନ ଲଢିବା ପାଇଁ ନିଜ ଫିଲ୍ମ କ୍ୟାରିୟର ଛାଡିଛନ୍ତି। ନିଜ ଅଭିନୟ ଜାଦୁରେ ଚର୍ଚ୍ଚାରେ ଥିବା ନୁର ଏବେ ନିର୍ବାଚନରେ ଏଣ୍ଟ୍ରି ମାରିଛନ୍ତି। ୨୩ବର୍ଷର ଫିଲ୍ମ କ୍ୟାରିୟରରୁ ସନ୍ୟାସ ନେଇ ପାକିସ୍ତାନ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୪ ଫେବୃୟାରୀ ୮ରେ ହେବାକୁ ଥିବା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦିତା କରିବେ। ୨୦୦୦ରେ ସେ ଫିଲ୍ମ ଦୁନିଆରେ ଡେବ୍ୟୁ କରିଥିଲେ। ତାଙ୍କର ଚର୍ଚ୍ଚିତ ଫିଲ୍ମ ‘ମୁଝେ ଚାନ୍ଦ ଚାହିଏ’ରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃତୟ ଜିତିଛି। ୨୨ବର୍ଷରେ ସେ ୪୪ଟି ଉର୍ଦ୍ଦୁ ଓ ୨୦ଟି ପଞ୍ଜାବୀ ଫିଲ୍ମରେ ଅଭିନୟ କରିଛନ୍ତି।

ନୁର ପଞ୍ଜାବ ନିର୍ବାଚନ ମଣ୍ଡଳୀର ସିଟ୍‌ ସଂଖ୍ୟା ପିପି-୧୬୩ ପାଇଁ ପ୍ରାର୍ଥୀ ରୂପେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସିଟ୍‌ ମହିଳାଙ୍କ ପାଇଁ ସଂରକ୍ଷିତ ଥାଏ। ଗୁରୁବାର ତାଙ୍କୁ ଦସ୍ତାବିଜ ସହ ପଞ୍ଜାବ ପ୍ରାନ୍ତର ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ଦେଖାଯାଇଥିଲା।

ସୂଚନାଯୋଗ୍ୟ, ନୁର ବଡ ପରଦାରେ ଅଭିନୟ କରିବା ସହ କିଛି ପାକିସ୍ତାନୀ ନାଟକରେ ମଧ୍ୟ ନଜିର ଆସିଛନ୍ତି। ଏଥିସହ ଟିଭି ବିଜ୍ଞାପନ, ଫ୍ୟାଶନ ଅଭିଯାନ ପାଇଁ ମଧ୍ୟ ମଡେଲିଂ ମଧ୍ୟ କରିଛନ୍ତି। ୨୦୧୭ରେ ନୁର ଖୁବ୍‌ ଚର୍ଚ୍ଚାକୁ ଆସିଥିଲେ, ସେତେବେଳେ ସେ ଫିଲ୍ମ କ୍ୟାରିୟର ଛାଡିବା ନେଇ ଘୋଷଣା କରିଥିଲେ। ପରେ ସେ ୟୁଟ୍ୟୁବରେ ନିଜର ଚ୍ୟାନେଲ ଲଞ୍ଚ କରିଥିଲେ।

ନୁରଙ୍କ ପ୍ରକୃତ ନାଁ ସାରା ଓ ତାଙ୍କ ସ୍ବାମୀ ଅବନ ଚୌଧରୀଙ୍କ ପ୍ରକୃତ ନାଁ ଅବନ ସକଲିନ ଅଟେ। ନୁର ୫ଟି ବିବାହ କରିଛନ୍ତି। ତାଙ୍କର ୫ଜଣ ସ୍ବାମୀ ଅଛନ୍ତି। ତାଙ୍କର ପ୍ରଥମ ବିବାହ ୨୦୦୮ରେ ହୋଇଥିଲା। ୨୦୨୦ରେ ତାଙ୍କର ସବୁଠୁ ଚର୍ଚ୍ଚିତ ବିବାହ ହୋଇଥିଲା, ଯେଉଁଥିରେ ସେ ଅବନ ଚୌଧୁରୀଙ୍କୁ ବିବାହ କରିଥିଲେ। ଅବନ ପାକିସ୍ତାନୀ ଦଳ ଆଇପିପିର ନେତା ଅଟନ୍ତି। ୨୦୧୨ରେ ସେ ଅବନଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କର ଛାଡପତ୍ର ହୋଇଯାଇଥିଲା। ପରେ ୨୦୨୦ରେ ସେ ତାଙ୍କୁ ପୁନଃ ବିବାହ କରିଥିଲେ। ନୁରଙ୍କକ ପରିଚୟ କେବଳ ଏତିକିରେ ସୀମିତ ନୁହେଁ। ସେ କେବଳ ଜଣେ ଅଭିନେତ୍ରୀ ନୁହନ୍ତି, ସେ ନିର୍ଦ୍ଦେଶକ, ମଡେଲ ଓ ଟେଲିଭିଜନ ହୋଷ୍ଟ ମଧ୍ୟ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?