Posted inଫୁରସତ

ଦେଶର ଶେଷ ଗାଁ: ଶେଷ ଦୋକାନ-ଢାବା

ସୋସିଆଲ ମିଡିଆରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ରାୟ ସମୟରେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଟୁଇଟ କରିଥାନ୍ତି। ନିକଟରେ ସେହିଭଳି କିଛି ସେ ଏକ ମଜାଦାର ଟୁଇଟ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଗୁରୁବାର ଆନନ୍ଦ ମହିନ୍ଦ୍ରା ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀର ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଦେଶର ଶେଷ ଗାଁ, ଶେଷ ଢ଼ାବା ଏବଂ ଶେଷ କାଫେର ଫଟୋ ଦେଖିବାକୁ ମିଳିଛି। ଯାହା ସେଲଫି ନେବା ପାଇଁ ଏକ ସର୍ବୋତ୍ତମ ସ୍ଥାନ ବୋଲି କୁହାଯାଉଛି। ସୋସିଆଲ ମିଡ଼ିଆରେ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଆଉ ଏହାକୁ ୟୁଜର୍ସମାନେ ବେଶ୍‌ ପସନ୍ଦ କରିବା ସହ ସକାରତ୍ମକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ସୂଚନାଯୋଗ୍ୟ,ଉତ୍ତରାଖଣ୍ଡ ଜିଲାର ଭାରତ-ଚାଇନା ସୀମାରେ ଥିବା ମାନା ଗ୍ରାମରେ ଏହି ଦୋକାନ ଅବସ୍ଥିତ। ଏହି ଦୋକାନକୁ ଚନ୍ଦର ସିଂହ ବଡଓ୍ବାଲ ନାମକ ଜଣେ ବ୍ୟକ୍ତି ପରିଚାଳନା କରୁଥିବା ଜଣାପଡ଼ିଛି। ଗତ ପ୍ରାୟ ୨୫ବର୍ଷ ପୂର୍ବରୁ ଚନ୍ଦର ସିଂହ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ଏଠାରେ ପ୍ରଥମେ ଚା’ ଦୋକାନ ଖୋଲିଥିଲେ। ଯାହାକୁ ଦେଶର ଶେଷ ଦୋକାନ ଭାବେ ବିବେଚନା କରାଯାଏ। ଆନନ୍ଦ ମହିନ୍ଦ୍ରା ଏହି ଚା’ ଦୋକାନର ଫଟୋ ଉଠାଇ ଟୁଇଟ କରିଛନ୍ତି। ଏଥିସହ କ୍ୟାପସନରେ ଲେଖିଛନ୍ତି, ‘ଦେଶର ଶେଷ ଦୋକାନ’। ଏହି ଚା’ ଦୋକାନର ପ୍ରଂଶସା କରିବା ସହ ଭାରତର ଶେଷ୍ଠ ସେଲ୍‌ଫି ପଏଣ୍ଟ ମଧ୍ୟରୁ ଏହା ଅନ୍ୟତମ ବୋଲି ସେ କହିଛନ୍ତି। ଏଥିସହ ସେ କହିଛନ୍ତି, ଏହି ସ୍ଥାନରେ ଗୋଟେ କପ୍‌ ଚା’ ପିଇବାର ମଜା କିଛି ନିଆରା। ଆନନ୍ଦ ମହିନ୍ଦ୍ରାଙ୍କ ଏହି ପୋଷ୍ଟ ପରେ ୟୁଜର୍ସମାନେ ମଧ୍ୟ ରିଟୁଇଟ କରି ସେମାନଙ୍କର ଫଟୋ ଶେୟାର କରିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃହସ୍ପତିଙ୍କ ମକରରୁ କୁମ୍ଭ ଚଳନ: ଜାଣନ୍ତୁ ଏହାର ଫଳାଫଳ…

ଦେବଗୁରୁ ବୃହସ୍ପତି ସୋମବାର ରାତି ୧ଟା ୫୦ରେ ମକର ରାଶିରୁ କୁମ୍ଭକୁ ଚଳନ କରିବେ। ଗୁରୁ ଆସନ୍ତା ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଠାରେ ଅବସ୍ଥାନ କରିବେ।...

ପ୍ରଥମ ରୋଜଗାର: ରୋଜଗାର ଟଙ୍କା ବ୍ୟବସାୟରେ ଲଗାଉଥିଲି

ଲେଖକ, ସଂସ୍କୃତିପ୍ରେମୀ ତଥା ଜୟୀ ରାଜଗୁରୁ ସ୍ମୃତି ପରିଷଦର ସାଧାରଣ ସମ୍ପାଦକ ଜଟାଧାରୀ ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ପୁରୀ ଜିଲା...

ନକଲି ନଖ ବଞ୍ଚାଇଦେଲା ଜୀବନ

ଲଣ୍ଡନ: ସାଧାରଣତଃ ଲୋକେ ଯେତେବେଳେ ବିଦ୍ୟୁତ୍‌ ଆଘାତ ଖାଇଥାନ୍ତି, ସେତେବେଳେ ତାଙ୍କ ମୃତ୍ୟୁ ହୁଏ କିମ୍ବା ଗୁରୁତର ହୁଅନ୍ତି। ନିକଟରେ ଜଣେ କଲେଜ ଛାତ୍ରୀଙ୍କୁ ବିଦ୍ୟୁତ୍‌...

ଗୋଟିଏ ପିପିଇକୁ ଶହେ ଥର ବ୍ୟବହାର କରିପାରିବେ ଡାକ୍ତର !

ଲଣ୍ଡନ,୫।୫: କରୋନା ଭାଇରସ ସହ ଲଢିବାକୁ ପିପିଇ(ପର୍ସନାଲ ପ୍ରୋଟେକ୍ସନ ଇକ୍ୟୁପମେଣ୍ଟ) ଡାକ୍ତରଙ୍କ ପାଇଁ ନିହାତି ଜରୁରୀ। ହେଲେ ଏହାର ପୁନଃ ବ୍ୟବହାର ନ ହେବା କାରଣରୁ...

ବିବାହର ୮ ଦିନ ପରେ ସ୍ତ୍ରୀଙ୍କୁ ଛାଡ଼ି ଅନ୍ୟ ଯୁବତୀ ସହ ଫେରାର୍‌ ହୋଇଗଲେ ବର

ରାମପୁର, ୯।୮: ନୂଆ ଜୀବନର ଅନେକ ସ୍ବପ୍ନ ନେଇ ଶାଶୁ ଘରେ ପହଞ୍ଚତ୍ଥିଲେ ନବବିବାହିତ କନ୍ୟା। ଏପରିକି ହାତରୁ ମେହେନ୍ଦି ମଧ୍ୟ ଲିଭି ନ ଥିଲା।...

କୁକୁଡା ନା ମୟୂର; ଦ୍ୱନ୍ଦ୍ୱରେ ପଡିବେ…

କୁକୁଡା ତ ସମସ୍ତେ ଦେଖିଥିବେ। ହେଲେ ଏ ହେଉଛି ଏମିତି ଏକ କୁକୁଡା, ଯାହାକୁ ଦେଖିଲେ ଦ୍ୱନ୍ଦ୍ୱରେ ପଡିବେ ଏହା କୁକୁଡା ନା ମୟୂର ବୋଲି!...

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିକରିବ ‘ଆରୋଗ୍ୟ ସନ୍ଦେଶ’

କୋଭିଡ୍‌-୧୯ ମହାମାରୀ ମଧ୍ୟରେ ଏକ ଖୁସି ଖବର। ପଶ୍ଚିମବଙ୍ଗ ସରକାର ଏପରି ଏକ ମିଠା ପ୍ରସ୍ତୁତ କରୁଛନ୍ତି ଯାହାକି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ।...

୮ ବର୍ଷୀୟା ମାଗାଜିନ୍‌ ସମ୍ପାଦିକା

ଅଷ୍ଟ୍ରେଲିଆର ଆଠ ବର୍ଷର କୁନି ଝିଅ ରୋକ୍ସେନ ଡାଉନ୍‌। ଏଇ ବୟସରେ ଯେଉଁଠି ପିଲାମାନେ ହୋମଓ୍ବାର୍କ କରନ୍ତି ଓ ଖେଳାଖେଳିରେ ବ୍ୟସ୍ତ ରୁହନ୍ତି, ସେ କିନ୍ତୁ...

Advertisement
Archives

Model This Week