ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି ଜାରି, କୌଣସି ନୀତିଗତ ପରିବର୍ତ୍ତନ ନାହିଁ…

ନୂଆଦିଲ୍ଲୀ, ୧୦।୨ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଗୁରୁବାର ମୁଦ୍ରା ନୀତି ସମୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଏଥିରେ ନୀତି ହାରରେକୌଣସି ପରିବର୍ତ୍ତନ କରାଯାଇନାହିଁ। ଏହା ଅନୁସାରେ ବର୍ତ୍ତମାନ ରେପୋ ରେଟ୍‌ ୪ ପ୍ରତିଶତରେ ଏବଂ ରିଭର୍ସ ରେପୋ ରେଟ୍‌ ୩.୩୫ ପ୍ରତିଶତରେ ରଖାଯାଇଛି।

ସେହିପରି ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ହାର ୪.୨୫ ପ୍ରତିଶତ ଏବଂ ବ୍ୟାଙ୍କ ରେଟ୍‌ ୪.୨୫ ପ୍ରତିଶତରେ ସ୍ଥିର ରହିଛି। ମୁଦ୍ରା ନୀତି କମିଟି (ଏମପିସି)ର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ସଦସ୍ୟ ସୁଧ ହାରରେ କୌଣସି ପରିବର୍ତ୍ତନ ସପକ୍ଷରେ ନ ଥିଲେ। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ମୁଦ୍ରା ନୀତି କମିଟି ପରାମର୍ଶ ଦେଇଥିଲା ଯେ ବିଦ୍ୟମାନ ନୀତି ବଜାୟ ରଖିବା ଆବଶ୍ୟକ ଯାହା ଦ୍ୱାରା ଅର୍ଥନୀତି ସ୍ବାଭାବିକ ହୋଇପାରିବ।

ଫଳରେ ଆର୍‌ବିଆଇ ମୁଦ୍ରାନୀତି ସମୀକ୍ଷାରେ ଲଗାତାର ୧୦ ଥର ପାଇଁ ନୀତିଗତ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଇଏମ୍‌ଆଇ ଶସ୍ତା ହେବ ବୋଲି ଆଶା କରାଯାଉଥିଲା। ମାତ୍ର ମୁଦ୍ରାନୀତି ଅପରିବର୍ତ୍ତିତ ରହିବା ଯୋଗୁ ଲୋକ ନିରାଶ ହୋଇଛନ୍ତି।

ଆରବିଆଇ ଗଭର୍ନର କହିଛନ୍ତି ଯେ ୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ହାର ୭.୮ ପ୍ରତିଶତ ହୋଇପାରେ। ସେ କହିଛନ୍ତି ଆଇଏମ୍‌ଏଫ୍‌ ଅନୁସାରେ ଟିକାକରଣ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଯୋଗୁଁ ଭାରତ ଦ୍ରୁତ ଗତିରେ ବିକାଶ କରିବାର ଆଶା ରହିଛି।

ସେ କହିଛନ୍ତି ଯେ ବିଶ୍ୱ ବଜାରରେ କୋଭିଡ-୧୯ ମହାମାରୀ ଯୋଗୁ ବହୁ ଆହ୍ବାନ ସୃଷ୍ଟି ହୋଇଛି ଏବଂ ଭାରତ ମଧ୍ୟ ଏହାର ସମ୍ମୁଖୀନ ହୋଇଛି। ଏକ୍ଷେତ୍ରରେ ଆରବିଆଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଚେଷ୍ଟା କରିଛି। ବର୍ତ୍ତମାନ ଭାରତ କରୋନା ସହିତ ମୁକାବିଲା କରିବା ପାଇଁ ଏକ ଭଲ ସ୍ଥିତିରେ ରହିଛି।

ଗତ କିଛି ମାସ ମଧ୍ୟରେ ମୁଦ୍ରାସ୍ଫୀତି ହାରର ବୃଦ୍ଧି ବେସ୍‌ କାରଣରୁ ସୃଷ୍ଟି ହୋଇଛି। ବହୁ ଦେଶରେ ମୁଦ୍ରାସ୍ଫୀତି ଅଧିକ ରହିଛି। ଏହାଯୋଗୁ ସାଧାରଣ ଲୋକେ ଦରଦାମ୍‌ ବୃଦ୍ଧି ଯୋଗୁ ହସ୍ତସନ୍ତ ହେବାରେ ଲାଗିଛନ୍ତି। ଯେଉଁଥିପାଇଁ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ହାର ବଢ଼ାଉଛନ୍ତି।

ଫଳରେ ବିଶ୍ୱସ୍ତରରେ ଆର୍ଥିକ ସ୍ଥିତି ସଙ୍କଟରେ ରହିଛି। କେତେକ ମୂଳ କାରଣ ପାଇଁ ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଘଟିଛି। ତେବେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ଯେଉଁଥିପାଇଁ ମୁଦ୍ରାସ୍ଫୀତି ବୃଦ୍ଧି ହେବାର ଆଶଙ୍କା ରହିଛି। ଅଶୋଧିତ ତୈଳ ଦର ବୃଦ୍ଧି ଉପରେ ନଜର ରଖିବା ଜରୁରୀ ବୋଲି ଆର୍‌ବିଆଇ ଗଭର୍ନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri