ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି ଜାରି, କୌଣସି ନୀତିଗତ ପରିବର୍ତ୍ତନ ନାହିଁ…

ନୂଆଦିଲ୍ଲୀ, ୧୦।୨ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଗୁରୁବାର ମୁଦ୍ରା ନୀତି ସମୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଏଥିରେ ନୀତି ହାରରେକୌଣସି ପରିବର୍ତ୍ତନ କରାଯାଇନାହିଁ। ଏହା ଅନୁସାରେ ବର୍ତ୍ତମାନ ରେପୋ ରେଟ୍‌ ୪ ପ୍ରତିଶତରେ ଏବଂ ରିଭର୍ସ ରେପୋ ରେଟ୍‌ ୩.୩୫ ପ୍ରତିଶତରେ ରଖାଯାଇଛି।

ସେହିପରି ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ହାର ୪.୨୫ ପ୍ରତିଶତ ଏବଂ ବ୍ୟାଙ୍କ ରେଟ୍‌ ୪.୨୫ ପ୍ରତିଶତରେ ସ୍ଥିର ରହିଛି। ମୁଦ୍ରା ନୀତି କମିଟି (ଏମପିସି)ର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ସଦସ୍ୟ ସୁଧ ହାରରେ କୌଣସି ପରିବର୍ତ୍ତନ ସପକ୍ଷରେ ନ ଥିଲେ। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ମୁଦ୍ରା ନୀତି କମିଟି ପରାମର୍ଶ ଦେଇଥିଲା ଯେ ବିଦ୍ୟମାନ ନୀତି ବଜାୟ ରଖିବା ଆବଶ୍ୟକ ଯାହା ଦ୍ୱାରା ଅର୍ଥନୀତି ସ୍ବାଭାବିକ ହୋଇପାରିବ।

ଫଳରେ ଆର୍‌ବିଆଇ ମୁଦ୍ରାନୀତି ସମୀକ୍ଷାରେ ଲଗାତାର ୧୦ ଥର ପାଇଁ ନୀତିଗତ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଇଏମ୍‌ଆଇ ଶସ୍ତା ହେବ ବୋଲି ଆଶା କରାଯାଉଥିଲା। ମାତ୍ର ମୁଦ୍ରାନୀତି ଅପରିବର୍ତ୍ତିତ ରହିବା ଯୋଗୁ ଲୋକ ନିରାଶ ହୋଇଛନ୍ତି।

ଆରବିଆଇ ଗଭର୍ନର କହିଛନ୍ତି ଯେ ୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ହାର ୭.୮ ପ୍ରତିଶତ ହୋଇପାରେ। ସେ କହିଛନ୍ତି ଆଇଏମ୍‌ଏଫ୍‌ ଅନୁସାରେ ଟିକାକରଣ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ଯୋଗୁଁ ଭାରତ ଦ୍ରୁତ ଗତିରେ ବିକାଶ କରିବାର ଆଶା ରହିଛି।

ସେ କହିଛନ୍ତି ଯେ ବିଶ୍ୱ ବଜାରରେ କୋଭିଡ-୧୯ ମହାମାରୀ ଯୋଗୁ ବହୁ ଆହ୍ବାନ ସୃଷ୍ଟି ହୋଇଛି ଏବଂ ଭାରତ ମଧ୍ୟ ଏହାର ସମ୍ମୁଖୀନ ହୋଇଛି। ଏକ୍ଷେତ୍ରରେ ଆରବିଆଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଚେଷ୍ଟା କରିଛି। ବର୍ତ୍ତମାନ ଭାରତ କରୋନା ସହିତ ମୁକାବିଲା କରିବା ପାଇଁ ଏକ ଭଲ ସ୍ଥିତିରେ ରହିଛି।

ଗତ କିଛି ମାସ ମଧ୍ୟରେ ମୁଦ୍ରାସ୍ଫୀତି ହାରର ବୃଦ୍ଧି ବେସ୍‌ କାରଣରୁ ସୃଷ୍ଟି ହୋଇଛି। ବହୁ ଦେଶରେ ମୁଦ୍ରାସ୍ଫୀତି ଅଧିକ ରହିଛି। ଏହାଯୋଗୁ ସାଧାରଣ ଲୋକେ ଦରଦାମ୍‌ ବୃଦ୍ଧି ଯୋଗୁ ହସ୍ତସନ୍ତ ହେବାରେ ଲାଗିଛନ୍ତି। ଯେଉଁଥିପାଇଁ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ହାର ବଢ଼ାଉଛନ୍ତି।

ଫଳରେ ବିଶ୍ୱସ୍ତରରେ ଆର୍ଥିକ ସ୍ଥିତି ସଙ୍କଟରେ ରହିଛି। କେତେକ ମୂଳ କାରଣ ପାଇଁ ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଘଟିଛି। ତେବେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ଯେଉଁଥିପାଇଁ ମୁଦ୍ରାସ୍ଫୀତି ବୃଦ୍ଧି ହେବାର ଆଶଙ୍କା ରହିଛି। ଅଶୋଧିତ ତୈଳ ଦର ବୃଦ୍ଧି ଉପରେ ନଜର ରଖିବା ଜରୁରୀ ବୋଲି ଆର୍‌ବିଆଇ ଗଭର୍ନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?