ଫ୍ୟୁଜନ କରି ପ୍ରସିଦ୍ଧ

କେନ୍ଦୁଝର,୩୦ା୬: ୟୁଟ୍ୟୁବରେ କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳର ଜିତୁ ଶର୍ମା ନାମକ ଜଣେ ଯୁବକଙ୍କ ଏକ ଧାର୍ମିକ ସଙ୍ଗୀତ ଭିଡିଓ ଧମାକା କରିଛି। ଏହା ଶିବଙ୍କ ସ୍ତୋତ୍ରକୁ ନେଇ ପ୍ରସ୍ତୁତ ହୋଇଛି। ଗତ ପ୍ରାୟ ଦୁଇ ମାସରେ ଏହାର ଦର୍ଶକ ସଂଖ୍ୟା ୩୨ ମିଲିୟନ ଟପିଯାଇଥିବା ବେଳେ ସଂଖ୍ୟା ବଢ଼ିବାରେ ଲାଗିଛି। ଉକ୍ତ ଭିଡିଓର ନାମ ହର ହର ଶମ୍ଭୁ ଶିବ ମହାଦେବ …।

ଏଥିରେ ସେ ଏବଂ ତାଙ୍କ ସହିତ ଗାଇଥିବା ବଡ଼ବିଲ ନିକଟ କଳିଙ୍ଗ ଅଞ୍ଚଳର ଅଭିଲିପ୍ସା ପଣ୍ଡା ରାତାରାତି ପ୍ରସିଦ୍ଧ ହୋଇଛନ୍ତି। ଏଥିରେ ଜିତୁ ନିଜେ ଗୀତ ମଧ୍ୟ ଲେଖିଛନ୍ତି।
ସାଧାରଣ ପରିବାରରେ ଜନ୍ମିତ ଜିତୁଙ୍କ ଏକ ଜେରକ୍ସ ଦୋକାନ ରହିଛି। ଭିଡିଓ ଗୀତ ଗାଇ ସୋସିଆଲ ମିଡିଆରେ ଅପଲୋଡ୍‌ କରିବା ତାଙ୍କର ନିଶା। ଏଥିପାଇଁ ଧାର କରଜ ମଧ୍ୟ କରିଥାନ୍ତି। ବାପା ପରିବା ବିକି ପରିବାର ଚଳାନ୍ତି ଏବଂ ମା ଗୃହିଣୀ। ଏହି ନିଶା ବହୁ ଆଗରୁ ରହିଥିଲେ ହେଁ ଏଥିପାଇଁ ବହୁ ଖର୍ଚ୍ଚ କରିଥିଲେ ବି ସଫଳ ହୋଇପାରି ନ ଥିଲେ ଜିତୁ। ପୂର୍ବରୁ ହିନ୍ଦୀ ଓ ନାଗପୁର ଆଦି ଗୀତ ଗାଇ ଅପଲୋଡ୍‌ କରୁଥିଲେ। ତେବେ କୋଭିଡ୍‌ ସମୟରେ ତାଙ୍କ ଉପରେ ସତେ ଯେପରି ପ୍ରଭୁ ଶିବଙ୍କ ଆଶୀର୍ବାଦ ଝରିପଡିଲା।
୨୦୨୧ରେ ଆରମ୍ଭ କଲେ ଶିବଙ୍କ ଉପରେ ଆଧାରିତ ଭଜନ ଓ ସଙ୍ଗୀତ। ‘ଭୋଲେନାଥ ତେରା ସାଥ୍‌’ ଭିଡିଓ ଭଜନ କଲେ। ଉକ୍ତ ଭିଡିଓକୁ ଗୋଟିଏ ମାସରେ ୧୦ ଲକ୍ଷ ଦର୍ଶକ ଦେଖିଲେ। ସେ କୁହନ୍ତି ଯେ, ଭାବିଲି ଶିବ ହିଁ ଏହା ଚାହୁଁଛନ୍ତି ସେଥିଲାଗି ତାଙ୍କ ଭଜନ ଗାଉଛି। ତା ପରେ ମେରି ପାଗଲି କୋ ଯାନା କେଦାରନାଥ ଭିଡିଓ ପ୍ରସ୍ତୁତ କଲି। ତାହା ମଧ୍ୟ ସଫଳ ହେଲା। ବିଶେଷ ଭାବେ ଅଧିକ ପ୍ରସାର ପାଇଁ ଇନଷ୍ଟାଗ୍ରାମର ସହାୟତା ନେଲି। ତାପରେ ଚଳିତ ବର୍ଷ ଏପ୍ରିଲ ୨୭ରେ ‘ହର ହର ଶମ୍ଭୁ ଶିବ ମହାଦେବ’ ଏବଂ ‘ମଞ୍ଜିିଲେ କେଦାର ନାଥ’ ଭିଡିଓ ପ୍ରସ୍ତୁତ କଲି। ତେଣୁ ସେ ଶିବ ମହାଦେବଙ୍କ ସ୍ତୋତ୍ରକୁ ଭଜନ ଆକାରରେ ଲେଖି ଗୀତ ପ୍ରସ୍ତୁତ କଲେ। ଏଥିରେ ପାଶ୍ଚାତ୍ୟ ସଭ୍ୟତା ଷ୍ଟାଇଲ ଦେବା ପାଇଁ ଉଦ୍ୟମ କଲେ। ତାଙ୍କ ସହିତ ଗୀତ ଗାଇବା ପାଇଁ ଗାୟିକା ଖୋଜିଲେ। ତେବେ ବଡବିଲ ଅଞ୍ଚଳରେ ରାଜ୍ୟପାଳ ଟ୍ରଫି ପାଇଥିବା ଅଭିଲିପ୍ସା ପଣ୍ଡାଙ୍କ ସନ୍ଧାନ ପାଇ ସାମିଲ କଲେ। ସେ ଓଡ଼ିଶା ସୁପର ସିଙ୍ଗରରେ ଟପ୍‌ ୧୫ରେ ଥିବାସହ ବିଭିନ୍ନ ରିୟାଲିଟି ଶୋରେ ପ୍ରଦର୍ଶନ କରି ନାଁ କମାଇଛନ୍ତି। ଗୀତକୁ ନୂଆ ରୂପ ଦେଇ ପ୍ରସ୍ତୁତ କରି ୟୁ ଟ୍ୟୁବରେ ଅପଲୋଡ୍‌ କରାଯାଇଥିଲା ବୋଲି ଜିତୁ କୁହନ୍ତି। ଏହି ଗୀତ ରାତାରାତି ଭାଇରାଲ ହୋଇଗଲା। ଏବେ ବିଭିନ୍ନ ସ୍ଥାନରୁ ମିଳୁଛି କାର୍ଯ୍ୟକ୍ରମ ଆୟୋଜନର ଡାକରା। ଏହି ଗୀତରେ ଶ୍ଳୋକକୁ ପାଶ୍ଚାତ୍ୟ ଶୈଳୀରେ ଗାନ କରାଯାଇଥିବାରୁ ଅନେକ ଏହାକୁ ପ୍ରଂଶସା କରିଛନ୍ତି। ବିଲୁପ୍ତ ହୋଇଯାଉଥିବା ବିଭିନ୍ନ ଦେବଦେବୀଙ୍କ ସ୍ତୋତ୍ରକୁ ନୂଆ ରୂପରେ ଲୋକଙ୍କ ପାଖରେ ବିଶେଷ କରି ଯୁବପିଢ଼ିଙ୍କ ପାଖରେ ପହଞ୍ଚାଇବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିତୁ କୁହନ୍ତି। ଗୀତ ଗାଇଲେ ଘର ଚଳାଇବାକୁ ଦୁଇ ପଇସା ମିଳିବ। ଏହାଦ୍ୱାରା ଭାରତୀୟ ସଂସ୍କୃତି ଓ ପରମ୍ପରା ରକ୍ଷା କରାଯିବା ସହ ସଙ୍ଗୀତ କାଳ କାଳକୁ ଅମର ହୋଇ ରହିବ ବୋଲି ଜିତୁ କହିଛନ୍ତି। ଅଭିଲିପ୍ସା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇ ଫଳାଫଳ ଅପେକ୍ଷାରେ ଅଛନ୍ତି। ତାଙ୍କ ବାପା ଅଶୋକ ପଣ୍ଡା ଏକ ଖଣି କମ୍ପାନୀରେ ସୁରକ୍ଷା ଅଧିକାରୀ ଭାବେ କାମ କରୁଥିବା ବେଳେ ମା’ ପୁଷ୍ପଶ୍ରୀ ପତି ଜଣେ ଶିକ୍ଷୟିତ୍ରୀ।

ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ଶକ୍ତ ଧକ୍କା, ନାମାଙ୍କନ ପ୍ରତ୍ୟାହାର କଲେ ଅଭିଷେକ ସିହ୍ନା

ପାଟନା,୧୦।୭: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ ସିହ୍ନା ‘ବଣ୍ଟି’ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସେ ରାଜ୍ୟ ସଭାପତି…

୧୦ କିଲୋମିଟର ବାଇକରେ ବୁହା ହେଲା ନାବାଳିକାଙ୍କ ମୃତଦେହ

ନବରଙ୍ଗପୁର,୧୦।୭ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ଜଣେ ନାବାଳିକାଙ୍କ ମୃତଦେହ…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ମ୍ୟାକ୍ସ ପିକ୍‌ଅପ୍ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ଦୁଇ ଯୁବକ ଗୁରୁତର

ମୋହନା,୧୦।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଲଡାପଙ୍କା ଗାଁ ନିକଟ ବୁଲାଣି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର …

କଲେଜରେ ବନ ମହୋତ୍ସବ ପାଳିତ: ୧୦୦ ଔଷଧୀୟ ବୃକ୍ଷର ଚାରାରୋପଣ, ସାମିଲ ହେଲେ ଛାତ୍ରୀଛାତ୍ର

ଗଞ୍ଜାମ , ୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‌ର ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛିl ଏହି ଅବସରରେ…

ଟ୍ରେଲର୍‌କୁ ପଛପଟୁ ଧକ୍କା ଦେଲା ଘରୋଇ ବସ୍‌; ୫ରୁ ଅଧିକ ଯାତ୍ରୀ ଆହତ

ଚୌଦ୍ୱାର, ୮।୭:  କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ନିକଟ ଜାତୀୟ ରାଜପଥ–୧୬ରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଘରୋଇ ଯାତ୍ରୀବାହୀ ବସ୍‌ ଏକ ଟ୍ରେଲର୍‌କୁ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri