Posted inଜାତୀୟ

ଜିଲା ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁକୁ ନେଇ ଭଙ୍ଗାରୁଜା କଲେ ପରିବାର ଲୋକେ

ନଏଡା,୬।୮: କରୋନା କାଳରେ ଯେଉଁଠି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କୋଭିଡ ଯୋଦ୍ଧା ସାଜି ଦିନରାତି ଲୋକଙ୍କ ସେବା କରୁଛନ୍ତି ସେଇଠି ପୁଣି ସେମାନଙ୍କୁ ଲୋକଙ୍କ ଆକ୍ରୋଶର ଶୀକାର ମଧ୍ୟ ହେବାକୁ ପଡ଼ୁଛି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ନଏଡା ଜିଲାରେ। ନଏଡା ସେକ୍ଟର-୭୧ରେ ରହୁଥିବା ୪୫ ବର୍ଷୀୟ କୁଶନପାଲଙ୍କ ଜିଲା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ପରିବାର ଲୋକଙ୍କୁ ବିଳମ୍ବରେ ମୃତଦେହ ହସ୍ତାନ୍ତର କରାଯାଇଥିବାରୁ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ପରିବାର ଲୋକେ ଏମାରଜେନ୍ସି ଓ୍ବାର୍ଡରେ ଧସେଇ ପଶି ମହିଳା ଡାକ୍ତରଙ୍କୁ ମାଡ଼ ମାରିବା ସହ ହସ୍ପିଟାଲରେ ଭଙ୍ଗାରୁଜା କରିଥିଲେ। ଏଥିସହ ସରକାରୀ ରେକର୍ଡ ମଧ୍ୟ ଚିରି ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ମାମଲା ଶାନ୍ତ ପଡ଼ିଥିଲା। ଅନ୍ୟପଟେ ଏହି ଘଟଣାକୁ ନେଇ ହସ୍ପିଟାଲର କର୍ତ୍ତୃପକ୍ଷ କହିଛନ୍ତି, ୧୦ ମିନିଟ୍‌ରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହେବାରୁ ଏହାର କାରଣ ଜାଣିବା ପାଇଁ ପିଆଇ ପୋଲିସ ଷ୍ଟେଶନକୁ ପଠାଯାଇଥିଲା। ତେବେ ପୋଲିସର ବିଳମ୍ବ ଯୋଗୁ ପରିବାର ଲୋକ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ବୋଲି କତ୍ତୃପକ୍ଷ କହିଛନ୍ତି। କାରଣ ହସ୍ପିଟାଲରୁ ପିଆଇ ପଠାଯିବା ପରେ ମୃତଦେହ ହସ୍ତାନ୍ତର କରିବା ପୋଲିସର ଦାୟିତ୍ୱ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଲାମେଣ୍ଟରେ ଜଣେ ଏମ୍‌ପିଙ୍କୁ ଏମିତି ପ୍ରଶ୍ନ ପଚାରିଲେ ଅଧ୍ୟକ୍ଷ: ସମସ୍ତେ ହସିଲେ

ନୂଆଦିଲ୍ଲୀ,୨୮।୩: ପାର୍ଲାମେଣ୍ଟରେ ବେଳେବେଳେ ଗମ୍ଭୀର ଆଲୋଚନା ମଧ୍ୟରେ ହସ ଏବଂ ଥଟ୍ଟାର ମୁହୂର୍ତ୍ତ ମଧ୍ୟ ଦେଖାଯାଏ। ନିକଟରେ ରାଜ୍ୟ ସଭାରେ ସମାନ ଘଟଣା ଦେଖିବାକୁ ମିଳିଥିଲା।...

ସାଇକେଲ ଛାଡ଼ି ଅଲଗା ରାସ୍ତାରେ ବଙ୍କୁଲି ବାଡ଼ି…

ଲକ୍ଷ୍ନୌ, ୨୩।୭ : ଉତ୍ତରପ୍ରଦେଶ ରାଜନୀତିରେ ଶନିବାର ଉଷ୍ଣତା ଭରିବାରେ ଲାଗିଛି। ସମାଜବାଦୀ ପାର୍ଟି (ଏସପି) ଅଧ୍ୟକ୍ଷ ଅଖିଳେଶ ଯାଦବ ମାମୁ ଶିବପାଲ ସିଂ ଯାଦବ...

ଭାଜପା ନେତାଙ୍କ ଆତ୍ମହତ୍ୟା

ଛୁରିୟା,୧୯।୯: ଛତିଶଗଡ଼ର ପୂର୍ବତନ ପରିବହନ ମନ୍ତ୍ରୀ ରାଜିନ୍ଦରପାଲ୍‌ ସିଂ ରବିବାର ଆତ୍ମହତ୍ୟା କରିଛନ୍ତି। ସେ ତାଙ୍କ ଭାଇଙ୍କ ସହ ରାଜନନ୍ଦଗାଁରେ ରହୁଥିଲେ। ସା ବେଳେ ତାଙ୍କ...

ଚିଲଡ୍ରେନ୍‌ ବ୍ୟାଙ୍କ: ଟଙ୍କାଏ ଦିଟଙ୍କା ଜମା କରୁଛନ୍ତି ଛୋଟ ପିଲା

ଇନ୍ଦୋର,୧୯।୧୧: ମଧ୍ୟପ୍ରଦେଶ ଇନ୍ଦୋରରେ ଛୋଟ ଛୋଟ ପିଲାଙ୍କ ଦ୍ୱାରା ଗଠନ କରାଯାଇଛି ଚିଲଡ୍ରେନ୍‌ ବ୍ୟାଙ୍କ। ଏଥିରେ ନିଜ ପକେଟ ମନିରୁ ଟଙ୍କାଏ ଦିଟଙ୍କା ଛୋଟ ଛୋଟ...

ବୀରଭୂମ ହିଂସା ଘଟଣାର ଯାଞ୍ଚ୍‌ କରିବ ସିବିଆଇ

କୋଲକତା,୨୫।୩:ବୀରଭୂମ ହିଂସା ଘଟଣାର ତଦନ୍ତ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରାଯାଇଛି। କଲିକତା ହାଇକୋର୍ଟ ଶୁକ୍ରବାର ଏହି ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ...

ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ

ଛତିଶଗଡ,୩।୩: ଛତିଶଗଡର ଭିଲାଇରେ ଜଣେ ୫ ବର୍ଷର ନାବାଳିକାକୁ ଦୁଇ ଜଣ ନାବାଳକ ବଳାତ୍କାର କରଥିବା ଅଭିଯୋଗ ହୋଇଛିି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ...

ଯେଶାକୁ ତେସା: ବ୍ରିଟେନରୁ ଆସିଥିବା ୭ଶହ ଯାତ୍ରୀ ୧୦ ଦିନ ପାଇଁ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୫ ।୧୦: ବ୍ରିଟେନର ଯାତ୍ରା ପ୍ରତିବନ୍ଧକୁ ନେଇ ଯେଶାକୁ ତେସା ନୀତି ଆପଣାଛି ଭାରତ । ସୋମବାର ଲଣ୍ଡନରୁ ଦିଲ୍ଲୀ ପହଞ୍ଚିଥିିବା ପ୍ରାୟ ୭୦୦ ଯାତ୍ରୀଙ୍କୁ...

୫୮ ଆସନ ପାଇଁ ମତଦାନ ଆରମ୍ଭ…

ଲକ୍ଷ୍ନୌ ୧୦।୨ : ଉତ୍ତରପ୍ରଦେଶ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇଛି। ରାଜ୍ୟର ୧୧ଟି ଜିଲାର ୫୮ଟି ବିଧାନପସଭା ଆସନରେ...

Advertisement
Archives

Model This Week