Posted inଜାତୀୟ

ଶିଶୁଙ୍କ ଯତ୍ନ ଲାଗି ପରିବାରରେ ମହିଳା ରହିବା ଜରୁରୀ: ହାଇକୋର୍ଟ

କୋଚି, ୩୦ା୧୦: ଭାରତୀୟ ପରିବାର ପରିପ୍ରେକ୍ଷୀରେ ଶିଶୁଙ୍କ ଯତ୍ନ ଲାଗି ଜଣେ ମହିଳା ରହିବା ଜରୁରୀ ବୋଲି କେରଳ ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି। କାରଣ ଆମେ ସ୍କାଣ୍ଡିନାଭିଆନ୍‌ ଦେଶ ଭଳି ସ୍ତରରେ ପହଞ୍ଚିନାହୁଁ, ଯେଉଁଠି ସମଲିଙ୍ଗୀ ବିବାହ କରି ଯେ କେହି ବି ପିଲାର ଲାଳନପାଳନ ପାଇଁ ପ୍ରସ୍ତୁତ। ଗୁଜରାଟରେ ରହୁଥିବା ଜଣେ ୩୮ ବର୍ଷୀୟ ବ୍ୟକ୍ତି ତାଙ୍କ ୪ ବର୍ଷୀୟା ଝିଅଙ୍କୁ ଶ୍ୱଶୁର ଘରୁ ଆଣିବାକୁ ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଶ୍ୱଶୁର ଘର ଲୋକେ ଝିଅକୁ ବେଆଇନ ଭାବେ ଘରେ ରଖିଥିବା ସେ ଏଥିରେ ଦର୍ଶାଇଥିଲେ। ହେଲେ ଶିଶୁଙ୍କ ଯତ୍ନ ନେବା ଭଳି କୌଣସି ମହିଳା ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ କିମ୍ବା ସେ ରହୁଥିବା ସ୍ଥାନରେ ନ ଥିବା କୋର୍ଟ ଜାଣିବାକୁ ପାଇଥିଲେ। ପରେ ଜଷ୍ଟିସ୍‌ ଆଲେକ୍‌ଜାଣ୍ଡର ଏବଂ ସୋଫି ଥୋମାସ୍‌ଙ୍କ ଖଣ୍ଡପୀଠ ଶିଶୁକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର ପାଇଁ ମନା କରିଥିଲେ।

ଶିଶୁଙ୍କ ଦେଖାରଖା କରିବା ପାଇଁ ପରିବାରରେ ଜଣେ ମହିଳା ରହିବା ନିହାତି ଜରୁରୀ। ସେ ମା’ ହୁଅନ୍ତୁ ଅବା ଭଉଣୀ, ଶାଶୁ, ଜେଜେ ମା’, ଆଈ କିମ୍ବା ଅନ୍ୟ କେହି ମହିଳା। ସ୍କାଣ୍ଡିନାଭିଆନ୍‌ ଦେଶଗୁଡ଼ିକରେ ମହିଳା, ପୁରୁଷ ଶିଶୁଙ୍କ ପାଇଁ ସମାନ ଭାବେ ସେମାନଙ୍କ ସମୟ ଦେଇଥାନ୍ତି। ଏଥିରେ ଉଭୟେ ପିଲାଙ୍କ ଯତ୍ନ ନେବା ପାଇଁ ପ୍ରସ୍ତୁତଥା’ନ୍ତି। କିନ୍ତୁ ଭାରତ ପରିପ୍ରେକ୍ଷୀରେ ତାହା ହୋଇ ନ ଥାଏ। ଏଠାରେ ମୁଖ୍ୟତଃ ମହିଳାମାନେ ହିଁ ଶିଶୁଙ୍କ ଯତ୍ନ ଠିକ୍‌ ଭାବେ ନେଇପାରନ୍ତି। ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କ ଦେଖାଶୁଣା କରିବା ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ କଷ୍ଟକର ହେବ ବୋଲି ହାଇକୋର୍ଟ ଆବେଦନକାରୀଙ୍କୁ କହିଥିଲେ। ସେ କାମକୁ ଯାଇଥିବାବେଳେ ତାଙ୍କ ପିଲା ବିପଦରେ ପଡ଼ିବା ଆଶଙ୍କା ରହିଛି। ସମ୍ପ୍ରତି ବହୁଶିଶୁ ଯୌନହିଂସାର ଶିକାର ହେଉଛନ୍ତି। ଏପରିସ୍ଥିତିରେ ପିଲାର ସୁରକ୍ଷା ସୁନିଶ୍ଚିତ କରିବା ଜରୁରୀ। ଏହା ଅତି ସମ୍ବେଦନଶୀଳ। ଶିଶୁକନ୍ୟାଟି ତାଙ୍କ ଆଈଅଜାଙ୍କ ପାଖରେ ରହିଛନ୍ତି, ଯାହା କି କୌଣସି ଦୃଷ୍ଟିରୁ ବେଆଇନ ନୁହେଁ। ପିଲାଙ୍କ ଯତ୍ନ ନେବାର ଯୋଗ୍ୟତାକୁ ଦେଖି ୪ ବର୍ଷୀୟା ଝିଅର ଦାୟିତ୍ୱ ଆବେଦନକାରୀଙ୍କୁ ଦେଇପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ। ତେବେ ଏହାକୁ ସମ୍ପୃକ୍ତ ବ୍ୟକ୍ତି ଚ୍ୟାଲେଞ୍ଜ କରିପାରିବେ ବୋଲି ଖଣ୍ଡପୀଠ କହିଥିଲେ। ମାମଲାର ପରବର୍ତ୍ତୀ ଆସନ୍ତା ସପ୍ତାହରେ ହେବ ବୋଲି ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri