ଭୟ, ଆଶଙ୍କାରେ ବିସ୍ଥାପିତ ପରିବାର

ଭୁବନେଶ୍ୱର, ୭।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା କରିବାକୁ ରାଜ୍ୟ ସରକାର ସମସ୍ତ ଜିଲା ଓ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ସହରରେ ଏକ ବିକଳ ଚିତ୍ର ଦେଖିବାକୁ ମିଳୁଛି। ପବନ ଓ ବର୍ଷାରେ ଅସ୍ଥାୟୀ ସେଡ୍‌ ଭାଙ୍ଗିଯିବା ପରେ ୩ଦିନ ହେବ ୧୫ରୁ ଊର୍ଦ୍ଧ୍ୱ ବିସ୍ଥାପିତ ପରିବାର ଖୋଲା ଆକାଶ ତଳେ ପଡ଼ି ରହି ନାନା ହଟହଟା ହେଉଛନ୍ତି। ବାତ୍ୟା ଆସୁଥିବା ଶୁଣିବା ପରେ ସେମାନଙ୍କ ମନରେ ଭୟ, ଆଶଙ୍କା ଓ ଅସନ୍ତୋଷ ବଢ଼ିବାରେ ଲାଗିଛି। ବଞ୍ଚତ୍ବା ସହ ଜିନିଷପତ୍ରର ସୁରକ୍ଷା ପାଇଁ ଚିନ୍ତାରେ ରହିଛନ୍ତି।
କିଛିଦିନ ତଳେ ବିଏମ୍‌ସି ଓ ବିଡିଏ ପକ୍ଷରୁ ଏମ୍‌ଏଲ୍‌ଏ କଲୋନୀରୁ ଜବରଦଖଲ ଉଚ୍ଛେଦବେଳେ ୬୩ ପରିବାରର ଘରକୁ ଭାଙ୍ଗି ଦିଆଯାଇଥିଲା। ଏହି ବିସ୍ଥାପିତମାନଙ୍କୁ ପଣ୍ଡାକୁଦିଆରେ ଅସ୍ଥାୟୀ ସେଡ୍‌ କରାଯାଇ ଆଶ୍ରୟ ଦିଆଯାଇଥିଲା। ତେବେ ବାଉଁଶ ଓ ତାରପୋଲିନ୍‌ରେ ହୋଇଥିବା ଉକ୍ତ ସେଡ୍‌ ତଳେ ୧୫ ପରିବାର ମୁଣ୍ଡ ଗୁଞ୍ଜିଥିବାବେଳେ ଅନ୍ୟମାନେ ସମ୍ପର୍କୀୟ ଓ ଘର ଭଡ଼ା ନେଇ ରହୁଛନ୍ତି। ତେବେ ପ୍ରବଳ ଖରାରେ ପାଲ ତଳେ ଥିବା ବସ୍ତିବାସିନ୍ଦା ବହୁ କଷ୍ଟ ଓ ଯନ୍ତ୍ରଣାରେ ପଡି ରହିଛନ୍ତି। ତେବେ ଗତ ମଙ୍ଗଳବାର କିଛି ଘଣ୍ଟାର ବର୍ଷା ଓ ପବନରେ ଅସ୍ଥାୟୀ ସେଡ୍‌ ଭାଙ୍ଗିଯାଇଛି। ଫଳରେ ଚାଉଳ, ଡାଲିଠାରୁ ଆରମ୍ଭ କରି ଟିଭି, ଫ୍ରିଜ୍‌ ଆଦି ସାମଗ୍ରୀ ନଷ୍ଟ ହୋଇଯାଇଛି। ଏହି ବିସ୍ଥାପିତଙ୍କ ମଧ୍ୟରେ ପ୍ରାୟ ୩୦ରୁ ୪୦ ଶିଶୁ ରହିଛନ୍ତି। ଏଯାଏ ବିଏମସି କିମ୍ବା ସ୍ଥାନୀୟ ଜନପ୍ରତିନିଧି ସେମାନଙ୍କ ପାଖକୁ ଯାଇ ନ ଥିବା ବସ୍ତି ବାସିନ୍ଦା କହିଛନ୍ତି।
ବିସ୍ଥାପିତ କମ ଡାକୁଆ କହିଛନ୍ତି, ତୁରନ୍ତ ଘର ତିଆରି କରିବା ପାଇଁ ମଧ୍ୟ ଆମ ପାଖରେ ସମୟ ନାହିଁ। ଖାତାକୁ ଆସିଥିବା ୩୫ ହଜାର ଟଙ୍କାରେ ଘର ସମ୍ପୂର୍ଣ୍ଣ ନିର୍ମାଣ ହେବା ସମ୍ଭବ ନୁହେଁ। ଏମ୍‌ଏଲ୍‌ଏ କଲୋନୀରେ ଥିବାବେଳେ ଘରୋଇ ସହାୟିକା ଭାବେ କାମ କରି ଯାହା କିଛି ରୋଜଗାର ହେଉଥିଲା ପରିବାର ଚଳୁଥିଲା। ଏବେ ତ ରୋଜଗାର ନାହିଁ, ଖାଇବୁ କ’ଣ, ଆଉ ଘର ତିଆରି କରିବୁ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି କାଶୀନାଥ ଡାକୁଆ କହିଛନ୍ତି, ଭଡ଼ା ଘରେ ରହିବା ପାଇଁ ସମ୍ବଳ ଅଭାବରୁ ଟେଣ୍ଟ ତଳେ ରହୁଛୁ। ବାତ୍ୟା କଥା ଶୁଣି ଭାରି ଭୟ ଲାଗୁଛି। ଗତ ମଙ୍ଗଳବାର ରାତି ବର୍ଷାରେ ଟେଣ୍ଟ ଭାଙ୍ଗିଗଲା ଆଉ ପାଣି ଭର୍ତ୍ତି ହୋଇଗଲା। ବାତ୍ୟା ହେଲେ ପିଲାଛୁଆ ଧରି କୁଆଡେ ଯିବୁ ସେ ଚିନ୍ତାରେ ଅଛୁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଏମ୍‌ଏଲ୍‌ଏ କଲୋନୀରେ ବହୁତଳ ପ୍ରାସାଦ ନିର୍ମାଣ ପାଇଁ ଦୁଇ ବର୍ଷ ପୂର୍ବେ ନିଷ୍ପିତ୍ତି ନିଆଯାଇଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରୁ ପୁରୁଣା ଘର ସହ ଜବରଦଖଲ ଉଚ୍ଛେଦ କରାଯାଇଛି। ତେବେ ବିଧାୟକଙ୍କ ରହିବା ପାଇଁ ଭଲ ଘର ସହ ଜିମ୍‌, ସୁଇମିଂପୁଲଠାରୁ ଆରମ୍ଭ କରି ସମସ୍ତ ଅତ୍ୟାଧୁନିକ ସୁବିଧାର ବନ୍ଦୋବସ୍ତ କରାଯାଉଥିବାବେଳେ ବସ୍ତିବାସିନ୍ଦା ମୁଣ୍ଡ ଉପରୁ ଛାତ ହଟିଯାଇଛି। ଉଚ୍ଛେଦ ହୋଇଥିବା ରାଜୀବ ଆବସ ଯୋଜନା(ରେ) ଅନ୍ତର୍ଭୁକ୍ତ ୬୩ ହିତାଧିକାରୀଙ୍କୁ ଶ୍ୟାମପୁରସ୍ଥିତ ପଣ୍ଡାକୁଦିଆଠାରେ ଜାଗା ପ୍ରଦାନ କରାଯାଇଛି। ଘର ତିଆରି ବାବଦକୁ ସେମାନଙ୍କୁ ଏବେମାତ୍ର ୩୫ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ୨୦ଫୁଟ ଓସାର ଏବଂ ୧୨ ଫୁଟ ଲମ୍ବର ଜାଗା ଦିଆଯାଇଛି। କିନ୍ତୁ ଏଥିରେ ୫ରୁ ଅଧିକ ସଦସ୍ୟ ରହିବା ସହଜ ନୁହେଁ ବୋଲି ହିତାଧିକାରୀ କହିଛନ୍ତି। ସେହିପରି ୬୩ଟି ପରିବାର ପାଇଁ ମହିଳା ଓ ପୁରୁଷଙ୍କ ପାଇଁ ପୃଥକ ୪ଟି ଲେଖାଏ ଶୌଳାଚୟ ନିର୍ମାଣ କାର୍ଯ୍ୟ ଚାଲିଛି। କମ୍ୟୁନିଟି ଶୌଚାଳୟ ନିର୍ମାଣ କରାଯାଇ ନ ଥିବାରୁ ସେମାନେ ଶୌଚ ପାଇଁ ଖୋଲା ପଡିଆକୁ ଯାଉଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?