ଭୟ, ଆଶଙ୍କାରେ ବିସ୍ଥାପିତ ପରିବାର

ଭୁବନେଶ୍ୱର, ୭।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା କରିବାକୁ ରାଜ୍ୟ ସରକାର ସମସ୍ତ ଜିଲା ଓ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ସହରରେ ଏକ ବିକଳ ଚିତ୍ର ଦେଖିବାକୁ ମିଳୁଛି। ପବନ ଓ ବର୍ଷାରେ ଅସ୍ଥାୟୀ ସେଡ୍‌ ଭାଙ୍ଗିଯିବା ପରେ ୩ଦିନ ହେବ ୧୫ରୁ ଊର୍ଦ୍ଧ୍ୱ ବିସ୍ଥାପିତ ପରିବାର ଖୋଲା ଆକାଶ ତଳେ ପଡ଼ି ରହି ନାନା ହଟହଟା ହେଉଛନ୍ତି। ବାତ୍ୟା ଆସୁଥିବା ଶୁଣିବା ପରେ ସେମାନଙ୍କ ମନରେ ଭୟ, ଆଶଙ୍କା ଓ ଅସନ୍ତୋଷ ବଢ଼ିବାରେ ଲାଗିଛି। ବଞ୍ଚତ୍ବା ସହ ଜିନିଷପତ୍ରର ସୁରକ୍ଷା ପାଇଁ ଚିନ୍ତାରେ ରହିଛନ୍ତି।
କିଛିଦିନ ତଳେ ବିଏମ୍‌ସି ଓ ବିଡିଏ ପକ୍ଷରୁ ଏମ୍‌ଏଲ୍‌ଏ କଲୋନୀରୁ ଜବରଦଖଲ ଉଚ୍ଛେଦବେଳେ ୬୩ ପରିବାରର ଘରକୁ ଭାଙ୍ଗି ଦିଆଯାଇଥିଲା। ଏହି ବିସ୍ଥାପିତମାନଙ୍କୁ ପଣ୍ଡାକୁଦିଆରେ ଅସ୍ଥାୟୀ ସେଡ୍‌ କରାଯାଇ ଆଶ୍ରୟ ଦିଆଯାଇଥିଲା। ତେବେ ବାଉଁଶ ଓ ତାରପୋଲିନ୍‌ରେ ହୋଇଥିବା ଉକ୍ତ ସେଡ୍‌ ତଳେ ୧୫ ପରିବାର ମୁଣ୍ଡ ଗୁଞ୍ଜିଥିବାବେଳେ ଅନ୍ୟମାନେ ସମ୍ପର୍କୀୟ ଓ ଘର ଭଡ଼ା ନେଇ ରହୁଛନ୍ତି। ତେବେ ପ୍ରବଳ ଖରାରେ ପାଲ ତଳେ ଥିବା ବସ୍ତିବାସିନ୍ଦା ବହୁ କଷ୍ଟ ଓ ଯନ୍ତ୍ରଣାରେ ପଡି ରହିଛନ୍ତି। ତେବେ ଗତ ମଙ୍ଗଳବାର କିଛି ଘଣ୍ଟାର ବର୍ଷା ଓ ପବନରେ ଅସ୍ଥାୟୀ ସେଡ୍‌ ଭାଙ୍ଗିଯାଇଛି। ଫଳରେ ଚାଉଳ, ଡାଲିଠାରୁ ଆରମ୍ଭ କରି ଟିଭି, ଫ୍ରିଜ୍‌ ଆଦି ସାମଗ୍ରୀ ନଷ୍ଟ ହୋଇଯାଇଛି। ଏହି ବିସ୍ଥାପିତଙ୍କ ମଧ୍ୟରେ ପ୍ରାୟ ୩୦ରୁ ୪୦ ଶିଶୁ ରହିଛନ୍ତି। ଏଯାଏ ବିଏମସି କିମ୍ବା ସ୍ଥାନୀୟ ଜନପ୍ରତିନିଧି ସେମାନଙ୍କ ପାଖକୁ ଯାଇ ନ ଥିବା ବସ୍ତି ବାସିନ୍ଦା କହିଛନ୍ତି।
ବିସ୍ଥାପିତ କମ ଡାକୁଆ କହିଛନ୍ତି, ତୁରନ୍ତ ଘର ତିଆରି କରିବା ପାଇଁ ମଧ୍ୟ ଆମ ପାଖରେ ସମୟ ନାହିଁ। ଖାତାକୁ ଆସିଥିବା ୩୫ ହଜାର ଟଙ୍କାରେ ଘର ସମ୍ପୂର୍ଣ୍ଣ ନିର୍ମାଣ ହେବା ସମ୍ଭବ ନୁହେଁ। ଏମ୍‌ଏଲ୍‌ଏ କଲୋନୀରେ ଥିବାବେଳେ ଘରୋଇ ସହାୟିକା ଭାବେ କାମ କରି ଯାହା କିଛି ରୋଜଗାର ହେଉଥିଲା ପରିବାର ଚଳୁଥିଲା। ଏବେ ତ ରୋଜଗାର ନାହିଁ, ଖାଇବୁ କ’ଣ, ଆଉ ଘର ତିଆରି କରିବୁ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି କାଶୀନାଥ ଡାକୁଆ କହିଛନ୍ତି, ଭଡ଼ା ଘରେ ରହିବା ପାଇଁ ସମ୍ବଳ ଅଭାବରୁ ଟେଣ୍ଟ ତଳେ ରହୁଛୁ। ବାତ୍ୟା କଥା ଶୁଣି ଭାରି ଭୟ ଲାଗୁଛି। ଗତ ମଙ୍ଗଳବାର ରାତି ବର୍ଷାରେ ଟେଣ୍ଟ ଭାଙ୍ଗିଗଲା ଆଉ ପାଣି ଭର୍ତ୍ତି ହୋଇଗଲା। ବାତ୍ୟା ହେଲେ ପିଲାଛୁଆ ଧରି କୁଆଡେ ଯିବୁ ସେ ଚିନ୍ତାରେ ଅଛୁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଏମ୍‌ଏଲ୍‌ଏ କଲୋନୀରେ ବହୁତଳ ପ୍ରାସାଦ ନିର୍ମାଣ ପାଇଁ ଦୁଇ ବର୍ଷ ପୂର୍ବେ ନିଷ୍ପିତ୍ତି ନିଆଯାଇଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରୁ ପୁରୁଣା ଘର ସହ ଜବରଦଖଲ ଉଚ୍ଛେଦ କରାଯାଇଛି। ତେବେ ବିଧାୟକଙ୍କ ରହିବା ପାଇଁ ଭଲ ଘର ସହ ଜିମ୍‌, ସୁଇମିଂପୁଲଠାରୁ ଆରମ୍ଭ କରି ସମସ୍ତ ଅତ୍ୟାଧୁନିକ ସୁବିଧାର ବନ୍ଦୋବସ୍ତ କରାଯାଉଥିବାବେଳେ ବସ୍ତିବାସିନ୍ଦା ମୁଣ୍ଡ ଉପରୁ ଛାତ ହଟିଯାଇଛି। ଉଚ୍ଛେଦ ହୋଇଥିବା ରାଜୀବ ଆବସ ଯୋଜନା(ରେ) ଅନ୍ତର୍ଭୁକ୍ତ ୬୩ ହିତାଧିକାରୀଙ୍କୁ ଶ୍ୟାମପୁରସ୍ଥିତ ପଣ୍ଡାକୁଦିଆଠାରେ ଜାଗା ପ୍ରଦାନ କରାଯାଇଛି। ଘର ତିଆରି ବାବଦକୁ ସେମାନଙ୍କୁ ଏବେମାତ୍ର ୩୫ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ୨୦ଫୁଟ ଓସାର ଏବଂ ୧୨ ଫୁଟ ଲମ୍ବର ଜାଗା ଦିଆଯାଇଛି। କିନ୍ତୁ ଏଥିରେ ୫ରୁ ଅଧିକ ସଦସ୍ୟ ରହିବା ସହଜ ନୁହେଁ ବୋଲି ହିତାଧିକାରୀ କହିଛନ୍ତି। ସେହିପରି ୬୩ଟି ପରିବାର ପାଇଁ ମହିଳା ଓ ପୁରୁଷଙ୍କ ପାଇଁ ପୃଥକ ୪ଟି ଲେଖାଏ ଶୌଳାଚୟ ନିର୍ମାଣ କାର୍ଯ୍ୟ ଚାଲିଛି। କମ୍ୟୁନିଟି ଶୌଚାଳୟ ନିର୍ମାଣ କରାଯାଇ ନ ଥିବାରୁ ସେମାନେ ଶୌଚ ପାଇଁ ଖୋଲା ପଡିଆକୁ ଯାଉଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବା ପାଇଁ ପୋଲିସ ବାବୁଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଭୁବନେଶ୍ବର ପୋଲିସର ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ଫିଟ୍‌ ରହିବାକୁ କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଇଛି। ଡିଜି କ୍ୟାମ୍ପ ହାଉସ୍‌ରେ ବସିଥିବା ବୈଠକରେ ଏହି...

ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଇଂଲିଶ

ଭୁବନେଶ୍ୱର, ୧୪।୨(ବ୍ୟୁରୋ): ଏଣିକି ସରକାରୀ ସ୍କୁଲରେ ପିଲାମାନେ ପ୍ରଥମ ଶ୍ରେଣୀରୁ ଇଂଲିଶ ପାଠ ପଢ଼ିବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଥିବା ୧୦୦ଟି ସେଣ୍ଟର ଅଫ୍‌ ଏକ୍ସିଲେନ୍ସ...

ବିଦ୍ୟୁତ ଆଘାତରେ ଶଶୁର ବୋହୂଙ୍କ ମୃତ୍ୟୁ

ବାଲେଶର ଅଫିସ,୧୯।୫: ବାଲେଶର ଜିଲା ସଦର ଥାନା ରସାଳପୁର ଅଞ୍ଚଳର ନଦୀଗାଁ ଗାଁରେ ବିଦ୍ୟୁତ ଆଘାତରେ ଶଶୁର ବୋହୂଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ପୂର୍ବାହ୍ନ ୮ଟାରେ...

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୪ା୬(ବ୍ୟୁରୋ) : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ରବିବାର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ଖବର ଏକପ୍ରକାର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମୁଖ୍ୟମନ୍ତ୍ରୀ ନବୀନ...

କମୁନି କରୋନା ଗ୍ରାଫ୍‌: ରାଜ୍ୟରେ ଆଜି ୧୦,୦୩୧ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ସୋମବାର ରାଜ୍ୟରେ ୧୦,୦୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨୩ ଜଣ...

ଚିକିତ୍ସା ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ: ପିଆର୍‌ଏମ୍‌ ମେଡିକାଲ କଲେଜରେ ଉତ୍ତେଜନା; କାର୍ଯ୍ୟାନୁଷ୍ଠାନ ଦାବିରେ ମୃତଦେହ ରଖି ଧାରଣା

ବାରିପଦା ଅଫିସ,୯।୬- ମୟୁରଭଞ୍ଜ ଜିଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଶନିବାର ବିଳମ୍ବିତ ରାତିରେ ଜଣେ ନାବଳିକାଙ୍କ ମୃତ୍ୟୁ...

କାଉନ୍‌ସିଲର ପଦବୀରେ ୩୦ ନାମାଙ୍କନ

କାମାକ୍ଷାନଗର, ୮ା୩ (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ପୌର ନିର୍ବାଚନ ଲାଗି ସୋମବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ନଗରପାଳ ପଦବୀ ଲାଗି ବିଜେଡିର...

କାଲି ଦିନ୧୧ରୁ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ଆନ୍ତଃ ରାଜ୍ୟ ବସ୍‌ ଚଳାଚଳ ବନ୍ଦ ପରେ ମଙ୍ଗଳବାରଠାରୁ ଆନ୍ତଃ ଜିଲା ବସ୍‌ ଚଳାଚଳ ବନ୍ଦ କରାଯାଇଛି। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ମଙ୍ଗଳବାର...

Advertisement
Archives

Model This Week