ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ୍‌ ‘ଏ’ ଗ୍ରେଡ ମାନ୍ୟତା

ବାଲେଶ୍ୱର,୨୩|୯(ମାନସ ବିଶ୍ୱାଳ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ଜାତୀୟ ମୂଲ୍ୟାୟନ ଓ ଅଧିସ୍ୱୀକୃତି ପରିଷଦ (ନାକ୍‌) ‘ଏ’ ଗ୍ରେଡ ମାନ୍ୟତା ମିଳିଛି। ସିଜିପିଏରେ ଫକୀରମୋହନ ଓଡ଼ିଶାର ଅନ୍ୟ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟକୁ ପଛରେ ପକାଇଛି। ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ୩.୧୮ ସିଜିପିଏ ମିଳିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ୩.୧୬ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ୩.୧ ସିଜିପିଏ ମିଳିଛି। ପୂର୍ବରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ‘ବି’ ଗ୍ରେଡ ନାକ ମାନ୍ୟତା ମିଳିଛି।

ଗତ ୧୨ ତାରିଖରେ ନାକ ଟିମ ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ଆସିଥିଲେ। ଗସ୍ତ ପରେ ଟିମ ଗୁଣାତ୍ମକ ଶିକ୍ଷାଦାନ ପ୍ରଣାଳୀ ଓ ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ପରିବେଶରେ ଉନ୍ନତି ଆଣିପାରିଥିବାରୁ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ ‘ଏ’ ଗ୍ରେଡ ମାନ୍ୟତା ପ୍ରଦାନ କରିଛି।

ତେବେ ତିନିଦିନ ଧରି ହୋଇଥିବା ମୂଲ୍ୟାୟନ ଓ ଅଧିସ୍ୱୀକୃତି ପ୍ରକ୍ରିୟାରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୬ ଜଣ ପ୍ରାଧ୍ୟାପକ ଯୋଗ ଦେଇଥିଲେ। ପ୍ରଫେସର ବି.ପି ସଞ୍ଜୟଙ୍କ ଅଧ୍ୟକ୍ଷତାରେ ପ୍ରଫେସର ମହମ୍ମଦ ତାରିକ, ପ୍ରଫେସର କୃଷ୍ଣକୁମାର ରଙ୍ଗାରଜୁଲୁ, ପ୍ରଫେସର ଅର୍ଦ୍ଧେନ୍ଦୁ ଶେଖର ପାତ୍ର, ପ୍ରଫେସର ଭବେଶ ଚନ୍ଦ୍ର ଗୋସ୍ୱାମୀ, ପ୍ରଫେସର ରେଣୁ ଯାଟନା ପ୍ରମୁଖ ତଦାରଖ କରିଥଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଶାନ୍ତିର ଦୂତ’ ଭାବରେ ନିଜକୁ ଉପସ୍ଥାପନ କରୁଥିବା ପାକିସ୍ତାନକୁ ଭାରତ ଦେଖାଇବ ତା’ର ଅସଲ ସ୍ଥାନ!

ନୂଆଦିଲ୍ଲୀ/ଇସଲାମାବାଦ,୩୦।୬: ‘ଶାନ୍ତି ସ୍ଥାପନକାରୀ’ ହେବାର ଆଳ ଦେଖାଇ ପାକିସ୍ତାନର ଆତଙ୍କବାଦ ସମ୍ପର୍କରେ ଦ୍ୱୈତ ମାନଦଣ୍ଡର ଖେଳ ଆଉ କାମ କରିବ ନାହିଁ। ଭାରତ ବିଶ୍ୱ ସ୍ତରରେ ପଡ଼ୋଶୀ…

ଆଜି ସୋସିଆଲ ମିଡିଆ ଦିବସ, ସୋସିଆଲ ମିଡିଆ ଡିଜିଟାଲ ଯୁଗରେ ଅବିଚ୍ଛେଦ୍ୟ ଅଙ୍ଗ

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ୍‌,…

ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆଧାର ଲିଙ୍କ୍‌ ନ କଲେ ପେନ୍‌ସନ୍‌ ନାହିଁ

ଭୁବନେଶ୍ୱର,୩୦।୬(ସୁନିତ୍‌ ମିଶ୍ର): ୨୦୨୬-୨୭ରେ ‘ଏସ୍‌ଏନ୍‌ଏ-ସ୍ପର୍ଶ’ ପ୍ଲାଟଫର୍ମ ଜରିଆରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନ୍‌ଏସ୍‌ଏପି) ହିତାଧିକାରୀଙ୍କୁ ପେନ୍‌ସନ୍‌ ପ୍ରଦାନ କରାଯାଉଛି। ପୋର୍ଟାଲର ରିପୋର୍ଟ ମୁତାବକ ୩,୩୫,୮୫୦ ଜଣ ହିତାଧିକାରୀ…

ମୋଦିଙ୍କ ନାମ ନେଇ ଭାରତକୁ ସିଧାସଳଖ ଧମକ ଦେଲା ପାକିସ୍ତାନ, କହିଲା ‘ହାତ କାଟିଦେବୁ’, ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୩୦।୬: ସିନ୍ଧୁ ଜଳ ଚୁକ୍ତି ବିବାଦ ସମ୍ପର୍କରେ ପାକିସ୍ତାନ ପୁଣି ଥରେ ଭାରତକୁ ଖାଲି ଧମକ ଦେଇଛି। ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ ମାଲିକ କହିଛନ୍ତି…

ଦ୍ରୁତ ଗତିରେ ଆଗକୁ ବଢୁଛି ମୌସୁମୀ: ଆଗାମୀ ୧୫ଘଣ୍ଟା ମଧ୍ୟରେ ୧୭ ରାଜ୍ୟରେ ପ୍ରବଳ ବର୍ଷା, ଜାରି ହେଲା ‘ମହା-ଆଲର୍ଟ’

ନୂଆଦିଲ୍ଲୀ,୩୦।୬: ପ୍ରବଳ ଗରମ ସହ ସଂଘର୍ଷ କରୁଥିବା ଦେଶବାସୀଙ୍କ ପାଇଁ ଏକ ଖୁସି ଖବର। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ପାଣିପାଗ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

ସକାଳୁ ସକାଳୁ ଟ୍ବିନସିଟିରେ ପ୍ରବଳ ବର୍ଷା, ଏହି ଜିଲାକୁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର,୩୦।୬: ବର୍ଷାରେ ଭିଜିଲା ଟ୍ବିନସିଟି । ସକାଳୁ ସକାଳୁ ଭୁବନେଶ୍ବର ଓ କଟକରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଏହାରି ଭିତରେ ଆଗକୁ ବର୍ଷାର…

ସରକାରଙ୍କ ବଡ଼ ନିର୍ଦ୍ଦେଶ, ବିନା ଲାଇସେନ୍ସରେ ଷଣ୍ଢ ରଖିଲେ ଜରିମାନା

ଭୁବନେଶ୍ୱର,୩୦।୬(ରବିନାରାୟଣ ଜେନା): ଦୈନନ୍ଦିନ ବ୍ୟବସାୟରେ ସୁବିଧା(ଇଜ୍‌ଅଫ୍‌ ଡୁଇଂ ବିଜ୍‌ନେସ୍‌) ଏବଂ ଲୋକଙ୍କ ଜୀବନଯାପନର ସୁବିଧା (ଇଜ୍‌ ଅଫ୍‌ ଲିଭିଂ)କୁ ଆଗାମୀ ଦିନରେ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri