ଟଙ୍କା ଟଳମଳ, ଡଲାର ସବଳ

ଓ୍ବାଶିଂଟନ/ମୁମ୍ବାଇ,୨୩ା୯: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଟଙ୍କା ଦିନକୁ ଦିନ ତଳକୁ ଖସିବାରେ ଲାଗିଥିବାରୁ ଭାରତର ଅର୍ଥନୀତିକୁ ଶକ୍ତ ଝଟ୍‌କା ଲାଗିଛି। ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ୍‌ ଡଲାରରେ ପହଞ୍ଚାଇବା ନେଇ ସ୍ବପ୍ନ ଦେଖୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନା ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ସାମ୍ପ୍ରତିକ ସ୍ଥିତିରେ ମୁଦ୍ରାସ୍ଫୀତି ଉପରେ ଲଗାମ ଲଗାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି ପ୍ରମାଣିତ ହୋଇଛି। କେବଳ ଭାରତ ନୁହେଁ, ସାରା ବିଶ୍ୱ ଦରଦାମ ବୃଦ୍ଧିଜନିତ ମୁଦ୍ରାସ୍ଫୀତି ସଙ୍କଟକୁ ସାମ୍ନା କରୁଥିବାବେଳେ ଏଥିରେ ଅଙ୍କୁଶ ଲଗାଇବାକୁ ଯାଇ ଆମେରିକାର ରିଜର୍ଭ ବ୍ୟାଙ୍କ ବୁଧବାର କ୍ରମାଗତ ତୃତୀୟ ଥର ଲାଗି ସୁଧହାର ୦.୭୫% ବଢ଼ାଇଛି। ଏହି ସୁଧହାର ବୃଦ୍ଧି ସହ ଡଲାର ଇଣ୍ଡେକ୍ସ ୨୦ ବର୍ଷର ରେକର୍ଡ ଭାଙ୍ଗିଛି। ଆମେରିକାର ଟ୍ରେଜେରି ୟିଲ୍ଡସ୍‌ ମଧ୍ୟ ୧୧ ବର୍ଷର ଇତିହାସରେ ସବୁଠୁ ଉପରକୁ ଉଠିଛି। ଗୁରୁବାର ରାତି ୯ଟାରେ ଡଲାର ସୂଚକାଙ୍କ ୦.୮୩୧ ପଏଣ୍ଟ ବଢ଼ି ୧୧୧.୧୧୭ରେ ପହଞ୍ଚତ୍ଛି। ଏଥିସହ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଟ ୮୧.୧୧୫କୁ ଛୁଇଁଛି। ଗତ ଫେବୃୟାରୀ ୨୪ ପରେ ଏହା ହେଉଛି ଟଙ୍କାର ସବୁଠୁ ବଡ଼ ଅଧଃପତନ।
୪ ଦଶନ୍ଧିର ସର୍ବାଧିକ ମୁଦ୍ରାସ୍ଫୀତିକୁ ସାମ୍ନା କରୁଥିବା ବିତ୍ତଶାଳୀ ଆମେରିକା ଏହାର ମୁକାବିଲା ପାଇଁ ଆଗକୁ ଆହୁରି କଠୋର ପଦକ୍ଷେପ ନେବ ବୋଲି ଫେଡେରାଲ ରିଜର୍ଭ ଚେୟାର ଜେରୋମି ପୋଓ୍ବେଲ ବୁଧବାର ସ୍ପଷ୍ଟ କରିବା ପରେ ଏସୀୟ ପୁଞ୍ଜି ବଜାରଗୁଡ଼ିକର ଫ୍ୟୁଚର୍ସ ରାତାରାତି ଧରାଶାୟୀ ହୋଇଥିଲା। ଏହି କ୍ରମରେ ଗୁରୁବାର କ୍ଲୋଜିଂ ଡେ’ରେ ଭାରତୀୟ ଶେୟାର ମାର୍କେଟ ମଧ୍ୟ ବହୁଳ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ନିଫ୍ଟି ୮୮.୫୫ ପଏଣ୍ଟ ହ୍ରାସ ପାଇ ୧୭,୬୨୯.୮୦କୁ ଖସିଥିବାବେଳେ ସେନ୍‌ସେକ୍ସ ୩୩୭.୦୬ ପଏଣ୍ଟ ତଳକୁ ଖସି ୫୯,୧୧୯.୭୨ରେ ପହଞ୍ଚତ୍ଛି। ସେହିପରି ବ୍ୟାଙ୍କ ନିଫ୍ଟି ୫୭୨.୮୫ ହ୍ରାସ ପାଇ ୪୦,୬୩୦.୬୦ରେ କାରବାର ବନ୍ଦ ହୋଇଥିଲା। ଫେଡେରାଲ ରିଜର୍ଭ ଚଳିତବର୍ଷ ଶେଷ ସୁଦ୍ଧା ସୁଧହାରର ମୋଟ ପରିଣାମକୁ ୪.୪% ପର୍ଯ୍ୟନ୍ତ ବଢ଼ାଇବା ନେଇ ଲକ୍ଷ୍ୟ ରଖିଥିବାରୁ ପରବର୍ତ୍ତୀ ଦୁଇଟି ବୈଠକ(ନଭେମ୍ବର ଓ ଡିସେମ୍ବର)ରେ ଆହୁରି ୧୨୫ ବେସିସ୍‌ ପଏଣ୍ଟ ବୃଦ୍ଧି ଘଟିବା ଅନୁମାନ କରାଯାଉଛି। ଏପରି ହେଲେ ଡଲାର ଆହୁରି ସବଳ ହେବ ଓ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଇବ ବୋଲି ଭାରତୀୟ ପଲିସିମେକର୍ସ ଆକଳନ କରିଛନ୍ତି।
ଡଲାର ମୂଲ୍ୟ ବୃଦ୍ଧି ପାଇଁ କେବଳ ସୁଧହାରକୁ ଦାୟୀ କରାଯାଉ ନାହିଁ। ଏହା ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଯୋଗୁ ବୈଶ୍ୱିକ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଥିବାରୁ ଆମଦାନୀ ରପ୍ତାନି କ୍ଷେତ୍ରରେ ଅବଶିଷ୍ଟ ବିଶ୍ୱରେ ବ୍ୟବହୃତ ଆମେରିକୀୟ ମୁଦ୍ରା ମଜଭୁତ ହୋଇଛି। ରୁଷିଆ ଓ ୟୁକ୍ରେନ୍‌ ସାମଗ୍ରୀ (କମୋଡିଟିଜ୍‌) ଯୋଗାଣକାରୀ ଦୁଇ ବଡ଼ ରାଷ୍ଟ୍ର ହୋଇଥିବାରୁ ଯୁଦ୍ଧ ପରଠୁ ବିଭିନ୍ନ ଦେଶରେ ଅନେକ ସାମଗ୍ରୀର ସଙ୍କଟ ଦେଖାଦେଲାଣି। ଏଥିଯୋଗୁ ଅନ୍ୟ ଦେଶଗୁଡ଼ିକ ତୈଳ ଓ ଗ୍ୟାସ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଚାହିଦା ମେଣ୍ଟାଇବା ପାଇଁ ପରସ୍ପର ଉପରେ ନିର୍ଭର କରୁଛନ୍ତି। ଏଥିଲାଗି ସେମାନେ ଡଲାର ଆକାରରେ ଦେଣନେଣ କରୁଛନ୍ତି। ଇତିମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଆଣବିକ ଅସ୍ତ୍ର ପ୍ରୟୋଗ ଏବଂ ୟୁକ୍ରେନ୍‌କୁ ଅତିରିକ୍ତ ୩ ଲକ୍ଷ ସୈନ୍ୟ ପ୍ରେରଣର ଧମକ ଦେଇଥିବାରୁ ଆଗକୁ ଯୋଗାଣ ଆହୁରି ବ୍ୟାହତ ହେବା ଆଶଙ୍କା ଉପୁଜିଛି।

ଆହୁରି ଖସିବ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ

ଫେଡେରାଲ ରିଜର୍ଭ ସୁଧହାରରେ ୭୫ ବେସିସ୍‌ ପଏଣ୍ଟ ବଢ଼ାଇବା ସହ ଆଗକୁ ଆହୁରି ବୃଦ୍ଧିର ସଙ୍କେତ ଦେଇଛି। ଏଥିଯୋଗୁ ଡଲାର ଇଣ୍ଡେକ୍ସ ଆହୁରି ଉପରକୁ ଉଠିବ। ଫଳରେ ଭାରତୀୟ ଟଙ୍କା ସମେତ ଅଧିକାଂଶ ବଡ଼ ମାର୍କେଟ କରେନ୍ସି ଉପରେ ଚାପ ସୃଷ୍ଟି ହେବ। ଟଙ୍କାର ଅଧଃପତନକୁ ଦେଖିଲେ ଭାରତୀୟ ବଜାର ନିଜ ଆକର୍ଷଣ ହରାଉଥିବା ସ୍ପଷ୍ଟ ଜଣାପଡ଼ୁଛି।
-ନବୀନ କୁଲକର୍ଣ୍ଣୀ, ଚିଫ୍‌ ଇନ୍‌ଭେଷ୍ଟମେଣ୍ଟ ଅଫିସର, ଆକ୍ସିସ୍‌ ସିକ୍ୟୁରିଟିଜ୍‌
ଘରୋଇ ଆର୍ଥିକ ଅଭିବୃଦ୍ଧି ସତ୍ତ୍ୱେ ଭାରତୀୟ ଟଙ୍କା ଚାପରେ ରହିବ। ପୂର୍ବ ଶେସନ୍‌ରେ ଡଲାର ପିଛା ଟଙ୍କାର ବିନିମୟ ମୂଲ୍ୟ ୭୯.୯୭୫୦ ରହିଥିଲା। କିନ୍ତୁ ଫେଡ୍‌ ସୁଧହାର ବୃଦ୍ଧି ଘୋଷଣା କରିବା ପରେ ଏହା ୮୦.୫୮ରେ ପହଞ୍ଚତ୍ ଆଗକୁ ଆହୁରି ଅସ୍ଥିର ହେବା ନେଇ ସଙ୍କେତ ଦେଇଥିଲା। ଟଙ୍କା ଭବିଷ୍ୟତରେ ଆହୁରି ଦୁର୍ବଳ ହେବ। ନିମ୍ନଗାମୀ ଟଙ୍କାକୁ ଅଣ୍ଟା ସଳଖି ଛିଡ଼ା କରାଇବା ପାଇଁ ଆର୍‌ବିଆଇ ପ୍ରଭାବୀ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।
-ସନ୍ତୋଷ ମୀନା, ଗବେଷଣା ମୁଖ୍ୟ, ସ୍ବସ୍ତିକ ଇନ୍‌ଭେଷ୍ଟମେଣ୍ଟ


Enter your email to get our daily news in your inbox.

All Right Reserved By Dharitri.Com

ଘୋଡ଼ାହାଡ଼ ଡ୍ୟାମ୍‌ରେ ବଢୁଛି ଜଳପତ୍ତନ: ଗୋଟିଏ ଗେଟ୍‌ ଖୋଲି ନଦୀକୁ ଛଡ଼ାଗଲା ପାଣି

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଘୋଡ଼ାହାଡ଼ ଡ୍ୟାମ୍‌ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକର ଗୋଟିଏ ଗେଟ୍‌ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ଶନିବାର ସକାଳ ପ୍ରାୟ…

‘ଟ୍ରମ୍ପ ଆମ ଜୀବନ ବଞ୍ଚାଇଥିଲେ’ ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଏବେ ମଧ୍ୟ ଭୁଲିନାହିଁ ପାକିସ୍ତାନ; ମନେ ପକାଇ କହିଲା…

ଇସଲାମାବାଦ,୨୬।୯: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମେ’ ୨୦୨୫ରେ ଭାରତ ଦ୍ୱାରା ପାକିସ୍ତାନ ବିରୋଧରେ ଆରମ୍ଭ କରାଯାଇଥିବା ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଭୁଲି ନାହାନ୍ତି; ସେଥିପାଇଁ ସେ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଅଭାବନୀୟ ଘଟଣା: ୪ର୍ଥ ମହଲାରୁ ଖସି ଶିଷ୍ୟଙ୍କ ମୃତ୍ୟୁ, ଗୁପ୍ତାଙ୍ଗ କଟା, ମୁଣ୍ଡରେ ଗଭୀର ଆଘାତ

ନୂଆଦିଲ୍ଲୀ,୨୬।୯: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣ ଆଶ୍ରମର ଚତୁର୍ଥ ମହଲାରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି। ଘଟଣାଟି ବୃନ୍ଦାବନ ଅଞ୍ଚଳର ଗୁରୁ…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଲୁଣାଘେରି ବନ୍ଧ, ତତ୍ପରତା ଦେଖାଉନି ଜଳସମ୍ପଦ ବିଭାଗ

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପ ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ରେ ଜରି ପଲିଥିନରେ ନଦୀ ପାର୍ଶ୍ୱମାଟି ଅତଡ଼ା ଖସିବା ଯୋଗୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।…

ପାର୍ୱଣ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ବୋନସକୁ ନେଇ ଆସିଲା ଖରାପ ଖବର

ନୂଆଦିଲ୍ଲୀ,୨୬।୯: ପାର୍ୱଣ ଋତୁ ପୂର୍ୱରୁ କର୍ମଚାରୀମାନେ ବୋନସକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ସରକାରୀ ଏବଂ ଘରୋଇ ସଂସ୍ଥା ବୋନସ ଘୋଷଣା ମଧ୍ୟ କରୁଛନ୍ତି। ଏହି ସମୟରେ…

ବଡ଼ ବିମାନ ଦୁର୍ଘଟଣା; ଦୁଇ ବରିଷ୍ଠ ସାମରିକ ଅଧିକାରୀଙ୍କ ସମେତ ୧୪ ମୃତ

କିନଶାସା,୨୬।୯: ଆଫ୍ରିକୀୟ ଦେଶ ‘ଡେମୋକ୍ରାଟିକ ରିପବ୍ଲିକ ଅଫ ଦ କଙ୍ଗୋ’ (DRC) ରେ ଏକ ବିମାନ ଦୁର୍ଘଟଣାରେ ୧୪ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦେଶର…

ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ…

ହୀରାକୁଦରେ ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ: ଜାରି ରହିଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର, ୨୬।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସୁପରିଚାଳନା ଏବଂ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?