ଟଙ୍କା ଟଳମଳ, ଡଲାର ସବଳ

ଓ୍ବାଶିଂଟନ/ମୁମ୍ବାଇ,୨୩ା୯: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଟଙ୍କା ଦିନକୁ ଦିନ ତଳକୁ ଖସିବାରେ ଲାଗିଥିବାରୁ ଭାରତର ଅର୍ଥନୀତିକୁ ଶକ୍ତ ଝଟ୍‌କା ଲାଗିଛି। ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ୍‌ ଡଲାରରେ ପହଞ୍ଚାଇବା ନେଇ ସ୍ବପ୍ନ ଦେଖୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନା ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ସାମ୍ପ୍ରତିକ ସ୍ଥିତିରେ ମୁଦ୍ରାସ୍ଫୀତି ଉପରେ ଲଗାମ ଲଗାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି ପ୍ରମାଣିତ ହୋଇଛି। କେବଳ ଭାରତ ନୁହେଁ, ସାରା ବିଶ୍ୱ ଦରଦାମ ବୃଦ୍ଧିଜନିତ ମୁଦ୍ରାସ୍ଫୀତି ସଙ୍କଟକୁ ସାମ୍ନା କରୁଥିବାବେଳେ ଏଥିରେ ଅଙ୍କୁଶ ଲଗାଇବାକୁ ଯାଇ ଆମେରିକାର ରିଜର୍ଭ ବ୍ୟାଙ୍କ ବୁଧବାର କ୍ରମାଗତ ତୃତୀୟ ଥର ଲାଗି ସୁଧହାର ୦.୭୫% ବଢ଼ାଇଛି। ଏହି ସୁଧହାର ବୃଦ୍ଧି ସହ ଡଲାର ଇଣ୍ଡେକ୍ସ ୨୦ ବର୍ଷର ରେକର୍ଡ ଭାଙ୍ଗିଛି। ଆମେରିକାର ଟ୍ରେଜେରି ୟିଲ୍ଡସ୍‌ ମଧ୍ୟ ୧୧ ବର୍ଷର ଇତିହାସରେ ସବୁଠୁ ଉପରକୁ ଉଠିଛି। ଗୁରୁବାର ରାତି ୯ଟାରେ ଡଲାର ସୂଚକାଙ୍କ ୦.୮୩୧ ପଏଣ୍ଟ ବଢ଼ି ୧୧୧.୧୧୭ରେ ପହଞ୍ଚତ୍ଛି। ଏଥିସହ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଟ ୮୧.୧୧୫କୁ ଛୁଇଁଛି। ଗତ ଫେବୃୟାରୀ ୨୪ ପରେ ଏହା ହେଉଛି ଟଙ୍କାର ସବୁଠୁ ବଡ଼ ଅଧଃପତନ।
୪ ଦଶନ୍ଧିର ସର୍ବାଧିକ ମୁଦ୍ରାସ୍ଫୀତିକୁ ସାମ୍ନା କରୁଥିବା ବିତ୍ତଶାଳୀ ଆମେରିକା ଏହାର ମୁକାବିଲା ପାଇଁ ଆଗକୁ ଆହୁରି କଠୋର ପଦକ୍ଷେପ ନେବ ବୋଲି ଫେଡେରାଲ ରିଜର୍ଭ ଚେୟାର ଜେରୋମି ପୋଓ୍ବେଲ ବୁଧବାର ସ୍ପଷ୍ଟ କରିବା ପରେ ଏସୀୟ ପୁଞ୍ଜି ବଜାରଗୁଡ଼ିକର ଫ୍ୟୁଚର୍ସ ରାତାରାତି ଧରାଶାୟୀ ହୋଇଥିଲା। ଏହି କ୍ରମରେ ଗୁରୁବାର କ୍ଲୋଜିଂ ଡେ’ରେ ଭାରତୀୟ ଶେୟାର ମାର୍କେଟ ମଧ୍ୟ ବହୁଳ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ନିଫ୍ଟି ୮୮.୫୫ ପଏଣ୍ଟ ହ୍ରାସ ପାଇ ୧୭,୬୨୯.୮୦କୁ ଖସିଥିବାବେଳେ ସେନ୍‌ସେକ୍ସ ୩୩୭.୦୬ ପଏଣ୍ଟ ତଳକୁ ଖସି ୫୯,୧୧୯.୭୨ରେ ପହଞ୍ଚତ୍ଛି। ସେହିପରି ବ୍ୟାଙ୍କ ନିଫ୍ଟି ୫୭୨.୮୫ ହ୍ରାସ ପାଇ ୪୦,୬୩୦.୬୦ରେ କାରବାର ବନ୍ଦ ହୋଇଥିଲା। ଫେଡେରାଲ ରିଜର୍ଭ ଚଳିତବର୍ଷ ଶେଷ ସୁଦ୍ଧା ସୁଧହାରର ମୋଟ ପରିଣାମକୁ ୪.୪% ପର୍ଯ୍ୟନ୍ତ ବଢ଼ାଇବା ନେଇ ଲକ୍ଷ୍ୟ ରଖିଥିବାରୁ ପରବର୍ତ୍ତୀ ଦୁଇଟି ବୈଠକ(ନଭେମ୍ବର ଓ ଡିସେମ୍ବର)ରେ ଆହୁରି ୧୨୫ ବେସିସ୍‌ ପଏଣ୍ଟ ବୃଦ୍ଧି ଘଟିବା ଅନୁମାନ କରାଯାଉଛି। ଏପରି ହେଲେ ଡଲାର ଆହୁରି ସବଳ ହେବ ଓ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଇବ ବୋଲି ଭାରତୀୟ ପଲିସିମେକର୍ସ ଆକଳନ କରିଛନ୍ତି।
ଡଲାର ମୂଲ୍ୟ ବୃଦ୍ଧି ପାଇଁ କେବଳ ସୁଧହାରକୁ ଦାୟୀ କରାଯାଉ ନାହିଁ। ଏହା ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଯୋଗୁ ବୈଶ୍ୱିକ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଥିବାରୁ ଆମଦାନୀ ରପ୍ତାନି କ୍ଷେତ୍ରରେ ଅବଶିଷ୍ଟ ବିଶ୍ୱରେ ବ୍ୟବହୃତ ଆମେରିକୀୟ ମୁଦ୍ରା ମଜଭୁତ ହୋଇଛି। ରୁଷିଆ ଓ ୟୁକ୍ରେନ୍‌ ସାମଗ୍ରୀ (କମୋଡିଟିଜ୍‌) ଯୋଗାଣକାରୀ ଦୁଇ ବଡ଼ ରାଷ୍ଟ୍ର ହୋଇଥିବାରୁ ଯୁଦ୍ଧ ପରଠୁ ବିଭିନ୍ନ ଦେଶରେ ଅନେକ ସାମଗ୍ରୀର ସଙ୍କଟ ଦେଖାଦେଲାଣି। ଏଥିଯୋଗୁ ଅନ୍ୟ ଦେଶଗୁଡ଼ିକ ତୈଳ ଓ ଗ୍ୟାସ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଚାହିଦା ମେଣ୍ଟାଇବା ପାଇଁ ପରସ୍ପର ଉପରେ ନିର୍ଭର କରୁଛନ୍ତି। ଏଥିଲାଗି ସେମାନେ ଡଲାର ଆକାରରେ ଦେଣନେଣ କରୁଛନ୍ତି। ଇତିମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଆଣବିକ ଅସ୍ତ୍ର ପ୍ରୟୋଗ ଏବଂ ୟୁକ୍ରେନ୍‌କୁ ଅତିରିକ୍ତ ୩ ଲକ୍ଷ ସୈନ୍ୟ ପ୍ରେରଣର ଧମକ ଦେଇଥିବାରୁ ଆଗକୁ ଯୋଗାଣ ଆହୁରି ବ୍ୟାହତ ହେବା ଆଶଙ୍କା ଉପୁଜିଛି।

ଆହୁରି ଖସିବ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ

ଫେଡେରାଲ ରିଜର୍ଭ ସୁଧହାରରେ ୭୫ ବେସିସ୍‌ ପଏଣ୍ଟ ବଢ଼ାଇବା ସହ ଆଗକୁ ଆହୁରି ବୃଦ୍ଧିର ସଙ୍କେତ ଦେଇଛି। ଏଥିଯୋଗୁ ଡଲାର ଇଣ୍ଡେକ୍ସ ଆହୁରି ଉପରକୁ ଉଠିବ। ଫଳରେ ଭାରତୀୟ ଟଙ୍କା ସମେତ ଅଧିକାଂଶ ବଡ଼ ମାର୍କେଟ କରେନ୍ସି ଉପରେ ଚାପ ସୃଷ୍ଟି ହେବ। ଟଙ୍କାର ଅଧଃପତନକୁ ଦେଖିଲେ ଭାରତୀୟ ବଜାର ନିଜ ଆକର୍ଷଣ ହରାଉଥିବା ସ୍ପଷ୍ଟ ଜଣାପଡ଼ୁଛି।
-ନବୀନ କୁଲକର୍ଣ୍ଣୀ, ଚିଫ୍‌ ଇନ୍‌ଭେଷ୍ଟମେଣ୍ଟ ଅଫିସର, ଆକ୍ସିସ୍‌ ସିକ୍ୟୁରିଟିଜ୍‌
ଘରୋଇ ଆର୍ଥିକ ଅଭିବୃଦ୍ଧି ସତ୍ତ୍ୱେ ଭାରତୀୟ ଟଙ୍କା ଚାପରେ ରହିବ। ପୂର୍ବ ଶେସନ୍‌ରେ ଡଲାର ପିଛା ଟଙ୍କାର ବିନିମୟ ମୂଲ୍ୟ ୭୯.୯୭୫୦ ରହିଥିଲା। କିନ୍ତୁ ଫେଡ୍‌ ସୁଧହାର ବୃଦ୍ଧି ଘୋଷଣା କରିବା ପରେ ଏହା ୮୦.୫୮ରେ ପହଞ୍ଚତ୍ ଆଗକୁ ଆହୁରି ଅସ୍ଥିର ହେବା ନେଇ ସଙ୍କେତ ଦେଇଥିଲା। ଟଙ୍କା ଭବିଷ୍ୟତରେ ଆହୁରି ଦୁର୍ବଳ ହେବ। ନିମ୍ନଗାମୀ ଟଙ୍କାକୁ ଅଣ୍ଟା ସଳଖି ଛିଡ଼ା କରାଇବା ପାଇଁ ଆର୍‌ବିଆଇ ପ୍ରଭାବୀ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।
-ସନ୍ତୋଷ ମୀନା, ଗବେଷଣା ମୁଖ୍ୟ, ସ୍ବସ୍ତିକ ଇନ୍‌ଭେଷ୍ଟମେଣ୍ଟ


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri