କଟକରେ ନକଲି ମୃଦୁ ପାନୀୟ କାରଖାନା

କଟକ ଅଫିସ, ୭ା୫: କଟକ ନକଲି ଓ ଅପମିଶ୍ରିତ କାରବାରର ପେଣ୍ଠସ୍ଥଳ ପାଲଟିଛି। ପୂର୍ବରୁ ବେଆଇନ କାରଖାନାରେ ପୋଲିସ ଚଢ଼ାଉ କରି ନକଲି ସିମେଣ୍ଟ, ଚା, ମସଲା, ଅପମିଶ୍ରିତ ସସ୍‌ ଆଦି ଜବତ କରିଛି। କେତେକ କ୍ଷେତ୍ରରେ କାରଖାନାକୁ ସିଲ୍‌ କରାଯିବା ସହ କର୍ମଚାରୀଙ୍କୁ ଗିରଫ କରାଯାଇଛି। ହେଲେ ଏହା ଉପରେ ସମ୍ପୂର୍ଣ୍ଣ ମାତ୍ରାରେ ରୋକ୍‌ ଲଗାଯାଇପାରୁନାହିଁ। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର କଟକ ସୂତାହାଟ ଅଞ୍ଚଳର ଦର୍ଜି ସାହିରେ ଥିବା ଜାଭେଦ ଏଣ୍ଟରପ୍ରାଇଜ୍‌ ନାମକ ନକଲି ମୃଦୁ ପାନୀୟ କାରଖାନାରେ ସିଏମ୍‌ସି ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେଠାରୁ ୮ ଲକ୍ଷ ଟଙ୍କାର ଯନ୍ତ୍ରାଂଶ, ମୃଦୁ ପାନୀୟ ବୋତଲ, ଖାଲି ବୋତଲ ଜବତ କରାଯିବା ସହିତ ୫୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ପରେ ଉକ୍ତ କାରଖାନାକୁ ସିଲ୍‌ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଅଞ୍ଚଳରେ ଏହି ନକଲି ମୃଦୁ ପାନୀୟ କାରଖାନା ଦୀର୍ଘଦିନ ଧରି ଚାଲୁଥିଲା। କାରଖାନା କର୍ତ୍ତୃପକ୍ଷ କଟକ ସହରରେ ବ୍ୟବସାୟ ନ କରି ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଜିଲାରେ ବ୍ୟବସାୟ କରୁଥିଲେ। ବିଶେଷକରି ବିନା ପରୀକ୍ଷାନିରୀକ୍ଷା ଓ ଅସ୍ବାସ୍ଥ୍ୟକର ପରିବେଶରେ ମୃଦୁ ପାନୀୟ ପ୍ରସ୍ତୁତ କରାଯାଉଥିଲା। ଖବରପାଇ କ୍ୟାଣ୍ଟନମେଣ୍ଟ ପୋଲିସ ସହଯୋଗରେ ସିଏମ୍‌ସି ସ୍ବାସ୍ଥ୍ୟ ବିଭାଗ, ଖାଦ୍ୟ ସୁରକ୍ଷା ଅଧିକାରୀ ଓ କର୍ମଚାରୀମାନେ ସେଠାରେ ଚଢ଼ାଉ କରିଥିଲେ। ଯାଞ୍ଚବେଳେ ବେଆଇନ ଭାବେ ନକଲି ମୃଦୁ ପାନୀୟ ପ୍ରସ୍ତୁତ ହେଉଥିବା ଜଣାପଡିଥିଲା। କାରଖାନାର ଫୁଡ୍‌ ଲାଇସେନ୍ସ ଓ ଟ୍ରେଡ୍‌ ଲାଇସେନ୍ସ ନ ଥିଲା। ଏପରି କି କାରଖାନା କର୍ତ୍ତୃପକ୍ଷ ଆବଶ୍ୟକ କାଗଜପତ୍ର ଦେଖାଇବାରେ ବିଫଳ ହୋଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ବାହାରେ ଫିଙ୍ଗା ଯାଉଥିବା ଥଣ୍ଡା ପାନୀୟ ବୋତଲକୁ ସଂଗ୍ରହ କରାଯାଉଥିଲା। ତାହାକୁ ସଫା କରାଯିବା ପରେ ସେଥିରେ ଥଣ୍ଡା ପାନୀୟ ଭର୍ତ୍ତି କରି ସିଲ୍‌ କରାଯାଉଥିଲା। ପରେ ତାହାକୁ ବିକ୍ରି ପାଇଁ ବଜାରକୁ ପଠାଯାଉଥିଲେ। ବିନା ଅନୁମତିରେ ଏହି କାରଖାନା ଚାଲୁଥିବା ଜଣାପଡିଛି। ବାସ୍ତବରେ ଏହି ଥଣ୍ଡା ପାନୀୟ ଲୋକଙ୍କ ଶରୀର ପାଇଁ କେତେ ଉପଯୋଗୀ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଜବତ ଥଣ୍ଡା ପାନୀୟ ବୋତଲ ପରୀକ୍ଷା ପାଇଁ ଲାବୋରେଟୋରିକୁ ପଠାଯିବ ବୋଲି ସିଏମ୍‌ସି ପକ୍ଷରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri