ଧରାପଡ଼ିଲେ ନକଲି ବର

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି,୨୩ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଚାଉଳଶୁଖା ଗଁାର ଜଣେ ଝିଅକୁ ବିବାହ କରିବାକୁ ଆସି ଜଣେ ନକଲି ବର ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କ ଠକାମି ଜଣାପଡ଼ିବା ପରେ ବର ସାଜିଥିବା ବିବାହିତ ବ୍ୟକ୍ତି ଜଣକ ବିବାହ ବେଦିରୁ ସିଧା ଥାନାରେ ପହଞ୍ଚତ୍ଛନ୍ତି। ପୋଲିସ ତାଙ୍କୁ ଅଟକ ରଖିଛି। ତାଙ୍କ ପରିଚୟ ହେଲା ଲକ୍ଷ୍ମୀକାନ୍ତ ତିୱାରୀ। ତାଙ୍କ ଘର କଣ୍ଟାବାଞ୍ଜି ଥାନା ସାଲେପଡ଼ା ଗ୍ରାମରେ। ବିବାହିତ ଲକ୍ଷ୍ମୀକାନ୍ତ ନିଜକୁ ସଞ୍ଜୟ ସାହୁ ନାମରେ ପରିଚୟ ଦେଇ ନକଲି ବର ସାଜି ବିବାହ କରିବାକୁ ଆସିଥିବା ଘଟଣା ଅଞ୍ଚଳବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।
କିଛି ମାସ ପୂର୍ବରୁ କଳାହାଣ୍ଡିର ସଞ୍ଜୟ ସାହୁ ନାମକ ଜଣେ ଯୁବକ ବିବାହ ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚାଉଳଶୁଖା ଗଁାର ସାହୁ ପରିବାରର ଜଣେ ଝିଅକୁ ଦେଖିବାକୁ ଆସିଥିଲେ। ନିଜକୁ ଏକ ସ୍କୁଲର ପ୍ରଧାନ ଶିକ୍ଷକ ବୋଲି ପରିଚୟ ଦେବା ସହ ମାସିକ ୮୦ ହଜାର ଟଙ୍କା ଦରମା ପାଉଥିବା କହିଥିଲେ। ଯୁବକଙ୍କ କଥାକୁ ବିଶ୍ୱାସ କରି ସାହୁ ପରିବାରର ଲୋକେ ନିଜ ଝିଅକୁ ସମ୍ପୃକ୍ତ ସଞ୍ଜୟ ସାହୁଙ୍କ ସହ ବିବାହ ଦେବାକୁ ରାଜି ହୋଇଥିଲେ। ବରଯାତ୍ରୀରେ ଦୁଇ ଶହ ଲୋକ ଆସିବେ, ଭଲ କରି ଚର୍ଚ୍ଚା କରିବେ। ଯୌତୁକରେ ସାମଗ୍ରୀ ଦେବେନି, ଯାହା ଦେବାକୁ ଚାହିଁବେ ଟଙ୍କା ଆକାରରେ ଦେବେ ବୋଲି ନକଲି ବର ସାହୁ ଝିଅ ପକ୍ଷଙ୍କୁ କହିଥିଲେ। ସରକାରୀ ଶିକ୍ଷକ ବୋଲି କହିଥିବାରୁ ଝିଅ ସୁଖରେ ରହିବ ଭାବି ଝିଅପକ୍ଷ ବିବାହ ପ୍ରସ୍ତାବରେ ରାଜି ହୋଇଯାଇଥିଲେ।
ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସୋମବାର ବିବାହ କରିବାକୁ ନକଲି ବର ଏକ ଗାଡ଼ିରେ ୪/୫ ଜଣ ଲୋକଙ୍କ ସହ ଚାଉଳଶୁଖା ଗଁାରେ ପହଞ୍ଚତ୍ଥିଲେ। ଝିଅ ପକ୍ଷ ସମ୍ପୂର୍ଣ୍ଣ ପ୍ରସ୍ତୁତିରେ ବରପକ୍ଷଙ୍କୁ ଅପେକ୍ଷା କରିଥିଲେ। କେବଳ ବର ଗାଡ଼ି ଆସିବା ପରେ କୌଣସି ବରଯାତ୍ରୀ ନ ଆସିବାରୁ ସାହୁ ପରିବାରବର୍ଗ ଓ ସମ୍ପର୍କୀୟ ସନ୍ଦେହ କରିଥିଲେ। ଏହାପରେ ବରକୁ ନାନା ପ୍ରଶ୍ନ କରି ଅଟକ ରଖିଥିଲେ। ଗଁା ଲୋକେ ଠକ ବର ବୋଲି ଜାଣିବା ପରେ ଆଣିଥିବା ସୁନା ଗହଣାକୁ ଯାଞ୍ଚ କରିବାରୁ ତାହା ନକଲି ବୋଲି ଜଣାପଡ଼ିଥିଲ। ଏହାପରେ ଉତ୍‌କ୍ଷିପ୍ତ ଗଁା ଲୋକେ ନକଲି ବରକୁ ଉତ୍ତମ ମଧ୍ୟମ ଦେଇ ବିବାହକୁ ବନ୍ଦ କରିଥିଲେ। ନକଲି ବର ପରିଚୟ ମିଳିବା ପରେ ତାଙ୍କୁ ପୋଲିସ ଜିମା ଦେଇଥିଲେ। ଏନେଇ କଣ୍ଟାବାଞ୍ଜି ପୋଲିସ ସମ୍ପୃକ୍ତ ନକଲି ବରକୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ମୁତାବକ ନକଲି ବର ସାଜି ବିବାହ କରିବାକୁ ଆସିଥିବା ଲକ୍ଷ୍ମୀକାନ୍ତ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଏନେଇ ଏସ୍‌ପି ନୀତିନ କୁଶଲକରଙ୍କୁ ପଚରାଯିବାରୁ ଏହି ମାମଲାରେ ତଦନ୍ତ ଚାଲିଛି, ପରେ ସୂଚନା ଦିଆଯିବ ବୋଲି କହିଛନ୍ତି। ଏହି ଘଟଣା ନକଲି ଡାକ୍ତର ସାଜି ବିଭିନ୍ନ ରାଜ୍ୟରେ ବହୁ ଝିଅଙ୍କୁ ବିବାହ କରି ପରେ ଜେଲ ଯାଇଥିବା ଠକ ରମେଶ ସ୍ବାଇଁଙ୍କ ଘଟଣାକୁ ତାଜା କରିଦେଇଛି। ତେବେ କଣ୍ଟାବାଞ୍ଜି ପୋଲିସ ଦ୍ୱାରା ଅଟକ ଥିବା ନକଲି ବର ତିୱାରୀ ଅନ୍ୟ ସ୍ଥାନରେ ବିବାହ କରିଛନ୍ତି କି ନା ତାହା ସ୍ପଷ୍ଟ ହୋଇନାହଁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri