ରାଜଧାନୀରେ ନକଲି ଘିଅ କାରଖାନା ଠାବ

ଭୁବନେଶ୍ୱର (ବ୍ୟୁରୋ)/ପୁରୁଣା ଭୁବନେଶ୍ୱର, ୧୩।୧(ଡି.ଏନ୍‌.ଏ.): ଭେଜାଲ ଖାଦ୍ୟ ସାମଗ୍ରୀ କାରଖାନା ଏବେ ସାରା ରାଜ୍ୟରେ କାୟା ବିସ୍ତାର କରିଚାଲିଛି। କେଉଁଠି ନକଲି ମସଲା ତ ଆଉ କେଉଁଠି ନକଲି ତେଲ କାରଖାନା ଠାବ କରାଯାଉଛି। ରାଜ୍ୟବାସୀ ଏବେ ଖାଦ୍ୟ ନାଁରେ ଜହର ଖାଇଚାଲିଛନ୍ତି। କିଛି ଅର୍ଥ ଲୋଭରେ କେତେଜଣ ଅସାମାଜିକ ବ୍ୟକ୍ତି ଲକ୍ଷ ଲକ୍ଷ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଛନ୍ତି। ରାସାୟନିକ ଦ୍ରବ୍ୟ ମିଶାଇ ପ୍ରସ୍ତୁତ କରାଯାଉଥିବା ଏହି ବିଷାକ୍ତ ଖାଦ୍ୟ ଖାଇବା ଦ୍ୱାରା ମଣିଷ ଅକାଳରେ ନିଜ ମରଣକୁ ଡାକିଆଣୁଛି। ଆମେ ଖାଉଥିବା ଖାଦ୍ୟ ହିଁ ଆମର ଖାଦକ ସାଜିଛି। କଟକ ପରେ ମଙ୍ଗଳବାର ଭୁବନେଶ୍ୱରସ୍ଥ ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ତ୍ରିଲୋଚନ ବିହାରରେ ଏକ ନକଲି ଘିଅ କାରଖାନା ଠାବ କରାଯାଇଛି। କାରଖାନା ମାଲିକ ଅଭିମନ୍ୟୁ ପୃଷ୍ଟିଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। କାରଖାନାରୁ ବିପୁଳ ପରିମାଣର ନକଲି ଘିଅ, କେମିକାଲ୍‌, କଞ୍ଚାମାଲ ଓ ଯନ୍ତ୍ରପାତି ଜବତ କରାଯାଇଛି।
ଅଭିମନ୍ୟୁଙ୍କର ଏକ ତିନିମହଲା ଘରେ ଏହି ନକଲି ଘିଅ କାରଖାନା ଦୀର୍ଘଦିନ ଧରି ଚାଲିଥିଲା। କୌଣସି ସୂତ୍ରରୁ ଏହି ସୂଚନା ପାଇ ଏୟାରଫିଲ୍ଡ ଥାନା ପୋଲିସ ଓ କୁଇକ୍‌ ଆକ୍ସନ୍‌ ଟିମ୍‌ (କ୍ୟୁଏଟି) ମିଳିତ ଭାବେ ମଙ୍ଗଳବାର ଉକ୍ତ କାରଖାନାରେ ଚଢାଉ କରିଥିଲେ। ପାମୋଲିନ୍‌ ତେଲ, ବିଭିନ୍ନ ରାସାୟନିକ ଦ୍ରବ୍ୟ, ରାସାୟନିକ ରଙ୍ଗ, ବନସ୍ପତି ଓ ବାସ୍ନା ପାଇଁ ଅତର ମିଶାଯାଇ ନକଲି ଘିଅ ପ୍ରସ୍ତୁତ କରାଯାଉଥିଲା। ପ୍ୟାକେଟ୍‌ରେ ବଡ଼ ବଡ଼ ବ୍ରାଣ୍ଡର ଲୋଗୋ ଲଗାଯାଇ ଏହି ନକଲି ଘିଅ ବଜାରକୁ ପଠାଯାଉଥିଲା। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କେସ୍‌ ନ. ୧୮/୨୧ରେ ଆଇପିସି ଧାରା ୪୨୦/୪୬୮/୨୭୨/୨୭୩, ୭୮/୭୯ ଟ୍ରେଡ ଆଣ୍ଡ ମର୍ଚ୍ଚାଣ୍ଡାଇଜ୍‌ ଆକ୍ଟ ୧୯୫୮, ୧୦୧/୧୦୨/୧୦୩/୧୦୪ ଟ୍ରେଡ୍‌ ମାର୍କ ୧୯୯୯ରେ ମାମଲା ରୁଜୁ କରିଛି। ପ୍ୟାକ୍‌ ଉପରେ ପ୍ରସ୍ତୁତ ତାରିଖ, ବ୍ୟାଜ୍‌, ଓଜନ କିଛି ଉଲ୍ଲେଖ ନ ଥିଲା। ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ଘିଅ ନମୁନା ସଂଗ୍ରହ କରାଯାଇଥିବାବେଳେ ଏହା ଖାଦ୍ୟ ଉପଯୋଗୀ ନୁହେଁ ବୋଲି କୁହାଯାଇଛି। ଅଧିକ ପରୀକ୍ଷା ପାଇଁ ରାଜ୍ୟ ଖାଦ୍ୟ ନିରାପତ୍ତା ଲାବ୍‌କୁ ନମୁନା ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?