ନକଲି ଡାକ୍ତର ଗିରଫ

ବ୍ରହ୍ମପୁର,୧୭।୭(ସୁବାସ ଚନ୍ଦ୍ର ପାଢ଼ୀ): ଜାଲ୍‌ ସାର୍ଟିଫିକେଟ୍‌ ପ୍ରସ୍ତୁତକରି ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ ଡେଙ୍ଗାଉସ୍ତା ଛକଠାରେ ଏକ କ୍ଲିନିକ୍‌ରେ ଚିକିତ୍ସା କରୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣକୁ ଗିରଫ କରିଛି। ସେ ହେଲେ ଶୁଭ୍ରଜିତ ପଣ୍ଡା (୨୯)। ତାଙ୍କ ଘର ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ହିନ୍ଦୋଳ ରୋଡ୍‌ରେ। ଜଣେ ମାଇକ୍ରୋବାୟୋଲୋଜି ଛାତ୍ର ଭାବେ ସେ ହାଇଦ୍ରାବାଦରେ ଏମ୍‌ଏସ୍‌ସି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅଧିକ ଟଙ୍କା ରୋଜଗାର ପାଇଁ ଏଭଳି ନକଲି ଡାକ୍ତର ସାଜିଥିବା ଜଣାପଡ଼ିଛି। ଜର୍ମାନୀରୁ (ଅର୍ଥୋପେଡିକ୍‌ ଓ ସ୍ପାଇନାଲ୍‌ ସର୍ଜରି ବିଶେଷଜ୍ଞ ଭାବେ) ଡାକ୍ତରୀ ଯୋଗ୍ୟତା ଅର୍ଜନ କରିଥିବା ନେଇ ପ୍ରେସ୍କ୍ରିପସନ ଏବଂ ନିଜ ଲେଟରପ୍ୟାଡ୍‌ରେ ଉଲ୍ଲେଖ କରୁଥିବା ବେଳେ ଭୁବନେଶ୍ୱର ଏମ୍ସରେ ମଧ୍ୟ ଡାକ୍ତର ଥିବା ନେଇ ବ୍ୟାନର ମାରିଥିଲେ। କିନ୍ତୁ ତା’ ପାଖରେ ଓଡ଼ିଶା ମେଡିକାଲ ରେଜିଷ୍ଟ୍ରେଶନ ଆକ୍ଟ ମୁତାବକ ଜଣେ ଯୋଗ୍ୟତାସମ୍ପନ୍ନ ଡାକ୍ତର ଭାବେ କୌଣସି ପଞ୍ଜୀକୃତ ନମ୍ବର ନ ଥିଲା। ଡେଙ୍ଗାଉସ୍ତା ଛକରେ ଥିବା ବବୁଲ ମେଡିସିନ ଷ୍ଟୋର ଦ୍ୱାରା ପରିଚାଳିତ କ୍ଲିନିକ୍‌ରେ ନିଜର ଜାଲ୍‌ ଡାକ୍ତରୀ ଯୋଗ୍ୟତା ନଥିପତ୍ର ଦେଖାଇ ଚିକିତ୍ସା କରୁଥିଲେ।

ତେବେ ଛଣମେରୀ ଅଞ୍ଚଳର ସୀମାଞ୍ଚଳ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ବଡ଼ ମା’ଙ୍କ ଦେହ ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ତାଙ୍କ ପାଖକୁ ଯାଇଥିଲେ। ହେଲେ ଶୁଭ୍ରଜିତ ତାଙ୍କୁ ଯେଉଁ ଔଷଧ ପ୍ରେସ୍‌କ୍ରାଇବ୍‌ କରିଥିଲେ ତାହା ଖାଇବା ପରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ଫଳରେ ସେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଆଣିବା ସହ ଏନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୨୫୭/୨୩) ରୁଜୁକରିବା ସହ ଘଟଣାର ତଦନ୍ତକରି ଶୁଭ୍ରଜିତଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ନିଜକୁ ଡାକ୍ତର ଦର୍ଶାଉଥିବା ଲେଟରପ୍ୟାଡ୍‌, ଭିଜିଟିଂକାର୍ଡ, ଫ୍ଲେକ୍ସ, ବ୍ୟାନର, ଜାଲ୍‌ ଡାକ୍ତରୀ ଯୋଗ୍ୟତା ସମ୍ପର୍କିତ ନଥିପତ୍ର, ଆଧାରକାର୍ଡ, ଗୋଟିଏ କାର୍‌ ( ଓଡି-୦୨ସିଏଫ୍‌ ୮୩୦୮), ଷ୍ଟେଥୋସ୍କୋପ୍‌, ସିରିଞ୍ଜ ଓ ମେଡିସିନ ଜବତ କରାଯାଇଛି। ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଗିରଫ ଅଭିଯୁକ୍ତ ଜଣକ କଟକର ନୂଆବଜାରସ୍ଥିତ ଏକ ଭଡ଼ାଘରେ ରହି ରାଣିହାଟସ୍ଥିତ ବେଷ୍ଟ ପଲିକ୍ଲିନିକ୍‌ରେ ମଧ୍ୟ ନିଜକୁ ଡାକ୍ତର ପରିଚୟ ଦେଇ ଚିକିତ୍ସା କରୁଥିଲେ। ଉଭୟ ଭଡ଼ାଘର ଏବଂ ଉକ୍ତ କ୍ଲିନିକ୍‌ରେ ପୋଲିସ ଚଢ଼ାଉକରି ଫ୍ଲେକ୍ସ, ଲେଟରପ୍ୟାଡ୍‌ ଏବଂ ଔଷଧ ଜବତ କରିଥିଲା। ଏଥିସହ ଅଭିଯୁକ୍ତ ଜଣକ ଦିଗପହଣ୍ଡି ଥାନା ଅଧୀନ ବବୁଲ୍‌ କ୍ଲିନିକ୍‌କୁ ମାସକରେ ୨ ଦିନ ଆସୁଥିବା ବେଳେ ସେଠାରୁ ଆସ୍କାରେ ଏକ କ୍ଲିନିକ୍‌କୁ ମଧ୍ୟ ଯାଉଥିଲେ। ଉତ୍ତମ ଚିକିତ୍ସା ଯୋଗାଇ ଦେବା ଆଳରେ ରୋଗୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଲୁଟୁଥିଲେ।

ଅନ୍ୟପକ୍ଷେ ୨୦୨୦ ଫେବୃୟାରୀରେ ନକଲି ଡାକ୍ତରର ପରିଚୟ ଦେଇ ଚିକିତ୍ସା କରୁଥିବା ନେଇ ଡବ୍ଲ୍ୟୁଏଚ୍‌ଓ ସଦସ୍ୟ ଏବଂ ଗାନ୍ଧୀ ମେଡିକାଲ କଲେଜର ଡାକ୍ତରଙ୍କ ଅଭିଯୋଗକ୍ରମେ ସେଠାକାର ଥାନା ପୋଲିସ ଏକ ମାମଲା ରୁଜୁକରି ଶୁଭ୍ରଜିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୫ ଦିନ ଜେଲରେ ବିଚାରାଧୀନ ବନ୍ଦୀ ଭାବେ ରହିବା ପରେ କୋର୍ଟରୁ ସର୍ତ୍ତମୂଳକ ଜାମିନରେ ଆସିଥିଲେ। ଏହାପରେ ଦେଢ଼ବର୍ଷ ସେ ନୀରବ ରହିଥିଲେ। ହେଲେ ଓଡ଼ିଶା ଆସି ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ ପୁଣି ନିଜକୁ ନକଲି ଡାକ୍ତର ସଜାଇଥିଲେ ବୋଲି ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ଡା.ସର୍ବଣା ବିବେକ୍‌ ଏମ୍‌. ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri