ଶକ୍ତିର ମେଳା

କୁମ୍ଭମେଳା ହିନ୍ଦୁଧର୍ମର ଏକ ବିଶେଷ ଦିଗକୁ ପ୍ରକାଶ କରେ, ଯାହା ସମ୍ପର୍କରେ ପ୍ରାୟତଃ ଆଲୋଚନା କରାଯାଏ ନାହିଁ। ଏହା କୌଣସି ମନ୍ଦିର, ଦେବତା, ଭକ୍ତି, ଗୀତ କଥା ନୁହେଁ, ଏହା ମୁଖ୍ୟତଃ ଏକ ରୀତିନୀତି, ଯେଉଁଥିରେ ଶରୀରରେ ବିଭୂତି ବୋଳି ଜଟା ଓ ଦଣ୍ଡି ଧାରଣ କରିଥିବା ଏବଂ ବିଭିନ୍ନ ଆଖଡ଼ା ଅଧୀନରେ ଥିବା ଶକ୍ତିଶାଳୀ ନଗ୍ନ ତପସ୍ବୀ(ଦିଗାମ୍ବର)ଙ୍କ ପ୍ରାଧାନ୍ୟ ରହିଛି। ଏମାନେ ଶିବଙ୍କର ଉଗ୍ରରୂପର ଅନୁଗାମୀ। ଏହି ମେଳା ଏକ ଧର୍ମୀୟ ସମାବେଶ, ଯାହାର ଧ୍ୟାନ କିମ୍ବା ଚିନ୍ତନ ସହିତ କୌଣସି ସମ୍ପର୍କ ନାହିଁ। ଏଥିରେ ଏକ ନିର୍ଦ୍ଦିଷ୍ଟ ସମୟରେ,ଏକ ନିର୍ଦ୍ଦିଷ୍ଟ ନଦୀରେ, ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଓ ଠିକ୍‌ ସମୟରେ ବୁଡ଼ ପକାଯାଏ। ସନ୍ନ୍ୟାସୀମାନେ ସ୍ନାନ କରିବା ପରେ ଏହା ସମ୍ପନ୍ନ ହୋଇଥାଏ। ଆମେ ଯୁକ୍ତି ବାଢିପାରିବା ଯେ ଏଥିରେ ଶରୀର(ସଂସ୍କୃତରେ ତନୁ) ଜଡ଼ିତ ଥିବାରୁ ଏହାର ତାନ୍ତ୍ରିକ ଆଧାର ରହିଛି।
ଭାରତର ଅନେକ ଭାଗରେ ଏହିଭଳି ଧର୍ମୀୟ ସମାବେଶ ଅନୁଷ୍ଠିତ ହେଉଛି, ଯେଉଁଥିରେ ଭସ୍ମଲେପିତ ସନ୍ନ୍ୟାସୀମାନେ ଦଳ ଦଳ ହୋଇ ଆସି ଏକାଠି ହୋଇଥାନ୍ତି। ସମ୍ଭବତଃ ଏହିସବୁ ତପସ୍ବୀ ବା ଯୋଗୀମାନେ ପୂର୍ବରେ ତରାଇ ଅଞ୍ଚଳରେ ସୃଷ୍ଟି ହୋଇଥିଲେ ଏବଂ ଖ୍ରୀଷ୍ଟପୂର୍ବ ୧୦୦୦ରେ ପଶ୍ଚିମ ପଞ୍ଜାବ ଅଞ୍ଚଳରୁ ଆସିଥିବା ବୈଦିକ ବ୍ୟବସ୍ଥାକୁ ସେମାନେ ବିରୋଧ କରିଥିଲେ। ସେମାନଙ୍କ ମଧ୍ୟରେ ଗଙ୍ଗାଦ୍ୱାର(ଏବକାର ହରିଦ୍ୱାର)ରେ ସଂଘର୍ଷ ଘଟିଥିଲା ଏବଂ ଏହି ଘଟଣାଟି ଇତିହାସରେ ଲିପିବଦ୍ଧ ରହିଛି। ପ୍ରଥମେ ଏହା ମହାଭାରତରେ ବର୍ଣ୍ଣନା କରାଯାଇଛି, ଯେଉଁଥିରେ ତପସ୍ବୀ ଶିବ ବ୍ରାହ୍ମଣ କୁଳପତି ଦକ୍ଷଙ୍କ ମୁଣ୍ଡ କାଟି ଦେଇଥିଲେ ବୋଲି ବର୍ଣ୍ଣନା କରାଯାଇଛି। ସେବେଠାରୁ ଏହିସବୁ ତପସ୍ବୀ(ସେମାନଙ୍କ ମଧ୍ୟରୁ କେତେକେ ଖପୁରି ଧାରଣ କରିଥାନ୍ତି) ପଶୁପତ, କପାଳିକା, କଳାମୁଖ ନାମରେ ପରିଚିତ। ସେମାନେ ସମୟକ୍ରମେ ପରିବର୍ତ୍ତନ ହୋଇଛନ୍ତି ଏବଂ ଶାନ୍ତ ହୋଇ ପରେ ନାଥଧର୍ମ, ବୈଷ୍ଣବ ଧର୍ମ ଏପରି କି ଶିଖ୍‌ ଧର୍ମର ବିଚାର ଦ୍ୱାରା ପ୍ରଭାବିତ ହୋଇଥିଲେ। ଏବେ ସେମାନଙ୍କୁ ନାଗା କୁହାଯାଉଛି। ଏଣେତେଣେ ଭ୍ରମଣ କରୁଥିବା ଯୋଗୀଙ୍କର କ୍ୟାଲେଣ୍ଡର ବା ପଞ୍ଚାଙ୍ଗ ରାଶିଚକ୍ର ମାଧ୍ୟମରେ ଚନ୍ଦ୍ର (ପ୍ରତି ମାସରେ), ସୂର୍ଯ୍ୟ(ପ୍ରତିବର୍ଷ) ଏବଂ ବୃହସ୍ପତି (ପ୍ରତି ୧୨ ବର୍ଷ) ଚଳନ ଦ୍ୱାରା ନିର୍ଦ୍ଧାରିତ ହେଉଥିଲା। ଯେତେବେଳେ ବୃହସ୍ପତି କୁମ୍ଭ ଏବଂ ସିଂହରେ ଏକାଠି ରହୁଥିଲେ ସେତେବେଳେ ହରିଦ୍ୱାରରେ ଏହାକୁ କୁମ୍ଭ ଓ ନାସିକରେ ସିଂହସ୍ଥା କୁହାଯାଉଥିଲା। ପରେ ସମସ୍ତ ସମାବେଶକୁ କୁମ୍ଭ କୁହାଗଲା ଏବଂ ଭାରତରେ ବ୍ରିଟିଶ ଶାସନରେ ବିପଦରେ ଥିବା ହିନ୍ଦୁ ପରିଚୟକୁ ନିଶ୍ଚିତ କରିବା ଲାଗି ୧୮୫୭ ପରେ ବୁଝିବିଚାରି ଏହାକୁ ‘ଅମରତ୍ୱର ଅମୃତ’ ବୋଲି ଦର୍ଶାଯାଇଥିଲା।
ଆଖଡ଼ାଗୁଡ଼ିକ ଆଦି ଶଙ୍କରାଚାର୍ଯ୍ୟଠାରୁ ସୃଷ୍ଟି ବୋଲି ଦର୍ଶାଇଥାନ୍ତି। ଶଙ୍କରାଚାର୍ଯ୍ୟ ଅଷ୍ଟମ ଶତାବ୍ଦୀରେ ବେଦାନ୍ତକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ସେ ବୌଦ୍ଧଧର୍ମକୁ ବିରୋଧ କରିଥିଲେ। ବହୁ ପରେ ତ୍ରୟୋଦ୍ଦଶ ଶତାବ୍ଦୀରେ ବିଜୟନଗର ସାମ୍ରାଜ୍ୟର ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ଆଦିଶଙ୍କରଙ୍କ ଭ୍ରମଣ, ବିିରୋଧର କାହାଣୀ ଏବଂ ବିତର୍କଗୁଡ଼ିକ ସଂହିତା ଭାବେ ଲିପିବଦ୍ଧ କରାଯାଇଥିଲା। ବିଜୟନଗର ସମ୍ରାଟ କେନ୍ଦ୍ର ଏସିଆରୁ ଭାରତକୁ ଆସିଥିବା ତୁର୍କମାନଙ୍କ ଦ୍ୱାରା ହିନ୍ଦୁଧର୍ମ ବିପଦରେ ଥିବା ଅନୁଭବ କରିଥିଲେ। ଏହା ପୂର୍ବରୁ କେନ୍ଦ୍ର ଏସିଆରୁ ହୁଣ, ଶକ ଏବଂ କୁଶାଣମାନେ କେବଳ କ୍ଷମତା ଓ ଧନ ପାଇଁ ଭାରତକୁ ଆସି ନ ଥିଲେ, ବରଂ ସ୍ଥାନୀୟ ସଂସ୍କୃତିକୁ ପରିବର୍ତ୍ତନ କରିବା ଲାଗି ସେମାନେ ଚାହଁୁଥିଲେ। ମୂର୍ତ୍ତି ପୂଜାକୁ ଅସ୍ବୀକାର କରି ନିରାକାର ଈଶ୍ୱରଙ୍କ ସହ ଜଡ଼ିତ ‘ତୁରୁକୁ ଧର୍ମ’ ପ୍ରଚଳନ କରିଥିଲେ। ଗୋଟିଏ କମ୍ୟୁନିଟି ହଲ୍‌ରେ ଏକାଠି ପଶ୍ଚିମମୁଖା ହୋଇ ପୂଜା କରିବାର ଏକ କଠୋର ପଦ୍ଧତି ଆଣିଥିଲେ, ଯେଉଁଥିରେ କୌଣସି ଜାତି ବିଚାର ନ ଥିଲା। ଆମେ ବର୍ତ୍ତମାନ ତୁରୁକୁ ଧର୍ମକୁ ଇସ୍‌ଲାମ ଭାବେ ସୂଚିତ କରୁଛୁ।
ହିନ୍ଦୁ ଧର୍ମର ଯୋଦ୍ଧା ତପସ୍ବୀ ପରମ୍ପରା ଯଦିଓ ପୁରାତନ, ତଥାପି ଏହା ଇସ୍‌ଲାମ ଶକ୍ତି ଉତ୍‌ଥାନର ପ୍ରତିକ୍ରିୟାରେ ୧୫୦୦ ଖ୍ରୀଷ୍ଟାବ୍ଦ ପରେ ସାମ୍ନାକୁ ଆସିଥିଲା। ଆଧ୍ୟାତ୍ମିକ ସଙ୍ଗୀତକୁ ଆଧାର କରିଥିବା ସୁଫି ଓ ଆଧ୍ୟାତ୍ମିକ ସଙ୍ଗୀତପ୍ରେମୀ ସନ୍ନ୍ୟାସୀମାନେ ପ୍ରାୟ ସମାନ ଥିଲେ। ଯୁଦ୍ଧପ୍ରିୟ ଘାଜିମାନେ ଆକ୍ରମକ ନାଗାଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ନାଗାମାନେ ଓଟ ଦ୍ୱାରା ବାଣିଜ୍ୟକୁ ସୁରକ୍ଷିତ ରଖିଥିଲେ ଏବଂ ଏହା ବଦଳରେ ସେମାନେ ରାଜା ଓ ବଣିକଙ୍କ ସହାୟତା ପାଇଥିଲେ। ଏହା ବିଶେଷକରି ଗଙ୍ଗା ନଦୀ ଅବବାହିକା (ହରିଦ୍ୱାର, ବାରାଣସୀ, ପ୍ରୟାଗରାଜ, ଉଜ୍ଜୟିନୀ) ଏବଂ ଗୋଦାବରୀର ଉପର ଅବବାହିକା (ନାସିକ)ରେ ଘଟିଥିଲା। ଅଷ୍ଟାଦଶ ଶତାବ୍ଦୀରେ ଏଗୁଡ଼ିକ ଦୁର୍ବଳ ମୋଗଲ ଓ ବିକଶିତ ମରାଠାଙ୍କ ପ୍ରତିଯୋଗିତାର କ୍ଷେତ୍ର ପାଲଟିଥିଲା। ଶାହି ଏବଂ ପେଶଓ୍ବାଇ ଶବ୍ଦ ପର୍ସିଆନ (ଇରାନୀୟ) ଓ ମରାଠାଙ୍କ ପ୍ରଭାବକୁ ପ୍ରତିପାଦିତ କରେ। ତେବେ ଏହି ସଂସ୍କୃତି ଦକ୍ଷିଣରେ ଅଧିକ ସ୍ପଷ୍ଟ ନୁହେଁ।
ଜଣେ ତପସ୍ବୀ ବା ଯୋଗୀଙ୍କ ପାଇଁ ସଂଯମତା ଅର୍ଥାତ୍‌ ବ୍ରହ୍ମଚର୍ଯ୍ୟ ପାଳନ ମୁଖ୍ୟ ବିଷୟ। କିନ୍ତୁ ଏବେ ତାହାର ଗୁରୁତ୍ୱ କମିଯାଉଥିବା ଜଣାପଡ଼ୁଛି। ବୌଦ୍ଧ ଓ ଜୈନ ସନ୍ନ୍ୟାସୀଙ୍କ ନୀତିଶିକ୍ଷା ଅନୁଯାୟୀ ଏହା କେବଳ ସାଂସାରିକ ଜୀବନରୁ ସନ୍ନ୍ୟାସ ନେବାକୁ ବୁଝାଏ ନାହିଁ। ଏହା ସିଦ୍ଧି ବା ଶକ୍ତିପ୍ରାପ୍ତିର ମୂଳମନ୍ତ୍ର। ଆଧ୍ୟାତ୍ମିକ ସାଧନା ଦ୍ୱାରା ବୀର୍ଯ୍ୟକୁ ଧାରଣ କରିବା ବା ବ୍ରହ୍ମଚର୍ଯ୍ୟ ପାଳନ କରିବା ଦ୍ୱାରା ଏହି ଶକ୍ତି ହାସଲ ହୋଇଥାଏ। ମନ ଓ ମନ୍ତ୍ରର ଶକ୍ତିକୁ ବ୍ୟବହାର କରି ବୀର୍ଯ୍ୟକୁ ମେରୁଦଣ୍ଡ ମଧ୍ୟଦେଇ ମସ୍ତିଷ୍କରେ ପହଞ୍ଚାଇ ବିକଶିତ କରିବାକୁ ପଡ଼େ। କେବଳ ପୁରୁଷଙ୍କ ଦ୍ୱାରା ଏହା ସମ୍ଭବ ହୋଇଥାଏ। ଏହା ତପସ୍ବୀଙ୍କୁ ଅଲୌକିକ ଶକ୍ତିର ଅଧିକାରୀ କରିଥିଲା, ଯାହାଦ୍ୱାରା ସେମାନେ ପାଣିରେ ଚାଲିପାରୁଥିଲେ, ପବନରେ ଉଡ଼ି ପାରୁଥିଲେ, ହିଂସ୍ର ଜନ୍ତୁଙ୍କ ମଧ୍ୟରେ ବିଚରଣ କରିପାରୁଥିଲେ ଏବଂ ଆକାର ବଦଳାଇ ପାରୁଥିଲେ। କେବଳ ଏତିକି ନୁହେଁ ସେମାନେ ମଣିଷର ମନକୁ ନିୟନ୍ତ୍ରଣ ବି କରିପାରୁଥିଲେ। ସେମାନେ ଥିଲେ ବାସ୍ତବରେ ଅଲୌକିକ କୌଶଳ ଓ ଜ୍ଞାନର ଅଧିକାରୀ। ଏହିସବୁ ରୀତିନୀତି ମୁଖ୍ୟତଃ ହିମାଳୟ ଅଞ୍ଚଳର ତାନ୍ତ୍ରିକ ବୌଦ୍ଧକଳାରେ ଚିତ୍ରିତ ହୋଇଛି। ଏଣୁ ଯୋଦ୍ଧା ତପସ୍ବୀମାନେ ବଡ଼ ଶକ୍ତି ଧାରଣ କରିଥିବା ଦେଖାଯାଇଥିଲା ଏବଂ ରାଜାମାନେ ସେମାନଙ୍କୁ ଭଲ ପାଉଥିଲେ ଓ ସାମରିକ କ୍ଷମତା ବୃଦ୍ଧି କରିବା ସକାଶେ ବ୍ୟବହାର କରୁଥିଲେ।
ଏହିସବୁ ମଧ୍ୟଯୁଗୀୟ ବିଚାର ଆଦି ଶଙ୍କରାଚାର୍ଯ୍ୟଙ୍କ ସମୟରୁ ଲୋକପ୍ରିୟ ଥିଲା। କିନ୍ତୁ ଏବେ ଏହାକୁ ଅଣଦେଖା କରାଯାଉଛି,ଏପରି କି ଭୁଲିଗଲେଣି। ସ୍ମରଣଯୋଗ୍ୟ ଯେ ଯୋଦ୍ଧା ତପସ୍ବୀଙ୍କ ଶକ୍ତି ସେମାନଙ୍କ ବୀର୍ଯ୍ୟରେ ରହିଛି। ଏହା ସେମାନଙ୍କ ଅଙ୍ଗରେ ଲେପିତ ସ୍ବତନ୍ତ୍ର ଗୋବର ଭସ୍ମ ଦ୍ୱାରା ଅବଶୋଷିତ ହୋଇଛି, ଯାହା ଶାହି ସ୍ନାନ ସମୟରେ ଧୋଇଯାଏ। ଏହା ଜଳକୁ ଅମୃତ ତୁଲ୍ୟ ସ୍ବତନ୍ତ୍ର କରିଦିଏ, ଯାହା ଜଣଙ୍କର ସ୍ବାସ୍ଥ୍ୟ ଓ ଭାଗ୍ୟ ବଦଳାଇବାରେ ସକ୍ଷମ ହୋଇଥାଏ। ଏହାର ଶକ୍ତି ପ୍ରଭାବ ଗ୍ରହ ଓ ନକ୍ଷତ୍ରର ଠିକ୍‌ ସଂଯୋଗ ଦ୍ୱାରା ଏବଂ ତ୍ରିବେଣୀ ସଙ୍ଗମ(ସ୍ବର୍ଗରୁ ଆସିଥିବା ଗଙ୍ଗା, ପୃଥିବୀ ବା ମର୍ତ୍ତ୍ୟର ଯମୁନା ଏବଂ ପାତାଳରୁ ଆସିଥିବା ସରସ୍ବତୀ ନଦୀର ମିଳନ ସ୍ଥଳ)ରେ ବୃଦ୍ଧି ପାଇଥାଏ। କୁମ୍ଭ ମେଳା ବିଶେଷକରି ପୁରୁଷ, ସନ୍ନ୍ୟାସୀ, ରୀତିନୀତି, ଅଲୌକିକତା, ସାମରିକ ଏବଂ ରାଜକୀୟଭିତ୍ତିକ। ଏହା ହେଉଛି ହିନ୍ଦୁ ଶକ୍ତି ପ୍ରଦର୍ଶନର ସମାବେଶ। ଏହା ପାହାଡ଼ର ଶକ୍ତିଶାଳୀ ଭୈରବ, ଜଙ୍ଗଲର ଶକ୍ତିଶାଳୀ ହନୁମାନ ଏବଂ ସମତଳ ଅଞ୍ଚଳର ଶକ୍ତିଶାଳୀ ଦତ୍ତାତ୍ରେୟଙ୍କୁ ପ୍ରତିପାଦିତ କରେ। ଏହାକୁ ଆମେ ବୈଦିକ ଶବ୍ଦ ଆତ୍ମା, ମୋକ୍ଷ ଓ ଧର୍ମ ସହ ବିଚାର କରିପାରିବା, କିନ୍ତୁ ଏହା ମୁଖ୍ୟତଃ ସିଦ୍ଧି ଓ ଶକ୍ତିର ସମାବେଶ ବା ମେଳା ବୋଲି ତନ୍ତ୍ର ଶାସ୍ତ୍ରଗୁଡ଼ିକ ସ୍ବଷ୍ଟ କରିଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri