ବାହ୍ୟ ଆକ୍ରମଣ ଓ ବିଦ୍ରୋହ

ଗତ ମାସରେ ଇରାନ୍‌ର ଆଣବିକ କେନ୍ଦ୍ର ଉପରେ ଆମେରିକା ଆକାଶମାର୍ଗରୁ ବୋମା ବର୍ଷଣ କରିଥିଲା ଏବଂ ଏଥିରେ କେତେ କ୍ଷତି ହୋଇଛି, ତାହା ଏବେ ସୁଦ୍ଧା ଆମେ ଜାଣିନୁ। ଜୁନ୍‌ରେ ଅନୁଷ୍ଠିତ ନାଟୋ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗର୍ବର ସହିତ କହିଥିଲେ, ”ଏହା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ମୋର ବିଶ୍ୱାସ“। କିନ୍ତୁ ଏହା ପୂର୍ବରୁ ଆମେରିକାର ଏକ ଗୋଇନ୍ଦା ରିପୋର୍ଟ ପ୍ରକାଶ କରିଥିଲା ଯେ, ଇରାନ୍‌ ପୁଣି କିଛି ମାସ ମଧ୍ୟରେ ଉନ୍ନତ ମାନର ୟୁରାନିୟମ ପ୍ରସ୍ତୁତି ଆରମ୍ଭ କରିପାରେ। ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ)ର ନିର୍ଦ୍ଦେଶକ ରାଫେଲ୍‌ ମାରିଆନୋ ଗ୍ରୋସି ମଧ୍ୟ ସମାନ କଥା କହିଥିଲେ। ତେବେ ଆମେ ଗୋଟିଏ କଥା କହିପାରିବା ଯେ, ଇସ୍ରାଏଲ୍‌-ୟୁଏସ୍‌ର ବମିଂ ଅଭିଯାନ ଇସ୍‌ଲାମିକ ରିପବ୍ଲିକ ଶାସନ ବିରୋଧରେ କୌଣସି ବିଦ୍ରୋହ ସୃଷ୍ଟି କରିପାରିଲା ନାହିଁ। କିନ୍ତୁ ଏଭଳି ଘଟିବ ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଆଶା କରିଥିଲେ। ଏପରିକି ଟ୍ରମ୍ପ୍‌ ମଧ୍ୟ ଭାବୁଥିଲେ ଯେ, ମେକ୍‌ ଇରାନ୍‌ ଗ୍ରେଟ୍‌ ଏଗେନ୍‌ (ଏମ୍‌ଆଇଜିଏ)ରେ ଅସମର୍ଥ ହୋଇଥିବା ଏକ ଶାସନର ବିକଳ୍ପ ହେଉଛି ତାହାକୁ ପରିବର୍ତ୍ତନ କରିବା। କିନ୍ତୁ ଏମ୍‌ଆଇଜିଏ ପାଇଁ ଚେଷ୍ଟା ଦେଶ ଭିତରୁ ନା ବାହାରୁ ହେବା ଉଚିତ ନା ନାହିଁ, ତାହା ସେ ସ୍ପଷ୍ଟ କରିନାହାନ୍ତି।
କୌଣସି ଏକ ଦେଶ ଉପରେ ଆକ୍ରମଣ କରି ସେହି ଦେଶର ନାଗରିକଙ୍କ ନୈତିକ ମନୋବଳ ଭାଙ୍ଗିଦେବା ସହ ସେମାନଙ୍କୁ ନିଜ ନେତାଙ୍କ ବିରୋଧରେ ସ୍ବର ଉଠାଇବା ପାଇଁ ପ୍ରେରିତ କରିବା କଥା ଯାହା ଚିନ୍ତା କରାଯାଉଛି, ତାହା ଏକ ପୁରୁଣା ମାନସିକତା ଓ ପ୍ରାୟତଃ ଗ୍ରହଣୀୟ ନୁହେଁ। ଏହା ସ୍ପେନ ଗୃହଯୁଦ୍ଧ ସମୟରେ ଯେତେବେଳେ ଜର୍ମାନ ଓ ଇଟାଲୀ ଗୁଏର୍‌ନିକା ଉପରେ ୧୯୩୭ରେ ଆକ୍ରମଣ କରିଥିଲେ କିମ୍ବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯେତେବେଳେ ହିଟ୍‌ଲର ବ୍ରିଟେନ୍‌ ଉପରେ ଆକ୍ରମଣ କରିଥିଲେ କିମ୍ବା ମିତ୍ର ଦେଶଗୁଡ଼ିକ ନାଜି ଜର୍ମାନୀର ସହରଗୁଡ଼ିକୁ ଧ୍ୱଂସ କରିଥିଲେ, ସେତେବେଳେ ଏହି ସିଦ୍ଧାନ୍ତ କାମ କରି ନ ଥିଲା। ୧୯୬୫-୬୮ ପର୍ଯ୍ୟନ୍ତ ଉତ୍ତର ଭିଏଟ୍‌ନାମରେ ଚାଲିଥିବା ଅପରେଶନ ରୋଲିଂ ଥଣ୍ଡର ମଧ୍ୟ ଏହି ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା। ଗାଜା ଉପରେ ଏବେ ଜାରି ରହିଥିବା ଇସ୍ରାଏଲ୍‌ର ଆକ୍ରମଣ କ୍ଷେତ୍ରରେ ମଧ୍ୟ ସେୟା ଘଟିଛି।
ଷ୍ଟ୍ରାଟେଜିକ୍‌ ବମିଂରେ ଆକାଶମାର୍ଗରୁ ସଂଖ୍ୟାଧିକ ବୋମା ପକାଯାଇ କୌଣସି ଦେଶର ଭିତ୍ତିଭୂମି ଓ ସମ୍ବଳକୁ ଦୁର୍ବଳ କରାଯାଇଥାଏ। ଦୁଇଟି ବିଶ୍ୱଯୁଦ୍ଧରେ ଇଟାଲୀୟ ଜେନେରାଲ ଗିଉଲିଓ ଡୋଉହେଟ ଏହି କୌଶଳ ପ୍ରସ୍ତୁତ କରିଥିଲେ। କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆକାଶମାର୍ଗରୁ କରାଯାଇଥିବା ଘାତକ ବମିଂରେ ବ୍ରିଟେନ୍‌ର କମାଣ୍ଡର ଇନ୍‌ ଚିଫ୍‌, ଆର୍‌ଏଏଫ୍‌ ବମ୍ବର କମାଣ୍ଡ, ଅର୍ଥୁର ହାରିସ୍‌ (ବମ୍ବର ହାରିସ୍‌ ଭାବେ ଜଣାଶୁଣା) ଏବଂ ଆମେରିକା ଏୟାର ଫୋର୍ସ ଜେନେରାଲ କୁରଟିସ୍‌ ଏମରଶନ୍‌ ଲିମେ ଜଡ଼ିତ ଥିଲେ। ପରେ ୧୯୪୪-୪୫ରେ ଜାପାନର ସହରଗୁଡ଼ିକୁ ଧ୍ୱଂସ କରି ଅନେକ ହଜାର ନାଗରିକଙ୍କୁ ହତ୍ୟା କରାଯାଇଥିଲା। ସେତେବେଳେ କୁହାଯାଉଥିଲା ଯେ, ଯଦି ଆମେରିକା ହାରିଥାଆନ୍ତା, ତେବେ ଲିମେଙ୍କୁ ଯୁଦ୍ଧ ଅପରାଧୀ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଥାଆନ୍ତା। ଷ୍ଟ୍ରାଟେଜିକ୍‌ ବମିଂ ସହରାଞ୍ଚଳକୁ ଧ୍ୱଂସ କରିଦେଲା ଏବଂ ସଂଖ୍ୟାଧିକ ବୋକେ (ଜର୍ମାନ୍‌ ନାଗରିକଙ୍କ ପାଇଁ ଏକ ଉପହାସପୂର୍ଣ୍ଣ ଶବ୍ଦ)ଙ୍କୁ ହତ୍ୟା କରିବାରେ ହାରିସ୍‌ ତାଙ୍କ ଆଶା ପୂରଣ କଲେ। କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଷ୍ଟ୍ରାଟେଜିକ୍‌ ବମିଂକୁ ବ୍ୟାପକ ଭାବେ ବ୍ୟବହାର କଲେ ମଧ୍ୟ ଏହି କୌଶଳ କେବେ ବି ଏକ ବଡ଼ ବିଦ୍ରୋହ ସୃଷ୍ଟି କରିପାରି ନ ଥିଲା। ହିରୋସୀମା ଓ ନାଗାସାକୀ ସହରରେ ପରମାଣୁ ବୋମା ଆକ୍ରମଣର ପରିଣାମ ଯାହା ହୋଇଥାଉନା କାହିଁକି, ଜାପାନରେ ସେଠାକାର ସରକାରଙ୍କ ବିରୋଧରେ କୌଣସି ବିଦ୍ରୋହ ଦେଖାଯାଇ ନ ଥିଲା।
ଏକ ଆକ୍ରମଣ ଲୋକଙ୍କୁ ଭୋକିଲା ରଖିପାରେ, ହେଲେ ଲୋକପ୍ରିୟତା ହରାଇଥିବା ଏକ ସରକାର ପାଇଁ ଏହା ସମର୍ଥନ ଜୁଟାଇବା ସମ୍ଭାବନା ସୃଷ୍ଟି କରେ। ୧୯୪୧ରେ ଲଣ୍ଡନବାସୀଙ୍କ ମନୋବଳ ଭାଙ୍ଗିଦେବା ପାଇଁ ଜର୍ମାନ୍‌ ପ୍ରଚେଷ୍ଟା କରିଥିଲା। କିନ୍ତୁ ଏହା ଲଣ୍ଡନବାସୀଙ୍କୁ ଅଧିକ ଜିଦିଆ କରିବା ସହ ତାଙ୍କ ସହର ଆକ୍ରମଣର ମୁକାବିଲା କରିପାରିବ ବୋଲି ସେମାନଙ୍କ ମନରେ ଦୃଢ଼ ବିଶ୍ୱାସ ଜନ୍ମାଇଥିଲା। ଅବଶ୍ୟ ସେତେବେଳେ ଓ୍ବିନ୍‌ଷ୍ଟନ ଚର୍ଚ୍ଚିଲଙ୍କ ଲୋକପ୍ରିୟତା ଥିଲା। କିନ୍ତୁ ବର୍ଲିନ୍‌ବାସୀଙ୍କ ମଧ୍ୟରେ ଏପରିକି ଯେଉଁମାନେ ହିଟ୍‌ଲରଙ୍କୁ ବିରୋଧ କରୁଥିଲେ, ସେମାନଙ୍କର ମଧ୍ୟ ସମାନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିନା ଅଭିଯୋଗରେ ଯନ୍ତ୍ରଣା ସହିବା କିମ୍ବା ସମସ୍ୟାରେ ରହିବାର ମାନସିକତା ଗଣତାନ୍ତ୍ରିକ ଦେଶ ତୁଳନାରେ ଯଥେଷ୍ଟ ଅଧିକ ଅଛି ଏକଚ୍ଛତ୍ରବାଦ ଶାସନରେ। ଉତ୍ତର ଭିଏଟ୍‌ନାମର ଲୋକେ ସେମାନଙ୍କ ନେତାଙ୍କୁ ମାନିବା ପାଇଁ ବାଧ୍ୟ ହୋଇଥିଲେ, କିନ୍ତୁ ଆମେରିକାର ଆକ୍ରମଣ ସେମାନଙ୍କ ନୈତିକ ଅଧୋଗତି ଘଟାଇବା କିମ୍ବା ଏକ ଜନ ବିଦ୍ରୋହ ସୃଷ୍ଟି କରିବାର କୌଣସି ପ୍ରମାଣ ନାହିଁ। ଆମେରିକାର ଯୁଦ୍ଧ ବିମାନରୁ ଆକ୍ରମଣ କରିଥିଲେ ମଧ୍ୟ ଭିଏଟ୍‌ନାମର ନାଗରିକଙ୍କଠାରେ ପ୍ରକୃତ ଦେଶଭକ୍ତି ଥିଲା।
ସତ୍ୟ ହେଉଛି, କୌଣସି ଦେଶରେ ନାଗରିକମାନେ ସେମାନଙ୍କ ନେତାଙ୍କୁ ଯେତେ ଘୃଣା କରନ୍ତୁ ପଛେ, ବିଦେଶୀ ଶକ୍ତିଙ୍କ ଆକ୍ରମଣକୁ ସେମାନେ ସହ୍ୟ କରନ୍ତି ନାହିଁ। ବିଶେଷକରି ଇରାନ୍‌ ଭଳି ଏକ ଦେଶଭକ୍ତ ଭାବନାରେ ପରିପୂର୍ଣ୍ଣ ତଥା ବୈଦେଶିକ ହସ୍ତକ୍ଷେପର ତିକ୍ତ ଇତିହାସ ସହ ଜଡ଼ିତ ଦେଶରେ ଏହା ସମ୍ଭବ। ୧୯୫୩ରେ ଆମେରିକା ଓ ବ୍ରିଟେନ୍‌ ସମର୍ଥନରେ ବଳପୂର୍ବକ ପ୍ରତିଶ୍ରୁତିବଦ୍ଧ ଗଣତନ୍ତ୍ରକୁ ହଟାଇ ଦିଆଯାଇଥିଲା। ଏବେ ଏହିସବୁ ପାଶ୍ଚାତ୍ୟ ଦେଶ ପ୍ରତି ଘୃଣାଭାବ କମିଯାଇଥାଇପାରେ, କିନ୍ତୁ ସେମାନଙ୍କ ବିଚାର ତଥା କାର୍ଯ୍ୟକଳାପକୁ ଇରାନୀୟମାନେ ସବୁବେଳେ ସନ୍ଦେହ ଦୃଷ୍ଟିରେ ଦେଖନ୍ତି। ଟ୍ରମ୍ପ୍‌ଙ୍କ ମେକ୍‌ ଇରାନ୍‌ ଗ୍ରେଟ୍‌ ଏଗେନ୍‌ ଧ୍ୱନିକୁ ଇରାନୀୟମାନେ ସମର୍ଥନ କରିବା କଷ୍ଟକର।
ଏହା ନିଶ୍ଚିତ ଯେ, ଇରାନ୍‌ର ଆଣବିକ କ୍ଷମତା ହ୍ରାସ କରିବା ଏକ ସକାରାତ୍ମକ ପଦକ୍ଷେପ। ଲେବାନନ୍‌ ଓ ସିରିଆରେ ଇରାନ୍‌ର ସପକ୍ଷବାଦୀ ଉଗ୍ରବାଦୀଙ୍କ ଉପରେ ଇସ୍ରାଏଲ୍‌ର ଆକ୍ରମଣ ମଧ୍ୟ ଏକ ଭଲ ପଦକ୍ଷେପ ହୋଇପାରେ। କିନ୍ତୁ ଏସିଆ ଓ ମଧ୍ୟପ୍ରାଚ୍ୟରେ ଦେଖାଯାଇଥିବା ଅନ୍ୟ ପାଶ୍ଚାତ୍ୟ ସାମରିକ ହସ୍ତକ୍ଷେପ ଗଣତନ୍ତ୍ରକୁ ପରିବର୍ତ୍ତନ କରିପାରିବ ନାହିଁ। ଯେଉଁମାନେ ଇରାନ୍‌ର କଠୋର, ଦମନକାରୀ ଓ କ୍ରୂର ଧର୍ମୀୟ ଶାସନକୁ ହଟାଇପାରିବେ, ସେମାନେ ହେଉଛନ୍ତି ଇରାନ୍‌ର ନାଗରିକ। ଏହି ଶାସନ ଅଧିକ ଲୋକପ୍ରିତା ହରାଇଛି ଏବଂ ୮୦ ପ୍ରତିଶତରୁ ଅଧିକ ଇରାନୀୟ ଗଣତାନ୍ତ୍ରିକ ସରକାର ଚାହାନ୍ତି ବୋଲି ୨୦୨୩ର ଏକ ସର୍ଭେରୁ ଜଣାପଡ଼ିଥିଲା। ଇରାନ୍‌ ଉପରେ ଆକ୍ରମଣ କଲେ ଏହାର ସାମରିକ ଦୁର୍ବଳତା ସାମ୍ନାକୁ ଆଣିଥାଇପାରେ, କିନ୍ତୁ ଶାସନ ବିରୋଧରେ ବଢ଼ୁଥିବା ବିରୋଧକୁ ଏହା ନିଶ୍ଚିତ ଭାବେ ହ୍ରାସ କରିଥିବା ଜଣାଯାଏ।
ଇରାନ୍‌ର ଅଭିନେତା ରେଜା କିଆନିଆନ ସରକାରଙ୍କ ଦୃଢ଼ ସମାଲୋଚକ ତଥା ୨୦୨୨ ଶାସନ ବିରୋଧୀ ଆନ୍ଦୋଳନର ଜଣେ ସମର୍ଥକ ଭାବେ ସେ ନିଃସନ୍ଦେହରେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସ୍ବାଗତ କରିଥାଆନ୍ତେ। କିନ୍ତୁ ଇସ୍ରାଏଲ୍‌ ଓ ଆମେରିକା ଆକ୍ରମଣ ଆରମ୍ଭ କରିଦେବା ଯୋଗୁ ତାଙ୍କ ଦେଶଭକ୍ତି ବଢ଼ିଗଲା। ଫାଇନାନ୍ସିଆଲ ଟାଇମ୍ସକୁ ସେ ସାକ୍ଷାତ୍‌କାରରେ କହିଥିଲେ ଯେ, ଇରାନ୍‌ ବାହାରେ ରହିଥିବା ଜଣେ ବ୍ୟକ୍ତି ଦେଶକୁ ଆଗକୁ ବଢ଼ିବା ପାଇଁ କହିପାରିବେ ନାହିଁ। ଇରାନ୍‌ ହେଉଛି ମୋ ଦେଶ। କ’ଣ କରିବାକୁ ହେବ ମୁଁ ସ୍ଥିର କରିବି। ମୋ ନିଜ ଦେଶରେ ମୁଁ କ’ଣ କରିବି ସେ ସମ୍ପର୍କରେ କାହା କଥାକୁ ଅପେକ୍ଷା କରିବି ନାହିଁ। ବାହ୍ୟ ହସ୍ତକ୍ଷେପ ପ୍ରତି ଏହି ବିମୁଖତା ବା ବିିରୋଧାଭାଷ ଯୁକ୍ତିଯୁକ୍ତ ମନେହୁଏ ଓ ଏହା ଶୀଘ୍ର ଏକ ନୂଆ ସଙ୍କଳ୍ପର ପଥ ଦେଖାଇପାରେ। ଗୋଟିଏ ଶାସନ ଯେତେବେଳେ ଚାପରେ ରହିଥାଏ, ସେତେବେଳେ କ’ଣ ଘଟିବ କେହି କହିପାରିବେ ନାହିଁ। କିନ୍ତୁ ଇରାନର ଏବକାର ଶାସନ ତଥାକଥିତ ଦେଶଦ୍ରୋହୀ ଏବଂ ଅସନ୍ତୁଷ୍ଟଙ୍କ ସ୍ବରକୁ ଦୃଢ଼ ହସ୍ତରେ ଦବାଇ ରଖିଛି। ଇରାନର ସାମରିକ ଦୁର୍ବଳତା ହିଁ ଏହାର ନେତାଙ୍କୁ ଏକ ପରମାଣୁ ବୋମା ତିଆରି କରିବା ପାଇଁ ଦୁଇଗୁଣ ପ୍ରେରଣ କରିବାର ସମ୍ଭାବନା ଅଛି।

ଇଆନ ବୁରୁମା
ପ୍ରତିଷ୍ଠିତ ଲେଖକ


Enter your email to get our daily news in your inbox.

All Right Reserved By Dharitri.Com

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ…

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?