୮ ଏକରରୁ ଊର୍ଦ୍ଧ୍ୱ ଜମିରୁ ହଟିଲା ଜବରଦଖଲ

ଭୁବନେଶ୍ୱର,୭।୭(ବନ୍ଦନା ସେଠୀ): ସରକାରୀ ଖାତାକୁ ଫେରିଲା ୮ ଏକର ୧୪୦ ଡିସିମିଲ ଜମି। କଳାରାହାଙ୍ଗ ମୌଜାର ସରକାରୀ ଖାତା ନମ୍ବର ୭୬୬ର ପ୍ଲଟ ନମ୍ବର ୨୯୪ ଓ ୨୯୫ରେ ଦୀର୍ଘଦିନ ଧରି ବେଆଇନ ଜବରଦଖଲ ହୋଇଥିଲା। ଭୁବନେଶ୍ୱର ତହସିଲଦାରଙ୍କ ରିକ୍ୟୁଜିଶନ କ୍ରମେ ବିଡିଏ ସମ୍ପୃକ୍ତ ଜବରଦଖଲକାରୀଙ୍କୁ ହଟାଇଥିଲା। ଏଥିରେ ୧୫ଟି ଆଜବେଷ୍ଟସ ଘର, ୩ଟି ଟିଣ ଶେଡ୍‌, ଗୋଟିଏ ଗୁହାଳ, ଗୋଟିଏ ଗେଟ୍‌, ୩ଶହ ଫୁଟ ଲମ୍ବର ପାଚେରି, ଗୋଟିଏ ଅର୍ଦ୍ଧନିର୍ମିତ ଘର ଏବଂ ଗୋଟିଏ ପୂଜାମଣ୍ଡପକୁ ଉଚ୍ଛେଦ କରାଯାଇଥିଲା। ପ୍ଲଟ ନମ୍ବର ୨୯୪ରେ ୨ ଏକର ୫୪୦ ଡିସିମିଲ ଓ ପ୍ଲଟ୍‌ ନମ୍ବର ୨୯୭ରେ ୫ ଏକର ୬୦୦ ଡିସିମିଲ ଜମିକୁ ବିଡିଏ ଜବଦଖଲ ମୁକ୍ତ କରିଛି। ଆଇଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ ରିଜର୍ଭ ପୋଲିସ ଏବଂ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା। ଉଚ୍ଛେଦବେଳେ ବିଡିଏ ଯୁଗ୍ମ କମିଶନର (ଏନ୍‌ଫୋର୍ସମେଣ୍ଟ) ଶ୍ୱେତ କୁମାର ଦାଶ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଭୁବନେଶ୍ୱର ଅତିରିକ୍ତ ତହସିଲଦାର, ଇନ୍‌ଫୋସିଟି ଥାନା ଆଇଆଇସି ଉପସ୍ଥିତ ଥିଲେ। ସେହିପରି ଚନ୍ଦ୍ରଶେଖରପୁର ମୌଜା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ସମ୍ପୃକ୍ତ ସ୍ଥାନରେ ବିଏମ୍‌ସି ୱାର୍ଡ ଅଫିସ ପାଇଁ ଏହି ଉଚ୍ଛେଦ ହୋଇଥିଲା। ଏଥିରେ ୩ଟି ଆଜବେଷ୍ଟସ ଘର, ଗୋଟିଏ କବାଡ଼ିଆ ଦୋକାନ, ୨ଟି କ୍ୟାବିନ ଏବଂ ୨ଟି ଉଠାଦୋକାନ ଭଙ୍ଗାଯାଇଥିଲା। ପ୍ରାୟ ୮୦୦୦ ବର୍ଗ ଫୁଟ ଜମିକୁ ଜବରଦଖଲ ମୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଦଳକୁ ଯିବେ ସୌମ୍ୟରଞ୍ଜନ, ଆସିଲା ବଡ଼ ପ୍ରତିକ୍ରିୟା

ଭୁବନେଶ୍ୱର,୨୮।୪: ପୂର୍ବତନ ଖଣ୍ଡପଡା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁଥିରେ ସେ...

୪୬ ଛୁଇଁବ ତାତି, ୧୩ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୮।୪: ତାତିରେ ସିଝୁଛି ସାରା ଓଡ଼ିଶା । ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିକା...

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

ଭାଜପା,ବିଜେଡି କଳହପ୍ରିୟ: ଅଜୟ କୁମାର

କଟକ, ୨୮ା୪(ଶିଳ୍ପା ପ୍ରିୟଦର୍ଶିନୀ)ବାରବାଟୀ-କଟକ କଂଗ୍ରେସ ପକ୍ଷରୁ କଂଗ୍ରେସ ସମାବେଶ କଟକସ୍ଥିତ ଖ୍ରୀଷ୍ଟିଆନ୍‌ ପଡିଆଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ...

‘ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି’

ଭବାନୀପାଟଣା/କୋକସରା/ଗୋଲାମୁଣ୍ଡା/ କର୍ଲାମୁଣ୍ଡା,୨୮।୪(ଉତ୍ତମ କୁମାର ଦାଶ/ ଦୁଷ୍ମନ୍ତ ପଟ୍ଟଯୋଶୀ/ବଟକୃଷ୍ଣ ପଣ୍ଡା/ପ୍ରଦୀପ ସାହୁ): ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର କଳାହାଣ୍ଡି ଜିଲାର...

ପୁରୀ ସାହିଯାତରେ ପ୍ରଚାରକଲେ ନେତା

ପୁରୀ,୨୮ା୪(ଅଜିତ୍‌ ମହାନ୍ତି)ଶ୍ରୀକ୍ଷେତ୍ରରେ ସାହିଯାତକୁ ନେଇ ପୁରୀ ସହର ଏବେ ଉତ୍ସବମୁଖର। ସାହି ଯାତରେ ଶ୍ରୀକ୍ଷେତ୍ରର ପାରମ୍ପରିକ ସମରକଳା ନୃତ୍ୟ ଦେଖିବାକୁ ମଳୁଛି। ଶୁକ୍ରବାର ବାଲିସାହି ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri