୮ ଏକରରୁ ଊର୍ଦ୍ଧ୍ୱ ଜମିରୁ ହଟିଲା ଜବରଦଖଲ

ଭୁବନେଶ୍ୱର,୭।୭(ବନ୍ଦନା ସେଠୀ): ସରକାରୀ ଖାତାକୁ ଫେରିଲା ୮ ଏକର ୧୪୦ ଡିସିମିଲ ଜମି। କଳାରାହାଙ୍ଗ ମୌଜାର ସରକାରୀ ଖାତା ନମ୍ବର ୭୬୬ର ପ୍ଲଟ ନମ୍ବର ୨୯୪ ଓ ୨୯୫ରେ ଦୀର୍ଘଦିନ ଧରି ବେଆଇନ ଜବରଦଖଲ ହୋଇଥିଲା। ଭୁବନେଶ୍ୱର ତହସିଲଦାରଙ୍କ ରିକ୍ୟୁଜିଶନ କ୍ରମେ ବିଡିଏ ସମ୍ପୃକ୍ତ ଜବରଦଖଲକାରୀଙ୍କୁ ହଟାଇଥିଲା। ଏଥିରେ ୧୫ଟି ଆଜବେଷ୍ଟସ ଘର, ୩ଟି ଟିଣ ଶେଡ୍‌, ଗୋଟିଏ ଗୁହାଳ, ଗୋଟିଏ ଗେଟ୍‌, ୩ଶହ ଫୁଟ ଲମ୍ବର ପାଚେରି, ଗୋଟିଏ ଅର୍ଦ୍ଧନିର୍ମିତ ଘର ଏବଂ ଗୋଟିଏ ପୂଜାମଣ୍ଡପକୁ ଉଚ୍ଛେଦ କରାଯାଇଥିଲା। ପ୍ଲଟ ନମ୍ବର ୨୯୪ରେ ୨ ଏକର ୫୪୦ ଡିସିମିଲ ଓ ପ୍ଲଟ୍‌ ନମ୍ବର ୨୯୭ରେ ୫ ଏକର ୬୦୦ ଡିସିମିଲ ଜମିକୁ ବିଡିଏ ଜବଦଖଲ ମୁକ୍ତ କରିଛି। ଆଇଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ ରିଜର୍ଭ ପୋଲିସ ଏବଂ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା। ଉଚ୍ଛେଦବେଳେ ବିଡିଏ ଯୁଗ୍ମ କମିଶନର (ଏନ୍‌ଫୋର୍ସମେଣ୍ଟ) ଶ୍ୱେତ କୁମାର ଦାଶ, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଭୁବନେଶ୍ୱର ଅତିରିକ୍ତ ତହସିଲଦାର, ଇନ୍‌ଫୋସିଟି ଥାନା ଆଇଆଇସି ଉପସ୍ଥିତ ଥିଲେ। ସେହିପରି ଚନ୍ଦ୍ରଶେଖରପୁର ମୌଜା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ସମ୍ପୃକ୍ତ ସ୍ଥାନରେ ବିଏମ୍‌ସି ୱାର୍ଡ ଅଫିସ ପାଇଁ ଏହି ଉଚ୍ଛେଦ ହୋଇଥିଲା। ଏଥିରେ ୩ଟି ଆଜବେଷ୍ଟସ ଘର, ଗୋଟିଏ କବାଡ଼ିଆ ଦୋକାନ, ୨ଟି କ୍ୟାବିନ ଏବଂ ୨ଟି ଉଠାଦୋକାନ ଭଙ୍ଗାଯାଇଥିଲା। ପ୍ରାୟ ୮୦୦୦ ବର୍ଗ ଫୁଟ ଜମିକୁ ଜବରଦଖଲ ମୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?