ଏକ୍ସପ୍ରେସ ଟ୍ରେନ ରହଣି ଦାବି ଜୋର ଧରିଲା

ଗଞ୍ଜାମ,୧୧।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣି ଦାବି ଜୋର ଧରିଛି l ପୂର୍ବରୁ ଷ୍ଟେଶନରେ ପୁରୀ-ତିରୁପତି ଏବଂ ଭୁବନେଶ୍ୱର-ଜଗଦଳପୁର ଏକ୍ସପ୍ରେସ ଟ୍ରେନ ରହି ଆସୁଥିଲା l କିନ୍ତୁ କରୋନା ମହାମାରୀ ଯୋଗୁ ଅନ୍ୟ ସମସ୍ତ ଟ୍ରେନ ସହ ଉକ୍ତ ଦୁଇଟି ଏକ୍ସପ୍ରେସ ଟ୍ରେନ ରହଣି ବାତିଲ କରାଯାଇଥିଲା l କୋଭିଡ ପରବର୍ତ୍ତୀ ସମୟ ପରେ ଅନ୍ୟ ସମସ୍ତ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଦୁଇ ଏକ୍ସପ୍ରେସ ଟ୍ରେନ ଗଞ୍ଜାମ ଷ୍ଟେସନରେ ରହୁନାହିଁ l

ଏନେଇ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ରେଳ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଛି। ହେଲେ ରେଳ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ l ଏଣୁ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଗଞ୍ଜାମ ଷ୍ଟେଶନରେ ଶାନ୍ତିପୂର୍ଣ୍ଣ ଭାବେ ରେଳରୋକୋ ଆନ୍ଦୋଳନ କରାଯିବ ବୋଲି ସୋମବାର ବରିଷ୍ଠ ନାଗରିକଙ୍କ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ କୁହାଯାଇଛି। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ବରିଷ୍ଠ ନାଗରିକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ବରିଷ୍ଠ ନାଗରିକ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ, ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା, ବରିଷ୍ଠ ସଦସ୍ୟ ବିନୋଦ ଚନ୍ଦ୍ର ମହାପାତ୍ର, ତ୍ରୀନାଥ ପାଣିଗ୍ରାହୀ, ପତିତପାବନ ମହାପାତ୍ର, ପଦ୍ମ ଚରଣ ପଣ୍ଡା, ଅରୁଣ ପଣ୍ଡା ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ। ରେଳରୋକୋ ଆନ୍ଦୋଳନରେ ଗଞ୍ଜାମ ସହରର ବିଭିନ୍ନ ସଂଗଠନ ସହ ଗଞ୍ଜାମ ପ୍ରେସ କ୍ଳବ ସାମିଲ ହେବ ବୋଲି ପ୍ରେସକ୍ଳବ ସଭାପତି ଶବର କୁମାର ତରାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri