ପାର୍କିଂ ଫି’ ଶୋଷଣ: ଇ-ଯାନ ପାଇଁ ମିଳୁନି ରିହାତି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜଧାନୀରେ ପାର୍କିଂ ଫି’ ଲୋକଙ୍କ ଚିନ୍ତା ବଢ଼ାଇଛି। ଗାଡ଼ି ରଖିବା ମାତ୍ରେ କେହି ନା କେହି ଆସି ପାର୍କିଂ ଫି’ ଦେବାକୁ ଜୁଲମ କରୁଛନ୍ତି। ରସିଦ ମାଗିଲେ, ନାଲି ଆଖି ଦେଖାଇବା ସହ ଗାଳିଗୁଲଜ ଓ ଦୁର୍ବ୍ୟବହାର କରୁଥିବା ନେଇ ଅନେକ ସମୟରେ ଅଭିଯୋଗ ଉଠିଛି। ଏବେ ପାର୍କିଂସ୍ଥଳରେ ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ଦେବାପାଇଁ ଦାବି କରିବା ଏବଂ ଏହାକୁ ନେଇ ଗାଡି ରଖୁଥିବା ବ୍ୟକ୍ତି ଓ ପାର୍କିଂ ଏଜେଣ୍ଟଙ୍କ ମଧ୍ୟରେ କଥା କଟାକଟି ପୁଣିଥରେ ଦେଖିବାକୁ ମିଳିଛି। ଘଟଣାନୁଯାୟୀ, ଭୁବନେଶ୍ୱରର ସ୍ମାର୍ଟ ଜନପଥ ଅଞ୍ଚଳରେ ପ୍ରସନ୍ନଜିତ ପତି ନାମକ ଜଣେ ବ୍ୟକ୍ତି ତାଙ୍କର ଇଲେକ୍ଟ୍ରିକ୍‌ କାର ପାର୍କ କରିଥିଲେ। ଏଥିପାଇଁ ସେଠାରେ ନିୟୋଜିତ ଟିଜି ସ୍ବୀକୃତି ଏସ୍‌ଏଚ୍‌ଜିର ପାର୍କିଂ ଏଜେଣ୍ଟ ତାଙ୍କୁ ୨୦ଟଙ୍କା ଦେବା ପାଇଁ କହିଥିଲେ। ମାତ୍ର ଇ-ଗାଡ଼ି ପାର୍କିଂ ଫି’ରେ ସରକାର ୪୦% ରିହାତି ରଖିଥିବାରୁ ୧୨ଟଙ୍କା ଦେବାକୁ ପ୍ରସନ୍ନଜିତ୍‌ ଯୁକ୍ତି କରିଥିଲେ। କିନ୍ତୁ ସମ୍ପୃକ୍ତ ଏଜେଣ୍ଟ ଏହାକୁ ନଶୁଣି ୨୦ଟଙ୍କା ଫି’ ଦେବାକୁ ଦାବି କରିଥିଲେ। ଏଜେଣ୍ଟ ଧରିଥିବା ପିଓଏସ୍‌ ମେଶିନ୍‌ରେ ରହିଥିବା ୪ଚକିଆ ଯାନର ଚିହ୍ନକୁ ଛୁଇଁବା ପରେ ସେଥିରେ ପାର୍କିଂ ଦର ୧୨ଟଙ୍କା ରହିଥିବା ପ୍ରସନ୍ନଜିତ ସମ୍ପୃକ୍ତ ଏଜେଣ୍ଟଙ୍କୁ ଦେଖାଇଥିଲେ। ମାତ୍ର ଏହାସତ୍ତ୍ୱେ ସେ ୨୦ଟଙ୍କାରୁ କମ୍‌ ଫି’ ନେବାକୁ ରାଜି ହୋଇ ନ ଥିଲେ, ଯାହାକୁ ନେଇ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ପ୍ରସନ୍ନଜିତ୍‌ ଘଟଣା ସମ୍ପର୍କରେ ଟୁଇଟ୍‌ କରି ବିଏମ୍‌ସିକୁ ଅଭିଯୋଗ କରିଛନ୍ତି। ଏଜେଣ୍ଟ ଧରିଥିବା ପିଓଏସ୍‌ ମେଶିନ୍‌ର ବ୍ୟବହାର ସମ୍ପର୍କରେ ନିଜେ ଅବଗତ ନ ଥିବା କିମ୍ବା ସେମାନଙ୍କୁ ଠିକ୍‌ ଭାବେ ଟ୍ରେନିଂ ଦିଆଯାଇ ନ ଥିବା ଏଥିରୁ ସ୍ପଷ୍ଟ ହୋଇଛି। କେବଳ ସେତିକି ନୁହେଁ, ଟିଜି ଗ୍ରୁପ୍‌କୁ ପାର୍କିଂ ଦାୟିତ୍ୱ ଦେଇଥିବା ବିଏମ୍‌ସିର ଅଧିକାରୀ ମଧ୍ୟ ଏନେଇ ଠିକ୍‌ ଭାବେ ଅବଗତ ନ ଥିବା ଜଣାପଡିଛି। ଏନେଇ ବିଏମ୍‌ସି ଡେପୁଟି କମିଶନର (ରେଭିନ୍ୟୁ) ସପନ ନନ୍ଦଙ୍କୁ ପଚାରିବାରୁ ସେ କହିଛନ୍ତି, ବିଏମ୍‌ସିର ନିର୍ଦ୍ଧାରିତ ପାର୍କିଂ ଫି’ ଅନୁଯାୟୀ, ଦୁଇ ଚକିଆ ଯାନ (ପ୍ରଥମ ଦୁଇଘଣ୍ଟା) ପାଇଁ ୫ଟଙ୍କା ଦେୟ ଧାର୍ଯ୍ୟ ହୋଇଥିବାବେଳେ ୪ଚକିଆ ଯାନ (ପ୍ରଥମ ଦୁଇଘଣ୍ଟା) ପାଇଁ ୨୦ଟଙ୍କା ଫି’ ରହିଛି। ତେବେ ଇଲେକ୍ଟ୍ରି ଗାଡ଼ି ପାଇଁ ସେଭଳି କିଛି ରିହାତି ଥିବା ନେଇ ସେ ଅବଗତ ନ ଥିବା କହିଛନ୍ତି। ସେହିପରି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡର ଜେନେରାଲ ମ୍ୟାନେଜର ସୁବ୍ରତ ବେହେରା ମଧ୍ୟ ଏନେଇ କିଛି ଜାଣି ନ ଥିବା କହିଛନ୍ତି। ତେବେ ବାରମ୍ବାର ପାର୍କିଂ ଫି’ ଆଦାୟକୁ ନେଇ ନିୟୋଜିତ ଏଜେଣ୍ଟ, ଟେଣ୍ଡର ନେଇଥିବା ସଂସ୍ଥା ପକ୍ଷରୁ ଲୋକଙ୍କୁ ଶୋଷଣ କରା ଯାଉଥିବାବେଳେ ବିଏମ୍‌ସି ଏ ସବୁ ଦେଖି ନ ଦେଖିବା ଭଳି ଅଭିନୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?