Posted inଖେଳ

ହାଇଦ୍ରାବାଦରେ ଡିସି-ଏସଆରଏଚ ଲଢ଼େଇ, ଦିଲ୍ଲୀ ପାଇଁ କର ବା ମର ସ୍ଥିତି…

ହାଇଦ୍ରାବାଦ,୨୪।୪ : ଆଇପିଏଲ-୨୦୨୩ର ୩୪ ତମ ମ୍ୟାଚରେ ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ସା ସାଢ଼େ ୭ଟାରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳ ପାଇଁ ବିଜୟ ଆବଶ୍ୟକ। ଦିଲ୍ଲୀ ଦଳ ପଏଣ୍ଟ ଟେବୁଲର ତଳେ ଅଛି । ୬ ଟି ମ୍ୟାଚରେ ଦଳ କେବଳ ଗୋଟିଏ ମ୍ୟାଚ ଜିତିବାରେ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ହାଇଦ୍ରାବାଦ ବିଷୟରେ କହିବାକୁ ଗଲେ ଦଳ ୨ ମ୍ୟାଚ ଜିତିଛି। ଯଦିଓ ଦଳର ଅବସ୍ଥା ଦିଲ୍ଲୀ ଅପେକ୍ଷା ଭଲ। ଏଭଳି ପରିସ୍ଥିତିରେ ଉଭୟ ଦଳ ବିଜୟ ଆଶା କରୁଛନ୍ତି।

ଏହି ମ୍ୟାଚ ଦିଲ୍ଲୀ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି। ଦଳ ୬ ଟି ମ୍ୟାଚ ଖେଳି ସାରିଛି। ଦଳର ମାତ୍ର ୨ ପଏଣ୍ଟ ରହିଛି। ଦଳର ୮ଟି ମ୍ୟାଚ ବାକି ଅଛି । ଯଦି ଦଳ ସମସ୍ତ ମ୍ୟାଚ ଜିତେ, ତେବେ ଏହା ୧୮ ପଏଣ୍ଟ ସ୍କୋର କରିବାରେ ସକ୍ଷମ ହେବ। ଗତ ସିଜିନରେ ଚାରି ନମ୍ବର ସ୍ଥାନରେ ଥିବା ଦଳର ପଏଣ୍ଟ ୧୬ ଥିଲା।ଏଭଳି ପରିସ୍ଥିତିରେ କୁହାଯାଇପାରେ ଯଦି ଦିଲ୍ଲୀ ି ହାରିଯାଏ, ତେବେ ପରବର୍ତ୍ତୀ ଲିଗର ଯାତ୍ରା କଷ୍ଟସାଧ୍ୟ ହେବ।

ଦିଲ୍ଲୀ ସହିତ ହାଇଦ୍ରାବାଦର ଅବସ୍ଥା ମଧ୍ୟ ଖରାପ ରହିଛି। ୬ ଟି ମ୍ୟାଚରେ ଦଳ ମାତ୍ର ୨ ଟି ମ୍ୟାଚ ଜିତିବାରେ ସକ୍ଷମ ହୋଇଛି। ସେଥିପାଇଁ ଦଳ ଆଉ ଗୋଟିଏ ପରାଜୟର ସମ୍ମୁଖୀନ ହୋଇପାରେ। ଅନ୍ୟଥା, ଦଳ ପାଇଁ କର ବା ମର ପରିସ୍ଥିତି ଉପୁଜିବ।

ସନରାଇଜର୍ସ ହାଇଦ୍ରାବାଦ ପ୍ଲେଇଙ୍ଗ ୧୧ରେ ମୟଙ୍କ ଅଗ୍ରୱାଲ, ହ୍ୟାରି ବ୍ରୁକ, ରାହୁଲ ତ୍ରିପାଠୀ, ଆଡେନ ମାର୍କ୍ରାମ (ଅଧିନାୟକ), ହେନିରିଚ କ୍ଲାସେନ (ଓ୍ବିକେଟ କିପର), ୱାଶିଂଟନ ସୁନ୍ଦର, ମାର୍କୋ ଜାନସେନ, ଭୁବନେଶ୍ୱର କୁମାର, ଉମରନ ମଲିକ ଏବଂ ଟି ନଟରାଜନ ପ୍ରମୁଖ ଅଛନ୍ତି।

ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେଇଙ୍ଗ ୧୧ରେ ଡେଭିଡ ୱାର୍ଣ୍ଣର (ଅଧିନାୟକ), ପୃଥ୍ବୀ ଶ / ସରଫରାଜ ଖାନ, ମିଚେଲ ମାର୍ଶ, ମନୀଷ ପାଣ୍ଡେ, ଫିଲ ସଲ୍ଟ(ଓ୍ବିକେଟ କିପର), ଲଲିତ ଯାଦବ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ଅନରିଚ ନୋର୍ଟଜେ ଏବଂ ମୁକେଶ କୁମାର ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ମୋଦିଙ୍କୁ ଭେଟିଲେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ହ୍ବାଇଟ ହାଉସ ଗସ୍ତ ପାଇଁ କଲେ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୩।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଗସ୍ତ ପାଇଁ ଭାରତ ଆସିଥିବା ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ସାକ୍ଷାତ କରିଛନ୍ତି। ସାକ୍ଷାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri