ଗଣଶିକ୍ଷା ବିଭାଗର ସ୍ପଷ୍ଟୀକରଣ

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ତୃତୀୟ ଶ୍ରେଣୀର ଭାଷା ପଠନ ପୁସ୍ତିକାରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଖବର ସୋମବାର ‘ଧରିତ୍ରୀ’ର ତୃତୀୟ ପୃଷ୍ଠାରେ ପ୍ରକାଶ ପାଇଥିଲା। ପୁସ୍ତକରେ ଇଂଲିଶ ଭାଷାକୁ ବ୍ୟବହାର କରାଯିିବା ସହ ଚିତ୍ରରେ କମ୍ପାନୀ ବ୍ରାଣ୍ଡ୍‌କୁ ପ୍ରଚାର କରାଯାଇଥିବା ଖବରରେ ଉଲ୍ଲେଖ ଥିଲା। ଏ ନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ପଷ୍ଟୀକରଣ ମାଧ୍ୟମରେ କୁହାଯାଇଛି, ପିଲାମାନେ ବିଦ୍ୟାଳୟ ଯିବା ପୂର୍ବରୁ ନିଜର ଆଖପାଖରେ ଦେଖୁଥିବା ପରିଚିତ ବସ୍ତୁଗୁଡ଼ିକୁ ଯେପରିକି ବିସ୍କୁଟ, ଚକୋଲେଟ୍‌, କ୍ଷୀର ପ୍ୟାକେଟ୍‌, ଥଣ୍ଡା ପାନୀୟ ଇତ୍ୟାଦିକୁ ସେଗୁଡ଼ିକର ପ୍ୟାକେଟ୍‌ରେ ଲେଖାଥିବା ଶବ୍ଦକୁ ଲକ୍ଷ୍ୟ କରି ଚିହ୍ନି କହିପାରିବାର ଦକ୍ଷତା ହାସଲ କରିଥାନ୍ତି। ସେମାନଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ ଖାଦ୍ୟ ପ୍ୟାକେଟ୍‌ଗୁଡ଼ିକୁ ଦୋକାନରେ ଦେଖି ଚିହ୍ନଟ କରି କହିପାରନ୍ତି। ଅକ୍ଷର ଚିହ୍ନଟ ପ୍ରକ୍ରିୟା ଓ ପଠନ ଅଭ୍ୟାସ ପୂର୍ବରୁ ପିଲାମାନେ ନିଜର ପରିଚିତ ବସ୍ତୁର ପ୍ୟାକେଟ ଖୋଳକୁ ଜାଣିପାରି ପଢ଼ିଦେଇପାରନ୍ତି। ଏହାକୁ ଲୋଗୋଗ୍ରାଫିକ ରିଡିଙ୍ଗ (Logographic Reading) କୁହାଯାଏ। ତୃତୀୟ ଶ୍ରେଣୀର ପଠନ ପୁସ୍ତିକାରେ ଏହିପରି କେତେକ ପରିଚିତ ବସ୍ତୁର ପ୍ୟାକେଟକୁ ଉଦାହରଣ ଭାବେ ନିଆଯାଇ ପିଲାମାନଙ୍କର ଲୋଗୋଗ୍ରାଫିକ ରିଡିଙ୍ଗର ପରୀକ୍ଷା କରାଯାଇଛି। ପିଲାମାନଙ୍କ ଦ୍ୱାରା ପ୍ରାୟତଃ ବ୍ୟବହୃତ ବସ୍ତୁଗୁଡ଼ିକର ଖୋଳରେ ଛପାଯାଇଥିବା ପରିଚିତ ଶବ୍ଦଗୁଡ଼ିକୁ ସେମାନେ ଚିହ୍ନିପାରି ପଢ଼ିଦିଅନ୍ତି। ଯେମିତିକି ପିଲାମାନେ ବିଭିନ୍ନ ମୁଦ୍ରା ଓ ନୋଟ୍‌ଗୁଡ଼ିକୁ ମଧ୍ୟ ଚିହ୍ନଟ କରି କହିପାରନ୍ତି। ମାନସିକ ତଥା ଭାବଗତ ଭାବେ ଜଡ଼ିତ ଥିବା ପ୍ରିୟ ବ୍ୟକ୍ତି ବିଶେଷଙ୍କ ନାମକୁ ମଧ୍ୟ ପିଲାମାନେ ଦେଖି ଦେଖି ପଢ଼ିପାରନ୍ତି। ଦୂରଦର୍ଶନ/ଟିଭିରେ ବିଭିନ୍ନ ବିଜ୍ଞାପନକୁ ବାରମ୍ବାର ଦେଖିଲା ପରେ ନିର୍ଦ୍ଦିଷ୍ଟ କମ୍ପାନୀ/ବ୍ରାଣ୍ଡ୍‌ର ଜିନିଷଗୁଡ଼ିକର ନାମ ପଢ଼ିଦେଇ ପାରନ୍ତି। ତେଣୁ ବିଦ୍ୟାଳୟକୁ ଆସିବା ପୂର୍ବରୁ ତଥା ରୀତିମତ ଶ୍ରେଣୀଗୃହର ପଠନ-ଶିକ୍ଷଣ ପ୍ରକ୍ରିୟା ଆରମ୍ଭ ହେଲା ବେଳକୁ ପିଲାମାନେ ଦେଖି ଚିହ୍ନି ପଢ଼ିବାକୁ ସକ୍ଷମ ହୋଇସାରିଥାନ୍ତି। ଶିକ୍ଷଣତତ୍ତ୍ୱ ଓ ପରୀକ୍ଷଣର ଏହି ବିଚାରଧାରାକୁ ଆଧାର କରି ପଠନ ପୁସ୍ତିକାର ପ୍ରଥମ ପୃଷ୍ଠାରେ ଛବି ପଠନର ଅବତାରଣା କରାଯାଇଛି।
ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ(Foundational Literacy and Numeracy Programme) ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟପୁସ୍ତିକା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପଠନ ସାମଗ୍ରୀ ପ୍ରସ୍ତୁତି ସହ ଭାଷାଜ୍ଞାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଅନୁବନ୍ଧିତ ପ୍ରତିଷ୍ଠିତ ସଂସ୍ଥା ଲାଙ୍ଗୁଏଜ୍‌ ଆଣ୍ଡ୍‌ ଲର୍ନିଂ ଫାଉଣ୍ଡେଶନ(Language and Learning Foundation)ର ବୈଷୟିକ ସହାୟତା ତଥା ପ୍ରାଥମିକ ଶିକ୍ଷାସ୍ତର ପାଇଁ ଉଦ୍ଦିଷ୍ଟ ‘ରାଜ୍ୟ ଶିକ୍ଷା ପ୍ରାଧିକରଣ’(State Academic Authority)ଙ୍କ ତତ୍ତ୍ୱାବଧାନରେ ଏହି ପୁସ୍ତକ ପ୍ରସ୍ତୁତି କାର୍ଯ୍ୟ ସମ୍ପାଦନ ହୋଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଉପରୋକ୍ତ ସ୍ପଷ୍ଟୀକରଣରେ ‘ଧରିତ୍ରୀ’ରେ ପ୍ରକାଶ କରାଯାଇଥିବା ଖବରର ତଥ୍ୟକୁ କୌଣସି ଭାବେ ଖଣ୍ଡନ କରାଯାଇ ନାହିଁ। ଅର୍ଥାତ୍‌ ଖବର ସତ୍ୟ ଉପରେ ଆଧାରିତ ଥିଲା। ଏହାବ୍ୟତୀତ ଜନସାଧାରଣଙ୍କୁ ଲୋଗୋଗ୍ରାଫିକ ଭଳି ଶବ୍ଦ ବ୍ୟବହାର କରି ବୁଝାଇବାର ଚେଷ୍ଟା କରାଯାଇଛି। ତେବେ କେତୋଟି ଘରୋଇ କମ୍ପାନୀ ସାମଗ୍ରୀକୁ ସରକାରୀ ପୁସ୍ତକ ମାଧ୍ୟମରେ ଛାତ୍ରୀଛାତ୍ରଙ୍କ ମୁଣ୍ଡରେ ପୂରାଇବାର ମନ୍ଦ ଉଦ୍ୟମ ସ୍ପଷ୍ଟ ଜଣାପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri