ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ। ଏହାକୁ ଏକ ନିୟାମକ ଦ୍ୱାରା ପରିଚାଳନା କରାଯାଉଛି, ଯାହା ବିଶେଷଜ୍ଞତାକୁ ଏକ ଅତିରିକ୍ତ ବିଷୟ ଭାବେ ଦେଖେ। ସାରା ବିଶ୍ୱରେ ବିମାନ ନିୟାମକଗୁଡ଼ିକ ସେହି ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ, ଯେଉଁମାନେ ସେମାନଙ୍କ ଜୀବନକୁ କକ୍‌ପିଟ୍‌, ଟାୱାର ନିୟନ୍ତ୍ରଣ, ବିମାନ ବୋର୍ଡରୁମ୍‌ କିମ୍ବା ଇଞ୍ଜିନିୟରିଂ ହ୍ୟାଙ୍ଗରରେ ସୀମିତ ରଖିଥାନ୍ତି। ବ୍ରିଟେନ ଜଣେ କମର୍ସିଆଲ ପାଇଲଟଙ୍କୁ ବିଶ୍ୱାସକରେ। ଏକ ପ୍ରମୁଖ ବିମାନ ସେବା ପରିଚାଳନା କରୁଥିବା ଜଣେ ବ୍ୟକ୍ତିଙ୍କୁ ଆମେରିକା ବାଛିଥିଲା । ଫ୍ରାନ୍ସ ଏବଂ ଚାଇନାର ଇଞ୍ଜିନିୟରମାନେ ଟ୍ରୁବୁଲେନ୍ସ ଏବଂ ଅକ୍ଷମତା ମଧ୍ୟରେ ପାର୍ଥକ୍ୟକୁ ଜାଣିଥାନ୍ତି। ଏହି ଦେଶଗୁଡ଼ିକ ବିଶେଷଜ୍ଞତାକୁ ଏକ ଆବଶ୍ୟକତା ବୋଲି ବିବେଚନା କରନ୍ତି। ଭାରତରେ ଡାଇରେକ୍ଟର ଜେନେରାଲ ଅଫ୍‌ ସିଭିଲ ଆଭିଏସନ( ଡିଜିସିଏ)ପଦବୀରେ ପ୍ରାୟତଃ ଜଣେ ବାବୁ ରହନ୍ତି, ଯାହାଙ୍କ କ୍ୟାରିୟର କୃଷି, ସ୍ବାସ୍ଥ୍ୟ, ପର୍ଯ୍ୟଟନ ଆଦିରେ କଟିଥାଏ। ଆମ ବ୍ୟବସ୍ଥା ବିଶ୍ୱାସ ଉପରେ କାର୍ଯ୍ୟ କରୁଥିବା ମନେହୁଏ । ଯଦି ଆପଣ ଜଣେ ଜିଲା ମାଜିଷ୍ଟ୍ରେଟ୍‌ ହୋଇଥିବେ, ତେବେ ଆପଣ ଉଡ଼ାଣ ସୁରକ୍ଷା ନିୟମ, ବିମାନ ଉଡ଼ାଣ ଯୋଗ୍ୟତା ଏବଂ ପାଇଲଟ ଲାଇସେନ୍ସିଂ ପରିଚାଳନା କରିପାରିବେ ବୋଲି ଆମର ଧାରଣା ରହିଛି। ବିମାନ ଚଳାଚଳ ଅନୁମାନ ଆଧାରିତ କାର୍ଯ୍ୟ ଏବଂ ବିଶେଷକରି ପ୍ରଶାସନିକ ବରିଷ୍ଠତାକୁ ଗ୍ରହଣକରେ ନାହିଁ । ଡିଜିସିଏ ଏକ ସରକାରୀ କାର୍ଯ୍ୟାଳୟ ନୁହେଁ। ଏହା ଲକ୍ଷ ଲକ୍ଷ ଯାତ୍ରୀଙ୍କ ପାଇଁ ଦେଶର ସୁରକ୍ଷା କବଚ। ସ୍ବୀକାର କରିବାର ସମୟ ଆସିଛି ଯେ, ବେସାମରିକ ବିମାନ ଚଳାଚଳ ପରିଚାଳନାଗତ ଆତ୍ମବିଶ୍ୱାସ ଅପେକ୍ଷା ଅଧିକ କିଛି ଆବଶ୍ୟକ କରେ। ଏଥିପାଇଁ ବିମାନ ଚଳାଚଳ ବିଶେଷଜ୍ଞତାର ଦକ୍ଷତା ଆବଶ୍ୟକ।
ସ୍ପଷ୍ଟୀକରଣ ଦିଆଯାଉ ନାହିଁ
ପ୍ରସାର ଭାରତୀର ଅଧ୍ୟକ୍ଷ ପଦରୁ ନବନୀତ କୁମାର ସେହଗଲ ଇସ୍ତଫା ଦେଇଛନ୍ତି। ଏହି ପଦବୀ ଅନେକ ବର୍ଷ ଖାଲି ପଡ଼ିବା ପରେ ମାର୍ଚ୍ଚରେ ସେହଗଲ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ବହୁ କଷ୍ଟରେ ୯ ମାସ ପୂରଣ କରିଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଇସ୍ତଫାର କୌଣସି କାରଣ ଦର୍ଶାଗଲା ନାହିଁ, ସାର୍ବଜନିନ ଭାବେ କୌଣସି ସ୍ପଷ୍ଟୀକରଣ ମଧ୍ୟ ଦିଆଗଲା ନାହିଁ। ସମୟକୁ ନେଇ ତାଙ୍କ ଇସ୍ତଫା କେବଳ ବିବାଦୀୟ ହୋଇନାହିଁ, ବରଂ ପ୍ରସାର ଭାରତୀର ଅସ୍ବସ୍ତିକର ଇତିହାସ ଯୋଗୁ ଏହା ହୋଇଛି। ସେହଗଲଙ୍କ କାର୍ଯ୍ୟକାଳରେ ମନ୍ଥନର ଏକ ପର୍ଯ୍ୟାୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ଡିଡି ନ୍ୟୁଜ୍‌ର ନୂତନ ବ୍ରାଣ୍ଡିଂଠାରୁ ଆରମ୍ଭକରି ପ୍ରୋଗ୍ରାମିଂରେ ଉନ୍ନତି ଆଣିବା, ଆଉଟ୍‌ସୋର୍ସିଂ ଚୁକ୍ତି ଏବଂ ପ୍ରସାରକୁ ଏକ ପରିଚୟ ଦେବା ପାଇଁ ପ୍ରୟାସ କରାଯାଇଥିଲା। ଏହି ପଦକ୍ଷେପଗୁଡ଼ିକ ପାଇଁ ସ୍ଥିର ନେତୃତ୍ୱ ଆବଶ୍ୟକ ଥିଲା, ପୁନର୍ବାର ନେତୃତ୍ୱରେ ଶୂନ୍ୟସ୍ଥାନ ସୃଷ୍ଟି କରିବାର ନ ଥିଲା। ସେହଗଲଙ୍କ ତ୍ୱରିତ ପ୍ରସ୍ଥାନ ଏବେ ସମଗ୍ର ବ୍ୟବସ୍ଥା ପାଇଁ ପୁଣି ଥରେ ସମସ୍ୟାର କାରଣ ହୋଇଛି, ଯାହାକୁ ନେଇ ଅଧିକ କଳ୍ପନାଜଳ୍ପନା ପ୍ରକାଶ ପାଇବା ସ୍ବାଭାବିକ। କେତେକ ମନ୍ତ୍ରଣାଳୟ ସହ ତାଙ୍କର ମତଭେଦ ହୋଇଥାଇପାରେ ବୋଲି କେତେକେ କହୁଥିବାବେଳେ ଅନେକେ ସଂସ୍କାରର ଗତି ଏବଂ ଦିଗକୁ ଇଙ୍ଗିତ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ରେ ଘଟୁଥିବା ଘଟଣାଗୁଡ଼ିକ ସହ କୌଣସି ସମ୍ପର୍କ ଥାଇପାରେ କିମ୍ବା ନ ଥାଇପାରେ, ହେଲେ ବିଶ୍ୱାସର ପରିବେଶକୁ ନେଇ ପ୍ରଶ୍ନ ଉଠୁଛି। ପ୍ରସାର ଭାରତୀର ଅଧ୍ୟକ୍ଷ ତାଙ୍କ କାର୍ଯ୍ୟକାଳର ଅଧାରୁ କାହିଁକି ଚାଲିଗଲେ ସେ ସମ୍ପର୍କରେ ସରକାର ଯେପର୍ଯ୍ୟନ୍ତ ସ୍ପଷ୍ଟୀକରଣ ଦେଇନାହାନ୍ତି ସେପର୍ଯ୍ୟନ୍ତ କଳ୍ପନାଜଳ୍ପନା ଆହୁରି ବଢ଼ିବ।
ବିଶ୍ୱାସ ତୁଟିଯାଉଛି
ତେଲଙ୍ଗାନା ସଚିବାଳୟକୁ ନେଇ ପୁଣି ଥରେ ଗୁଞ୍ଜରଣ ସୃଷ୍ଟିହୋଇଛି। କେତେଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଯୋଗୁ ଏଭଳି ଅଶାନ୍ତ ସ୍ଥିତି ହୋଇଥିବା ଜଣାପଡ଼ିଛି। ଫାଇଲ, ପଦାନୁକ୍ରମ ଏବଂ ଲିଖିତ ଉତ୍ତରଦାୟିତ୍ୱ ଉପରେ ପର୍ଯ୍ୟବସିତ ଏକ ବ୍ୟବସ୍ଥାରେ ବ୍ୟକ୍ତିଗତ ଚାଟ୍‌ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରୁଥିବା ଧାରଣା ଅତ୍ୟନ୍ତ ଚିନ୍ତାର ବିଷୟ । ରିପୋର୍ଟଗୁଡ଼ିକ ସୂଚାଇଦେଉଛି ଯେ ଏହା ସାଧାରଣ ଚାଟ୍‌ ବା କଥାବାର୍ତ୍ତା ନ ଥିଲା। ଶକ୍ତିଶାଳୀ ପଦବୀରେ ଥିବା ଅଧିକାରୀଙ୍କର ଏହା ଥିଲା ଏକ ସର୍କଲ ବା ମଣ୍ଡଳ, ଯାହାକୁ ସେମାନେ ସତର୍କତାର ସହ ସଂଯୋଜିତ କରୁଥିଲେ। ସେଥିରେ କେତେଜଣ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଜଡ଼ିତ ଥିଲେ, ଯେଉଁମାନେ ଆନୁଷ୍ଠାନିକ ଶୃଙ୍ଖଳା ବାହାରେ ଫାଇଲ ଗତିବିଧି ଏବଂ ପାଣ୍ଠି ଅନୁମୋଦନକୁ ପରିଚାଳନା କରୁଥିଲେ। ଏହାକୁ ନେଇ ମନ୍ତ୍ରୀମାନେ ହତାଶ ହୋଇଯାଇଛନ୍ତି ବୋଲି ଆମକୁ କୁହାଯାଉଛି। ସେମାନେ ଭାବୁଛନ୍ତି, ଗୋଷ୍ଠୀ ଭିତରେ କିଛି ଫାଇଲ ଦ୍ରୁତ ଗତିରେ ଯାଉଥିବା ବେଳେ ସେମାନଙ୍କର ନିଜସ୍ବ ସୁପାରିସଗୁଡ଼ିକୁ ଏଡାଇ ଦିଆଯାଉଛି। ଏହାଦ୍ୱାରା କେବଳ ପ୍ରୋଟୋକଲ କ୍ଷତିଗ୍ରସ୍ତ ହେଉ ନାହିଁ, ବରଂ ବିଶ୍ୱାସ ତୁଟିଯାଉଛି। ଅଧିକାରୀମାନେ ସନ୍ଦେହ କରିବା ଆରମ୍ଭକଲେ ଶାସନରେ ବିଶ୍ୱାସ ଫେରାଇଆଣିବା କଷ୍ଟକର । ଥରେ ସାର୍ବଜନୀନ ନିଷ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ଚାଟ୍‌ରେ ସ୍ଥାନାନ୍ତରିତ ହେଲେ କୌଣସି ଅଡିଟ୍‌, କୌଣସି ନୋଟ୍‌ ଏବଂ କୌଣସି ନାଗରିକ କେବେ ବି ପ୍ରକୃତରେ ଜାଣିପାରିବେ ନାହିଁ ତାହା ଫଳାଫଳକୁ କ’ଣ ପ୍ରଭାବିତ କରିଛି। ଏକ ଗଣତନ୍ତ୍ରରେ, ଗୁପ୍ତ ଗ୍ରୁପ୍‌ ଚାଟ୍‌ରେ ଥିବା ବ୍ୟକ୍ତିଙ୍କ ଦ୍ୱାରା ନୀତି ନିର୍ଦ୍ଧାରଣ କରାଯିବା ଉଚିତ ନୁହେଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?