ପାରଦର୍ଶୀ ଗଣିତଜ୍ଞ

ଗଣିତ ପାଠ କଥା ଉଠିଲେ ଅନେକ ପିଲା ଡରି ଯାଇଥାଆନ୍ତି। ବିଶେଷକରି ଝିଅଙ୍କର ଏହି ବିଷୟ ଭଲ ହୋଇ ନ ଥାଏ ବୋଲି ଏକ ଧାରଣା ସୃଷ୍ଟି ହୋଇଛି। କିନ୍ତୁ ତାହା ଏକ ଭୁଲ୍‌ ଚିନ୍ତାଧାରା ବୋଲି ଭାରତୀୟ ଗଣିତଜ୍ଞ ନୀନା ଗୁପ୍ତା ପ୍ରମାଣ କରିଦେଇଛନ୍ତି। ୨୦୨୧ ମସିହା ଲାଗି ରାମାନୁଜନ୍‌ ପୁରସ୍କାର ବିଜେତା ନୀନା କହିଛନ୍ତି, ଗଣିତ ଏକ କଷ୍ଟ ବିଷୟ ନୁହେଁ। ଅନ୍ୟ ପାଠ ଭଳି ଏହାକୁ ଭଲ ଭାବେ ମନେରଖାଯାଇପାରିବ। ଯଦି ଏହା ଉପରେ ଜଣଙ୍କ କନ୍‌ସେପ୍ଟ ବା ଧାରଣା ସ୍ପଷ୍ଟ ଅଛି, ତେବେ ସେ ଗାଣିତିକ ସମସ୍ୟାର ସମାଧାନ କରିପାରିବେ। ଏହି ବିଷୟରେ ସିଦ୍ଧି ପାଇବା ପାଇଁ ଏକମାତ୍ର ମନ୍ତ୍ର ହେଉଛି ଅଭ୍ୟାସ। ଜଣେ ଯେତେ ଅଭ୍ୟାସ ବଜାୟ ରଖିବେ, ତାଙ୍କର ମସ୍ତିଷ୍କ ସେତେ ସକ୍ରିୟ ଓ ସମାଧାନର ସୂତ୍ର ବାହାର କରିଦେବ। ଗାଣିତିକ ସମସ୍ୟାର ସମାଧାନ ପାଇଁ ଦୃଢ଼ ଇଚ୍ଛାଶକ୍ତି ରଖି ଆଗେଇ ଆସିଲେ, ତାହା ଜଣଙ୍କୁ ଏଥିପ୍ରତି ଆଗ୍ରହୀ କରାଇଦେବ ଓ ସେ ଗଣିତ ପ୍ରେମରେ ପଡ଼ିଯିବେ। ମାତ୍ର ଦେଖାଯାଏ ଯେତେବେଳେ ଜଣେ ଏହାକୁ ଭୟ କରିବସିବେ ସେତେବେଳେ ତାହାକୁ ଅଣଦେଖା କରିଚାଲିବେ। ଗଣିତ ପ୍ରତି ଯୁବପିଢ଼ିଙ୍କ ମନରେ ଉତ୍ସାହ ଜାଗ୍ରତ କରିବା ଲାଗି ଏଭଳି ମନ୍ତ୍ର ଦେଇଥିବା ନୀନା ହେଉଛନ୍ତି ରାମାନୁଜନ୍‌ ପୁରସ୍କାର ପାଇବାରେ ଚତୁର୍ଥ ଭାରତୀୟ। ୨୦୦୬ରେ ରାମଦୋରାଇ ସୁଜାଥା, ୨୦୧୫ରେ ଅମଳେନ୍ଦୁ କ୍ରିଷ୍ଣା ଏବଂ ୨୦୧୮ରେ ରୀତାବ୍ରତ ମୁନ୍‌ସୀ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗଣିତ ବିଷୟରେ ସର୍ବୋତ୍ତମ ପ୍ରଦର୍ଶନ ଲାଗି ବିକଶିତ ଦେଶର ୪୫ ବର୍ଷରୁ କମ୍‌ ବୟସ୍କ ଗବେଷକଙ୍କୁ ୨୦୦୫ଠାରୁ ଏହା ପ୍ରଦାନ କରାଯାଇଆସୁଛି। ଇଟାଲୀର ଟ୍ରିଷ୍ଟେସ୍ଥିତ ଅବଦୁସ୍‌ ସାଲମ୍‌ ଇଣ୍ଟରନ୍ୟାଶନାଲ ସେଣ୍ଟର ଫର୍‌ ଥିଓରିଟିକାଲ ଫିଜିକ୍ସ (ଆଇସିଟିପି), ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ (ଡିଏସ୍‌ଟି) ଏବଂ ଇଣ୍ଟରନ୍ୟାଶନାଲ ମାଥ୍‌ମେଟିକାଲ୍‌ ୟୁନିୟନ (ଆଇଏମ୍‌ୟୁ)ର ମିଳିତ ସହଯୋଗରେ ଏହି ପୁରସ୍କାର ଦିଆଯାଉଛି। ତେବେ ନୀନା ୨୦୧୪ରେ ଇଣ୍ଡିଆନ୍‌ ନ୍ୟାଶନାଲ ସାଇନ୍ସ ଏକାଡେମୀ ପକ୍ଷରୁ ଜରିସ୍କି କ୍ୟାନ୍‌ସେଲେଶନ ପ୍ରୋବଲେମ୍‌ ସମାଧାନ ସକାଶେ ୟଙ୍ଗ୍‌ ସାଇଣ୍ଟିଷ୍ଟ ଆଓ୍ବାର୍ଡ ଓ ଏଫିନ୍‌ ଆଲ୍‌ଜେବ୍ରିକ୍‌ ଜିଓମେଟ୍ରି ଆଣ୍ଡ୍‌ କ୍ୟୁମିଟେଟିଭ୍‌ ଆଲ୍‌ଜେବ୍ରା ଉପରେ ଅତ୍ୟନ୍ତ ଦକ୍ଷତା ରଖିଥିବାରୁ ୨୦୧୯ରେ ତାଙ୍କୁ ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର ମିଳିଥିଲା। ତେବେ
ଜରିସ୍କି କ୍ୟାନ୍‌ସେଲେଶନ ପ୍ରୋବଲେମ୍‌ ସମାଧାନ କରିବାରେ କୀର୍ତ୍ତିମାନ ରଚିଥିବା ନୀନା ଭାରତର ମହାନ୍‌ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ୍‌ଙ୍କ ନାମରେ ନାମିତ ଏହି ସମ୍ମାନ ପାଇବା ତାଙ୍କ ପାଇଁ ସର୍ବଶ୍ରେଷ୍ଠ ପୁରସ୍କାର ବୋଲି କହିଛନ୍ତି। ଆସନ୍ତା ୨୧ ତାରିଖରେ ତାଙ୍କୁ ଏହି ପୁରସ୍କାର ମିଳିବ। ଅର୍ଥରାଶି ଆକାରରେ ବିଜେତାଙ୍କୁ ୧୫,୦୦୦ ଆମେରିକୀୟ ଡଲାର ଦିଆଯିବାର ବ୍ୟବସ୍ଥା ରହିଛି।
ନୀନା ୧୯୮୪ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ଡନ୍‌ଲପ୍‌ସ୍ଥିତ ଖାଲ୍‌ସା ହାଇସ୍କୁଲରେ ପ୍ରାରମ୍ଭିକ ପାଠ ଶେଷ କରିବା ପରେ ସେ ବେଥୁନ୍‌ କଲେଜରୁ ଗଣିତ ସମ୍ମାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ଇଣ୍ଡିଆନ୍‌ ଷ୍ଟାଟିଷ୍ଟିକାଲ୍‌ ଇନ୍‌ଷ୍ଟିଚ୍ୟୁଟ (ଆଇଏସ୍‌ଆଇ)ରୁ ୨୦୦୮ରେ ସ୍ନାତକୋତ୍ତର ଓ ୨୦୧୧ରେ ପିଏଚ୍‌.ଡି. ଡିଗ୍ରୀ ହାସଲ କରିଥିଲେ। ନିଜ ଉଚ୍ଚଶିକ୍ଷା ନେଇ ନୀନା କହନ୍ତି ଯେ, ତାଙ୍କ ପଢ଼ା ବେଳେ ଅନେକ ବାଧା ଆସିଥିଲା। କିନ୍ତୁ ମାତାପିତା ତାଙ୍କୁ ଦୃଢ଼ ସମର୍ଥନ ଦେବାରୁ ସେ ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି। ଗବେଷଣା କରିବାକୁ ବାହାରିବା ବେଳେ ପିଏଚ୍‌.ଡି. କେତେ ବର୍ଷରେ ସରିଯିବ ବୋଲି ପିତା ପଚାରିଥିଲେ। ଉତ୍ତରରେ ସେ କହିଥିଲେ ୫ ବର୍ଷ ଲାଗିବ। କିନ୍ତୁ ପିତାଙ୍କ ଆତ୍ମବିଶ୍ୱାସ ଥିଲା ତାଙ୍କ ଝିଅ ଦୁଇ ବର୍ଷରେ ତାହାକୁ ଶେଷ କରିଦେବ। ତାହା ହିଁ ହେଲା। ସେ ଦୁଇ ବର୍ଷରେ ଏହି ଡିଗ୍ରୀ ପାଇଯାଇଥିଲେ। ଗବେଷଣା ସମୟକୁ ମନେପକାଇ ସେ କହିଛନ୍ତି, ୨୦୦୯ରେ ଜରିସ୍କି କ୍ୟାନ୍‌ସେଲେଶନ ପ୍ରୋବଲେମ୍‌ ସମାଧାନ କରିବା ଲାଗି ପ୍ରଫେସରଙ୍କ ସହାୟତା ଚାହିଁଥିଲେ। ପ୍ରଫେସରଙ୍କ ଉତ୍ତର ଥିଲା ତାହା ଅତି କଷ୍ଟ। ତେଣୁ ସେଥିରେ ସମୟ ନଷ୍ଟ ନ କରି ତାହାକୁ ଅଣଦେଖା କରିଦିଅ। ସେହି ସମୟ ପାଇଁ ନୀନା ସେହି ପ୍ରୋବଲେମ୍‌ ସମାଧାନ କରି ନ ଥିଲେ ମଧ୍ୟ ତାଙ୍କ ମନରେ ତାହା ବସା ବାନ୍ଧି ରହିଥିଲା। ଅନବରତ ଉଦ୍ୟମ କରିବା ପରେ ସେ ୨୦୧୨ରେ ତାହାର ସମାଧାନର ସୂତ୍ର ପାଇଗଲେ ଓ ସେହି ‘ୟୁରେକା’ ବା ‘ପାଇଗଲି’ର ମୁହୂର୍ତ୍ତ ତାଙ୍କୁ ଅପାର ଆନନ୍ଦ ଦେଇଥିଲା ବୋଲି କହିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୧୯୪୯ରେ ରୁଷିଆ ଜନ୍ମିତ ଆମେରିକୀୟ ଗଣିତଜ୍ଞ ଓସ୍‌କାର ଜରିସ୍କି ପ୍ରଥମେ ଏହି ଗାଣିତିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେହି ସମୟରେ ତାହା ସର୍ବାଧିକ ପ୍ରଭାବଶାଳୀ ଆଲ୍‌ଜେବ୍ରିକ୍‌ ଜିଓମେଟ୍ରି ଭାବେ ଗଣାଯାଇଥିଲା।
ଆଇଏସ୍‌ଆଇରେ ପାଠ ପଢ଼ିଥିବା ନୀନା ଏବେ ସେହିଠାରେ ପ୍ରଫେସର ଭାବେ କାର୍ଯ୍ୟରତ। ନିଜେ ଗବେଷଣା ବେଳେ ସମ୍ମୁଖୀନ ହୋଇଥିବା ସମସ୍ୟାକୁ ସମାଧାନ କରିବା ଲାଗି ସେ ଯେତିକି ସହଯୋଗ ପାଇଥିଲେ, ତା’ଠାରୁ ଅଧିକ ଶ୍ରମ ତାଙ୍କ ଗବେଷଣାରତ ଛାତ୍ରୀଛାତ୍ରଙ୍କୁ ଦେବେ ବୋଲି ଏବେ କହିଛନ୍ତି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?