ଲଢ଼େଇ ଅଭିଜ୍ଞ ବନାମ ନୂଆ ମୁହଁ

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ସୋନପୁର ବିଧାନସଭା ଆସନ ପାଇଁ ସର୍ବପ୍ରଥମେ ନବନିର୍ମାଣ କୃଷକ ସଂଗଠନ ସୋନାଲି ବିଶିଙ୍କ ନାମ ଘୋଷଣା କରିଥିଲା। କିଛିଦିନ ପରେ ବିଜେଡି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନାମ ଘୋଷଣା କଲା। ପରେ ଭାଜପା ପ୍ରାକ୍ତନ ନଗରପାଳ ତଥା ଜିଲା ଶାଖା ସଭାପତି ପ୍ରମୋଦ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ରବିବାର କଂଗ୍ରେସ ପ୍ରିୟବ୍ରତ ସାହୁଙ୍କୁ ନିର୍ବାଚନ ମଇଦାନକୁ ଛାଡ଼ିଛି। ଫଳରେ ଏହି ଆସନରେ ଅଭିଜ୍ଞ ବନାମ ନୂଆ ମୁହଁ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବା ନେଇ ଆଲୋଚନା ହେଉଛି।
ଏହି ଚାରି ପ୍ରାର୍ଥୀଙ୍କ ମଧ୍ୟରୁ ଉଭୟ ପୂଜାରୀ ଓ ମହାପାତ୍ରଙ୍କ ପୂର୍ବରୁ ନିର୍ବାଚନ ଲଢ଼ିବା ନେଇ ବହୁ ଅଭିଜ୍ଞତା ଅଛି। ପୂର୍ବରୁ ପୂଜାରୀ ବିନିକାରୁ ୨୦୦୦ ଓ ୨୦୦୪ରେ ବିଜେଡି-ଭାଜପା ମେଣ୍ଟ ଏବଂ ସୋନପୁରରେ ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରୁ କ୍ରମାଗତ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି ଚଳିତ ଥରକୁ ମିଶାଇ କ୍ରମାଗତ ଷଷ୍ଠ ଥର ଦଳୀୟ ପ୍ରାର୍ଥୀ କରିଛି। ବିଧାନସଭାର ବାଚସ୍ପତିଠାରୁ ଆରମ୍ଭ କରି ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏକାଧିକ ବିଭାଗରେ ସେ ମନ୍ତ୍ରୀ ରହି ଆସିଛନ୍ତି। ଅଞ୍ଚଳରେ କରିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ହିସାବ ନେଇ ନବୀନଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ସକାଶେ ଭୋଟରଙ୍କ ନିକଟକୁ ଯିବେ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି।
ଅପରପକ୍ଷରେ ଭାଜପା ନେତା ଶ୍ରୀ ମହାପାତ୍ର ୨୦୧୪ରେ ନିର୍ବାଚନ ଲଢ଼ିଥିଲେ ହେଁ ବିଜେଡିର ନିରଞ୍ଜନ ପୂଜାରୀଙ୍କ ନିକଟରୁ ପରାସ୍ତ ହୋଇଥିଲେ। ପୂର୍ବରୁ ଥରେ ନିର୍ବାଚନ ଲଢ଼ିଥିବାରୁ ଓ ଦଳର ସଂଗଠନ ସହିତ ୧୯୯୫ ମସିହାରୁ ଜଡିତ ଥିବାରୁ ନିର୍ବାଚନମଣ୍ଡଳୀରେ ତାଙ୍କର ସଂଗଠନ ଅଛି। ୧୯୯୩ରେ ସୁବର୍ଣ୍ଣପୁର ପୌର ପରିଷଦ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ସେ ପୌରାଧ୍ୟକ୍ଷ ହୋଇଥିଲେ। ଚଳିତ ନିର୍ବାଚନରେ ଭାଜପା ସୋନପୁରରେ ଖାତା ଖୋଲିବା ଲକ୍ଷ୍ୟରେ ରହିଛି। ଅଭିଜ୍ଞ ପ୍ରମୋଦ ଦଳୀୟ ସଂଗଠନ ଆଧାରରେ ମୋଦି ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ନେଇ ଲୋକଙ୍କ ନିକଟକୁ ଯିବେ ବୋଲି କହିଛନ୍ତି।
ଏହି ଦୁଇ ଅଭିଜ୍ଞ ନେତାଙ୍କୁ ଟକ୍କର ଦେବା ପାଇଁ ନବ ନିର୍ମାଣ କୃଷକ ସଂଗଠନ ପ୍ରଥମ ଥର ପାଇଁ ସୋନାଲିଙ୍କୁ ପ୍ରାର୍ଥୀ କରିଛି। ସେ ଚାଷୀ ସରକାର ସ୍ଲୋଗାନ ଦେଇ ଗାଁରୁ ଗାଁକୁ ବୁଲି ସଙ୍ଗଠନ କରୁଛନ୍ତି। ନିଜେ ଟ୍ରାକ୍ଟର ଚଲାଇ ସମର୍ଥକଙ୍କ ସହିତ ମିଶି ଭୋଟ ଭିକ୍ଷା କରିବା ସହ ମହିଳା ସଶକ୍ତୀକରଣର ବାର୍ତ୍ତା ପ୍ରଚାର କରୁଛନ୍ତି। ଚାଷୀ ସମସ୍ୟାକୁ ଇସ୍ୟୁ କରି ସେ ନୂଆ ମୁହଁ ଭାବେ ଚର୍ଚ୍ଚାରେ ରହିଛନ୍ତି।
ସେହିପରି କଂଗ୍ରେସ ଯୁବ ଚେହେରା ତଥା ନବାଗତ ପ୍ରିୟବ୍ରତ ସାହୁଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ସଂଗଠନ ସହିତ ସେ ଛାତ୍ର ସମୟରୁ ଜଡିତ ଅଛନ୍ତି। ଶ୍ରମିକ ସଂଗଠନ ଓ ଯୁବ କଂଗ୍ରେସ ଜିଲା ସଭାପତି ଭାବେ କାର୍ଯ୍ୟ କରିଛନ୍ତି। ଏବେ ଜିଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଅଛନ୍ତି। ବିଜେଡି ଓ ଭାଜପା ସରକାରର ଜନବିରୋଧୀ ନୀତିକୁ ସେ ଭୋଟରଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବେ। କଂଗ୍ରେସ ସରକାର ସମୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ନେଇ ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri