ମହଙ୍ଗା ମାଡ: ଚା’ ପତି କିଲୋ ୫୧୦୦, ସାମ୍ପୁ ବୋତଲ ୧୪୦୦୦ ଟଙ୍କା

ପ୍ୟୋଙ୍ଗୟାଙ୍ଗ,୨୮।୧୦: ଗତ କିଛି ବର୍ଷ ଧରି ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଦେଖାଦେଇଛି। କିନ୍ତୁ ଏହି ସମୟରେ ଉତ୍ତର କୋରିଆର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଦେଶରେ ମାତ୍ର ୨ ମାସ ଖାଦ୍ୟ ବାକି ଅଛି। ପରିସ୍ଥିତି ଏପରି ହୋଇଛି ଦେଶର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ନିଜେ ଏହା ସ୍ବୀକାର କରି ଲୋକଙ୍କୁ କମ ଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର କୋରିଆରେ ଚିନି, ତେଲ ଏବଂ ମଇଦା ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି।
ଉତ୍ତର କୋରିଆରେ ମୁଦ୍ରାସ୍ଫୀତି ହୋଇଛି
କଫି – କିଲୋଗ୍ରାମ ପାଇଁ ୭୩୦୦ ଟଙ୍କା
ଚା ପତି – କିଲୋଗ୍ରାମ ପାଇଁ ୫୧୦୦ ଟଙ୍କା
ସାମ୍ପୁ ବୋତଲ – ୧୪୦୦୦ ଟଙ୍କା
ମକା – କିଲୋଗ୍ରାମ ପାଇଁ ୨୦୪ ଟଙ୍କା
କଦଳୀ – କିଲୋଗ୍ରାମ ପାଇଁ ୩୩୦୦ ଟଙ୍କା
ଉତ୍ତର କୋରିଆରେ ମଧ୍ୟ ଏକ ଗମ୍ଭୀର ସାର ସଙ୍କଟ ରହିଛି। କରୋନା ମହାମାରୀକୁ ଏଡାଇବା ପାଇଁ ଉତ୍ତର କୋରିଆ ପ୍ରଶାସନ ଜାନୁୟାରୀ ୨୦୨୦ରେ ଏହାର ସୀମାକୁ ସମ୍ପୂର୍ଣ୍ଣ ଭାବେ ସିଲ କରିଥିଲା। ସେବେଠାରୁ ଏହି ଦେଶରେ ଖାଦ୍ୟ, ଇନ୍ଧନ ଏବଂ ଅନ୍ୟାନ୍ୟ ଦୈନ ନନ୍ଦିନ ଆବଶ୍ୟକତାର ଅଭାବ ଦେଖାଦେଇଛି। ଏହା ବ୍ୟତୀତ କିମ ଜୋଙ୍ଗ ଉନ ମଧ୍ୟ ତାଙ୍କ ମନୋଭାବ ହେତୁ ଆନ୍ତର୍ଜାତୀୟ ଦଣ୍ଡର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନ ଟାର୍ଗେଟରୁ ୟୁଜର୍ସଙ୍କୁ ବଞ୍ଚାଇବା ପାଇଁ ଫେସ୍‌ବୁକର ନୂଆ ବ୍ୟବସ୍ଥା

କାବୁଲ,୨୨।୮ : ତାଲିବାନ ଟାର୍ଗେଟରୁ ୟୁଜର୍ସଙ୍କୁ ବଞ୍ଚାଇବା ପାଇଁ ସୋସିଆଲ ମିଡିଆ କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଫଗାନିସ୍ତାନରେ ଫେସବୁକ ଓ ଟୁଇଟର...

ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖି ମିଳିମିଶି କାମ କରିବାକୁ ଚାହୁଁଛୁ: ପ୍ରଚଣ୍ଡ…

କାଠମାଣ୍ଡୁ,୨୭।୧୨ : ନେପାଳର ନୂତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଗଣମାଧ୍ୟମ ସହିତ...

ବିଗ୍‌ବାଙ୍ଗ୍‌ ଭଳି ପୁଣି ଥରେ ମହାକାଶରେ ହେଲା ପ୍ରଚଣ୍ଡ ବିସ୍ଫୋରଣ !

ମେଲବୋର୍ନ,୨୯।୨: ମହାକାଶରେ ପୁଣିଥରେ ବିଗ୍‌ବାଙ୍ଗ୍‌ ଭଳି ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହା ପୃଥିବୀଠାରୁ ୩୯ କୋଟି ଆଲୋକ ବର୍ଷ ଦୂରରେ ହୋଇଥିବା ମହାକାଶ ବିଜ୍ଞାନୀ...

ଯାତ୍ରୀଙ୍କ ଆଗରେ ମହିଳାଙ୍କୁ ବଳାତ୍କାର

ଓ୍ବାଶିଂଟନ,୧୭।୧୦: ଆମେରିକାର ଦକ୍ଷିଣପୂର୍ବ ପେନ୍‌ସିଲଭାନିଆ ପରିବହନ କର୍ତ୍ତୃପକ୍ଷ (ଏସ୍‌ଇପିଟିଏ)ଙ୍କ ଦ୍ୱାରା ମାର୍କେଟ ଓ ଫ୍ରାଙ୍କଫୋର୍ଡ ମଧ୍ୟରେ ଚଳାଚଳ କରୁଥିବା ଏକ ଟ୍ରେନ୍‌ରେ ଯାତ୍ରୀଙ୍କ ସମ୍ମୁଖରେ ଜଣେ...

ଭାଇରାଲ ଭିଡିଓରେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ

ହେଲସିଙ୍କି,୧୯।୮:ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ଏକ ପାର୍ଟିରେ ତାଙ୍କ ବନ୍ଧୁମାନଙ୍କ ସହ ନିଶାଗ୍ରସ୍ତ ଅବସ୍ଥାରେ ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀ...

ଆସିପାରେ ଡେଲ୍ଟାଠାରୁ ବି ମାରାତ୍ମକ ଭାରିଏଣ୍ଟ

ୱାଶିଂଟନ,୬ ।୮: ଭାରତରେ ପ୍ରଥମ କରି ଦେଖାଯାଇଥିବା କରୋନାର ଡେଲ୍ଟା ଭାରିଏଣ୍ଟ ନୂଆ ରୂପରେ ଆକ୍ରମଣ କରିପାରେ । ଆମେରିକାର ବରିଷ୍ଠ ସଂକ୍ରାମକ ରୋଗ ବିଶେଷଜ୍ଞ...

ଗୋଟିଏ ବର୍ଷରେ ୨୦ ଲକ୍ଷ ବିଲେଇ ହତ୍ୟା କରିବେ ଅଷ୍ଟ୍ରେଲିଆ ସରକାର

କାନ୍‌ବେରା,୨।୫: ଆସନ୍ତା ୨୦୨୦ ସୁଦ୍ଧା ଅଷ୍ଟ୍ରେଲିଆ ସରକାର ୨୦ ଲକ୍ଷ ଜଙ୍ଗଲୀ ବିଲେଇ ହତ୍ୟା କରିବେ। ଏନେଇ ଯୋଜନା ପ୍ରସ୍ତୁତ ହୋଇଛି। ବିଲେଇଙ୍କ ଯୋଗୁ ଅନେକ...

କରୋନା ସଂକ୍ରମଣକୁ ନେଇ ତଥ୍ୟ ଲୁଚାଉଛି ପାକିସ୍ତାନ !

ଇସ୍‌ଲାମାବାଦ,୧୮।୪: କରୋନା ଭାଇରସ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଥିବା ବେଳେ ପାକିସ୍ତାନ ବି ଏଥିରୁ ବାଦ୍‌ ପଡିନାହିଁ। ପାକିସ୍ତାନରେ କରୋନା...

Advertisement
Archives

Model This Week