Posted inଫୁରସତ

ଦାମୀ ଖ୍ରୀଷ୍ଟମାସ ଟ୍ରି

ଖ୍ରୀଷ୍ଟମାସର ମୁଖ୍ୟ ଆକର୍ଷଣ ହେଉଛି ଖ୍ରୀଷ୍ଟମାସ ଟ୍ରି। ବିଶ୍ୱାସ ରହିଛି ଯେ, ସୁସଜ୍ଜିତ ଖ୍ରୀଷ୍ଟମାସ ଟ୍ରି ଯେଉଁଠି ଥାଏ ସେଠାକୁ ସାନ୍ତା ସୌଭାଗ୍ୟ ନେଇ ଆସିଥାନ୍ତି। ତେଣୁ ଏହାକୁ ବିଭିନ୍ନ ରଙ୍ଗିନ ଜିନିଷ ସହ ସୁନା, ହୀରା ଭଳି ବହୁ ଦାମୀ ଜିନିଷରେ ବି ସଜା ଯାଇଥାଏ। ଯାହାକୁ ପରେ ଦାମୀ ଖ୍ରୀଷ୍ଟମାସ ଟ୍ରିର ମାନ୍ୟତା ମିଳିଥାଏ…

* ସ୍ପେନ୍‌ର ଦାମୀ ଖ୍ରୀଷ୍ଟମାସ ଟ୍ରି: ସ୍ପେନ୍‌ର କେମ୍ପିସ୍କି ହୋଟେଲ୍‌ ପରିସରରେ ୨୦୧୯ରେ ଏକ ଖ୍ରୀଷ୍ଟମାସ ଟ୍ରି ତିଆରି ହୋଇଥିଲା; ଯେଉଁଥିରେ ଗୋଲାପୀ, ନାଲି, ଧଳା ଓ କଳା ରଙ୍ଗର ଏକାଧିକ ହୀରା, ଡିଜାଇନର୍‌ ଜୁଏଲେରି ତଥା ବହୁ ଦାମୀ ଷ୍ଟୋନ୍‌ମାନ ଲାଗିଥିଲା। ଡେକୋରେଶନ ପାଇଁ ଏଥିରେ ଅନେକ ଆକର୍ଷଣୀୟ ପରଫ୍ୟୁମ ବୋତଲ, ଥ୍ରୀଡି ପ୍ରିଣ୍ଟେଡ୍‌ର ଚକୋଲେଟ୍‌ ମୟୁର ଓ ଓଟପକ୍ଷୀର ଅଣ୍ଡା (ଯାହାକୁ ଖାଇହେବ) ବି ଲାଗିଥିଲା। ସେଥିପାଇଁ ଏହାର ମୂଲ୍ୟ ପ୍ରାୟ ୧୫ ମିଲିୟନ୍‌ ଡଲାର ରହିଥିଲା।

* ଏମିରେଟ୍ସ ପ୍ୟାଲେସ୍‌ ଖ୍ରୀଷ୍ଟମାସ ଟ୍ରି: ଆବୁଧାବିର ଦ ଏମିରେଟ୍ସ ପ୍ୟାଲେସ୍‌ ନାମକ ଏକ ପଞ୍ଚତାରକା ହୋଟେଲ୍‌ରେ ୨୦୧୦ରେ ଯେଉଁ ଖ୍ରୀଷ୍ଟମାସ ଟ୍ରି ତିଆରି ହୋଇଥିଲା; ସେଥିରେ ଅନେକ ସୁନା, ହୀରା, ମୋତି, ମାଣିକ ତଥା ଦାମୀ ପଥରମାନ ଲାଗିଥିଲା। କେବଳ ସେତିକି ନୁହେଁ ସାଜସଜ୍ଜା ପାଇଁ ଏଥିରେ କେତେକ ଦାମୀ ନେକ୍‌ଲେସ୍‌, ବ୍ରେସ୍‌ଲେଟ୍‌ ଓ ହାତଘଣ୍ଟା ବି ବ୍ୟବହୃତ ହୋଇଥିଲା। ତେଣୁ ଏହାର ମୂଲ୍ୟ ଥିଲା ପ୍ରାୟ ୧୧.୪ ମିଲିୟନ୍‌ ଡଲାର।

* ଗିଞ୍ଜା ଟନକା ଡିଜ୍‌ନୀ ଗୋଲ୍ଡ ଖ୍ରୀଷ୍ଟମାସ ଟ୍ରି: ଜାପାନର ଟୋକିଓରେ ଥିବା ଗିଞ୍ଜା ଟନକା ନାମକ ଏକ ଜୁଏଲେରି ଷ୍ଟୋର୍‌ ତରଫରୁ ୨୦୧୨ରେ ପ୍ରାୟ ୨.୪ ମିଟର ଉଚ୍ଚତା ବିଶିଷ୍ଟ ସୁନାର ଏକ ଖ୍ରୀଷ୍ଟମାସ ଟ୍ରି ତିଆରି ହୋଇଥିଲା, ଯେଉଁଥିରେ ପ୍ରାୟ ୫୦ଟି ସୁନାର ଡିଜ୍‌ନୀ କ୍ୟାରେକ୍ଟରକୁ ଡେକୋରେଶନ୍‌ ପାଇଁ ଲଗାଯାଇଥିଲା। ପାଖାପାଖି ୮୮ ପାଉଣ୍ଡ ଓଜନ ବିଶିଷ୍ଟ ଏହି ଖ୍ରୀଷ୍ଟମାସ ଟ୍ରିକୁ ତିଆରି କରିବା ଲାଗି ୧୦ ଜଣ କାରିଗରଙ୍କୁ ପ୍ରାୟ ଦୁଇ ମାସ ସମୟ ଲାଗିଥିଲା। ଏହାର ମୂଲ୍ୟ ପ୍ରାୟ ୪.୨୭ ମିଲିୟନ୍‌ ଡଲାର ରହିଥିଲା।

* ଗିଞ୍ଜା ଟନକା ଗୋଲ୍ଡ ଟେବୁଲ୍‌ ଟପ୍‌ ଟ୍ରି: ଜାପାନର ଟୋକିଓରେ ଥିବା ଗିଞ୍ଜା ଟନକା ଜୁଏଲେରି ଷ୍ଟୋର୍‌ ତରଫରୁ ୨୦୧୬ରେ ଦ୍ୱିତୀୟ ଥର ପାଇଁ ପୁଣି ଏକ ଆକର୍ଷଣୀୟ ଖ୍ରୀଷ୍ଟମାସ ଟ୍ରି ତିଆରି କରାଯାଇଥିଲା; ଯେଉଁଥିରେ ପ୍ରାୟ ୪୨ ପାଉଣ୍ଡ ଓଜନ ବିଶିଷ୍ଟ ୨୪ କ୍ୟାରେଟ୍‌ ସୁନା ବ୍ୟବହାର ହୋଇଥିଲା। ଏହି ସମୟରେ ଉକ୍ତ ଜୁଏଲେରି ଷ୍ଟୋର ନିଜର ୯୦ତମ ବାର୍ଷିକୋତ୍ସବ ପାଳନ କରୁଥିଲା। ଆଉ ସେହି ଉପଲକ୍ଷେ ଖ୍ରୀଷ୍ଟମାସ ଟ୍ରି ଷ୍ଟାଇଲ୍‌ର ଉକ୍ତ ଟେବୁଲ୍‌ ଟପ୍‌ ଟ୍ରି ଟି ତିଆରି ହୋଇଥିଲା। ଆକର୍ଷଣୀୟ ଲୁକ୍‌ ପାଇଁ ଏହି ଟ୍ରିରେ ସୁନାର ସରୁ ସରୁ ତାରକୁ ବି ଛନ୍ଦା ଯାଇଥିଲା। ତେଣୁ ଏହାର ଦାମ୍‌ ରହିଥିଲା ପ୍ରାୟ ୧.୮ ମିଲିୟନ୍‌ ଡଲାର।

* ସ୍ବରୋଭସ୍କି କ୍ରିଷ୍ଟାଲ୍‌ ଖ୍ରୀଷ୍ଟମାସ ଟ୍ରି: ୨୦୧୩ରେ ହଂକଂର ଏୟାରପୋର୍ଟ ଗ୍ରାଉଣ୍ଡରେ ପ୍ରାୟ ୫୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ କ୍ରିଷ୍ଟାଲ୍‌ ଖ୍ରୀଷ୍ଟମାସ ଟ୍ରିକୁ ଲୋକଙ୍କ ଦେଖିବା ନିମନ୍ତେ ରଖାଯାଇଥିଲା; ଯେଉଁଥିରେ ଏକାଧିକ ମୂଲ୍ୟବାନ ସ୍ବରୋଭସ୍କି ଗୋଲ୍ଡ ଓ ସିଲ୍‌ଭର୍‌ର କ୍ରିଷ୍ଟାଲ୍‌ ଲାଗିଥିଲା। ତେଣୁ ଏହାର ମୂଲ୍ୟ ପ୍ରାୟ ୧.୮ ମିଲିୟନ୍‌ ଡଲାର ରହିଥିଲା।

* ରୋଜ୍‌ ମିନି ଖ୍ରୀଷ୍ଟମାସ ଟ୍ରି: ପ୍ୟାରିସ୍‌ର ଏକ ଫୁଲ ବ୍ୟବସାୟ କମ୍ପାନୀ ହେଲା କ୍ଲାଉଡେ କୁଇନ୍‌କ୍ୱାଉଡ୍‌ ଏବଂ ଏକ ଡିପାର୍ଟମେଣ୍ଟ ଷ୍ଟୋର କମ୍ପାନୀ ହେଲା ଟକ୍‌ଶିମାୟା। ଏହି ଦୁଇଟି କମ୍ପାନୀର ମିଳିତ ଉଦ୍ୟମରେ କିଛିଦିନ ତଳେ ଗୋଲାପ ଫୁଲରେ ଏକ ଆକର୍ଷଣୀୟ ଖ୍ରୀଷ୍ଟମାସ ଟ୍ରି ତିଆରି କରାଯାଇଥିଲା; ଯାହାର ପ୍ରତିଟି ଗୋଲାପ ଫୁଲରେ ଲାଗିଥିଲା ଅଷ୍ଟ୍ରେଲିଆ ଓ ଆଫ୍ରିକାରୁ ଆସିଥିବା ଦାମୀ ହୀରା। ଏହାର ମୂଲ୍ୟ ପ୍ରାୟ ୧.୮ ମିଲିୟନ୍‌ ଡଲାର୍‌ ରହିଥିଲା।

* ସୁ କି ଜୁଏଲେରି ଶପ୍‌ ଡାଇମଣ୍ଡ ଟ୍ରି: ସିଙ୍ଗାପୁର୍‌ର ସୁ କି ନାମକ ଏକ ଜୁଏଲେରି ଶପ୍‌ ଓ ବର୍ଗିସ୍‌ ଜଙ୍କସନ୍‌ ନାମକ ଏକ ଶପିଂ ମଲ୍‌ର ମିଳିତ ସହଯୋଗରେ ୨୦୦୭ରେ ଏକ ଆକର୍ଷଣୀୟ ଖ୍ରୀଷ୍ଟମାସ ଟ୍ରି ତିଆରି ହୋଇଥିଲା; ଯେଉଁଥିରେ ୯୧୩ କ୍ୟାରେଟ୍‌ ବିଶିଷ୍ଟ ପ୍ରାୟ ୨୧, ୭୯୮ଟି ହୀରା ଏବଂ ୩୭୬୨ଟି କ୍ରିଷ୍ଟାଲ୍‌ ବିଡ୍ସ ଏବଂ ୪୫୬ଟି ଆକର୍ଷଣୀୟ ଲାଇଟ୍‌ ବଲ୍‌ବ ଲାଗିଥିଲା। ପ୍ରାୟ ୨୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ଖ୍ରୀଷ୍ଟମାସ ଟ୍ରିର ମୂଲ୍ୟ ପ୍ରାୟ ୧ ମିଲିୟନ୍‌ ଡଲାର ରଖାଯାଇ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ତରଳୁଛି ପୃଥିବୀର ଛାତ

ଲଦାଖ: ସମୁଦ୍ର ଜଳପତ୍ତନରୁ ପ୍ରାୟ ୩ ମାଇଲ ଉଚ୍ଚତାରେ ଥିବା ତିବ୍ବତୀୟ ମାଳଭୂମି ଏବେ ସାରା ବିଶ୍ୱ ପାଇଁ ବିପଦ ଭାବେ ଉଭା ହୋଇଛି। ପୃଥିବୀର...

ପ୍ରଥମଥର ଟ୍ରେନ୍‌ ଦେଖି ଏମିତି ପ୍ରତିକ୍ରିୟା ଦେଲେ କୁନି ଝିଅ, ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଲୋକେ ବାରମ୍ବାର ଦେଖୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଏକ କୁନି ଝିଅ ରେଲ୍‌ଓ୍ବେ ଷ୍ଟେଶନରେ...

ଅଫିସରେ ମହିଳା କର୍ମଚାରୀଙ୍କୁ ଏହି ନାଁରେ ଡାକୁଥିଲେ ଜଣେ ପୁରୁଷ କର୍ମଚାରୀ, ଚାଲିଗଲା ଚାକିରି

ବ୍ରିଟେନରେ ଜଣେ ବ୍ୟକ୍ତି ଅଫିସ୍‌ର ଜଣେ ମହିଳା କର୍ମଚାରୀଙ୍କୁ ଅଲଗା ନାଁରେ ଡାକିବା ଭାରି ପଡ଼ିଛି। ଫଳରେ କମ୍ପାନୀ ତାକୁ ଚାକିରିରୁ ବାହାର କରିଦେଇଛନ୍ତି। ମଞ୍ଚେଷ୍ଟରରେ...

ନା ଧନ, ନା ସମ୍ପତ୍ତି… ଏହି ଗୋଟିଏ କାରଣ ପାଇଁ ୭୧ ବର୍ଷୀୟ ବୃଦ୍ଧଙ୍କ ପ୍ରେମରେ ଯୁବତୀ

କଥାରେ ଅଛି ପ୍ରେମ ମାନେନା ବୟସ। ସେଭଳି କିଛି ଘଟିଛି ୨୫ ବର୍ଷୀୟ ଡାନିଏଲ ରିଫ୍‌ ଏବଂ ୭୧ ବର୍ଷୀୟ ରିକି ମାଷ୍ଟର ହାଓ୍ବାର୍ଡ ରିଫ୍‌ଙ୍କ...

ଆର୍ଥିକ ବିକାଶରେ ଉତ୍ପାଦ ଶୁଳ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭାରତରେ ପ୍ରତିବର୍ଷ ୨୪ ଫେବୃୟାରୀରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଦିବସ ପାଳନ କରାଯାଉଛି। ଏହିି ଦିନରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ତଥା ଲବଣ ଆଇନ, ୧୯୪୪କୁ...

ସମୁଦ୍ର କୂଳରେ ସମୟ ବିତାଇବାକୁ ଚାହୁଁଥିଲେ ଦମ୍ପତି: ୯୦ ବର୍ଷରେ ପୂରଣ ହେଲା ଇଚ୍ଛା

ସମୁଦ୍ର କୂଳରେ କିଛି ମୁହୂର୍ତ୍ତ ବିତାଇବାକୁ ପ୍ରାୟ ସବୁ ଦମ୍ପତି ଚାହିଁଥାନ୍ତି। ମାତ୍ର ସୁଯୋଗ ଅଭାବରୁ କେହି କେହି ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିଥାନ୍ତି...

୪୬୫ ଦିନ ଯାଏଁ ଫାଟିବନି ଫୋଟକା

ପାଣି ଫୋଟକାର ଆୟୁଷ ବା କେତେ? କିଛି କ୍ଷଣ ପରେ ତାହା ଫାଟିଯାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ବୈଜ୍ଞାନିକ ଏମିତି ଏକ ଫୋଟକା ତିଆରି...

ପୁରୁଷମାନଙ୍କୁ ଘରକୁ ଡାକନ୍ତି ଏହି ମହିଳା: ତାଙ୍କ କଥା ନ ମାନିଲେ କରିଥା’ନ୍ତି ଏପରି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ରିଟେନ୍‌ର ଜଣେ ମହିଳା ପ୍ରଥମେ ପୁରୁଷମାନଙ୍କୁ ପ୍ରେମ ଜାଲରେ ଫସାଇ ନିଜ ଘରକୁ ଡାକିଥା’ନ୍ତି। ପରେ ସେମାନଙ୍କୁ ଏପରି କିଛି ନିର୍ଦ୍ଦେଶ ଦେଇଥା’ନ୍ତି ଯାହା ଜାଣିଲେ...

Advertisement
Archives

Model This Week