Posted inଫୁରସତ

ଦାମୀ ବହି

ଦ କୋଡେକ୍ସ ଲିସେଷ୍ଟର: ଲିଓ ନାର୍ଡୋ ଦା ଭିନ୍ସିଙ୍କ ଦ୍ୱାରା ରଚିତ ଏହି ପୁସ୍ତକ ପୃଥିବୀର ସବୁଠାରୁ ପ୍ରସିଦ୍ଧ ସାଇଣ୍ଟିଫିକ୍‌ ଜର୍ନଲ ଅଟେ। ଏହା ‘କୋଡେକ୍ସ ହାମର୍‌’ ନାମରେ ବି ପରିଚିତ। ଏଥିରେ ୭୨ ପୃଷ୍ଠା ଅଛି। ଏହା ଲିଓନାର୍ଡୋ ଦା ଭିନ୍ସିଙ୍କର ହସ୍ତଲିଖିତ ପାଣ୍ଡୁଲିପି ଅଟେ। ଜୀବାଶ୍ମଠାରୁ ଆରମ୍ଭ କରି ପାଣିର ଗତି, ଚନ୍ଦ୍ରମାର ଔଜ୍ଜଲ୍ୟତା ପର୍ଯ୍ୟନ୍ତ ଏଥିରେ ବର୍ଣ୍ଣିତ। ପ୍ରଥମେ ଏହି ପାଣ୍ଡୁଲିପିକୁ ୧୭୧୭ରେ ଥମାସ୍‌ କୁକ୍‌ କିଣିଥିଲେ, ଯେକି ପରବର୍ତ୍ତୀ ସମୟରେ ଅର୍ଲ ଅଫ୍‌ ଲିସେଷ୍ଟର ହୋଇଥିଲେ। ତେଣୁ ପରେ ତାଙ୍କ ପଦବୀ ଅନୁସାରେ ଏହି ବହିର ନାମ କୋଡେକ୍ସ ଲିସେଷ୍ଟର ରଖାଯାଇଥିଲା। ବର୍ତ୍ତମାନ ଏହି ପୁସ୍ତକ ପୃଥିବୀର ସବୁଠାରୁ ଧନୀ ବ୍ୟକ୍ତି ବିଲ୍‌ ଗେଟ୍‌ସଙ୍କ ପାଖରେ ଅଛି। ୧୯୯୪ରେ କ୍ରିଷ୍ଟିସ୍‌ ଅକ୍ସନ ହାଉସ୍‌ରୁ ସେ ଏହାକୁ ୩୦ ମିଲିୟନ ବା ୨୦୦ କୋଟିରୁ ଉର୍ଦ୍ଧ୍ୱରେ କିଣି ଓ୍ବାର୍ଲଡ ରେକର୍ଡ କରିଥିଲେ।

ମ୍ୟାଗ୍ନା କାର୍ଟା: ଇଂଲଣ୍ଡର ରାଜା ଜନ୍‌ ଓ ଷ୍ଟିଫେନ୍‌ ଲାଙ୍ଗଟନ୍‌ ଏହି ପୁସ୍ତକକୁ ୧୨୯୭ରେ ରଚନା କରିଥିଲେ। ପରେ ଏହାକୁ ଆମେରିକାର ରସ୍‌ ପେରୋ ଓ ତା’ପରେ ଏହାକୁ କାର୍ଲାଇଲ୍‌ ଗ୍ରୁପ୍‌ର କୋ-ଫାଉଣ୍ଡର ଡେଭିଡ ରୁବେନ୍‌ଷ୍ଟିନ୍‌ କିଣିଥିଲେ। ଉକ୍ତ ପୁସ୍ତକର ମୂଲ୍ୟ ୨୪.୫ ମିଲିୟନ ଡଲାର।

ସେଣ୍ଟ କଥବର୍ଟ ଗୋସ୍ପେଲ: ଏହାର ଲେଖକ ସମ୍ପର୍କରେ ବିଶେଷ କିଛି ଜଣା ନ ଥିଲେ ହେଁ ଲାଟିନ୍‌ ଭାଷାରେ ଲିଖିତ ଉକ୍ତ ପୁସ୍ତକ ଅଷ୍ଟମ ଶତାବ୍ଦିର ବୋଲି କୁହାଯାଏ। ସେଣ୍ଟ ଜନ୍‌ଙ୍କ ଶାସ୍ତ୍ରର ଏହା ଏକ ଛୋଟିଆ କପି। ଏହାର କଭର୍‌ କାଠ ବୋର୍ଡରେ ତିଆରି, ଯାହାକି ରେଡ୍‌ ଗୋଟ ସ୍କିନ୍‌ କଭର୍‌ ହୋଇଛି। ଜେସୁଇଟ୍‌ସ୍‌(ସୋସାଇଟି ଅଫ୍‌ ଜେସସ୍‌) ଏହାକୁ ବ୍ରିଟିଶ ଲାଇବ୍ରେରୀକୁ ବିକ୍ରି କରି ଦେଇଥିଲେ। ଏହାର ମୂଲ୍ୟ ୧୫.୧ ମିଲିୟନ ଡଲାର।

ବେ ସାଲ୍ମ ବୁକ୍‌: ଏହାକୁ ବ୍ରିଟିଶ ନର୍ଥ ଆମେରିକାର ପ୍ରଥମ ଛପା ପୁସ୍ତକ ଭାବେ ଗଣନା କରାଯାଏ। ୧୬୪୦ରେ ମାସାଚୁସେଟ୍‌ସସ୍ଥ ଷ୍ଟିଫେନ୍‌ ଡେ’ ପ୍ରେସ୍‌ରେ ଏହାକୁ ଛପା ଯାଇଥିଲା। ଏହି ପୁସ୍ତକଟିର ଲେଖକ କିଏ ଜଣା ନାହିଁ। ଏହାର ପ୍ରଥମ ସଂସ୍କରଣର ଏକ ମାତ୍ର ସଂରକ୍ଷିତ କପି ୨୦୧୩ରେ ୧୪.୧ ମିଲିୟନ ଡଲାରରେ ନିଲାମ ହୋଇଥିଲା।

ଦ ଗୋସ୍ପେଲ ଅଫ୍‌ ହେନରୀ ଦ ଲାୟନ୍‌ : ରୋମ ସଂସ୍କୃତି ଉପରେ ରଚିତ ଉକ୍ତ ପୁସ୍ତକକୁ ସେଣ୍ଟ ବେନେଡିକ୍ଟ ୧୧୭୪ରେ ରଚନା କରିଥିଲେ। ଏହି ପୁସ୍ତକକୁ ୧୯୮୩ ମସିହାରେ ଜର୍ମାନୀର ସରକାର କିଣିନେଇଥିଲା। ୫୦ ପୃଷ୍ଠା ସମ୍ବଳିତ ଉକ୍ତ ପୁସ୍ତକର ମୂଲ୍ୟ ୧୧.୭ ମିଲିୟନ ଡଲାର।

ଦ କ୍ୟାଣ୍ଟରବରୀ ଟେଲ୍ସ: ‘ଇଂରାଜୀ ଭାଷା ସାହିତ୍ୟ’ ଓ ‘ଇଂରାଜୀ କବିତା’ର ଜନକଭାବେ ପରିଚିତ ଜେଓଫ୍ରେ ଚାଉସର୍‌ଙ୍କର ଏହା ଏକ ଗଳ୍ପ ପୁସ୍ତକ। ଏଥିରେ ୨୪ଟି ଗଳ୍ପ ରହିଛି। ଜେଓଫ୍ରେ ଚାଉସର୍‌ଙ୍କର ଏହା ହେଉଛି ସବୁଠାରୁ ଚର୍ଚ୍ଚିତ ପୁସ୍ତକ। ମିଡିଲ ଇଂଲିଶରେ ରଚିତ ଏହି ପୁସ୍ତକ ୧୯୯୮ରେ କ୍ରିଷ୍ଟିସ୍‌ ଅକ୍ସନରେ ୭.୫ ମିଲିୟନ ଡଲାରରେ ନିଲାମ ହୋଇଥିଲା।

ଫର୍ଷ୍ଟ ଫୋଲିଓ: ଇଂରାଜୀ ସାହିତ୍ୟର ମହାନ୍‌ ନାଟକକାର ଓ୍ବିଲିୟମ ସେକ୍ସପିୟରଙ୍କ ଦ୍ୱାରା ରଚିତ ଉକ୍ତ ପୁସ୍ତକର ମୂଳ କପି ୨୦୦୧ରେ ନ୍ୟୁୟର୍କରେ ନିଲାମ ହୋଇଥିଲା। ମାଇକ୍ରୋସଫ୍ଟ କମ୍ପାନୀର ସହ ସଂସ୍ଥାପକ ପଲ୍‌ ଏଲେନ୍‌ ଏହାକୁ ୨ ମିଲିୟନ ଡଲାରରେ କିଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?