ବଜେଟକୁ ନେଇ ଆଶା

ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସିତାରାମନ ଫେବୃୟାରୀ ୧ରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ବିଭିନ୍ନ ସଂସ୍ଥା, ଯୋଜନା ପ୍ରଣୟନକାରୀ, ନୀତି ନିର୍ଦ୍ଧାରକ ଏବଂ ଶିଳ୍ପ ଉଦ୍ୟୋଗୀମାନଙ୍କର ମତାମତ ଏବଂ ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ଆୟ ବ୍ୟୟର ପ୍ରସ୍ତାବକୁ ନେଇ ବିଚାରବିମର୍ଶ କରି ବଜେଟ ପ୍ରସ୍ତୁତ ହୋଇ ସାରିଲାଣି। ହେଲେ ଉପସ୍ଥାପନା ପୂର୍ବରୁ ବଜେଟ ଏବଂ ତା’ର ପ୍ରସ୍ତାବକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା, ଆଲୋଚନା ଏବଂ ଅଟକଳ କରାଯାଉଛି। କୌଣସି ଦେଶର ବଜେଟ କେବଳ ସରକାରଙ୍କ ଆୟ-ବ୍ୟୟର ଚିଠା ଅବା ଆର୍ଥିକ ବିବରଣୀ ନୁହେଁ, ବରଂ ଏହା ଏକ ଶକ୍ତିଶାଳୀ ଏବଂ ଫଳପ୍ରଦ ମାଧ୍ୟମ, ଯାହା ଦେଶର ଭାଗ୍ୟ ଏବଂ ଭବିଷ୍ୟତ ନିର୍ଦ୍ଧାରଣ କରିଥାଏ। ଏହାର ପ୍ରାସଙ୍ଗିକତା ଏବଂ ଉପାଦେୟତା ଯୋଗୁ, ବଜେଟ ଉପସ୍ଥାପନା ପୂର୍ବରୁ ଏବଂ ପରେ ମଧ୍ୟ ଆଲୋଚନା, ସମାଲୋଚନା ଏବଂ ସମୀକ୍ଷା କରାଯାଇଥାଏ। ବଜେଟ ଜରିଆରେ ଦେଶର ଅର୍ଥନୈତିକ ଏବଂ ସାମାଜିକ ପରିବର୍ତ୍ତନ ଏବଂ ଦେଶର ସର୍ବାଙ୍ଗୀନ ଉନ୍ନତି ହୋଇଥାଏ। ଏତଦ୍‌ ବ୍ୟତୀତ ସମାବେଶି ବିକାଶ ଏବଂ ଆଞ୍ଚଳିକ ବିକାଶରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। କରୋନା ମହାମାରୀ ଜନିତ ସଂକଟ, ଦେଶର ଆର୍ଥିକ ଅବନତି ଏବଂ ତା’ର କୁପ୍ରଭାବକୁ ହ୍ରାସ କରିବା ପାଇଁ ଏହା ଅନ୍ୟ ବଜେଟ ଅପେକ୍ଷା ଭିନ୍ନ ଏବଂ ଦୂରଦୃଷ୍ଟିସମ୍ପନ୍ନ ହେବ ବୋଲି ଆଶା କରାଯାଉଛି।
ଦେଶର ଅର୍ଥନୈତିକ ପରିସ୍ଥିତିକୁ ମୂଲ୍ୟାଙ୍କନ ଏବଂ ଦୀର୍ଘମିଆଦୀ ବୃଦ୍ଧିକୁ ମାପିବା ପାଇଁ ବିିତ୍ତୀୟ ନିଅଣ୍ଟକୁ ବ୍ୟବହାର କରାଯାଇଥାଏ। ବିତ୍ତୀୟ ନିଅଣ୍ଟ ଦେଶର ଆର୍ଥିକ ସଂକଟକୁ ଦର୍ଶାଇଥାଏ। ବିତ୍ତୀୟ ଦାୟିତ୍ୱ ଏବଂ ବଜେଟ ପରିଚାଳନା ନିୟମ-୨୦୦୩ ଅନୁଯାୟୀ ବିିତ୍ତୀୟ ନିଅଣ୍ଟ ଜିଡିପିର ୩ ପ୍ରତିଶତରୁ ଅଧିକ ହେବା ଉଚିତ ନୁହେଁ। ବିିତ୍ତୀୟ ନିଅଣ୍ଟ ବୃଦ୍ଧି ପାଇଲେ ତଦ୍ଦ୍ବାରା ଆର୍ଥିକ ସଂକଟଜନକ ସମସ୍ୟା ସୃଷ୍ଟି ହୋଇପାରେ। ବିଗତ ଦଶନ୍ଧିରେ ତାହା ଏକ ପ୍ରସ୍ତାବ ମାତ୍ର ହୋଇ ରହିଆସିଛି। କରୋନା ସଂକଟ ଏବଂ ତଦ୍ଦ୍ବାରା ପ୍ରଭାବିତ ଭାରତରେ ବିିତ୍ତୀୟ ନିଅଣ୍ଟକୁ ପ୍ରସ୍ତାବିତ ଜିଡିପିର ୩ ପ୍ରତିଶତ ରଖିବା ଅସମ୍ଭବ ହେବ। ଏହା ୫-୬ ପ୍ରତିଶତ ହେବାର ସମ୍ଭାବନା ଅଛି। ପୁଞ୍ଜି ବ୍ୟୟ ଏବଂ ରାଜସ୍ବ ନିଅଣ୍ଟ ବିିତ୍ତୀୟ ନିଅଣ୍ଟର ମାନ ନିର୍ଦ୍ଧାରଣ କରିଥା’ନ୍ତି। ପୁଞ୍ଜି ବ୍ୟୟ ଦେଶର ଉପତ୍ାଦନ ଏବଂ ରୋଜଗାରରେ ଯୋଗଦାନ କରିଥାଏ। ତେଣୁ ଅଧିକ ବିିତ୍ତୀୟ ନିଅଣ୍ଟର କୁପରିଣାମକୁ ଅଧିକ ପୁଞ୍ଜିବ୍ୟୟ ଦ୍ୱାରା କମ କରାଯାଇପାରିବ। ରାଜସ୍ବ ନିଅଣ୍ଟ ବିିତ୍ତୀୟ ନିଅଣ୍ଟର ମୁଖ୍ୟ କାରଣ। ତେଣୁ ବିିତ୍ତୀୟ ନିଅଣ୍ଟକୁ କମ୍‌ କରିବାକୁ ହେଲେ ରାଜସ୍ବ ନିଅଣ୍ଟକୁ କମ୍‌ କରିବାକୁ ପଡ଼ିବ। ସେଥିପାଇଁ ଯୋଜନାବଦ୍ଧ ଭାବରେ ଟିକସ ବୃଦ୍ଧି, ଟିକସ ସଂଗ୍ରହରେ ବୃଦ୍ଧି, ଉତ୍ତମ ଟିକସ ପ୍ରଶାସନ, ଏବଂ ଟିକସ-ଜିଡିପିର ଅନୁପାତକୁ ପୁନଃ ନିର୍ଦ୍ଧାରଣ କରିବା ଆବଶ୍ୟକ। ଅପରପକ୍ଷରେ ଅଣ-ଯୋଜନା ରାଜସ୍ବ ଖର୍ଚ୍ଚକୁ କମ କରିବା ଦରକାର ଏବଂ ଏହାର ଅପକାରିତା ଏବଂ ଉପକାରିତା ବିଶ୍ଳେଷଣ କରିବା ପାଇଁ ବ୍ୟୟ ସଂସ୍କାର ଆୟୋଗ ଗଠନ କରାଯାଇଥିଲେ ମଧ୍ୟ ବିଶେଷ ଫଳପ୍ରଦ ହୋଇନାହିଁି। ଏବେ ବିିତ୍ତୀୟ ନିଅଣ୍ଟ ଏକ ଚିନ୍ତାର ବିଷୟ।
ଆର୍ଥିକ ମାନ୍ଦାବସ୍ଥା ଏବଂ କରୋନାଜନିତ ବେକାରିକୁ କମ୍‌ କରିବାକୁ ସରକାର ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଅଗ୍ରାଧିକାର ଦେଇ ଆସିଛନ୍ତି। ଆର୍ଥିକ ଅଭିବୃଦ୍ଧି ଏବଂ ଗ୍ରାମୀଣ ବିକାଶ ପାଇଁ ସରକାର ବଜେଟରେ ଅଧିକ ଆର୍ଥିକ ପ୍ରବଧାନ କରିଥିବାର ଚର୍ଚ୍ଚା ହେଉଛି। କୃଷି ଏବଂ କୃଷକଙ୍କ ବିକାଶ ଏବଂ ତଜ୍ଜନିତ ଯୋଜନା ଏହି ବଜେଟରେ ଅଗ୍ରାଧିକାର ପାଇବା ସ୍ବାଭାବିକ ଏବଂ ନ୍ୟାୟସଙ୍ଗତ ମଧ୍ୟ। ସରକାର କୃଷି ନିୟମରେ ପରିବର୍ତ୍ତନ ଏବଂ କୃଷି ଉପତ୍ାଦନ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଥିବାର ଆଶା ଅଛି। କିଷାନ କ୍ରେଡିଟ୍‌ କାର୍ଡ, କୃଷି ବୀମା, କୃଷି ଋଣ, କୃଷିଜନିତ ବଜାର, କୃଷି ଏବଂ ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ସୁଧାର ଏବଂ ଉନ୍ନତି ଗ୍ରାମୀଣ ଜୀବନକୁ ସମୃଦ୍ଧ କରିବା ସଙ୍ଗେ ସଙ୍ଗେ ଜୀବିକା ବୃଦ୍ଧି ଏବଂ ଜୀବନକୁ ଆନନ୍ଦମୟ କରିବ।
ଆର୍ଥିକ ଅଭିବୃଦ୍ଧି ସହିତ ସାମାଜିକ ସ୍ଥିତିରେ ଦେଶ ସୁଦୃଢ଼ ହେବା ଉଚିତ। ସ୍ବାସ୍ଥ୍ୟ, ଶିକ୍ଷା, ଗୃହ, ପରିମଳ ଇତ୍ୟାଦି ଏକ ସୁଖଦ ଜୀବନ ନିର୍ବାହ ପାଇଁ ଅପରିହାର୍ଯ୍ୟ। କରୋନା ସମସ୍ତ ମାନବ ସମାଜକୁ ‘ସ୍ବାସ୍ଥ୍ୟ ହିଁ ସମ୍ପଦ’ ବୋଲି ପ୍ରମାଣ କରି ଏକ ନୂତନ ସଚେତନତା ସୃଷ୍ଟି କରିଛି। ରାଷ୍ଟ୍ରର ବିକାଶରେ ସ୍ବାସ୍ଥ୍ୟସେବାକୁ ଅଗ୍ରାଧିକାର ଏହି ବଜେଟରେ ଦିଆଯାଇଥିବାର ବିଶ୍ୱାସ ଅଛି। ଉତ୍ତମ ସ୍ବାସ୍ଥ୍ୟ ଏବଂ ସୁସ୍ଥତା ଉପରେ ସରକାର ବ୍ୟୟ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଉତ୍ତମ ସ୍ବାସ୍ଥ୍ୟସେବା, ଭିିତ୍ତିଭୂମି ନିର୍ମାଣ, ଉତ୍ତମ ଚିକିତ୍ସକ ଏବଂ ଚିକିତ୍ସା, ଆର୍ଥିକ ସହାୟତା, ବୀମା ଯୋଜନା ଇତ୍ୟାଦି ଯୋଗାଇ ଦେଇ ଏକ ସୁସ୍ଥ ଏବଂ ସ୍ବଚ୍ଛ ଭାରତ ଗଠନରେ ଏହି ବଜେଟର ଆବଶ୍ୟକତା ରହିଛି ଏବଂ ଏହି ପରିପ୍ରେକ୍ଷୀରେ ଜାତୀୟ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାକୁ ସୁଦୃଢ଼ କରିବା ଅତି ଆବଶ୍ୟକ।
ଶିକ୍ଷା କ୍ଷେତ୍ରରେ ଡିଜିଟାଲ ଏବଂ ଅନ୍‌ଲାଇନ୍‌ ଶିକ୍ଷା ଯୋଗୁ ଶିକ୍ଷାନୁଷ୍ଠାନମାନଙ୍କୁ ଆଧୁନିକୀକରଣ କରିବା ସହିତ ବୈଷୟିକ ଜ୍ଞାନ କୌଶଳ ଯୋଗାଇଦେବା ଦରକାର। ଗାଁଠାରୁ ସହର ପର୍ଯ୍ୟନ୍ତ ଶିକ୍ଷାର ମାନ ଏବଂ ଗୁଣବତ୍ତା ବଢ଼ାଇବାକୁ ହେଲେ ଏହି କ୍ଷେତ୍ରରେ ଅଧିକ ନିବେଶ ଆବଶ୍ୟକ। ନୂତନ ଶିକ୍ଷାନୀତି, ଶିକ୍ଷାର ପ୍ରସାର ଏବଂ ମାନ ବୃଦ୍ଧି ପାଇଁ ବତ୍ତର୍ର୍ମାନ ସରକାର ସଂକଳ୍ପବଦ୍ଧ। ତେଣୁ ଶିକ୍ଷା ଏବଂ ଅନୁସନ୍ଧାନ ବିଶେଷ ରୂପରେ ବଜେଟରେ ଅଗ୍ରାଧିକାର ପାଇଥିବ ବୋଲି ଆଶା ଓ ବିଶ୍ୱାସ।
ଅର୍ଥନୈତିକ ବିକାଶ, ଅଧିକ ରୋଜଗାର ଏବଂ ନିଯୁକ୍ତି ବଢ଼ାଇବା ପାଇଁ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗମାନଙ୍କର ଯୋଗଦାନ ଅତ୍ୟନ୍ତ ଜରୁରୀ। ଏହି ବଜେଟରେ ଋଣ, ସହାୟତା ଏବଂ ସବ୍‌ସିଡି ଆଦି ପ୍ରାବଧାନ ରହିଥିବାର ଆଶା ଅଛି। ଏହାଦ୍ୱାରା ରପ୍ତାନିରେ ବୃଦ୍ଧି ହେବ ଏବଂ ଉପତ୍ାଦନ ବଢ଼ିବ। ଯୁବ ଗୋଷ୍ଠୀମାନେ ମଧ୍ୟ ନିଜର ଷ୍ଟାର୍ଟଅପ୍‌ କରି ନିଜେ ରୋଜଗାରକ୍ଷମ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିପାରିବେ। ଏହା ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ସୁଗମ କରିବ।
ଜାତିସଂଘର ନିରନ୍ତର ବିକାଶ ଯୋଜନା ଅନ୍ତର୍ଗତ ସମସ୍ତ ୧୭ଟି ଲକ୍ଷ୍ୟକୁ ଆଖି ଆଗରେ ରଖି ବଜେଟରେ ଆୟ ବ୍ୟୟ ଏବଂ ନିରନ୍ତର ପ୍ରଗତି ଉପରେ ଗୁରୁତ୍ୱ ଦିଆଯିବା ଉଚିତ। ବିଶ୍ୱର ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଭାରତକୁ ଶକ୍ତି ଉପତ୍ାଦନ କ୍ଷେତ୍ରରେ ଡିକାର୍ବୋନାଇଜ କରିବାକୁ ପଡ଼ିବ। ସେଥିପାଇଁ ବଜେଟ ଜରିଆରେ ବ୍ୟାପକ କାର୍ବନ ବାଣିଜ୍ୟ ନୀତି ଏବଂ ପ୍ଲାଟଫର୍ମକୁ ସୁଦୃଢ଼ କରିବାକୁ ପଡ଼ିବ। ଅକ୍ଷୟ ଶକ୍ତିର ଉପତ୍ାଦନ ଏବଂ ତାହାର ବ୍ୟବହାରକୁ ବଜେଟ ପାଣ୍ଠି ଆବଣ୍ଟନ ଦ୍ୱାରା ପ୍ରୋତ୍ସାହିତ କରିବା ଉଚିତ। ଜାତୀୟ ହାଇଡ୍ରୋଜେନ ମିଶନ ଏହାର ଏକ ଜ୍ୱଳନ୍ତ ଉଦାହରଣ। ଶକ୍ତି କ୍ଷେତ୍ରରେ ଅକ୍ଷୟ ଶକ୍ତିର ପ୍ରୋତ୍ସାହନ, ପୁଞ୍ଜି ବିନିଯୋଗ, କର୍ପୋରେଟ୍‌ ଟିକସ ହ୍ରାସ, ଘରୋଇ ଉପତ୍ାଦନକୁ ପ୍ରୋତ୍ସାହନ, ଆତ୍ମନିର୍ଭର ଭାରତକୁ ସୁଦୃଢ଼ କରିବ। ଏହି ପରିପ୍ରେକ୍ଷୀରେ ଇଲେକ୍‌ଟ୍ରିକ ଗାଡ଼ି ଏବଂ ତା’ର ଉପତ୍ାଦନକୁ ସରକାର ପ୍ରୋତ୍ସାହନ ଦେବା ଉଚିତ।
ଦେଶର ସମବେଶି ବିକାଶ ପାଇଁ ଦରିଦ୍ର୍ୟ ଏବଂ ଅସମାନତା ଦୂରହେବା ଦରକାର। ସୁଶାସନ ଏବଂ କଲ୍ୟାଣକାରୀ କାର୍ଯ୍ୟକ୍ରମ ଦ୍ୱାରା ତାହା ସମ୍ଭବ ହୋଇପାରିବ। ମୂଳ ଭିତ୍ତିିିଭୂମିର ବିକାଶ ଓ ପୁଞ୍ଜିଗତ ପରିବର୍ତ୍ତନ ଜୀବନର ମାନ ବୃଦ୍ଧି କରିବ ଏବଂ ରୋଜଗାର ମଧ୍ୟ। ତେଣୁ ଦେଶରେ ଉପତ୍ାଦନ ଏବଂ ଉପତ୍ାଦକତା ବୃଦ୍ଧିରେ ଏହି ବଜେଟ ସହାୟକ ହେବ ବୋଲି ଆଶା କରାଯାଏ। ସମବେଶି ବିକାଶ, ତଜ୍ଜନିତ ଲାଭ ସମସ୍ତ ନାଗରିକଙ୍କ ପାଖରେ ପହଞ୍ଚତ୍ବା ଦରକାର। ଏହା ଦ୍ୱାରା ଜନତାଙ୍କ ଜାତୀୟ ବିକାଶରେ ଅଂଶଗ୍ରହଣ ଏବଂ ଭାଗୀଦାରି ବଢ଼ିବ। ସେଥିପାଇଁ ଡିଜିଟାଲ ଇଣ୍ଡିଆ ଏବଂ ଡିଜିଟାଲ ଭିତ୍ତିଭୂମିକୁ ପ୍ରୋତ୍ସାହନ ଦେବା ଦରକାର, ଯାହା ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବ।
ବରିଷ୍ଠ ନାଗରିକଙ୍କୁ ସହାୟତା, ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହନ, ଶିଶୁ ଏବଂ ମହିଳା କଲ୍ୟାଣ ମଧ୍ୟ ଆସନ୍ତା ବଜେଟରେ ଅଗ୍ରାଧିକାର ପାଇବାର ଆଶା ରହିଛି। ଏହି ବଜେଟ କରୋନା ପ୍ରଭାବିତ ଭାରତର ବିକାଶକୁ ତ୍ୱରାନ୍ବିତ କରିବା ସହ ଗ୍ରାମୀଣ ବିକାଶ, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଭିିତ୍ତିଭୂମିର ବିକାଶ ଏବଂ ରୋଜଗାର ପ୍ରଦାନକୁ ଅଗ୍ରାଧିକାର ଦେବ ବୋଲି ଆଶା କରାଯାଉଛି।

– ଡ. ଅମିୟ କୁମାର ମହାପାତ୍ର

ଉପନିର୍ଦ୍ଦେଶକ
ଫୋଷ୍ଟିମା ବିଜ୍‌ନେସ ସ୍କୁଲ, ନୂଆଦିଲ୍ଲୀ


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?