ସରକାରୀ ଜାଗାରେ ସମ୍ପ୍ରସାରଣ

ଅନୁଗୋଳ ଅଫିସ, ୨୯ା୬ ବଢ଼ୁଛି ଅନୁଗୋଳ ସହର। ବଜାରରେ ବୃଦ୍ଧି ପାଉଛି ବ୍ୟବସାୟିକ ପ୍ରତିଷ୍ଠାନ। ପୌରାଞ୍ଚଳ ହୋଇଥିଲେ ବି ଏହା ଉପରେ ପୌରପାଳିକାର ସେପରି କର୍ତ୍ତୃତ୍ୱ ଥିବା ଭଳି ଲାଗୁନାହିଁ। କାରଣ ଡ୍ରେନ୍‌, ରାସ୍ତା ଆଦି ସରକାରୀ ଜାଗାକୁ ମଡ଼ାଇ ଅନେକ ବ୍ୟବସାୟୀ ଦୋକାନ ସମ୍ପ୍ରସାରଣ କରିଛନ୍ତି। ଫଳରେ କେଉଁଠି ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି ତ ଆଉ କେଉଁଠି ବର୍ଷା ଜଳ ନିଷ୍କାସନ ପଥ ଅବରୋଧ ହୋଇଛିି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଏହି ଜବରଦଖଲକାରୀ ବ୍ୟବସାୟୀଙ୍କ ମଧ୍ୟରୁ ଅନେକେ ପୌରପାଳିକାର ନିଜସ୍ବ ଦୋକାନ ଘର ଭଡ଼ାରେ ନେଇଛନ୍ତି। ହେଲେ ଏମାନଙ୍କ ବିରୋଧରେ ପୌର କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଆଗ୍ରହ ଦେଖାଉ ନ ଥିବାରୁ ଅନ୍ୟ ଦୋକାନୀ ମଧ୍ୟ ଜବରଦଖଲରେ ଲାଗିପଡ଼ିଛନ୍ତି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଅନୁଗୋଳ ପୌରାଞ୍ଚଳରେ ୨ ହଜାରରୁ ଅଧିକ ଦୋକାନ ରହିଛି। କେବଳ ପୌରପାଳିକାର ନିଜସ୍ବ ଦୋକାନ ଗୃହ ସଂଖ୍ୟା ୭୩୩। ସେଥିରୁ ୩ଶହରୁ ଊର୍ଦ୍ଧ୍ୱ ବ୍ୟବସାୟୀ ବେଆଇନ ଭାବେ ଦୋକାନ ଗୃହ ବଢ଼ାଇଛନ୍ତି। ଏ ସମ୍ପର୍କରେ ପୌର କର୍ତ୍ତୃପକ୍ଷ ଅବଗତ ଅଛନ୍ତି। ହେଲେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ କେବଳ ସଚେତନତାରେ ସୀମିତ ରହିଛନ୍ତି। ପ୍ରଚାର ଗାଡ଼ି ବୁଲାଇ କାର୍ଯ୍ୟ ସାରିଦେଉଛନ୍ତି। ପୌର କର୍ତ୍ତୃପକ୍ଷଙ୍କ ଏପରି କୋହଳ ନୀତି ଦୋକାନୀମାନଙ୍କୁ ପ୍ରୋତ୍ସାହନ ଦେବା ଭଳି ହେଉଛି। ଫଳରେ ଯିଏ ଯେଉଁଠି ପାରିଲେ ଜବରଦଖଲରେ ଲାଗିପଡ଼ିଛନ୍ତି। ଏହି କାରଣରୁ ସହରବାସୀ ନାନା ସମସ୍ୟାରେ ପଡ଼ୁଛନ୍ତି। ବର୍ଷସାରା ବଜାରରେ ଟ୍ରାଫିକ ଜାମ୍‌ର ଶିକାର ହେଉଛନ୍ତି। ବର୍ଷା ଦିନେ ଅସୁବିଧା ଅଧିକ ବଢ଼ିଯାଉଛି। ଡ୍ରେନ୍‌ ସହ ଅନ୍ୟ ଜଳ ନିଷ୍କାସନ ପଥ ଜବରଦଖଲ ଯୋଗୁ ବର୍ଷା ପାଣି ସହରରୁ ବାହାରି ପାରୁ ନାହିଁ। ସେଣ୍ଟ୍ରାଲ ଲଜ୍‌ ନିକଟରେ ପ୍ରତିବର୍ଷ ଆଣ୍ଠୁଏ ପାଣିରେ ପଶି ଲୋକେ ରାସ୍ତା ପାର ହେଉଛନ୍ତି। ଉକ୍ତ ସ୍ଥାନରେ ଥିବା ଦୋକାନ ଗୁଡ଼ିକ ଆଗକୁ ମାଡ଼ିଯାଇଛନ୍ତି। ସେହିପରି ସହରରେ ଥିବା ଏକ ସୁନା ଦୋକାନ ଜବରଦଖଲ କରିଥିଲେ ବି ତାହାକୁ ନ ଭାଙ୍ଗି ସେଠାରେ ଡ୍ରେନ୍‌ ପଥ ପରିବର୍ତ୍ତନ କରାଯାଇଛି। ବଜାର ଭିତର ଦେଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସଂଯୋଗ କରୁଥିବା ରାସ୍ତା ସଂକୀର୍ଣ୍ଣ ହୋଇଚାଲିଥିବାରୁ ଅନେକ ସମୟରେ ଆମ୍ବୁଲାନ୍ସ ମଧ୍ୟ ଭିଡ଼ରେ ଫସିଯାଉଛି। ଦୋକାନୀମାନେ ରାସ୍ତା ଉପରକୁ ମାଡ଼ି ଆସିବା ସହ ବିଭିନ୍ନ ସାମଗ୍ରୀ ବାହାରେ ରଖୁଛନ୍ତି। ଡେଲି ମାର୍କେଟରୁ ବଜାର ଛକ ମଧ୍ୟରେ ପୌରପାଳିକାର ଥିବା ୮୪ଟି ଦୋକାନରୁ ୨୬ଟି ଦୋକାନୀ ବେଆଇନ ଭାବେ ଦୋକାନ ବଢ଼ାଇଛନ୍ତି। ଏ ନେଇ ସେମାନେ ପୌରପାଳିକାରୁ ଅନୁମତି ଆଣିଥିବା ଯୁକ୍ତି ମଧ୍ୟ ବାଢ଼ୁଛନ୍ତି। ତେଣୁ ସମସ୍ୟା ଦିନକୁ ଦିନ ବଢ଼ିଚାଲିଥିବା ସହରର ସଚେତନ ନାଗରିକମାନେ କହିଛନ୍ତି।

ଜବରଦଖଲ ଉଚ୍ଛେଦ କରାଯିବ
ସରକାରୀ ଜାଗା ଜବରଦଖଲ କରିଥିବା ଦୋକାନୀଙ୍କୁ ଉଚ୍ଛେଦ କରାଯିବ। ପୌରପାଳିକାରୁ ଏ ନେଇ ଅନୁମତି କାହାକୁ ଦିଆଯାଇ ନାହିଁ। ସରକାରୀ ଜାଗାରେ ଦୋକାନ ଗୃହ ସମ୍ପ୍ରସାରଣ କରିବା ସମ୍ପୂର୍ଣ୍ଣ ବେଆଇନ। ତେଣୁ ଏପରି ନିର୍ମାଣକୁ ଭଙ୍ଗାଯିବା ସହ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ

ନିର୍ଦ୍ଦେଶ ଅମାନ୍ୟ କରୁଛନ୍ତି
ସହରରେ ଜବରଦଖଲ ନ କରିବା ପାଇଁ ପୌର ପ୍ରଶାସନ ପକ୍ଷରୁ ବାରମ୍ବାର ଘୋଷଣା କରାଯାଉଛି। ଏହା ଦଣ୍ଡନୀୟ ଅପରାଧ ବୋଲି ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଉଛି। କିନ୍ତୁ ବ୍ୟବସାୟୀମାନେ ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି।
-ବିଭୂତି ଭୂଷଣ ମହାରଣା, ଟିକସ ଦାରୋଗା

ନୂଆପିଢ଼ି ହଇରାଣ ହେବେ
ଲୋକ ପ୍ରତିନିଧିଙ୍କ ଦୂରଦୃଷ୍ଟି ଅଭାବ ଓ ପ୍ରଶାସନିକ ଅଧିକାରୀଙ୍କ ନୀରବତା ପାଇଁ ଏପରି ସମସ୍ୟା ସୃଷ୍ଟି ହେଉଛି। ଏଥିଯୋଗୁ ଆଗାମୀ ଦିନରେ ଅନୁଗୋଳର ନୂଆପିଢ଼ିମାନେ ହଇରାଣ ହେବେ। କିଛି ବର୍ଷ ପରେ ଗାଡ଼ି ସଂଖ୍ୟା ବଢ଼ିଯିବ। ପାର୍କିଂ କରିବାକୁ ବଜାରରେ ସୁବିଧା ନାହିଁ। ଏହି ରାସ୍ତାର ପ୍ରଶସ୍ତୀକରଣ ନିମନ୍ତେ ଭୂମିପୂଜା କରାଯାଇଥିଲା। କିନ୍ତୁ ପ୍ରଶସ୍ତ ପରିବର୍ତ୍ତେ ତାହା ସଂକୀର୍ଣ୍ଣ ହୋଇଛି।
-ଶକ୍ତି ପ୍ରସାଦ ପଟ୍ଟନାୟକ, ପୂର୍ବତନ ନଗରପାଳ, ଅନୁଗୋଳ

ସୁହାଇଲା ଭଳି କାର୍ଯ୍ୟ କରାଯାଉଛି
ପୌରପାଳିକା ନୟନଯୋଡ଼ି କିଷମ ଉପରେ ଦୋକାନ ଘର ନିର୍ମାଣ କରିଛି, ଯାହା ଆଇନ ଅନୁଯାୟୀ ଅନୁମୋଦିତ ନୁହେଁ। ନୟନଯୋଡ଼ି ଗୁଡ଼ିକ ବନ୍ଦ ହେବା ଫଳରେ ଜଳ ନିଷ୍କାସନ ହୋଇପାରୁନାହିଁ। କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଦୋକାନ ଘର ବଢ଼ାଉଛନ୍ତି। ପୌରପାଳିକା ଏହାକୁ ଉଚ୍ଛେଦ କରିପାରୁ ନାହିଁ। ନୂଆ ନିର୍ମାଣ ସମୟରେ ମଧ୍ୟ ସେମାନଙ୍କୁ ସୁହାଇବା ଭଳି କାର୍ଯ୍ୟ କରାଯାଉଛି।
-ଭୂପେଶ ପ୍ରଧାନ, ଆଇନଜୀବୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୯,୫୦୦ ଯୁବତୀଯୁବକଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୨୭ା୬(ସୁନିତ୍‌ ମିଶ୍ର):ପୂର୍ବ ଭାରତରେ ଶିଳ୍ପାୟନର ବିକାଶକୁ ଆହୁରି ତ୍ୱରାନ୍ବିତ କରିବା ଏବଂ ଆଞ୍ଚଳିକ ସହଯୋଗ ମାଧ୍ୟମରେ ସନ୍ତୁଳିତ ଅଭିବୃଦ୍ଧି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ପ୍ରବଳ ବର୍ଷା ସମ୍ଭାବନା: ୪୦ରୁ ୫୦ କିମି ବେଗରେ ବହିବ ପବନ, ଏସବୁ ଜିଲାରେ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୨୭ା୬(ବନ୍ଦନା ସେଠୀ):ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗରେ ସେପରି କିଛି ବିଶେଷ ପରିବର୍ତ୍ତନ ନ ଥିବା…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲ୍‌ଜୀ ଦେଶାଇ: AICC ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୨୬।୬: ରାଜ୍ୟ କଂଗ୍ରେସ ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ୍‌ଜୀ ଦେଶାଇଙ୍କୁ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ…

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ: ଦୁଇ ଶିକ୍ଷକ ସମେତ ଜଣେ ଗିରଫ

ଭବାନୀପାଟଣା,୨୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ ଜଣ ଶିକ୍ଷକ ସମେତ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଶୁକ୍ରବାର ବଲାଙ୍ଗୀର ଜିଲା…

ଧରିତ୍ରୀ ପୋର୍ଟାଲର ପ୍ରଭାବ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏମ୍‌ଏସ୍‌ଏମ୍‌ଇ ପାର୍କର ଉଦ୍‌ଘାଟନ

କେସିଙ୍ଗା,୨୬।୬(ତୁମେଶ୍ୱର ସାହୁ): କେସିଙ୍ଗା ନିର୍ବାଚନ ମଣ୍ଡଳୀକୁ ପୁନର୍ବାର ଫେରାଇ ଆଣିବାକୁ ଜନସାଧାରଣଙ୍କ ଦାବି ଶୀର୍ଷକ ଏକ ଖବର ଗୁରୁବାର ଧରିତ୍ରୀ ପୋର୍ଟାଲରେ ପ୍ରକାଶ ପାଇଥିଲା। ଉକ୍ତ ଖବରର…

୩ ରଥରେ ଭକ୍ତ ଚଢ଼ିବା ଉପରେ କଟକଣା, ସୁଭଦ୍ରାଙ୍କ ପହଣ୍ଡି କାର୍ଯ୍ୟରେ ମହିଳାଙ୍କୁ ମନା

କୋରାପୁଟ,୨୬ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ସୁପରିଚାଳନା ଓ ସୁରୁଖୁରୁରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri