Posted inଜାତୀୟ

ହାଇଦ୍ରାବାଦ ୟୁନିଭର୍ସିଟିରେ ପ୍ରଦର୍ଶିତ

ହାଇଦ୍ରାବାଦ/ଥିରୁଭାନନ୍ଥପୁରମ୍‌,୨୫।୧: ବ୍ରିଟେନ୍‌ ଜାତୀୟ ଗଣମାଧ୍ୟମ ବିବିସି ୨୦୦୨ ଗୁଜରାଟ ଦଙ୍ଗା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରକାଶ କରିଥିବା ବିବାଦୀୟ ଡକ୍ୟୁମେଣ୍ଟାରି ‘ଇଣ୍ଡିଆ: ଦି ମୋଦି କୋଶ୍ଚିନ’କୁ ହାଇଦ୍ରାବାଦ ୟୁନିଭର୍ସିଟି କ୍ୟାମ୍ପସ୍‌ରେ ପ୍ରଦର୍ଶନ କରାଯାଇଛି। ଶନିବାର ଉତ୍ତର କ୍ୟାମ୍ପସ୍‌ରେ ଥିବା ଶପିଂ କମ୍ପ୍ଲେକ୍ସରେ ଡକ୍ୟୁମେଣ୍ଟାରି ସ୍କ୍ରିନିଂକୁ ନେଇ ବିବାଦ ଦେଖାଦେଇଛି। ଏହା ବିରୋଧରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବିଶ୍ୱବିଦ୍ୟାଳୟ ପ୍ରଶାସନ ନିକଟରେ ପ୍ରତିବାଦ ଜଣାଇଛି। ଏନେଇ ପ୍ରଶାସନ କ୍ୟାମ୍ପସ୍‌ ସୁରକ୍ଷା ବିଭାଗଠାରୁ ସବିଶେଷ ରିପୋର୍ଟ ମାଗିଛି। ସେପଟେ କେରଳରେ ମଙ୍ଗଳବାର ବିଭିନ୍ନ ରାଜନୈତିକ ଦଳ ବିବାଦୀୟ ଡକ୍ୟୁମେଣ୍ଟାରିର ସ୍କ୍ରିନିଂ କରିବା ପାଇଁ ଘୋଷଣା କରିଛନ୍ତି। ଏଭଳି କାର୍ଯ୍ୟ ଦେଶ ପ୍ରତି ବିଶ୍ୱାସଘାତ କହି ଏହାକୁ ବନ୍ଦ କରିବା ଲାଗି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ତୁରନ୍ତ ହସ୍ତକ୍ଷେପ କରିବାକୁ ଭାଜପା ଅନୁରୋଧ କରିଛି।
ଡକ୍ୟୁମେଣ୍ଟାରିକୁ କେରଳରେ ପ୍ରଦର୍ଶନ କରିବା ଲାଗି ସିପିଆଇ(ଏମ୍‌) ଯୁବ ସଂଗଠନ ଡିଓ୍ବାଇଏଫ୍‌ଆଇ ଫେସ୍‌ବୁକ୍‌ ପେଜ୍‌ରେ ଘୋଷଣା କରିବା ପରେ ଏହାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଏହା ପରେ ସିପିଆଇ(ଏମ୍‌)ର ସହଯୋଗୀ ଛାତ୍ର ସଂଗଠନ ଏସ୍‌ଏଫ୍‌ଆଇ, କେରଳ ପ୍ରଦେଶ କଂଗ୍ରେସ କମିଟିର ବିଭିନ୍ନ ସଂଗଠନ ପକ୍ଷରୁ ଡକ୍ୟୁମେଣ୍ଟାରି ପ୍ରଦର୍ଶନ କରାଯିବା ଲାଗି ଘୋଷଣା କରାଯାଇଛି। ରାଜ୍ୟରେ ଉକ୍ତ ଡକ୍ୟୁମେଣ୍ଟାରି ପ୍ରଦର୍ଶନ ଲାଗି ଅନୁମତି ନ ଦେବାକୁ ଭାଜପା ରାଜ୍ୟ ସଭାପତି କେ. ସୁରେନ୍ଦ୍ରନ୍‌ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ବିଦେଶୀ ଡକ୍ୟୁମେଣ୍ଟାରିକୁ ପ୍ରଦର୍ଶନ କରିବା ଦ୍ୱାରା ଦେଶର ଏକତା ଓ ସଂହତି ପ୍ରତି ବିପଦ ସୃଷ୍ଟି ହେବ। ଧର୍ମୀୟ ଉତ୍ତେଜନା ବଢ଼ାଇବା ଲକ୍ଷ୍ୟରେ ଦୁଇ ଦଶନ୍ଧି ତଳର ଦୁର୍ଭାଗ୍ୟଜନକ ଘଟଣାକୁ ପୁଣିଥରେ ଉଖୁରାଯାଉଥିବା ସୁରେନ୍ଦ୍ରନ୍‌ କହିଛନ୍ତି। ଡକ୍ୟୁମେଣ୍ଟାରି ପ୍ରଦର୍ଶନ ଲାଗି ଅନୁମତି ନ ଦେବାକୁ କେନ୍ଦ୍ର ବହିର୍ବ୍ୟାପାର ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ କେରଳ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସୁପ୍ରିମକୋର୍ଟ ଖାରଜ କରିଦେଇଥିବା ମାମଲାକୁ ପୁନର୍ବାର ପ୍ରଦର୍ଶନ କରିବା ସର୍ବୋଚ୍ଚ ଅଦାଲତଙ୍କ ବିଶ୍ୱସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଉଭୟ ସୁରେନ୍ଦ୍ରନ ଏବଂ ମୁରଲୀଧରନ ବିବିସି ଡକ୍ୟୁମେଣ୍ଟାରିର ସ୍କ୍ରିନିଂକୁ ଦେଶଦ୍ରୋହ ବୋଲି କହିଛନ୍ତି। ୟୁଟ୍ୟୁବରେ ବିବିସି ଡକ୍ୟୁମେଣ୍ଟାରିର ପ୍ରଥମ ଅଧ୍ୟାୟ ‘ଇଣ୍ଡିଆ: ଦି ମୋଦି କୋଶ୍ଚିନ’କୁ ବ୍ଲକ୍‌ କରିବା ଲାଗି ସୂଚନା ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଥିଲା। ଟୁଇଟ୍‌ ହୋଇଥିବା ଏହାର ଲିଙ୍କ୍‌କୁ ଡିଲିଟ୍‌ କରିବା ଲାଗି ଟୁଇଟରକୁ କୁହାଯାଇଥିଲା।
ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ଛାତ୍ର ସଂଗଠନ ମଙ୍ଗଳବାର ବିବାଦୀୟ ଡକ୍ୟୁମେଣ୍ଟାରି ସ୍କ୍ରିନିଂ କରିବାକୁ ଘୋଷଣା କରିଥିଲା। ଏହାକୁ ବାତିଲ କରିବା ନିମନ୍ତେ ୟୁନିଭର୍ସିଟି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ସ୍କ୍ରିନିଂ ପାଇଁ ଜେଏନ୍‌ୟୁ ପ୍ରଶାସନଠାରୁ ଆଗୁଆ ଅନୁମତି ନିଆଯାଇ ନାହିଁ। ଏଭଳି ଅନଧିକୃତ କାର୍ଯ୍ୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଭଙ୍ଗ କରିବ। ତେଣୁ ପ୍ରସ୍ତାବିତ କାର୍ଯ୍ୟକ୍ରମ ବାତିଲ କରିବା ଲାଗି ଜେଏନ୍‌ୟୁ ଏକ ବିବୃତି ଜରିଆରେ ସମ୍ପୃକ୍ତ ଛାତ୍ରୀଛାତ୍ର ଓ ବ୍ୟକ୍ତିବିଶେଷଙ୍କୁ ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?