Posted inଜାତୀୟ

ହାଇଦ୍ରାବାଦ ୟୁନିଭର୍ସିଟିରେ ପ୍ରଦର୍ଶିତ

ହାଇଦ୍ରାବାଦ/ଥିରୁଭାନନ୍ଥପୁରମ୍‌,୨୫।୧: ବ୍ରିଟେନ୍‌ ଜାତୀୟ ଗଣମାଧ୍ୟମ ବିବିସି ୨୦୦୨ ଗୁଜରାଟ ଦଙ୍ଗା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରକାଶ କରିଥିବା ବିବାଦୀୟ ଡକ୍ୟୁମେଣ୍ଟାରି ‘ଇଣ୍ଡିଆ: ଦି ମୋଦି କୋଶ୍ଚିନ’କୁ ହାଇଦ୍ରାବାଦ ୟୁନିଭର୍ସିଟି କ୍ୟାମ୍ପସ୍‌ରେ ପ୍ରଦର୍ଶନ କରାଯାଇଛି। ଶନିବାର ଉତ୍ତର କ୍ୟାମ୍ପସ୍‌ରେ ଥିବା ଶପିଂ କମ୍ପ୍ଲେକ୍ସରେ ଡକ୍ୟୁମେଣ୍ଟାରି ସ୍କ୍ରିନିଂକୁ ନେଇ ବିବାଦ ଦେଖାଦେଇଛି। ଏହା ବିରୋଧରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବିଶ୍ୱବିଦ୍ୟାଳୟ ପ୍ରଶାସନ ନିକଟରେ ପ୍ରତିବାଦ ଜଣାଇଛି। ଏନେଇ ପ୍ରଶାସନ କ୍ୟାମ୍ପସ୍‌ ସୁରକ୍ଷା ବିଭାଗଠାରୁ ସବିଶେଷ ରିପୋର୍ଟ ମାଗିଛି। ସେପଟେ କେରଳରେ ମଙ୍ଗଳବାର ବିଭିନ୍ନ ରାଜନୈତିକ ଦଳ ବିବାଦୀୟ ଡକ୍ୟୁମେଣ୍ଟାରିର ସ୍କ୍ରିନିଂ କରିବା ପାଇଁ ଘୋଷଣା କରିଛନ୍ତି। ଏଭଳି କାର୍ଯ୍ୟ ଦେଶ ପ୍ରତି ବିଶ୍ୱାସଘାତ କହି ଏହାକୁ ବନ୍ଦ କରିବା ଲାଗି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ତୁରନ୍ତ ହସ୍ତକ୍ଷେପ କରିବାକୁ ଭାଜପା ଅନୁରୋଧ କରିଛି।
ଡକ୍ୟୁମେଣ୍ଟାରିକୁ କେରଳରେ ପ୍ରଦର୍ଶନ କରିବା ଲାଗି ସିପିଆଇ(ଏମ୍‌) ଯୁବ ସଂଗଠନ ଡିଓ୍ବାଇଏଫ୍‌ଆଇ ଫେସ୍‌ବୁକ୍‌ ପେଜ୍‌ରେ ଘୋଷଣା କରିବା ପରେ ଏହାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଏହା ପରେ ସିପିଆଇ(ଏମ୍‌)ର ସହଯୋଗୀ ଛାତ୍ର ସଂଗଠନ ଏସ୍‌ଏଫ୍‌ଆଇ, କେରଳ ପ୍ରଦେଶ କଂଗ୍ରେସ କମିଟିର ବିଭିନ୍ନ ସଂଗଠନ ପକ୍ଷରୁ ଡକ୍ୟୁମେଣ୍ଟାରି ପ୍ରଦର୍ଶନ କରାଯିବା ଲାଗି ଘୋଷଣା କରାଯାଇଛି। ରାଜ୍ୟରେ ଉକ୍ତ ଡକ୍ୟୁମେଣ୍ଟାରି ପ୍ରଦର୍ଶନ ଲାଗି ଅନୁମତି ନ ଦେବାକୁ ଭାଜପା ରାଜ୍ୟ ସଭାପତି କେ. ସୁରେନ୍ଦ୍ରନ୍‌ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ବିଦେଶୀ ଡକ୍ୟୁମେଣ୍ଟାରିକୁ ପ୍ରଦର୍ଶନ କରିବା ଦ୍ୱାରା ଦେଶର ଏକତା ଓ ସଂହତି ପ୍ରତି ବିପଦ ସୃଷ୍ଟି ହେବ। ଧର୍ମୀୟ ଉତ୍ତେଜନା ବଢ଼ାଇବା ଲକ୍ଷ୍ୟରେ ଦୁଇ ଦଶନ୍ଧି ତଳର ଦୁର୍ଭାଗ୍ୟଜନକ ଘଟଣାକୁ ପୁଣିଥରେ ଉଖୁରାଯାଉଥିବା ସୁରେନ୍ଦ୍ରନ୍‌ କହିଛନ୍ତି। ଡକ୍ୟୁମେଣ୍ଟାରି ପ୍ରଦର୍ଶନ ଲାଗି ଅନୁମତି ନ ଦେବାକୁ କେନ୍ଦ୍ର ବହିର୍ବ୍ୟାପାର ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ କେରଳ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସୁପ୍ରିମକୋର୍ଟ ଖାରଜ କରିଦେଇଥିବା ମାମଲାକୁ ପୁନର୍ବାର ପ୍ରଦର୍ଶନ କରିବା ସର୍ବୋଚ୍ଚ ଅଦାଲତଙ୍କ ବିଶ୍ୱସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଉଭୟ ସୁରେନ୍ଦ୍ରନ ଏବଂ ମୁରଲୀଧରନ ବିବିସି ଡକ୍ୟୁମେଣ୍ଟାରିର ସ୍କ୍ରିନିଂକୁ ଦେଶଦ୍ରୋହ ବୋଲି କହିଛନ୍ତି। ୟୁଟ୍ୟୁବରେ ବିବିସି ଡକ୍ୟୁମେଣ୍ଟାରିର ପ୍ରଥମ ଅଧ୍ୟାୟ ‘ଇଣ୍ଡିଆ: ଦି ମୋଦି କୋଶ୍ଚିନ’କୁ ବ୍ଲକ୍‌ କରିବା ଲାଗି ସୂଚନା ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଥିଲା। ଟୁଇଟ୍‌ ହୋଇଥିବା ଏହାର ଲିଙ୍କ୍‌କୁ ଡିଲିଟ୍‌ କରିବା ଲାଗି ଟୁଇଟରକୁ କୁହାଯାଇଥିଲା।
ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ଛାତ୍ର ସଂଗଠନ ମଙ୍ଗଳବାର ବିବାଦୀୟ ଡକ୍ୟୁମେଣ୍ଟାରି ସ୍କ୍ରିନିଂ କରିବାକୁ ଘୋଷଣା କରିଥିଲା। ଏହାକୁ ବାତିଲ କରିବା ନିମନ୍ତେ ୟୁନିଭର୍ସିଟି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ସ୍କ୍ରିନିଂ ପାଇଁ ଜେଏନ୍‌ୟୁ ପ୍ରଶାସନଠାରୁ ଆଗୁଆ ଅନୁମତି ନିଆଯାଇ ନାହିଁ। ଏଭଳି ଅନଧିକୃତ କାର୍ଯ୍ୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଭଙ୍ଗ କରିବ। ତେଣୁ ପ୍ରସ୍ତାବିତ କାର୍ଯ୍ୟକ୍ରମ ବାତିଲ କରିବା ଲାଗି ଜେଏନ୍‌ୟୁ ଏକ ବିବୃତି ଜରିଆରେ ସମ୍ପୃକ୍ତ ଛାତ୍ରୀଛାତ୍ର ଓ ବ୍ୟକ୍ତିବିଶେଷଙ୍କୁ ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri