ପଦ୍ମପୁର ପ୍ରତିଶ୍ରୁତି ପାଳନ ପାଇଁ ବିଜେଡିର କସରତ

ଭୁବନେଶ୍ବର,୧୬ା୧୨(ବ୍ୟୁରୋ):ପଦ୍ମପୁର ଉପନିର୍ବାଚନ ଦାୟିତ୍ୱରେ ଥିବା ନେତାମାନଙ୍କୁ ନବୀନ ନିବାସରୁ ଗୁରୁବାର ପୂର୍ବାହ୍ନ ୧୧ଟା ସୁଦ୍ଧା ପହଞ୍ଚିବା ପାଇଁ ଡକରା ମିଳିଥିଲା। ଡକରା ପାଇ ଦାୟିତ୍ୱରେ ଥିବା ସମସ୍ତ ନେତା ଯାଇ ନବୀନ ନିବାସରେ ପହଞ୍ଚିଥିଲେ। ଏହାସହ ଯେଉଁମାନେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପାଇଥିଲେ ସମସ୍ତଙ୍କୁ ଫଳାଫଳ ସମ୍ପର୍କିତ ରିପୋର୍ଟ ନେଇ ଆସିବାକୁ କୁହାଯାଇଥିଲା। ସେହି ଅନୁଯାୟୀ ନିର୍ବାଚନମଣ୍ଡଳୀଠାରୁ ଆରମ୍ଭ କରି ବ୍ଲକ ଏବଂ ଜୋନ୍‌ ଓ ପଞ୍ଚାୟତ ଦାୟିତ୍ୱରେ ଥିବା ନେତାମାନେ ନିଜ ରିପୋର୍ଟକୁ ସାଙ୍ଗରେ ଧରି ଯାଇ ପହ଼ଞ୍ଚି ଯାଇଥିଲେ। ଏହାପରେ ସମସ୍ତ ନେତାଙ୍କୁ ନେଇ ଜୋନ୍‌ଓ୍ବାରି ପଦ୍ମପୁରରେ ହୋଇଥିବା ଫଳାଫଳର ସମୀକ୍ଷା କରାଯାଇଥିଲା। କେଉଁ ପଞ୍ଚାୟତରେ କେତେ ରେଜଲ୍ଟ ହୋଇଛି, କେଉଁଠାରେ ଖରାପ ହେଇଛି ଏବଂ କୋଉଁଠାରେ ଦଳର ଭଲ ପ୍ରଦର୍ଶନ ହୋଇଛି ସବୁର ତର୍ଜମା କରାଯାଇଥିଲା। ଏହାପରେ କେଉଁ ନେତାମାନେ ଦାୟିତ୍ୱରେ ଥିବା ପଞ୍ଚାୟତରେ କ’ଣ ସବୁ ପ୍ରତିଶ୍ରୁତି ଦେଇ ଫେରିଛନ୍ତି ସେକଥା ମଧ୍ୟ ଜଣାଇଥିଲେ। ସେହି ପ୍ରତିଶ୍ରୁତି ଯେପରି ତୁରନ୍ତ ଏବଂ ଯଥା ଢଙ୍ଗରେ ପାଳନ ହେବ ସେନେଇ ସେମାନଙ୍କୁ ଗୁରୁତ୍ୱ ଦେବା ଲାଗି କୁହାଯାଇଥିଲା। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ମାସରେ ପଦ୍ମପୁର ଯିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ସେହିପରି ଜୋନ୍‌ଓ୍ବାରି ନେତାମାନଙ୍କୁ ଡାକି ପଦ୍ମ୍‌ପୁର ଉପନିର୍ବାଚନରେ କାମ କରିବା ସମୟରେ କ’ଣ ସବୁ ସେମାନଙ୍କ ଅନୁଭୂତି ରହିଲା ସେନେଇ ମଧ୍ୟ ପଚରାଯାଇଛି। ରାଜ୍ୟ ସରକାର ଆଣିଥିବା ଯୋଜନା ସବୁ ମଧ୍ୟରୁ କେଉଁଗୁଡିକ ଲୋକମାନଙ୍କ ଦ୍ୱାରା ବିଶେଷ ଆଦୃତ ହେଉଛି ,କେଉଁ ଯୋଜନାକୁ ହିତାଧିକାରୀମାନେ ଭଲ ପାଉନାହାନ୍ତି ସେନେଇ ପଞ୍ଚାୟତସ୍ତରରେ ଦାୟିତ୍ୱରେ ଥିବା ନେତାମାନଙ୍କୁ ପଚରାଯାଇଥିଲା। ଏହାସହ ଭାଜପା, ରାଷ୍ଟ୍ରୀୟ ସ୍ବୟଂ ସେବକ, ବିଶ୍ୱ ହିନ୍ଦୁ ପରିଷଦ ବାଲାଙ୍କ ଭୂମିକା କିପରି ରହୁଛି ସେନେଇ ମଧ୍ୟ ମତାମତ ନିଆଯାଇଥିଲା। ଏହାସହ ଅନ୍ୟ କେଉଁ ଯୋଜନା କଲେ ଲୋକଙ୍କ ଦ୍ୱାରା ଆଦୃତ ହୋଇପାରିବ ସେକଥା ମଧ୍ୟ ପଚରାଯାଇଥିଲା। ତେବେ ଆସନ୍ତା ଜାନୁୟାରୀରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ନିର୍ବାଚନମଣ୍ଡଳୀର ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଯିବେ। ଏହା ପୂର୍ବରୁ ପଞ୍ଚାୟତସ୍ତରରେ ନେତାମାନେ ଯାହାସବୁ ପ୍ରତିଶ୍ରୁତି ଦେଇଛନ୍ତି ସେସବୁର ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରି କିପରି ତୃଣମୂଳସ୍ତରରେ କାମ ହେବ ସେନେଇ କାମ ଆରମ୍ଭ କରିଦେବାକୁ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଯେବେ ପଦ୍ମପୁର ଯିବେ ସେହି କାର୍ଯ୍ୟାଦେଶ ବଣ୍ଟାଯିବ ବୋଲି ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। ତେବେ ବୈଠକ ଶେଷରେ ସବୁ ନେତାଙ୍କୁ ଜଗନ୍ନାଥଙ୍କ ମହାପ୍ରସାଦ ବଣ୍ଟାଯାଇଥିଲା। ତେବେ ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତ କରିବେ। କିନ୍ତୁ ମୁଖ୍ୟମନ୍ତ୍ରୀ କେବେ ଯିବେ ତା’ର ତାରିଖ ନିର୍ଦ୍ଧାରଣ ହୋଇନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ମା’ ଦଣ୍ଡକାଳୀ ମନ୍ଦିର ଦାନହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ, ପୂଜକ ଦେଖିବା ପରେ…

ଦିଗପହଣ୍ଡି/ପାଟପୁର,୧୯ା୮(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନାଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ପଳାସପୁର ଗ୍ରାମ ନିକଟ ମା ’ ଦଣ୍ଡକାଳୀ…

ଆଶୁତୋଷ ପରିଡ଼ା ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର,୧୯ା୮: ଓଡ଼ିଶା ସାହିତ୍ୟ ଜଗତ ପାଇଁ ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ମନାକୁ ଆସିଛି। ପ୍ରସିଦ୍ଧ କବି ତଥା ସୁସାହିତି୍ୟକ ଆଶୁତୋଷ ପରିଡ଼ା ସର୍ବୋଚ୍ଚ ସାହିତ୍ୟ…

ଓଡ଼ିଶା ପାଇଁ ବଡ଼ ରେଲଓ୍ବେ ଭେଟି, ମୋଦି ସରକାର କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (CCEA) ବୈଠକରେ ପ୍ରାୟ ୯,୪୫୦ କୋଟି ଟଙ୍କା ବ୍ୟୟବରାଦରେ ୪ଟି…

କେମିତି ଅପହରଣ ହୋଇଥିଲେ ବ୍ୟବସାୟୀ ଗୁଣ୍ଡା ସାହୁ, ପୋଲିସ କ୍ରାଇମ୍‌ ଭିଡିଓ ଜାରି କରି…

ବଲାଙ୍ଗୀର,୧୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ଘଟଣା ସମ୍ପର୍କିତ କ୍ରାଇମ ଭିଡିଓ ଜାରି କରିଛି ବଲାଙ୍ଗୀର ପୋଲିସ। କିଭଳି ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri