ସମିତି ବୈଠକରେ ହଟ୍ଟଗୋଳ, ଉତ୍ତେଜନା

ଦାରିଙ୍ଗବାଡ଼ି,୧୪।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଚତୁର୍ଥ ପଞ୍ଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡିଓ ଗଦାଧର ପାତ୍ର ସଂଯୋଜନା କରିଥିଲେ।

ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରଥମେ ବିପର୍ଯ୍ୟୟ ପରିଚାଳନା ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ ଜିଲା ଜରୁରୀ କାର୍ଯ୍ୟାଳୟ(କନ୍ଧମାଳ)ର ପରାମର୍ଶଦାତା ସରୋଜ କୁମାର ଦାସ ଲୋକପ୍ରତିନିଧିଙ୍କୁ ତାଲିମ ପ୍ରଦାନ କରି ତାଙ୍କ ଦାୟିତ୍ୱ ସମ୍ପର୍କରେ କହିଥିଲେ।

ଏହି ଅବସରରେ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ସହ ଅଗଷ୍ଟ ମାସରେ ଦୁଇଜଣ ନବ ଜାତ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଲୋକପ୍ରତିନିଧି ହଟ୍ଟଗୋଳ କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ଅଭାବ ଯୋଗୁ ସୁଇପରଙ୍କୁ ପ୍ରସବ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗର ତଦନ୍ତ କରି ରିପୋର୍ଟ ପ୍ରଦାନ କରାଯିବ ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି। ତେବେ ବୈଠକରେ ସ୍ବାସ୍ଥ୍ୟସେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା।

ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ହସ୍ପିଟାଲରେ ଅଧିକ ଔଷଧ ଗଚ୍ଛିତ ରଖିବାକୁ ଦାବି କରିଥିଲେ। ବାମୁଣୀଗାଁ ଏବଂ ସିମନବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ ପାଇଁ ୫୭ ଲକ୍ଷ ଟଙ୍କା ଲେଖାଏ ଅନୁମୋଦନ ହୋଇଥିବା ବିଧାୟକ ପ୍ରଧାନ କହିଥିଲେ। ବୈଠକ ପାଇଁ ଏକାଧିକ ସମିତିସଭ୍ୟ ଚିଠି ପାଇ ନ ଥିବା ନେଇ ସିମନବାଡି ସମିତିସଭ୍ୟ ଅଭିଯୋଗ କରିଥିଲେ। ଏନେଇ ଜନପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଥିଲେ। ହେଲେ ଡାକ ଯୋଗେ ଚିଠି ପଠାଯାଇ ସୋସିଆଲ ମିଡିଆରେ ଚିଠିକୁ ସାର୍ବଜନୀନ କରିବାକୁ ବୈଠକରେ ନିଷ୍ପତି ହୋଇଥିଲା। ଅନ୍ୟପକ୍ଷେ ଜିଲାର କେତେକ ସ୍କୁଲକୁ ବନ୍ଦ କରିଦିଆଯାଇଥିଲେ ମଧ୍ୟ ସେଠାକାର ଛାତ୍ରୀଛାତ୍ର କେଉଁ ବିଦ୍ୟାଳୟରେ ପଢୁଛନ୍ତି ତାହା ବିଭାଗ ପକ୍ଷରୁ ତଦରଖ କରାଯାଉ ନ ଥିବା କହିଥିଲେ। ତଜଡ଼ବାଡ଼ି ବିଦ୍ୟାଳୟକୁ କରୋନା ପରଠାରୁ ବନ୍ଦ କରିଦିଆଯାଇଥିବା ବେଳେ ସେହି ଗ୍ରାମର ପ୍ରାୟ ୧୦ ଛାତ୍ରୀଛାତ୍ର ଜଙ୍ଗଲ ରାସ୍ତା ଦେଇ ପ୍ରାୟ ୫କି.ମି ଦୂର ଅନ୍ୟ ବିଦ୍ୟାଳୟକୁ ବିପଦପୂର୍ଣ୍ଣ ଭାବେ ଯାଉଛନ୍ତି। ତାହାର ତଦନ୍ତ କରି ତଜଡ଼ବାଡ଼ିରେ ପୁନଃ ବିଦ୍ୟାଳୟ ଚଳାଇବାକୁ ପଦକ୍ଷେପ ନେବାକୁ ବିଧାୟକ ପରାମର୍ଶ ଦେଇଥିଲେ।

ଏପରି କି ଜଣେ ଅଙ୍ଗନୱାଡି କର୍ମୀ ଓ୍ବାର୍ଡମେମ୍ବରଙ୍କ ଜାଲ୍‌ ଦସ୍ତଖତ କରି ଟଙ୍କା ହଡ଼ପ କରିଥିବା ନେଇ ଥାନା ଏବଂ ଶିଶୁ ଯୋଜନା ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ବୈଠକରେ ଅଭିଯୋଗ ହୋଇଥିଲା। ଏନେଇ ବୈଠକରେ ଉଚ୍ଚବାଚ ହୋଇ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri