Posted inଜାତୀୟ

ବରଙ୍କୁ ବନ୍ଧକ ରଖିଲେ କନ୍ୟା ପକ୍ଷ

ଅମେଠି,୪।୧୨ (ପି.ଟି.):ଉତ୍ତର ପ୍ରଦେଶର ଅମେଠିରୁ ଏକ ଅଜବ ବିବାହ ମାମଲା ସାମ୍‌ନାକୁ ଆସିଛି। ବିବାହ କରିବା ପାଇଁ ବିଳମ୍ବରେ ପହଞ୍ଚିବାରୁ ଜଣେ ବରଙ୍କୁ କନ୍ୟାପକ୍ଷ ବନ୍ଧକ ରଖିଛନ୍ତି।
ଘଟଣା ହେଉଛି ଅମେଠିର ଶୁକୁଲ୍‌ ବଜାର ଥାନା ଖୋଦବ୍‌୍‌ ଗ୍ରାମର। ଅଯୋଧ୍ୟାର ଉସ୍‌ହରନ ନିବାସୀ ସୋହନ ଲାଲ ନାମକ ଜଣେ ଯୁବକ ସୋମବାର ରାତିରେ ବରଯାତ୍ରୀ ଧରି ନିଜ ବିବାହ ସ୍ଥଳରେ ପହଞ୍ଚିବାର ଥିଲା। ତେବେ କୌଣସି କାରଣବଶତଃ ବରଯାତ୍ରୀ ଆସି ନ ଥିଲା। କନ୍ୟାପକ୍ଷ ସୋହନଙ୍କୁ କଲ୍‌ କରିଥିଲେ ମଧ୍ୟ ତାଙ୍କ ଫୋନ୍‌ ବନ୍ଦ ଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି କନ୍ୟାପକ୍ଷ ପୋଲିସକୁ ଖବର ଦେଇଥିଲେ। ପୋଲିସ ସୋହନଙ୍କ ସହ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇଥିଲା। ପୋଲିସ ଓ କନ୍ୟାପକ୍ଷଙ୍କ ଅନୁରୋଧକ୍ରମେ ସୋମବାର ରାତି ସାଢ଼େ ୨ଟାରେ ସୋହନ ବିବାହ ସ୍ଥଳରେ ପହଞ୍ଚିଥିଲେ। ତେବେ ସୋହନ ଆସିବା ପରେ କନ୍ୟାପକ୍ଷ ବିବାହକୁ ରଦ୍ଦ କରିବା ସହ ତାଙ୍କୁ ବନ୍ଧକ କରି ରଖିଥିଲେ। ବିବାହରେ ଯେତେ ଖର୍ଚ୍ଚ ହୋଇଛି ସେ ସମସ୍ତ ଅର୍ଥ ଦେବା ପରେ ଯାଇ ସୋହନଙ୍କୁ ଛଡ଼ାଯିବ ବୋଲି କନ୍ୟାପକ୍ଷ ରୋକଠୋକ ଶୁଣାଇଛନ୍ତି। ତେବେ ଏହି ବିବାହ ତାରିଖ ୧୦ ମାସ ତଳୁ ଠିକ ହୋଇଥିଲା ବୋଲି କନ୍ୟାଙ୍କ ବାପା କହିଛନ୍ତି। ସୋହନ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିବାରୁ ବିବାହ କରିବାକୁ ଆସିବାକୁ ଚାହୁଁ ନ ଥିଲେ ବୋଲି ସେ କହିଛନ୍ତି। ସେହିପରି ଯୌତୁକ ଆକାରରେ ସେ କାର୍‌ ଏବଂ ମୋଟର ସାଇକେଲ ମାଗୁଥିଲେ, ଯାହା ତାଙ୍କୁ ମିଳି ନ ଥିଲା। ତେଣୁ ସେ କ୍ଷୁବ୍ଧ ହୋଇ ଶେଷ ମୁହୂର୍ତ୍ତରେ ବିବାହ କରିବାକୁ ଅରାଜି ହୋଇଥିଲେ ବୋଲି କନ୍ୟାଙ୍କ ବାପା କହିଛନ୍ତି। ସୋହନଙ୍କ ପରିବାରବର୍ଗ କହିଛନ୍ତି, ବିବାହର ୩ ଦିନ ଆଗରୁ ସୋହନ ନିଖୋଜ ହୋଇଯାଇଥିଲେ। ତାଙ୍କର ଫୋନ୍‌ ମଧ୍ୟ ବନ୍ଦ ରହିଥିଲା। ତବେ ଘଟଣାକୁ ନେଇ ଏକ ସ୍ଥାନୀୟ ଗଣମାଧ୍ୟମକୁ ସୋହନ କହିଛନ୍ତି, ସେ ନିଖୋଜ ନ ଥିଲେ। ଏକ କାମରେ ଲକ୍ଷ୍ମୌ ଯାଇଥିଲେ। ସେଠାରେ ତାଙ୍କ ଫୋନ୍‌ ଖରାପ ହୋଇଯାଇଥିଲା। ସେଥିପାଇଁ ସେ ବିବାହ ସ୍ଥଳରେ ବିଳମ୍ବରେ ପହଞ୍ଚିଥିଲେ। କନ୍ୟାପକ୍ଷଙ୍କୁ କୌଣସି ଧୋକା ଦେଇନାହାନ୍ତି ବୋଲି ସୋହନ କହିଛନ୍ତି। ପୋଲିସ ଏହି ମାମଲାରେ ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାଶୁଝା କରିବା ପାଇଁ ପ୍ରୟାସ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ‘ସାନ ଭଉଣୀ’ ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ,୨।୭: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଗୁରୁବାର ଏକ ଗଭୀର ବ୍ୟକ୍ତିଗତ ଏବଂ ଭାବପ୍ରବଣ ମୁହୂର୍ତ୍ତ ଭାବରେ ଚିହ୍ନିତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri