ଉତ୍ସାହିତ ଭାଜପା କର୍ପୋରେଟର

ଭୁବନେଶ୍ୱର, ୬।୬ (ବନ୍ଦନା ସେଠୀ)ସାଧାରଣ ନିର୍ବାଚନରେ ଓଡ଼ିଶାରେ ଭାଜପା ବହୁମତ ହାସଲ କରି ପ୍ରଥମ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ୨୪ବର୍ଷର ଶାସନ ବିଜେଡି ହାତରୁ ଖସିଛି। ଏହାକୁ ନେଇ ଏବେ ଭାଜପା ନେତା, କର୍ମୀ ଓ ସମର୍ଥକଙ୍କ ମହଲରେ ଖୁସିର ଲହରି ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଭୁବନେଶ୍ୱରର ୩ ବିଧାନସଭା ଆସନରୁ ଗୋଟିଏ ଭାଜପା ଛଡ଼ାଇ ନେଇଥିବାବେଳେ ଲୋକ ସଭା ଆସନକୁ ମଧ୍ୟ ଭାଜପା କବ୍‌ଜା କରିଛି। ଫଳରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଭାଜପା କର୍ପୋରେଟରମାନେ ମଧ୍ୟ ବେଶ୍‌ ଉତ୍ସାହିତ ହୋଇପଡିଛନ୍ତି। ଜୁନ୍‌ ୨୦ ପରେ ବିଏମ୍‌ସିର ମାସିକିଆ ବୈଠକ ପୁନର୍ବାର ଆରମ୍ଭ ହେବ। ତେଣୁ ଏଥର ମାସିକିଆ ବୈଠକରେ ନିଜର ଦମ୍ଭ ଦେଖାଇବାକୁ ଭାଜପା କର୍ପୋରେଟରମାନେ ଏବେଠାରୁ ସଜବାଜ ହେଉଛନ୍ତି। ମୋଟ୍‌ ୬୭ଜଣ କର୍ପୋରେଟଙ୍କ ମଧ୍ୟରୁ ୫୫ଜଣ ବିଜେଡି କର୍ପୋରେଟର ଥିବାବେଳେ, ୧୦ଜଣ ଭାଜପା ଏବଂ ୨ଜଣ ସ୍ବାଧୀନ କର୍ପୋରେଟର ଅଛନ୍ତି। ସଂଖାଗରିଷ୍ଠତା ନ ଥିବାରୁ ଏବଂ ବିରୋଧୀ ଦଳ ହୋଇଥିବାରୁ ମେୟର, କମିଶନର ସର୍ବଦା ସେମାନଙ୍କୁ ହେୟଜ୍ଞାନ କରୁଥିବା ସେମାନେ ପୂର୍ବରୁ ଅଭିଯୋଗ କରି ଆସିଛନ୍ତି। ଏପରିକି ଏନେଇ ଅନେକ ଥର ଧାରଣା ଏବଂ ଗୃହତ୍ୟାଗ ମଧ୍ୟ କରିଛନ୍ତି। ମାତ୍ର ଏବେ ଶାସନ ଡୋର ଭାଜପା ହାତକୁ ଚାଲିଯାଇଥିବାରୁ ପୂର୍ବ ଘଟଣାର ପୁନରାବୃତ୍ତି ହୋଇ ପାରିବ ନାହିଁ ବୋଲି କେତେଜଣ ଭାଜପା କର୍ପୋରେଟର ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। ଏଥିସହ ଆସନ୍ତା ବୈଠକରେ ସହରର ଡ୍ରେନେଜ୍‌ ବ୍ୟବସ୍ଥାକୁ ନେଇ ମେୟର, କମିଶନରଙ୍କୁ ଘେରିବେ ବୋଲି ଭାଜପା କର୍ପୋରେଟର ରାମଚନ୍ଦ୍ର ରଣସିଂହ କହିଛନ୍ତି। ଜୁନ୍‌ ୨ୟ ସପ୍ତାହ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଥିବାବେଳେ ଏବେସୁଦ୍ଧା ସହରର ଡ୍ରେନ୍‌ କାମ ସରିପାରି ନାହିଁ। ଯେଉଁଠାରେ କାମ ସରିଛି, ସେଠାରେ ଡ୍ରେନ୍‌ ଉପରେ ସ୍ଲାବ୍‌ ପଡିନାହିଁ। ସେହିପରି ଅନେକ ଓ୍ବାର୍ଡରେ ରାସ୍ତାକାମ ଠିକ୍‌ ଭାବେ ହୋଇନାହିଁ। ଏସବୁର ହିସାବ ବୈଠକରେ ମଗାଯିବ। ସମସ୍ତ ବସ୍ତିବାସିନ୍ଦାଙ୍କୁ କାହିଁକି ଭୂମି ପ୍ରମାଣ ପତ୍ର ଦିଆଯାଇ ନାହିଁ ସେ ପ୍ରସଙ୍ଗ ଉଠିବ। ଏହାବାଦ୍‌ ଭାଜପା କର୍ପୋରେଟରଙ୍କ ଓ୍ବାର୍ଡକୁ ବିଏମ୍‌ସି କର୍ତ୍ତୃପକ୍ଷ ଯେଉଁ ଅଣଦେଖା କରୁଥିଲେ, ତାହା ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଭାଜପା କର୍ପୋରେଟର ଅପରୂପ ନାରାୟଣ ରାଉତ କହିଛନ୍ତି। ଏପରିକି ଆବଶ୍ୟକ ପଡିଲେ କର୍ପୋରେସନ୍‌କୁ ଭଙ୍ଗାଯିବ ବୋଲି ମଧ୍ୟ ଅପରୂପ କହିଛନ୍ତି। ଅପରପକ୍ଷେ ସଂଖ୍ୟା ଅଧିକ ଥିଲେ ମଧ୍ୟ ସରକାର ତାଙ୍କ ହାତରେ ଥିବାରୁ ଆମ ପକ୍ଷ ଦୁର୍ବଳ ରହିବ ବୋଲି ଜଣେ ବିଜେଡି କର୍ପୋରେଟର କହିଛନ୍ତି। ତେଣୁ ଆସନ୍ତା କର୍ପୋରେଶନ ବୈଠକ ଉଭୟ ଶାସକ ଏବଂ ବିରୋଧୀ ଦଳ କର୍ପୋରେଟରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଜଣାପଡିଛି।

କର୍ପୋରେଶନ ଭାଙ୍ଗିବା ସମ୍ଭାବନା କ୍ଷୀଣ
ପୂର୍ବରୁ ସରକାର ବଦଳିବା ପରେ କାଉନ୍‌ସିଲ୍‌ ଭାଙ୍ଗିଛି। ମାତ୍ର କାଉନ୍‌ସିଲ୍‌ ଏବଂ କର୍ପୋରେଶନ ମଧ୍ୟରେ ପାର୍ଥକ୍ୟ ରହିଛି। କର୍ପୋରେଶନ୍‌ର ସମସ୍ତ କର୍ପୋରେଟର ଏବଂ ମେୟର ସିଧାସଳଖ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଛନ୍ତି। ସରକାରଙ୍କ ନୋଟିଫିକେଶନ୍‌ରେ ରାଜ୍ୟର ସମସ୍ତ ଅର୍ବାନ ବଡିକୁ ଭାଙ୍ଗିବା ସହଜ କଥା। ମାତ୍ର ଗଣତାନ୍ତ୍ରିକ ଉପାୟରେ କୌଣସି ନିର୍ଦ୍ଦିଷ୍ଟ ଇଲେକ୍ଟେଡ୍‌ ବଡିକୁ ଭାଙ୍ଗିବା ଏତେ ସହଜ ହେବନାହିଁ। ସେହିପରି ଭାଜପା ସରକାର କଲେ ମଧ୍ୟ ବିଏମ୍‌ସିରେ ସେମାନଙ୍କ ସଂଖ୍ୟା ନଗଣ୍ୟ ରହିଛି। ତେଣୁ ସେମାନେ କର୍ପୋରେଶନ୍‌କୁ ଭାଙ୍ଗି ପାରିବେ ନାହିଁ। ଯଦି ବିଜେଡି କର୍ପୋରେଟରମାନେ ଭାଜପା ଦଳକୁ ଆସିଲେ ତେବେ ତାଙ୍କର ସଂଖ୍ୟା ବଢିବ ଏବଂ ସ୍ବତଃପ୍ରବୃତ୍ତ ଭାବେ ଶାସକ ଦଳର ପଲ୍ଲା ଭାରି ରହିବ।
-ମାନସ ମହାପାତ୍ର, ବରିଷ୍ଠ ଆଇନ୍‌ଜୀବୀ, ହାଇକୋର୍ଟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?