ଆର୍‌ଟିଓ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ପରିବହନ ବିଭାଗର କେତେକ ଅଧିକାରୀଙ୍କୁ ପଦୋନ୍ନତି ଦିଆଯିବା ସହ କେତେକ ଆର୍‌ଟିଓଙ୍କୁ ବଦଳି କରାଯାଇଛି। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଯୁଗ୍ମ ସଚିବ ପରିବହନ (ବୈଷୟିକ) ମନୋରଞ୍ଜନ ଲୋଧାଙ୍କୁ ଅତିରିକ୍ତ କମିଶନର ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବା ବେଳେ ସମ୍ବଲପୁର ଉତ୍ତର ଜୋନ୍‌ର ଡେପୁଟି କମିଶନର ଧନଞ୍ଜୟ ସେନାପତିଙ୍କୁ ଯୁଗ୍ମ କମିଶନର ପରିବହନ (ବୈଷୟିକ)ପଦୋନ୍ନତି ଦିଆଯାଇଛି। ପଦୋନ୍ନତି ପରେ ସେନାପତିଙ୍କୁ ଭୁବନେଶ୍ୱରରେ ମନୋରଞ୍ଜନ ଲୋଧାଙ୍କ ସ୍ଥାନକୁ ବଦଳି କରାଯାଇଛି। କଟକ ଆଞ୍ଚଳିକ ପରିବହନ ଅଧିକାରୀ ଦୀପ୍ତିରଞ୍ଜନ ପାତ୍ରଙ୍କୁ ଡେପୁଟି କମିଶନର ପରିବହନ(ବୈଷୟିକ) ପଦୋନ୍ନତି ଦିଆଯାଇଛି। ତାଙ୍କୁ ସମ୍ବଲପୁର ଉତ୍ତର ଜୋନ୍‌ରେ ନିଯୁକ୍ତି ଦିଆଯାଇଛି। କଟକ ଆର୍‌ଟିଓ କାର୍ଯ୍ୟାଳୟର ଆଇଏମ୍‌ଭି ରଶ୍ମି ରଞ୍ଜିତ ଦଳବେହେରାଙ୍କୁ ଆର୍‌ଟିଓ ଭାବେ ପଦୋନ୍ନତି ଦିଆଯାଇଛି। ପଦୋନ୍ନତି ପରେ ତାଙ୍କୁ ବାଲେଶ୍ୱର ଆରଟିଓ ଭାବେ ବଦଳି କରାଯାଇଛି। ସମ୍ବଲପୁର ଆଇଏମ୍‌ଭି ବିଭା ଭଞ୍ଜନ ସାମନ୍ତ ସିଂହାରରାୟଙ୍କୁ ଆର୍‌ଟିଓ ପଦବୀକୁ ପଦୋନ୍ନତି ଦିଆଯାଇଛି। ସାମନ୍ତ ସିଂହାରରାୟଙ୍କୁ ପଦୋନ୍ନତି ପରେ ଅନୁଗୋଳ ଆର୍‌ଟିଓ ଭାବେ ନିଯୁକ୍ତି ଦିଆଯାଇଛି। ନବରଙ୍ଗପୁର ଆଇଏମ୍‌ଭି ସନତ କୁମାର ଜେନାଙ୍କୁ ଆର୍‌ଟିଓ ଭାବେ ପଦୋନ୍ନତି ଦିଆଯାଇ ନୟାଗଡ଼ ଆର୍‌ଟିଓ ଭାବେ ନିଯୁକ୍ତି ଦିଆଯାଇଛି।
ପଦୋନ୍ନତି ପରେ ସମ୍ବିତ କୁମାରଙ୍କୁ ବରଗଡ଼ ଆର୍‌ଟିଓ, ଅନୁଗୋଳର ଜିତେନ୍ଦ୍ର କୁମାର ଭୋଇଙ୍କୁ ନବରଙ୍ଗପୁର, କଳାହାଣ୍ଡି ଆର୍‌ଟିଓ ଦୀନବନ୍ଧୁ ଶୁଣ୍ଢିଙ୍କୁ ଝାରସୁଗୁଡା, ସୁନ୍ଦରଗଡ଼ ଆରଟିଓ ରାମ ନିବାସ ସିରିକାଙ୍କୁ କଳାହାଣ୍ଡି, ଭୁବନେଶ୍ୱର-୨ର ଆର୍‌ଟିଓ ସଞ୍ଜୟ କୁମାର ବେହେରାଙ୍କୁ କଟକ, ବାଲେଶ୍ୱର ଆର୍‌ଟିଓ ବିକାଶ ଚନ୍ଦ୍ର ଚୌଧୁରୀଙ୍କୁ ଗଞ୍ଜାମ, ବରଗଡ଼ ଆର୍‌ଟିଓ କେଶବ ଚନ୍ଦ୍ର ନାୟକଙ୍କୁ ଚଣ୍ଡିଖୋଲ ଏବଂ ଗଞ୍ଜାମ ଆର୍‌ଟିଓ ସଞ୍ଜୟକୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର-୨ ଆର୍‌ଟିଓ ଭାବେ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri