ଆର୍‌ଟିଓ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ପରିବହନ ବିଭାଗର କେତେକ ଅଧିକାରୀଙ୍କୁ ପଦୋନ୍ନତି ଦିଆଯିବା ସହ କେତେକ ଆର୍‌ଟିଓଙ୍କୁ ବଦଳି କରାଯାଇଛି। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଯୁଗ୍ମ ସଚିବ ପରିବହନ (ବୈଷୟିକ) ମନୋରଞ୍ଜନ ଲୋଧାଙ୍କୁ ଅତିରିକ୍ତ କମିଶନର ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବା ବେଳେ ସମ୍ବଲପୁର ଉତ୍ତର ଜୋନ୍‌ର ଡେପୁଟି କମିଶନର ଧନଞ୍ଜୟ ସେନାପତିଙ୍କୁ ଯୁଗ୍ମ କମିଶନର ପରିବହନ (ବୈଷୟିକ)ପଦୋନ୍ନତି ଦିଆଯାଇଛି। ପଦୋନ୍ନତି ପରେ ସେନାପତିଙ୍କୁ ଭୁବନେଶ୍ୱରରେ ମନୋରଞ୍ଜନ ଲୋଧାଙ୍କ ସ୍ଥାନକୁ ବଦଳି କରାଯାଇଛି। କଟକ ଆଞ୍ଚଳିକ ପରିବହନ ଅଧିକାରୀ ଦୀପ୍ତିରଞ୍ଜନ ପାତ୍ରଙ୍କୁ ଡେପୁଟି କମିଶନର ପରିବହନ(ବୈଷୟିକ) ପଦୋନ୍ନତି ଦିଆଯାଇଛି। ତାଙ୍କୁ ସମ୍ବଲପୁର ଉତ୍ତର ଜୋନ୍‌ରେ ନିଯୁକ୍ତି ଦିଆଯାଇଛି। କଟକ ଆର୍‌ଟିଓ କାର୍ଯ୍ୟାଳୟର ଆଇଏମ୍‌ଭି ରଶ୍ମି ରଞ୍ଜିତ ଦଳବେହେରାଙ୍କୁ ଆର୍‌ଟିଓ ଭାବେ ପଦୋନ୍ନତି ଦିଆଯାଇଛି। ପଦୋନ୍ନତି ପରେ ତାଙ୍କୁ ବାଲେଶ୍ୱର ଆରଟିଓ ଭାବେ ବଦଳି କରାଯାଇଛି। ସମ୍ବଲପୁର ଆଇଏମ୍‌ଭି ବିଭା ଭଞ୍ଜନ ସାମନ୍ତ ସିଂହାରରାୟଙ୍କୁ ଆର୍‌ଟିଓ ପଦବୀକୁ ପଦୋନ୍ନତି ଦିଆଯାଇଛି। ସାମନ୍ତ ସିଂହାରରାୟଙ୍କୁ ପଦୋନ୍ନତି ପରେ ଅନୁଗୋଳ ଆର୍‌ଟିଓ ଭାବେ ନିଯୁକ୍ତି ଦିଆଯାଇଛି। ନବରଙ୍ଗପୁର ଆଇଏମ୍‌ଭି ସନତ କୁମାର ଜେନାଙ୍କୁ ଆର୍‌ଟିଓ ଭାବେ ପଦୋନ୍ନତି ଦିଆଯାଇ ନୟାଗଡ଼ ଆର୍‌ଟିଓ ଭାବେ ନିଯୁକ୍ତି ଦିଆଯାଇଛି।
ପଦୋନ୍ନତି ପରେ ସମ୍ବିତ କୁମାରଙ୍କୁ ବରଗଡ଼ ଆର୍‌ଟିଓ, ଅନୁଗୋଳର ଜିତେନ୍ଦ୍ର କୁମାର ଭୋଇଙ୍କୁ ନବରଙ୍ଗପୁର, କଳାହାଣ୍ଡି ଆର୍‌ଟିଓ ଦୀନବନ୍ଧୁ ଶୁଣ୍ଢିଙ୍କୁ ଝାରସୁଗୁଡା, ସୁନ୍ଦରଗଡ଼ ଆରଟିଓ ରାମ ନିବାସ ସିରିକାଙ୍କୁ କଳାହାଣ୍ଡି, ଭୁବନେଶ୍ୱର-୨ର ଆର୍‌ଟିଓ ସଞ୍ଜୟ କୁମାର ବେହେରାଙ୍କୁ କଟକ, ବାଲେଶ୍ୱର ଆର୍‌ଟିଓ ବିକାଶ ଚନ୍ଦ୍ର ଚୌଧୁରୀଙ୍କୁ ଗଞ୍ଜାମ, ବରଗଡ଼ ଆର୍‌ଟିଓ କେଶବ ଚନ୍ଦ୍ର ନାୟକଙ୍କୁ ଚଣ୍ଡିଖୋଲ ଏବଂ ଗଞ୍ଜାମ ଆର୍‌ଟିଓ ସଞ୍ଜୟକୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର-୨ ଆର୍‌ଟିଓ ଭାବେ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?