ଚେତିଲା ପ୍ରଶାସନ, ଖନନ କାର୍ଯ୍ୟ ବନ୍ଦ

ଭବାନୀପାଟଣା,୧୯।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୋଣ୍ଡୋଗୁଡା ରତ୍ନପଥର ଖଣିକୁ ସ୍ଥାନୀୟ କିଛି ଲୋକ ବେଆଇନ ଭାବେ ଖନନ କରୁଥିବା ଘଟଣା ଗତ କିଛି ଦିନ ତଳେ ସାମାନାକୁ ଆସିଥିଲା। ଏଠାରେ ଟଙ୍କା ଲୋଭରେ ବିପଦଜନକ ଭାବେ ଅଞ୍ଚଳର ଶିଶୁଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଖନନ ରେ ଲାଗିପଡିଥିଲେ। ପ୍ରତିଦିନ ସେମାନେ ଖନନ ସମୟରେ କିଛି ନା କିଛି ମୂଲ୍ୟବାନ ପଥର ପାଉଥିବାରୁ ତାକୁ ବିକ୍ରି କରି ବେଶ ଟଙ୍କା ପାଉଥିଲେ। ଏହି ଘଟଣାକୁ ନେଇ ଧରିତ୍ରୀ ସମେତ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ଚେତିଛି। ଘଟଣାସ୍ଥଳ ସ୍ଥାନୀୟ ପୋଲିସ ଓ ଖଣି ବିଭାଗ ଅଧିକାରୀ ପହଞ୍ଚତ୍ ତଦନ୍ତ କରିବା ପରେ ବେଆଇନ ଖଣି ଖନନ ଏବେ ବନ୍ଦ ରହିଛି। ଏହି ବେଆଇନ ଖଣି ଖନନରେ ଅଞ୍ଚଳର ଜଣେ ସରକାରୀ ଶିକ୍ଷକ ମୁଖ୍ୟ କାର୍ପେଟଦାର ବୋଲି ଶୁଣିବାକୁ ମିଳୁଛି। ତାଙ୍କ ଇସାରାରେ ଏପରି ବେଆଇନ କାମ ଚାଲୁଥିଲା ବୋଲି ଅଭିଯୋଗ ହୋଇଛି। ଏହି ଶିକ୍ଷକଙ୍କ ଉପରେ ଭିଜିଲାନ୍ସ ବିଭାଗ ତଦନ୍ତ କଲେ ଅନେକ ଗୁମର ଫିଟିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଅବଶ୍ୟ, ଜୁନାଗଡ଼ ପୋଲିସ ଏହି ଘଟଣାରେ କିଛି ଲୋକଙ୍କୁ ଗତ କିଛି ଦିନ ତଳେ ଥାନାକୁ ଡାକି ପଚରାଉଚୁରା କରି ନିଜ କାମ ସାରିଦେଇଛି। ଅନ୍ୟପଟେ ବୋଣ୍ଡୋଗୁଡା ଖଣି ଲିଜରେ ନେଇଥିବା ମାଣିକେଶରୀ ଜେମ୍ସ (ପି) ଏଲଟିଡି ପକ୍ଷରୁ ଜୁନାଗଡ଼ ଥାନରେ ଏତଲା ଦିଆଯାଇଛି। କମ୍ପାନୀ ପକ୍ଷରୁ ୨୦୨୧ରୁ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ୨.୦୨୩ ଏକର ସ୍ଥାନରେ ଖଣି ଖନନ ପାଇଁ ଲିଜ ନିଆଯାଇଛି। ହେଲେ ସ୍ଥାନୀୟ ଅଞ୍ଚଳବାସୀ ଲିଜ ଅଞ୍ଚଳରେ ଧସେଇ ପଶି ବେଆଇନ ଭାବେ ଖନନ କରି ମୂଲ୍ୟବାନ ପଥର ଲୁଟ କରିନେଉ ଥିବା ଅଭିଯୋଗ କରିଛନ୍ତି। ଏପରିକି ସେଠାରେ ଥିବା ଗାର୍ଡ ସେମାନଙ୍କୁ ମନା କଲେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ବେଆଇନ ଖଣି ଖନନ କରୁଥିବା ଲୋକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ଏହି ଖଣି ସୁରକ୍ଷିତ ରଖିବା ପାଇଁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?