Posted inଜାତୀୟ

ଡ୍ରଗ୍ସ ଚୋରା କାରବାର: ମ୍ୟାନମାରରୁ ଭାରତ ଲମ୍ବିଛି ଚେର, ୬ ମାସରେ ୨୭୧ କୋଟି ଟଙ୍କାର ଡ୍ରଗ୍ସ ଜବତ…

ଆଇଜଲ,୧୯।୬ : ଭାରତରେ ହେଉଥିବା ଡ୍ରଗ୍ସ ଚୋରା କାରବାରର ଚେର ମ୍ୟାନମାରରୁ ଲମ୍ବିଛି। ଅନୁସନ୍ଧାନକାରୀ ସଂସ୍ଥା ଚଳିତ ବର୍ଷ ଜାନୁଆରୀରୁ ଥିମଧଧ୍ୟରେ ମିଜୋରାମରେ ୨୭୧ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରିଛନ୍ତି। ମିଜୋରାମ ଏକ୍ସାଇଜ ଏବଂ ନାର୍କୋଟିକ୍ସ ବିଭାଗ ଜାନୁଆରୀରୁ ଜୁନ ମଧ୍ୟରେ ୨୭.୭ କିଲୋଗ୍ରାମ ହେରୋଇନ ଜବତ କରିଛି। ଯାହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୧୩୮କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମିଜୋରାମରେ ଜବତ ହୋଇଥିବା ଅଧିକାଂଶ ହେରୋଇନ ମ୍ୟାନମାରରୁ ଭାରତକୁ ଚୋରା ଚାଲାଣ କରାଯାଇଥିଲା।

 

ନାର୍କୋଟିକ୍ସ ବିଭାଗ ଦ୍ୱାରା ଜବତ ହୋଇଥିବା ଡ୍ରଗ୍ସରେ ୧୫.୩ କିଲୋଗ୍ରାମ ଗାଞ୍ଜା ଏବଂ ୪ କିଲୋଗ୍ରାମ ମେଟମେଟାମାଇନ ଟାବଲେଟ ଅନ୍ତର୍ଭୁକ୍ତ ଥିଲା। ଅଧିକାରୀମାନେ କହିଛନ୍ତି ଜାନୁଆରୀରୁ ମେ ମଧ୍ୟରେ ୧୩୨.୫ କୋଟି ଟଙ୍କା ମୂଲ୍ୟର ୨୬ କିଲୋଗ୍ରାମ ହେରୋଇନ ମଧ୍ୟ ଜବତ କରାଯାଇଛି। ମିଜୋରାମ ପୋଲିସ ୨୧୦ କିଲୋଗ୍ରାମ ସିଉଡୋଫେଡ୍ରାଇନ ଟାବଲେଟ ଏବଂ ୨୫.୩୮ କିଲୋଗ୍ରାମ ମିଥେମେଟାମାଇନ ଟାବଲେଟ ଜବତ କରିଛି। ଗତ ବର୍ଷ ୪୯ କିଲୋଗ୍ରାମ ହେରୋଇନ ଏବଂ ୨୯ କିଲୋଗ୍ରାମ ମିଥେମେଟାମାଇନ ଟାବଲେଟ ଜବତ କରାଯାଇଥିଲା।

ମିଜୋରାମ ସରକାରଙ୍କ ସାମାଜିକ କଲ୍ୟାଣ ତଥା ଏକ୍ସାଇଜ ମନ୍ତ୍ରୀ ଲାଲ୍ରିନୱା ଡ୍ରଗ୍ସ ପ୍ରସଙ୍ଗରେ କମିଟିର ଏକ ବୈଠକରେ ରାଜ୍ୟରେ ଡ୍ରଗ୍ସର ପ୍ରଭାବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ମିଜୋରାମର ସହରାଞ୍ଚଳ ପରିବର୍ତ୍ତେ ଗ୍ରାମାଞ୍ଚଳରେ ଡ୍ରଗ୍ସର ବ୍ୟବହାର ବୃଦ୍ଧି ପାଉଛି । ସାରା ରାଜ୍ୟରେ ଏକ ସଚେତନତା ଅଭିଯାନ ଚଳାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ଡ୍ରଗ୍ସ ବିରୋଧରେ ଲଢ଼େଇ ପାଇଁ ସରକାର ଡ୍ରଗ୍ସ କମିଟିକୁ ୩ କୋଟି ଟଙ୍କା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?