ପରୀକ୍ଷାର ସମୟ

ଦିଲ୍ଲୀର ପୋଲିସ ମୁଖ୍ୟଙ୍କୁ ରାତାରାତି ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ୧୯୯୨ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ସତୀଶ ଗୋଲ୍‌ଛାଙ୍କୁ ୨୧ ଅଗଷ୍ଟରେ ନିଯୁକ୍ତ କରାଯାଇଛି। ଏକ ସରକାରୀ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ କରାଯିବା ପରଦିନ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି ସମୟରେ ରାଜଧାନୀର ଆଇନ ଶୃଙ୍ଖଳା ବ୍ୟବସ୍ଥା ସୁଧାରିବା ପାଇଁ ଶୀଘ୍ର ଜଣେ ଦକ୍ଷ ଅଧିକାରୀ ଭାବେ ଗୋଲ୍‌ଛାଙ୍କୁ ଅଣାଯାଇଛି। ଦିଲ୍ଲୀ ପୋଲିସ ବ୍ୟବସ୍ଥାରେ ସେ ୩ ଦଶନ୍ଧି ହେଲା କାର୍ଯ୍ୟ କରିଆସିଛନ୍ତି। ସେ ୨୦୨୦ ଦଙ୍ଗା ସମୟରେ ସ୍ବତନ୍ତ୍ର ପୋଲିସ କମିଶନର ଥିଲେ ଏବଂ ଗୋଇନ୍ଦା, କ୍ରାଇମ ବ୍ରାଞ୍ଚ ଓ କାରାଗାର ବ୍ୟବସ୍ଥାର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହା ବ୍ୟତୀତ ସେ ଦିଲ୍ଲୀ ବାହାରେ ଅରୁଣାଚଳ ପ୍ରଦେଶ ଓ ତିହାରରେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ସଂକ୍ଷେପରେ କହିବାକୁ ଗଲେ, ଦିଲ୍ଲୀ ପୋଲିସର ଯେକୌଣସି ସଙ୍କଟରେ ତାଙ୍କ ଉପସ୍ଥିତି ରହୁଥିଲା। ଦିଲ୍ଲୀ ପୋଲିସ କମିଶନର ଭାବେ କାର୍ଯ୍ୟାଳୟରେ ପ୍ରଥମ ଦିନରୁ ଚର୍ଚ୍ଚା ହୋଇଥିଲା। ଅନ୍ୟମାନଙ୍କୁ ଦାୟିତ୍ୱ ଦେଇ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେବା ଅଧିକାରୀମାନେ ଦେଖିବାକୁ ପାଇଥିଲେ। ଏହାସହ ସେ ମଧ୍ୟ ଅଧିକାରୀଙ୍କ ମତକୁ ଆଗ୍ରହର ସହ ଶୁଣିଥିଲେ। ବିଭିନ୍ନ ଅଧିକାରୀଙ୍କୁ ଏକାଠିକରି ଆଲୋଚନା କରିବା ଏକ ଉଚିତ ପଦକ୍ଷେପ ଏବଂ ସଙ୍କଟ ସମୟରେ ପୋଲିସ ପାଇଁ ଏହା ଦରକାର। ଗୋଲ୍‌ଛା ଏହି ପଦବୀରେ ୨୦୨୭ ପର୍ଯ୍ୟନ୍ତ ରହିବେ, ଯାହା ଦିଲ୍ଲୀର କ୍ଷମତା ଖେଳରେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଏହା ତାଙ୍କ ପାଇଁ ବାସ୍ତବରେ ଏକ ପରୀକ୍ଷାର ବେଳ।
ଥିଙ୍କ୍‌ଟ୍ୟାଙ୍କ୍‌ ନା ବାବୁ ଲଢ଼େଇ
ଭାରତର ତଥାକଥିତ ଦକ୍ଷିଣପନ୍ଥୀ ଗୃହଯୁଦ୍ଧର ସବୁଠୁ ବଡ଼ ବିଡ଼ମ୍ବନା ହେଉଛି, ଏହା ତାହାର ବାସ୍ତବ ବିଚାରଧାରକୁ ଆଦୌ ଦୃଷ୍ଟି ଦିଏନାହିଁ। ଏହା ନିଜ ନିଜ ମଧ୍ୟରେ ଏକ ଲଢ଼େଇ ଭଳି ମନେହୁଏ, ଯେଉଁଥିରେ ଅବସରପ୍ରାପ୍ତ ଅଧିକାରୀ, କର୍ପୋରେଟ୍‌ ଅଂଶୀଦାର ଏବଂ ଥିଙ୍କ୍‌ଟ୍ୟାଙ୍କ୍‌ ଲଢ଼ୁଛନ୍ତି। ଏବକାର ଲଢ଼େଇର ଗୋଟିଏ ପଟେ ଅଛନ୍ତି ରିଲାଏନ୍ସ କମ୍ପାନୀରୁ ଅଧିକ ପୁଞ୍ଜି ଓ ସମ୍ବଳ ପାଇଥିବା ଅବର୍ଜରଭର ରିସର୍ଚ୍ଚ ଫାଉଣ୍ଡେଶନ( ଓଆର୍‌ଏଫ୍‌), ଯାହାର ଶୀର୍ଷ ନେତୃତ୍ୱରେ ରହିଛନ୍ତି ଜଣେ ଆଇଏଫ୍‌ଏସ୍‌ ଅଧିକାରୀ । ଲଢ଼େଇର ଅନ୍ୟ ପଟେ ଅଛି ଆଦାନୀ ସମର୍ଥିତ ଚିନ୍ତନ ଫାଉଣ୍ଡେଶନ, ଯାହାକୁ ସଞ୍ଚାଳନ କରୁଛନ୍ତି ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ। ଏହା ଏକ ବୌଦ୍ଧକ ଯୁଦ୍ଧ ନୁହେଁ , ବରଂ ଏକ ଅମଲାତାନ୍ତ୍ରିକ ଖେଳ ଭଳି ଜଣାପଡ଼ୁଛି। ଏ ସମ୍ପର୍କରେ ‘ଏକ୍ସ’ରେ ହେଉଥିବା ଆଲୋଚନା ତାମସାକୁ ଆହୁରି ବଢ଼ାଇଦେଇଛି। ଗୋଟିଏ ଦିନ ଏହା ରୁଷିଆର ଅଶୋଧିତ ତେଲ ଓ ରିଲାଏନ୍ସକୁ ନେଇ ହେଉଛି ତ ପରଦିନ ଜୟଶଙ୍କରଙ୍କ ସମର୍ଥକଙ୍କୁ ଏବଂ ତା’ପରଦିନ ଅନ୍‌ଲାଇନ ଗେମିଂ ଆପ୍‌ ଓ ଆଇପିଏଲ୍‌ ଅଧିକାର ନେଇ ଚର୍ଚ୍ଚା ଚାଲୁଛି। ଦେଖିବାକୁ ଗଲେ ଭାରତୀୟ ଶିଳ୍ପଗୁଡ଼ିକ ଅମଲାତାନ୍ତ୍ରିକ କ୍ଷେତ୍ର ପାଲଟିଯାଇଛି। ଭାରତର ଥିଙ୍କ୍‌ଟ୍ୟାଙ୍କ୍‌ ଦୃଶ୍ୟପଟରେ ଓଆର୍‌ଏଫ୍‌ର ପ୍ରାଧାନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଆମନ୍ତ୍ରଣ କରିଛି ଏବଂ ଚିନ୍ତନ ଅବସରପ୍ରାପ୍ତ ଅଧିକାରୀ ମଣ୍ଡଳୀ ଓ କର୍ପୋରେଟ ସହଯୋଗରେ ଏକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଅବତୀର୍ଣ୍ଣ ଭୂମିକା ନିଭାଇବାକୁ ବାହାରି ପଡ଼ିଛି। ଏହା ଦକ୍ଷିଣପନ୍ଥୀ ଓ ବାମପନ୍ଥୀଙ୍କ କିମ୍ବା ମୋଦି ଗୋଷ୍ଠୀ ଓ ବିରୋଧୀଙ୍କ ମଧ୍ୟରେ ଲଢ଼େଇ ନୁହେଁ। ଏହା ପୁରୁଣା ଓ ନୂଆ ସଂସ୍ଥା ମଧ୍ୟରେ, ଆଇଏଫ୍‌ଏସ୍‌ ଓ ଆଇଏଏସ୍‌ ମଧ୍ୟରେ ଏପରିକି ଅମ୍ବାନୀ ଓ ଆଦାନୀ ମଧ୍ୟରେ ଏକ ଲଢ଼େଇ।
ଦୁର୍ନୀତିର ଧାରା
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭାରି ବ୍ୟସ୍ତ ରହୁଛି। ପ୍ରତିଦିନ ଚଢ଼ାଉ କରୁଛି। ଏବେ ଏହାର ନଜର ଗୁଆହାଟୀ ଉପରେ ପଡ଼ିଛି, ଯେଉଁଠି ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସଓ୍ବୋଲି ଦେବୀ ଶର୍ମା ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବାରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର କରିଥିବା ଅଭିଯୋଗ ରହିଛି। ୫୯ କେନ୍ଦ୍ରରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ହୋଇଥିଲା, କିନ୍ତୁ ପାଖାପାଖି ୩୫୦ କେନ୍ଦ୍ର କରାଯାଇଥିଲା ଏବଂ ତାଙ୍କ ବନ୍ଧୁ ଓ ପରିବାରକୁ ଏଥିପାଇଁ ଠିକା ଦିଆଯାଇ ଜଣେ ବ୍ୟକ୍ତିଙ୍କ ଦ୍ୱାରା ନିୟନ୍ତ୍ରିତ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା କାରବାର ହୋଇଥିଲା। ବାବୁ ପରିସରରେ ଦୁର୍ନୀତି ଅସାମାନ୍ୟ ନୁହେଁ, ବରଂ ବ୍ୟବସ୍ଥାର ଏକ ବିଶେଷତା। ଜଣେ ଅଧିକାରୀ ଏଭଳି ବିପୁଳ ଟଙ୍କା ଅନିୟନ୍ତ୍ରିତ ଭାବେ ହାସଲକରି ଅକଳ୍ପନୀୟ ମନେହେଲେ ବି ଏହା ପ୍ରାୟତଃ ନିୟମିତ ରୂପେ ଘଟିଚାଲିଛି। ପ୍ରକ୍ରିୟାର ନିରୀକ୍ଷଣ ବ୍ୟବସ୍ଥା ଦୁର୍ବଳ ରହୁଛି। ଟଙ୍କା ଲୁଟ୍‌ ହେବା ପରେ ହିଁ ସକ୍ରିୟତା ପ୍ରକାଶ ପାଉଛି କିମ୍ବା ଅଭିଯୁକ୍ତଙ୍କୁ ଧରାଯାଉଛି। ପ୍ରକୃତ ଦୁର୍ନୀତି କେବଳ ଜଣେ ବ୍ୟକ୍ତିଙ୍କ ଲୋଭ ଯୋଗୁ ହେଉନାହିଁ ବରଂ ବ୍ୟବସ୍ଥା ଏହା କରିବାକୁ ଅନୁମତି ଦେଉଛି। ଦୁର୍ନୀତିର ଏହି ଧାରା ଦେଶରେ ଶିକ୍ଷା ଯୋଜନା, କଲ୍ୟାଣକାରୀ କାର୍ଯ୍ୟକ୍ରମ କିମ୍ବା ଭିତ୍ତିଭୂମି ପ୍ରକଳ୍ପରେ ବାରମ୍ବାର ଘଟୁଛି। ସଂଖ୍ୟା ବଢ଼ାଯାଉଛି, ଟେଣ୍ଡର ହେଉନାହିଁ, ସମର୍ଥକ ଠିକାଦାରଙ୍କୁ କାମ ଦିଆଯାଉଛି । ସମୟକ୍ରମରେ ଏହା ଉପରେ କେହି ପ୍ରଶ୍ନ ଉଠାଇବାବେଳକୁ ଟଙ୍କା ଚାଲିଯାଉଛି। ଏଭଳି ପ୍ରତ୍ୟେକ ଘଟଣାରେ ସରକାର ଗର୍ବର ସହ କହୁଥିବା ‘ଦୃଢ଼ ଢାଞ୍ଚା’ରେ ଥିବା ବିଶ୍ୱାସର ଅବକ୍ଷୟ ହେଉଛି। ଚଢ଼ାଉ ଓ ଗିରଫ କରିବା ଖବରର ଶୀର୍ଷକ ପାଲଟୁଛି , କିନ୍ତୁ ଦୁର୍ନୀତିର ଧାରାରେ କିଛି ବି ପରିବର୍ତ୍ତନ ହେଉନାହିଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?