ପିଲାଙ୍କ ଉପରେ ପରୀକ୍ଷା ଚାପ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ

ଦୀର୍ଘ ଦୁଇବର୍ଷ କରୋନା ମହାମାରୀ ଭିତରେ ପିଲାମାନେ ଘରେ ରହି ଅନ୍‌ଲାଇନ ପାଠପଢ଼ାରେ ବ୍ୟସ୍ତ ରହିଲେ। ଦୁଇବର୍ଷ ପରେ ବିଦ୍ୟାଳୟକୁ ଯାଇ ସାଙ୍ଗସାଥୀମାନଙ୍କ ସହ ମିଶି ପରୀକ୍ଷା ଦେବାର ଏକ ନୂଆ ସୁଯୋଗ ପାଇଛନ୍ତି କହିଲେ ଚଳେ। ତେବେ ସର୍ବପ୍ରଥମେ ମା’ବାପାମାନେ ଥରେ ଧ୍ୟାନ ଦିଅନ୍ତୁ। ଆପଣଙ୍କ ପିଲା ଯଦି କହୁଛି, ମୋତେ ଭାରି ନର୍ଭସ୍‌ ଲାଗିଲାଣି ବା ଏଥର ପରୀକ୍ଷାରେ କଷ୍ଟ ପ୍ରଶ୍ନ ଆସିଲା ଭଳି ଲାଗୁଛି କିମ୍ବା ଆର ମାସ ଏତିକି ବେଳକୁ ମୁଁ ପରୀକ୍ଷା ହଲ୍‌ରେ ବସିଥିବି ବା ଏମିତି କିଛି, ତେବେ ଆପଣମାନେ ପିଲାର ପରିସ୍ଥିତିକୁ ଟିକିଏ ଗମ୍ଭୀରତାର ସହ ବିଚାର କରନ୍ତୁ। ପିଲାଟି ଉପରେ ପରୀକ୍ଷାର ଚାପ ମାଡ଼ି ବସିବା ଆରମ୍ଭ କଲାଣି ବୋଲି ଜାଣନ୍ତୁ। ପିଲା ଉପରେ ଯଦି ପରୀକ୍ଷାର ଚାପ ମାଡ଼ି ବସେ, ତେବେ ତା’ର ପରୀକ୍ଷା ଖରାପ ହେବାର ଆଶା ଅଧିକ। ଯଦିଓ ଏମିତି ବି ପିଲା ଅଛନ୍ତି, ଯେଉଁମାନେ କି ଚାପରେ ରହିଲେ ମଧ୍ୟ ପରୀକ୍ଷାରେ ଭଲ କରନ୍ତି।
ମନୋବୈଜ୍ଞାନିକମାନଙ୍କ ମତରେ ପରୀକ୍ଷାର ଚାପ ସାଧାରଣତଃ ଦୁଇ ପ୍ରକାର ହୋଇଥାଏ। ଗୋଟିଏ ହେଲା ଦୀର୍ଘକାଳୀନ ଚାପ। ପରୀକ୍ଷା ପାଇଁ ପ୍ରସ୍ତୁତ ହେଲା ବେଳକୁ ପିଲାଟି ଏହି ଚାପ ଭୋଗେ। ଆଉ ଏକ ଚାପ ପରୀକ୍ଷା ଦିନରୁ ହିଁ ଆରମ୍ଭ ହୁଏ। ଅନେକ ଡାକ୍ତରୀ ପରୀକ୍ଷା ଏହା ପ୍ରମାଣ କରିସାରିଲାଣି ଯେ, ପରୀକ୍ଷାଜନିତ ଚାପ ଯୋଗୁ ପିଲାଟିର ଶରୀରରେ ସାଲିଭାରି ଏସ୍‌ ଇମ୍ୟୁନୋଗ୍ଲୋବିନ୍‌ଏ ବା ଏସ୍‌ଏଲ୍‌ଜିଏ ନାମକ ଏକ ‘ଆଣ୍ଟିବଡି’ କମିଯାଏ। ଏହି ଆଣ୍ଟିବଡି ଶରୀରକୁ ବିଭିନ୍ନ ରୋଗ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରେ। ସେଥିପାଇଁ ଅନେକ ସ୍ଥଳରେ ଦେଖାଯାଏ ଯେ, ପରୀକ୍ଷା ସମୟରେ ହିଁ ପିଲାମାନେ ରୋଗ ସଂକ୍ରମଣର ଅଧିକ ଶିକାର ହୋଇଥା’ନ୍ତି। ମନୋବିଜ୍ଞାନୀମାନେ କୁହନ୍ତି, ଛାତ୍ରୀ ବା ଛାତ୍ରମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ମଧ୍ୟମ ଧରଣର ଚାପ ନିତାନ୍ତ ଆବଶ୍ୟକ। କିନ୍ତୁ ପିଲାମାନଙ୍କ ଉପରେ ମାତ୍ରାଧିକ ଚାପ ଦିଆଯିବା ଉଚିତ ନୁହେଁ। ଅନେକ ମା’ବାପା ଯେଉଁ ଲକ୍ଷ୍ୟ ନିଜେ ସାଧନ କରିବାରେ ବିଫଳ ହୋଇଥା’ନ୍ତି, ସେମାନେ ନିଜ ପିଲାମାନଙ୍କ ଦ୍ୱାରା ତାହା ହାସଲ କରିବାକୁ ଚେଷ୍ଟା କରନ୍ତି। ଏଭଳି ମା’ବାପା ପିଲାମାନଙ୍କ ଉପରେ ଅଧିକ ଚାପ ପ୍ରୟୋଗ କରନ୍ତି। ପିଲାଟି କେଉଁ କ୍ଷେତ୍ରରେ ପାରଦର୍ଶିତା ଦେଖାଇବାର ସମ୍ଭାବନା ରଖିଛି, ସେ ଦିଗରେ ଧ୍ୟାନ ନ ଦେଇ ସେମାନେ ନିଜ ଦ୍ୱାରା ନିର୍ବାଚିତ କ୍ଷେତ୍ରରେ ପିଲାଟି ଭଲ କରୁ ବୋଲି ଚାହାନ୍ତି। ତାହା ହିଁ ପିଲାଟି ପାଇଁ କାଳ ହୋଇପଡ଼େ।
ପିଲା ଦିନରୁ ଜାଣିହେବ ପିଲାଟି କେଉଁ ବିଷୟରେ ଭଲ କରିବ। ତୃତୀୟ ଶ୍ରେଣୀରେ ପଢ଼ିଲା ବେଳକୁ ସେମାନେ ବିଭିନ୍ନ ବିଷୟ ପ୍ରତି ଆଗ୍ରହ ବା ଅନାଗ୍ରହ ଦେଖାଇଥା’ନ୍ତି। ଜଣେ ସମ୍ବେଦନଶୀଳ ମା’ବାପା ଏ ସମ୍ପର୍କରେ ଧାରଣା କରିପାରେ। ପିଲାଟି ପଞ୍ଚମ ଶ୍ରେଣୀ ପଢ଼ିଲା ବେଳକୁ ମା’ବାପାମାନେ ପିଲାଟି କେଉଁ ବିଷୟରେ ଭଲ କରିବ ବା କେଉଁ କ୍ଷେତ୍ରରେ ପିଲାଟିର ପ୍ରତିଭା ରହିଛି, ତାହା ଜାଣିପାରିବେ।
ପିଲା ପରୀକ୍ଷା ଚାପରେ ନ ଆସିବା ପାଇଁ ମା’ବାପାମାନଙ୍କର ଦାୟିତ୍ୱ ଅନେକ। ଅନେକ ମା’ବାପା ପିଲାଟି ଦିନରୁ ଏ ଦାୟିତ୍ୱକୁ ଠିକ୍‌ ଭାବେ ତୁଲାଇ ଥାଆନ୍ତି। ସେମାନଙ୍କ ପିଲାମାନେ ପରୀକ୍ଷା ବେଳେ ହଇରାଣରେ ପଡ଼ନ୍ତି ନାହିଁ। ସାନବେଳୁ ପିଲାମାନେ ଯେମିତି ସେମାନଙ୍କ ଭିତରେ ଏକ ଭଲ ସଉକ ବା ‘ହବି’ ବିକାଶ କରନ୍ତି ତାହା ଦେଖିବା କଥା। ଗପ ବହି ପଢ଼ିବାକୁ ଉତ୍ସାହିତ କରିବା, ଖବରକାଗଜ ପଢ଼ିବାର ଅଭ୍ୟାସ କରାଇବା, କୌଣସି ଏକ ଭଲ ବାଦ୍ୟଯନ୍ତ୍ର ବଜାଇବାର ତାଲିମ ଦେବା ଏଭଳି ସଉକର ଅନ୍ତର୍ଭୁକ୍ତ। ଯେତେବେଳେ ପାଠରୁ ଫୁରୁସତ ମିଳିବ, ସେତିକିବେଳେ ପିଲାଟିଏ ଯଦି ସେ ଭଲ ପାଉଥିବା ଏଭଳି କୌଣସି ଏକ କାମରେ ଲାଗିବ, ତେବେ ତା’ର ମନକୁ ହାଲୁକା ହେବ ଏବଂ ପରବର୍ତ୍ତୀ ସମୟରେ ଆଉ ଥରେ ପଢ଼ାପଢ଼ି ଆରମ୍ଭ କଲାବେଳକୁ ସେ ସତେଜ ହୋଇପାରିଥିବ। ପିଲାଟି ଦିନରୁ ପ୍ରତିଦିନ ତିନିରୁ ଚାରି ଘଣ୍ଟା ପଢ଼ାର ଅଭ୍ୟାସ କରାଇବା ଭଲ। ଜଣେ ଯଦି ବର୍ଷ ଆରମ୍ଭରୁ ତିନିରୁ ଚାରି ଘଣ୍ଟା ପଢ଼େ, ତେବେ ତାକୁ ପରୀକ୍ଷା ବେଳକୁ ଅତ୍ୟଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ। କ୍ଳାନ୍ତି ମେଣ୍ଟାଇବା ପାଇଁ ପିଲା ଭଲ ଭାବେ ଶୋଇବା ଉଚିତ। ପିଲାଟି ଭଲ ଗୀତ ଶୁଣି ବି ମନକୁ ପ୍ରଫୁଲ୍ଲ କରିପାରେ। କିନ୍ତୁ ଟିଭି ଦେଖି ମନକୁ ଖୁସି କରିବାର ଅଭ୍ୟାସ ଯେମିତି ପିଲାର ନ ହୁଏ, ସେ ଦିଗରେ ମା’ବାପାମାନେ ଧ୍ୟାନ ଦେବା ଉଚିତ।
ପିଲାକୁ ମାନସିକ ସାହସ ବା ପ୍ରତ୍ୟୟ ଦେବା ପ୍ରତି ମା’ବାପାଙ୍କ ଦାୟିତ୍ୱ। ଏଇ ପରୀକ୍ଷାଟି ଗୁରୁତ୍ୱପୂର୍ଣ୍ଣ, ମାତ୍ର ଖରାପ ହୋଇଗଲେ ସବୁ ବାଟ ବନ୍ଦ ହୋଇଯିବ ନାହିଁ ବୋଲି ପିଲାକୁ ମା’ବାପାମାନେ ବୁଝାଇବା ଦରକାର। ଏହା ମଧ୍ୟ ସତ ଯେ, କୌଣସି ପରୀକ୍ଷା ଯେତେ ଗୁରୁତ୍ୱପୂର୍ଣ୍ଣ ହେଲେ ବି ଏହା ଏକମାତ୍ର କଥା ନୁହେଁ। ସବୁ ପରିସ୍ଥିତିର କିଛି ନା କିଛି ବିକଳ୍ପ ଅଛି।
ଚାପଗ୍ରସ୍ତ ପିଲାମାନଙ୍କ ଉପରେ ଏହାର ପ୍ରଭାବ ନକାରାତ୍ମକ ହୋଇଥାଏ। ଏହା ସେମାନଙ୍କ ଆତ୍ମପ୍ରତ୍ୟୟକୁ ଆକ୍ରାନ୍ତ କରେ। ବଡ଼ ହେଲା ପରେ ବି ଏହା ସେମାନଙ୍କ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ। ଜଣାପଡ଼ିଛି ଯେ, ଅତ୍ୟଧିକ ଚାପଗ୍ରସ୍ତ ପିଲାମାନଙ୍କ ଭିତରୁ ପଚାଶ ପ୍ରତିଶତ କୌଣସି ନା କୌଣସି ସମୟରେ ଆତ୍ମହତ୍ୟା କରିବା ସମ୍ପର୍କରେ ଗମ୍ଭୀରତାର ସହ ବିଚାର କରନ୍ତି। ସାଧାରଣତଃ ଏଭଳି ଆତ୍ମହତ୍ୟା କରୁଥିବା ପିଲାମାନଙ୍କ ଭିତରେ ପୁଅମାନଙ୍କ ସଂଖ୍ୟା ଝିଅମାନଙ୍କଠାରୁ ଅଧିକ। ଏହା ପଛରେ ଥିବା କାରଣଟି ହେଉଛି ପୁଅମାନଙ୍କ ଉପରେ କିଛି କରି ଦେଖାଇବାର ଚାପ ଅଧିକ ଥାଏ।
ଆଜିକାଲି ସହରୀ ମା’ବାପାମାନଙ୍କ ଭିତରୁ ଅଧିକାଂଶ ଉଚ୍ଚଶିକ୍ଷିତ। ମାତ୍ର, ସେମାନଙ୍କ ଭିତରୁ ବେଶି ଭାଗ ପିଲାର ସାମଗ୍ରିକ ବିକାଶକୁ ନେଇ ଚିନ୍ତିତ ନୁହନ୍ତି ବା ସଚେତନ ନୁହନ୍ତି। ଅଧିକାଂଶ ମନୋବୈଜ୍ଞାନିକଙ୍କ ମତାନୁସାରେ ଏହା ହିଁ ହେଉଛି ପିଲାମାନଙ୍କ ଉପରେ ଚାପର ପ୍ରଧାନ କାରଣ। ସେମାନେ କୁହନ୍ତି, ପିଲାର ପ୍ରତିଭାକୁ ଏବେ ଗ୍ରେଡ୍‌ ଅନୁସାରେ ମପାଯାଉଛି। ପିଲାର ଜୀବନ ଏବେ ହୋଇପଡ଼ୁଛି ଗ୍ରେଡ୍‌ସର୍ବସ୍ବ। କିନ୍ତୁ, କୌଣସି ବିଦ୍ୟାଳୟର ଶିକ୍ଷକ ବା ପିଲାମାନଙ୍କ ମା’ବାପାମାନେ ପିଲାର ସୃଜନଶୀଳ ପ୍ରତିଭାର ବିକାଶ ଦିଗରେ ନଜର ଦିଅନ୍ତି ନାହିଁ। ଏହା ହିଁ ହେଉଛି ପିଲା ଉପରେ ବଢ଼ୁଥିବା ଚାପର ପ୍ରଥମ କାରଣ। ପୂର୍ବେ ପିଲାଟି କେବଳ ପରୀକ୍ଷାରେ ଭଲକରୁ ବୋଲି ମା’ବାପା ଏବଂ ଗୁରୁଜନମାନେ ଆଶା କରୁଥିଲେ, ମାତ୍ର ଏବେ ଯେଉଁ ପିଲାଟି ଭଲ ଖେଳୁଛି, ତା’ ଉପରେ ବି ଏତେ ଚାପ ପଡ଼ୁଚି, ସେ ତା’ର ମୁକାବିଲା କରିବାକୁ ଅସମର୍ଥ ହେଉଛି।
ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନଙ୍କ ଖାଦ୍ୟ ତାଲିକା ଚିକିତ୍ସା ବିଜ୍ଞାନରେ ସେପରି କିଛି ସ୍ବତନ୍ତ୍ର ତାଲିକାରେ ନାହିଁ। କିନ୍ତୁ ଏହି ସମୟରେ ଫାଷ୍ଟଫୁଡ୍‌, ଅତ୍ୟଧିକ ଗରିଷ୍ଠ ଖାଦ୍ୟ ଦିଅନ୍ତୁ ନାହିଁ। ଅଳ୍ପ ଅଳ୍ପ ଭାବରେ ବରଂ ଦିନକୁ ଚାରି ପାଞ୍ଚଥର ଖାଦ୍ୟ ଦେଲେ ଭଲ। ରାତିରେ ବିଶ୍ରାମ ବେଳେ ପିଲାକୁ କ୍ଷୀର ପିଇବା ପାଇଁ ଦିଅନ୍ତୁ। ବର୍ତ୍ତମାନ ସହଜେ ଗ୍ରୀଷ୍ମର ଉତ୍ତାପ ବଢ଼ୁଥିବାରୁ ପିଲାମାନଙ୍କୁ ଫଳଜୁସ୍‌, ପଇଡ଼ପାଣି ଦେବା ଭଲ। ଥଣ୍ଡାପାନୀୟ ବା ଥଣ୍ଡାଖାଦ୍ୟ ଦିଅନ୍ତୁ ନାହିଁ। ମିଠା, ଆଇସ୍‌କ୍ରିମ ନଦେଲେ ଭଲ। ସୁଷମ ଖାଦ୍ୟ ଦିଅନ୍ତୁ, ତଟକା ପନିପରିବାରେ ଖାଦ୍ୟ ତିଆରି କରନ୍ତୁ। ପିଲାଟିର ଯେପରି ଖାଦ୍ୟଜନିତ କୋଷ୍ଠକାଠିନ୍ୟ ନ ହୁଏ ସେ ଦିଗକୁ ଭୁଲନ୍ତୁ ନାହିଁ। ପିଲାକୁ କୌଣସି ଖାଦ୍ୟ ପାଇଁ ଜବରଦସ୍ତ କରନ୍ତୁ ନାହିଁ ବା ବାଧ୍ୟ କରନ୍ତୁନାହିଁ। ବାସିଖାଦ୍ୟ, ତେଲଭାଜି ନଦେଲେ ଭଲ। ଆମିଷ ଦିଅନ୍ତୁ, କିନ୍ତୁ ପରିମାଣ କମ୍‌ ରଖନ୍ତୁ। ଆମିଷରେ ଛୋଟମାଛ ବା ଦେଶୀ ଅଣ୍ଡା ଭଲ। ପିଲାଟିର କୌଣସି ଦୀର୍ଘକାଳୀନ ଅସୁସ୍ଥତା ଥିଲେ ତୁରନ୍ତ ଶିଶୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଏହି ସମୟରେ ପିଲାର ମନସ୍ତାତ୍ତ୍ୱିକ ଦିଗକୁ ଆପଣ ଜଣେ ଅଭିଭାବକ ନୁହେଁ ବରଂ ଜଣେ ବନ୍ଧୁ ଭାବରେ ତା’ ସହିତ ସମୟ ଦେଲେ, ଭାବର ଆଦାନପ୍ରଦାନ କଲେ, ଏହା ପିଲା ଉପରେ ଭଲ ପ୍ରଭାବ ପକାଇବ। ଉପରୋକ୍ତ କଥାଗୁଡ଼ିକ ମାନି ଚଳନ୍ତୁ, ଦେଖିବେ ଆପଣଙ୍କ ପିଲା ପରୀକ୍ଷାରେ ନିଶ୍ଚିତ ଭାବରେ ଭଲ ଫଳ ପାଇବ।
ସହଯୋଗୀ ପ୍ରଫେସର
ଶିଶୁ ରୋଗ ବିଭାଗ, ଶିଶୁଭବନ, କଟକ
ମୋ: ୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri