କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ମିଳୁ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଗୋଟିଏ ଅଞ୍ଚଳର ମାତୃଭାଷା ସେହି ଅଞ୍ଚଳର ମାତୃ ସଂସ୍କୃତିକୁ ଜନ୍ମ ଦିଏ। ଯେପରି ପଶ୍ଚିମ ଓଡ଼ିଶାର କୋସଲି ମାତୃଭାଷା କୋସଲି ମାତୃ ସଂସ୍କୃତିକୁ ଜନ୍ମ ଦେଇଛି। କୋସଲି ସଂସ୍କୃତି ହେଉଛି ମୂଳତଃ ଯୋଗ ସଂସ୍କୃତି। ପଶ୍ଚିମ ଓଡ଼ିଶାବାସୀଙ୍କ ସବୁଠାର ବଡ଼ ସମ୍ବଳ ହେଉଛି ସେମାନଙ୍କ ଭାଷା ସଂସ୍କୃତି। ପ୍ରାଥମିକ ସ୍ତରରେ ଶିଶୁମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷା ଦିଆଯାଉ ନ ଥିବାରୁ ସେମାନଙ୍କ ବୌଦ୍ଧିକ ବିକାଶ ହେଉନାହିଁ। ଶିଶୁମାନେ ଅଧାରୁ ପାଠପଢା ଛାଡିଦେଉଛନ୍ତି କିମ୍ବା ନିରକ୍ଷର ରହିବାକୁ ପସନ୍ଦ କରୁଛନ୍ତି। ତେଣୁ କୋସଲି ଭାଷାକୁ ଗୁରୁତ୍ୱ ଦେବାକୁ କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ତରଫରୁ ରାଜ୍ୟ ସରକାରଙ୍କଠାରେ ୩ ଦାବି ଉପସ୍ଥାପନ କରାଯାଇଛି। ଏନେଇ ଶନିବାର ଉତ୍କଳ ସାମ୍ବାଦିକ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏକାଡେମୀ ଦାବି କରିଛି ଯେ, କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ମିଳୁ। ଏହାକୁ ଓଡ଼ିଶାର ଅନ୍ୟତମ ସରକାରୀ ଭାଷାଭାବେ ଗ୍ରହଣ କରାଯିବା ସହ
ପ୍ରାଥମିକ ସ୍ତରରେ ପଶ୍ଚିମ ଓଡ଼ିଶାର ଶିଶୁମାନଙ୍କୁ କୋସଲି ଭାଷାରେ ଶିକ୍ଷା ଦିଆଯାଉ। ଓଡ଼ିଶା ତଥା ଭାରତର ସାଂସ୍କୃତିକ ନାଭିକେନ୍ଦ୍ର ସୁବଣ୍ଣର୍ର୍ପୁରରେ କୋସଲ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯାଉ।
ଅବସରରେ ଏକାଡେମୀ ଓ କୋସଲ ହେରିଟେଜ ଟ୍ରଷ୍ଟ ପକ୍ଷରୁ ଏକ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ହିନ୍ଦୀ, ଓଡ଼ିଆ ଓ କୋସଲି ଭାଷାରେ ତିନୋଟି ପୁସ୍ତକ ‘ଅଦ୍ୱୟ ସିଦ୍ଧି’, ‘ମନଗହନ’ ଓ ‘ପ୍ରଜ୍ଞାଲୋକ’ ଲୋକାର୍ପିତ ହୋଇଥିଲା। ଏକାଡେମୀର କାର୍ଯ୍ୟକାରୀ ସଭାପତି ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ନରେନ୍ଦ୍ର କୁମାର ମିଶ୍ର ଅଧ୍ୟକ୍ଷତା କରି କହିଲେ, ଓଡ଼ିଶାର ପ୍ରାୟ ଦୁଇକୋଟିରୁ ଅଧିକ ଲୋକ ଏହି ଭାଷା ବ୍ୟବହାର କରୁଥିବାରୁ ଏହାକୁ ଓଡ଼ିଶାର ଅନ୍ୟତମ ସରକାରୀ ଭାଷା ଭାବେ ସରକାର ଗ୍ରହଣ କରିବା ଉଚିତ। ସାରସ୍ବତ ସାଧକ ପଣ୍ଡିତ ଡ. ପ୍ରବୋଧ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋସଲି ଭାଷା ଅତ୍ୟନ୍ତ ପ୍ରାଚୀନ ଓ ସମୃଦ୍ଧ ବୋଲି ମତବ୍ୟକ୍ତ କରିବା ସହିତ ତା’ର ମହନୀୟତା ଉପରେ ଆଲୋକପାତ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ଓ ଯୋଗ ବିଭାଗ ମୁଖ୍ୟ ପ୍ରଫେସର ଡ. ସୁବାସ ଚନ୍ଦ୍ର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଧିକ ଭାଷା ମାଧ୍ୟମରେ କିଭଳି ଅଧିକ ଜ୍ଞାନ ଲାଭ କରାଯାଇପାରିବ ତାହାର ଅନେକ ଉଦାହରଣ ଦେଇଥିଲେ। ସମ୍ମାନିତ ଅତିଥି ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂତି ଭୂଷଣ କର ଏବଂ ସମ୍ମାନିତ ବକ୍ତା ଶିଳ୍ପୀ ସଞ୍ଜୟ ଭଟ୍ଟ ଭାଷା ଓ ପୁସ୍ତକ ସମ୍ପର୍କରେ କହିଥିଲେ। ପ୍ରଶାସକ ଆଜାଦହିନ୍ଦ୍‌ ପାଣିଗ୍ରାହୀ ପୁସ୍ତକଗୁଡ଼ିକର ସମୀକ୍ଷା କରିଥିବାବେଳେ ଖବରଦାତା ଗୋରେଖନାଥ ସାହୁ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଜନ୍ମଦିନକୁ ନେଇ କଡ଼ା ସମାଲୋଚନା କଲେ ଭାଇ ବୀରେନ୍ଦ୍ର, କହିଲେ ମୋଦି କୌଣସି ମହାପୁରୁଷ ନୁହେଁ…

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଭାଜପା ଦ୍ୱାରା ଆୟୋଜିତ ‘ଆଶୀର୍ବାଦ କା ଦିୟା’ (ଆଶୀର୍ବାଦର ଦୀପ) କାର୍ଯ୍ୟକ୍ରମକୁ ନେଇ ଆରଜେଡି (RJD) ବିଧାୟକ ଭାଇ…

ପାର୍ବଣ ପୂର୍ବରୁ ବଡ଼ ଖବର: ଶସ୍ତା ହେବ ଖାଇବା ତେଲ! ଆମଦାନୀ ଶୁଳ୍କ କମାଇବାକୁ ସରକାରଙ୍କ…

ନୂଆଦିଲ୍ଲୀ,୧୭।୯: ଦେଶରେ ବୃଦ୍ଧି ପାଉଥିବା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆଗାମୀ ପାର୍ବଣ ଋତୁ…

ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର, ପୂର୍ବରୁ…

ଭୁବନେଶ୍ୱର,୧୭ା୯: ଡେପୁଟି କମିଶନର ଅଫ ପୋଲିସ(ଡିସିପି) ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। କେନ୍ଦ୍ର ସରକାର ଏହି ଇସ୍ତଫାପତ୍ରକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଚାକିରିରୁ ଅବସର…

ଆର୍ଯ୍ୟପଲ୍ଲୀରେ କୂଳ ଖାଇ ଚାଲିଛି ସମୁଦ୍ର, ପ୍ରତିଶ୍ରୁତି ଦେଇ ରକ୍ଷଣାବେକ୍ଷଣ ଦାୟିତ୍ୱ ଭୁଲିଗଲା କମ୍ପାନୀ

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ସମୁଦ୍ର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ତୀବ୍ର ସମୁଦ୍ର କୂଳ…

ଅବସର ନେଇ ଚକିତ କରାଇଲେ ଏହି ୩୮ ବର୍ଷୀୟ ଖେଳାଳି, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୭।୯: ଅଷ୍ଟ୍ରେଲିଆର ଅଭିଜ୍ଞ ୱିକେଟ୍‌କିପର-ବ୍ୟାଟର ମାଥ୍ୟୁ ୱେଡ୍ ବିଗ୍‌ ବାଶ୍‌ ଲିଗ୍‌ (BBL)ରୁ ଅବସର ଘୋଷଣା କରିଛନ୍ତି । ଏହା ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ମଧ୍ୟ…

ସେମିକନ୍ ଇଣ୍ଡିଆରେ ବଡ଼ ଘୋଷଣା କଲେ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାରେ ହେବ…

ନୂଆଦିଲ୍ଲୀ,୧୭।୯: ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ପରବର୍ତ୍ତୀ ପର୍ଯ୍ୟାୟର ଅଭିଯାନ ଅଧିକ ବ୍ୟାପକ ହେବ। ଦେଶରେ ଅତିକମ୍‌ରେ ୨୦୦ଟି ଷ୍ଟାର୍ଟଅପ୍‌ ଓ କମ୍ପାନୀକୁ ଚିପ୍‌ ଡିଜାଇନ କାର୍ଯ୍ୟରେ ସାମିଲ…

ଆଉ ୨ ଦିନ ପରେ ୩ ରାଶିଙ୍କ ଉପରୁ କଟିଯିବ ଶନିଦଶା! ଅପାର ଧନ ଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚର ଓ ଗତି ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଅନ୍ୟ ଗ୍ରହମାନଙ୍କ ତୁଳନାରେ ଶନି ଧୀରେ ଗତି କରୁଥିବାରୁ ତାଙ୍କ ରାଶି ପରିବର୍ତ୍ତନର…

ଗୋଟିଏ ଯୁବତୀଙ୍କୁ ଭଲପାଉଥିଲେ, ଈର୍ଷାରେ ପାଣିଟାଙ୍କି ଉପରୁ ଠେଲି ନେଇଗଲେ ବନ୍ଧୁଙ୍କ ଜୀବନ; ତଦନ୍ତ ପରେ…

ରାଉରକେଲା,୧୭।୯(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଅଞ୍ଚଳରେ ଜଣେ ଯୁବକଙ୍କୁ ତାଙ୍କ ନିଜ ବନ୍ଧୁ ନିର୍ମାଣାଧୀନ ପାଣିଟାଙ୍କି ଉପରୁ ଠେଲି ହତ୍ୟା କରିଥିବା ଭଳି ଏକ ସାଂଘାତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?