ବଢ଼ୁଛି ରାସାୟନିକ ବିପଦ

କ୍ୱିଭ୍‌/ମସ୍କୋ, ୧୩ା୩: ଟ୍ୟାଙ୍କ, ମିଶାଇଲ, ବୋମା, ଏୟାରକ୍ରାଫ୍ଟରେ ଲଢ଼େଇ ପରେ ଏବେ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ଉପରେ ରାସାୟନିକ ଏବଂ ଜୈବିକ ଅସ୍ତ୍ରର ବିପଦ ଘନେଇଛି। ୟୁକ୍ରେନ୍‌ରେ ଆମେରିକା ବାୟୋଲୋଜିକାଲ ଓ କେମିକାଲ ଅସ୍ତ୍ର ପ୍ରସ୍ତୁତ କରୁଥିବା ରୁଷିଆ ଅଭିଯୋଗ ଆଣିଛି। ସେପଟେ ୟୁକ୍ରେନ୍‌ରେ ରୁଷିଆ ଏହି ଘାତକ ଓ୍ବିପନ୍‌ ପ୍ରୟୋଗ କରିବାକୁ ଯାଉଛି ବୋଲି ଆମେରିକା କହିଛି। ଯଦି ରୁଷିଆ ଏପରି କରେ ତେବେ ଏହାର ଭୟଙ୍କର ପରିଣତି ଭୋଗିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଚେତାବନୀ ଦେଇଛନ୍ତି। ରୁଷିଆ ଜାତିସଂଘକୁ ଭୁଲ ତଥ୍ୟ ଦେଉଥିବା ଓ୍ବାଶିଂଟନ୍‌ ଅଭିଯୋଗ କରିଛି। ଅପରପକ୍ଷେ ୟୁକ୍ରେନ୍‌ରେ ପଶିଥିବା ରୁଷୀୟ ସୈନ୍ୟଙ୍କ ପାଇଁ ମସ୍କୋ ପକ୍ଷରୁ ଗ୍ୟାସ୍‌ ମାସ୍କ ଯୋଗାଯାଇଥିବା ଜଣାପଡ଼ିଛି। କେତେଜଣ ସୈନ୍ୟଙ୍କ ନିକଟରୁ ୟୁକ୍ରେନ୍‌ ସେନା ଏଭଳି ମାସ୍କ ଜବତ କରିବା ପରେ ସେଠାରେ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

ୟୁକ୍ରେନ୍‌ରେ ଆମେରିକା ଜୈବିକ ଅସ୍ତ୍ର ବିକଶିତ କରୁଥିବା ନେଇ ରୁଷିଆ ଜାତିସଂଘ ନିକଟରେ ଅଭିଯୋଗ କରିଥିଲା। ଏହି ପ୍ରସଙ୍ଗରେ ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି)ର ଜରୁରୀ ବୈଠକ ବସିଥିଲା। କିନ୍ତୁ ଜାତିସଂଘରେ ମସ୍କୋର ଅଭିଯୋଗ ଖାରଜ ହୋଇଛି। ୟୁକ୍ରେନ୍‌ରେ ରୁଷିଆ ସାଧାରଣ ନାଗରିକଙ୍କୁ ହତ୍ୟା କରୁଥିବାବେଳେ ୟୁଏନ୍‌ଏସ୍‌ସିକୁ ବ୍ୟବହାର କରି ଏହି ଅପରାଧକୁ ଯଥାର୍ଥ ବୋଲି ପ୍ରମାଣିତ କରିବାକୁ ଚାହୁଁଥିବା ଜାତିସଂଘ କହିଛି। ସେହିପରି ୟୁକ୍ରେନ୍‌ ପ୍ରସଙ୍ଗରେ ଆମେରିକା ମସ୍କୋ ସହ ଲଢ଼ିବ ନାହିଁ ବୋଲି ବାଇଡେନ୍‌ ଦୋହରାଇଛନ୍ତି। ରୁଷିଆ ସହ ପ୍ରତ୍ୟକ୍ଷ ଲଢ଼େଇ ତୃତୀୟ ବିଶ୍ୱଯୁଦ୍ଧକୁ ଡାକି ଆଣିବ ବୋଲି ସେ କହିଛନ୍ତି। ଅପରପକ୍ଷେ ରୁଷିଆ ୟୁକ୍ରେନ୍‌ରେ ଏଭଳି ପ୍ରାଣଘାତୀ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ୍‌ ଗ୍ରୀନ୍‌ଫିଲ୍ଡ ଚେତାଇଛନ୍ତି। ନିଜେ ବାୟୋଲୋଜିକାଲ ଓ୍ବିପନ୍‌ ବ୍ୟବହାର କରି ‘ଫଲ୍‌ସ ଫ୍ଲାଗ୍‌’ ରଣନୀତିରେ ଅନ୍ୟ ଦେଶ ଉପରେ ରୁଷିଆ ଦୋଷ ଲଦିପାରେ। ଏଥିସହ ୟୁକ୍ରେନ୍‌ ଆକ୍ରମଣକୁ ମସ୍କୋ ଯଥାର୍ଥ ଦର୍ଶାଇପାରେ ବୋଲି ଥୋମାନ୍‌ ଗ୍ରୀନ୍‌ଫିଲ୍ଡ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କ ରୋଷର ଶିକାର ହେଲେ ଅଧୀକ୍ଷଣ ଯନ୍ତ୍ରୀ: ସୁନ୍ଦରଗଡ଼ କ୍ଷୁଦ୍ର ଜଳସେଚନ ବିଭାଗରେ ହୋହଲ୍ଲା, ବଦଳି ଦାବିରେ ଅଟଳ କର୍ମଚାରୀ

ସୁନ୍ଦରଗଡ,୨୩।୪(ଜୟ ନାରାୟଣ ମେଣ୍ଡୁଳି): କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରିବା ଅଧିକାରୀଙ୍କୁ ପଡିଛି ମହଙ୍ଗା । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ସୁନ୍ଦରଗଡ ସହର ମଧ୍ୟ ଭାଗରେ…

ସର୍ଭେ ବେଳେ କାମୁଡ଼ିଦେଲା କୁକୁର: ଶିକ୍ଷକ ଆହତ, ଡାକ୍ତରଖାନାରେ ପହଞ୍ଚି ତଦାରଖ କଲେ ତହସିଲଦାର

ପଟ୍ଟାଙ୍ଗି,୨୩।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ ଜନଗଣନା ବା ସର୍ଭେ କାର୍ଯ୍ୟ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଅମ୍ପାବାଲି ପଞ୍ଚାୟତର କମାରପାଡୁ ଗ୍ରାମରେ…

‘ଇରାନ ଖାଲି କରନ୍ତୁ ଭାରତୀୟ’: ଟ୍ରମ୍ପଙ୍କ ଧମକ ମଧ୍ୟରେ ବିଗୁଡୁଛି ମଧ୍ୟପ୍ରାଚ୍ୟ ପରିସ୍ଥିତି , ଆଡଭାଇଜରୀ ଜାରି କଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ,୨୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ତେହରାନରେ ଥିବା ଭାରତୀୟ ଦୂତାବାସ ଗୁରୁବାର (୨୩ ଏପ୍ରିଲ, ୨୦୨୬) ଏକ ନୂତନ…

ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ ପକ୍ଷରୁ ‘ବିଜନେଶ୍‌ ଏମିନେନ୍ସ ଆଓ୍ବାର୍ଡ’ର ୬ଷ୍ଠ ସଂସ୍କରଣ: ସମ୍ବର୍ଦ୍ଧିତ ହେଲେ ୧୮ ଉଦ୍ୟୋଗୀ

ଭୁବନେଶ୍ୱର,୨୩ା୪(ଅନୁରାଧା ମହାରଣା)-  ‘ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ ପକ୍ଷରୁ ‘ବିଜନେଶ୍‌ ଏମିନେନ୍ସ ଆଓ୍ବାର୍ଡ’ର ୬ଷ୍ଠ ସଂସ୍କରଣ ଗୁରୁବାର ସ୍ବସ୍ତି ପ୍ରିମିୟମ୍‌ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି…

ସ୍ପିଡବୋଟ, ମାସ୍କ ଏବଂ ରାଇଫଲ… ହର୍ମୁଜରେ ଭୟଙ୍କର ଦୃଶ୍ୟ: ଦେଖନ୍ତୁ ଭାରତ ଅଭିମୁଖେ ଯାଉଥିବା ଜାହାଜକୁ ଅଟକାଇବାର ଛାତିଥରା ଭିଡିଓ

ତେହରାନ,୨୩।୪: ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଏକ ଭିଡିଓ ଜାରି କରିଛି, ଯାହା ହର୍ମୁଜ ପ୍ରଣାଳୀରେ ଭାରତ ଅଭିମୁଖେ ଯାଉଥିବା ଜାହାଜଗୁଡ଼ିକୁ ଅଟକାଇବାର ଦୃଶ୍ୟ ପ୍ରଦାନ କରୁଛି। ଫୁଟେଜରେ,…

ଗଞ୍ଜାମରେ ବଢ଼ିଲା ସ୍କୁଲ ଛୁଟି: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜିଲା ପ୍ରଶାସନର ବଡ଼ ନିଷ୍ପତ୍ତି

ଛତ୍ରପୁର,୨୩।୪(ଦିଲ୍ଲୀପ ସାମଲ): ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଅବଧିକୁ ପୁଣି…

ଅସହ୍ୟ ତାତି : ପଥଚାରୀଙ୍କୁ ସରବତ୍ ବାଣ୍ଟିଲେ ବରଗଡ଼ ଏସପି

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅସହ୍ୟ ତାତି ଅନୁଭୂତ ହେଉଛି। ଏହା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ପଥଚାରୀମାନଙ୍କ ଦୁର୍ଦ୍ଦଶା ବଢି ଚାଲିଛି। ରାସ୍ତାପାର୍ଶ୍ବରେ ଆଶ୍ରୟ…

୨୦୨୬ ଶେଷ ସୁଦ୍ଧା ଟ୍ରମ୍ପଙ୍କୁ ମିଳିବ ଦୁଇଟି ଖରାପ ଖବର? ମେଲାନିଆଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଜ୍ୟୋତିଷ

ଓ୍ବାଶିଂଟନ,୨୩।୪: ୨୦୨୬ ମସିହାର ଆରମ୍ଭ ଯେପରି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବିସ୍ଫୋରକ ଥିଲା, ସେହିପରି ବର୍ଷର ଶେଷ ମଧ୍ୟ ସମାନ ଭାବରେ ଭୟଙ୍କର ହୋଇପାରେ। ଇରାନ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri