Posted inଜାତୀୟ

ଅଶ୍ଲୀଳ ଭିଡିଓ ମାମଲାରେ ଗିରଫ ହୋଇପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି: ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି

ନୂଆଦିଲ୍ଲୀ,୨।୫: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ଅଭିଯୁକ୍ତ କର୍ନାଟକର ଜେଡିଏସ ଏମ୍‌ପି ପ୍ରଜ୍ୱଳ ରେଭାନ୍ନାଙ୍କୁ ଗିରଫ କରିବା ପାଇଁ ନୋଟିସ ଜାରି କରାଯାଇଛି। ଏହି ମାମଲା ସାମ୍ନାକୁ ଆସିବା ପରେ କର୍ନାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି, ରେଭାନ୍ନାଙ୍କୁ ଯଥାଶୀଘ୍ର ଘଟଣାର ତଦନ୍ତ କରୁଥିବା ଏସଆଇଟି ସମ୍ମୁଖରେ ହାଜର ହେବାକୁ ପଡ଼ିବ। ଯଦି ସେ ହାଜର ନ ହୁଅନ୍ତି ତେବେ ତାଙ୍କୁ ଗିରଫ କରାଯାଇପାରେ। ପୂର୍ବରୁ ଅନୁସନ୍ଧାନକାରୀଙ୍କ ନିକଟରେ ହାଜର ହେବାକୁ ତାଙ୍କୁ ସାତ ଦିନ ସମୟ ଦେବା ପାଇଁ ଏସ୍‌ଆଇଟି ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା।
ଏଚ.ଡି ରେଭନ୍ନା ତାଙ୍କ କ୍ୟାବିନେଟରେ ପିଡବ୍ଲ୍ୟୁଡି ମନ୍ତ୍ରୀ ଥିଲେ। ପ୍ରଜ୍ୱଳ ହେଉଛନ୍ତି ଏଚ.ଡି ରେଭନ୍ନାଙ୍କ ପୁଅ। ୩୩ ବର୍ଷୀୟ ପ୍ରଜ୍ୱଳ ୨୦୧୯ ସାଧାରଣ ନିର୍ବାଚନ ବେଳେ ହାସନ ଆସନରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ଏହି ଆସନରେ ଚଳିତ ମାସ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭୋଟ ଗ୍ରହଣ ଚାଲିଥିବାବେଳେ ପ୍ରଜ୍ୱଳଙ୍କ ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା। ତାଙ୍କ ପୋଲିଂ ଏଜେଣ୍ଟ ଏହାକୁ ଜାଲ ଭିଡିଓ କହି ଥାନାରେ ଏତଲା ଦେଇଥିଲେ। ଅଭିଯୁକ୍ତମାନେ ଘର ଘର ବୁଲି ଏହି ଭିଡିଓକୁ ଲୋକଙ୍କୁ ଦେଖାଇବା ସହ ପ୍ରଜ୍ୱଳଙ୍କୁ ଭୋଟ ନ ଦେବାକୁ ପ୍ରବର୍ତ୍ତାଇଥିଲେ। ଭିଡିଓରେ ଥିବା ମହିଳାମାନଙ୍କୁ ପ୍ରଜ୍ୱଳ ନିଜେ ଡକାଇବା ସହ ଯୌନସମ୍ପର୍କ ରଖିଥିଲେ। ସେ ସେମାନଙ୍କ ବିନା ଅନୁମତିରେ ଏହାର ଭିଡିଓ ଶୁଟିଂ କରାଇଥିବା ଅଭିଯୋଗ ଆସିଛି। କର୍ନାଟକ ମହିଳା କମିଶନ ଅଧ୍ୟକ୍ଷା ନାଗଲକ୍ଷ୍ମୀ ଚୌଧରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର କଂଗ୍ରେସ ସରକାର ଏହାର ତଦନ୍ତ ପାଇଁ ଏସଆଇଟି ଗଠନ କରିଥିବା ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏକ୍ସ’ରେ ସୂଚନା ଦେଇଛନ୍ତି। ଏହି ଘଟଣାକ୍ରମ ପରେ ପ୍ରଜ୍ୱଳ ଜର୍ମାନୀକୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏଭଳି ସମୟରେ ଜେଡିଏସ ସହ ମେଣ୍ଟ କରି ଲଢ଼ୁଥିବା ଭାଜପା ଏହି ବିବାଦରୁ ଦୂରତ୍ୱ ଅବଲମ୍ବନ କରିଛି।
ଗତବର୍ଷ ସେପ୍ଟେମ୍ବରରେ ଜେଡିଏସ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରି ଭାଜପା ସହିତ ମେଣ୍ଟ କରିଥିଲା। ସେକ୍ସ ଭିଡିଓଗୁଡ଼ିକ ସାମ୍ନାକୁ ଆସିବା ପରେ କଂଗ୍ରେସ ସେହି ସମୟର ଏକ ଫଟୋକୁ ରବିବାର ଏକ୍ସ’ରେ ଶେୟାର କରିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା, ତାଙ୍କ ଦୁଇପୁଅ ଏବଂ ନାତି ପ୍ରଜ୍ୱଳ ଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରେ କଂଗ୍ରେସ ଉଲ୍ଲେଖ କରିଛି, ପର୍ନ ଭିଡିଓ ଭର୍ତ୍ତି ଏକ ପେନ ଡ୍ରାଇଭ୍ରୁ ଏମ୍ପି ତଥା ଏନଡିଏ ପ୍ରାର୍ଥୀ ପ୍ରଜ୍ୱଳ ଅନେକ ହଜାର ମହିଳାଙ୍କୁ ଯୌନ ଶୋଷଣ କରି ସେମାନଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଭିଡିଓ ରେକର୍ଡ କରିଥିବା ପ୍ରଘଟ ହୋଇଛି। ଏନେଇ ହୋଲେନାରାସିପୁର ଥାନାରେ ପ୍ରଜ୍ୱଳଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କୁମାରସ୍ବାମୀ କହିଛନ୍ତି, ମହିଳାଙ୍କ ପ୍ରତି ଦେବେଗୌଡ଼ା ଓ ତାଙ୍କର ସମ୍ମାନ ରହିଛି। ପ୍ରଜ୍ୱଳଙ୍କୁ ଏସଆଇଟି ବିଦେଶରୁ ଆଣିବ ବୋଲି ସେ ଚିନ୍ତିତ ନୁହନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?