Posted inଫୁରସତ

ସବୁ ଏବେ କ୍ୟାଶ୍‌ଲେସ୍‌

ପର୍ସରେ ଟଙ୍କା ରଖି ବାହାରକୁ ଗଲେ କେବେ ଚୋରି ତ କେବେ ଡକାୟତିର ଆଶଙ୍କା, ପୁଣି କେବେ କେଉଁଠି ଦରକାର ବେଳେ ଟଙ୍କା ସରିଗଲେ ଏଟିଏମ୍‌ ଖୋଜିବାର ଟେନ୍‌ଶନ୍‌। ଏମିତିରେ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ୍‌ ଏବଂ ଇ-ୱାଲେଟ୍‌ ଭଳି କ୍ୟାଶ୍‌ଲେସ୍‌ ସୁବିଧା ଏବେ ସଭିଙ୍କ ପାଇଁ ବେଷ୍ଟ ଅପ୍ସନ। ତେବେ ଏହା ଯେତିକି ସହଜ ଏବଂ ସୁବିଧାଜନକ, ସୁରକ୍ଷା ଦୃଷ୍ଟିରୁ ଏଥିରେ ସେତିକି ସତର୍କତା ଅବଲମ୍ବନ କରିବା ବି ଗୁରୁତ୍ୱପୂର୍ଣ୍ଣ…

ଆଜିର ଇଣ୍ଟରନେଟ୍‌ ଯୁଗରେ ସିଭିଙ୍କ ପାଇଁ ବଡ଼ ସୁବିଧା ହେଉଛି କ୍ୟାଶ୍‌ଲେସ୍‌ ବ୍ୟବସ୍ଥା। ଫଳରେ ଯେକୌଣସି ସ୍ଥାନରେ ଥାଇ ମୋବାଇଲ୍‌ରେ ବିଭିନ୍ନ ଆପ୍‌ ଜରିଆରେ ପେମେଣ୍ଟ କରାଯାଇ ପାରୁଛି। ପାନ ଦୋକାନରୁ ଗାଡି ଶୋ’ରୁମ୍‌ ପର୍ଯ୍ୟନ୍ତ ସବୁଠି କ୍ୟାଶ୍‌ ନ ନେଇ ସାମଗ୍ରୀ କିଣାଯାଇପାରୁଛି। ତେଣୁ ପାଖରେ ମୋବାଇଲ୍‌ ଥିଲେ ସବୁ ସମସ୍ୟାର ସମାଧାନ ହୋଇଯାଉଛି। ଏହାଦ୍ୱାରା ବାହାରକୁ ଯିବା ସମୟରେ ପାଖରେ ଅଧିକ ଟଙ୍କା ନେବା ଚୋରି, ଡକାୟତି ଇତ୍ୟାଦିର ଆଶଙ୍କା ବହୁମାତ୍ରାରେ କମିଯାଇଛି। ହେଲେ ଏଭଳି କ୍ୟାଶ୍‌ଲେସ୍‌ ବ୍ୟବସ୍ଥା ଯେତିକି ସହଜ ଏବଂ ସୁବିଧାଜନକ, ସୁରକ୍ଷା ଦୃଷ୍ଟିରୁ ଏଥିରେ ସେତିକି ସତର୍କତା ମଧ୍ୟ ଅବଲମ୍ବନ କରିବା ଆବଶ୍ୟକ…
ସର୍ବଦା ପର୍ସନାଲ କମ୍ପ୍ୟୁଟର୍‌, ଲ୍ୟାପ୍‌ଟପ୍‌ କିମ୍ବା ମୋବାଇଲ୍‌ରେ ହିଁ ନେଟ୍‌ ବ୍ୟାଙ୍କିଙ୍ଗ୍‌ କରନ୍ତୁ। କାରଣ ପବ୍ଲିକ୍‌ କମ୍ପ୍ୟୁଟର୍‌ କିମ୍ବା ସାଇବର୍‌ କାଫେରେ ଏହା ଅସୁରକ୍ଷିତ। କେବଳ ଏତିକି ନୁହେଁ ହ୍ୟାକ୍‌ ହେବାର ଆଶଙ୍କା ଥିବାରୁ ପବ୍ଲିକ୍‌ ୱାଇଫାଇରେ ମଧ୍ୟ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ୍‌ କରିବା ଠିକ୍‌ ନୁହେଁ।
ଇ-ବ୍ୟାଙ୍କିଙ୍ଗ ବ୍ୟବହାର କରୁଥିଲେ, ପ୍ରୋଟେକ୍ସନ୍‌ ସଫ୍ଟୱେର୍‌ ବ୍ୟବହାର କରନ୍ତୁ। ମୋବାଇଲ୍‌ରେ ନେଟ୍‌ ବ୍ୟାଙ୍କିଙ୍ଗ୍‌ କରୁଥିଲେ କୌଣସି ଆପ୍ଲିକେଶନ୍‌ ଡାଉନ୍‌ଲୋଡ୍‌ କରିବା ପୂର୍ବରୁ ସେଥିରେ କେଉଁସବୁ ଡାଟା ଏବଂ ଡିଟେଲ୍ସ ଆବଶ୍ୟକ ହେଉଛି, ତାହାକୁ ଭଲ ଭାବେ ପଢ଼ିବା ପରେ ଇନ୍‌ଷ୍ଟଲ କରନ୍ତୁ। ନଚେତ୍‌ ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ।
ପାସ୍‌ୱାର୍ଡ ଏଭଳି ରଖନ୍ତୁ ଯେପରି ଅନ୍ୟମାନଙ୍କୁ ଏହା ଜାଣିବା କିମ୍ବା ହ୍ୟାକ୍‌ କରିବା ସହଜ ହେବ ନାହିଁ। ନିଜ ପାସ୍‌ୱାର୍ଡ ଅନ୍ୟ ସହ ଶେୟାର କରନ୍ତୁ ନାହିଁ।
କମ୍ପ୍ୟୁଟର୍‌, ଲ୍ୟାପ୍‌ଟପ୍‌ କିମ୍ବା ମୋବାଇଲ୍‌ରେ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ୍‌ କରୁଥିଲେ କୌଣସି ଲାଇସେନ୍ସ ଆଣ୍ଟିଭାଇରସ୍‌ ଲୋଡ୍‌ କରନ୍ତୁ। କାରଣ ଫ୍ରି ଆଣ୍ଟିଭାଇରସ୍‌ରେ ଅନେକ ସମୟରେ ହ୍ୟାକର୍‌ମାନଙ୍କୁ ଆପଣଙ୍କ ଡିଟେଲ୍‌ସ ମିଳିବାରେ ସହଜ ହୋଇଥାଏ।
ଯେଉଁ ଇ-ବ୍ୟାଙ୍କିଙ୍ଗ୍‌ ସାଇଟ୍‌ରେ ପେମେଣ୍ଟ କରୁଛନ୍ତି, ତାହାର ଲିଙ୍କ୍‌ ସେଫ୍‌ କି ନୁହେଁ ପ୍ରଥମେ ସୁନିଶ୍ଚିତ କରନ୍ତୁ। ୱେବ୍‌ପେଜ୍‌ httpରୁ ଆରମ୍ଭ ହୋଇଥିବା ଦରକାର। କେବଳ ଏତିକି ନୁହେଁ, ଲଗ୍‌ ଇନ୍‌ କରିବା ସମୟରେ ବ୍ରାଉଜର୍‌ ୱିଣ୍ଡୋ ଫ୍ରେମ୍‌ ଉପରେ ପେଡ୍‌ଲକ୍‌ ସିମ୍ବଲ୍‌ ଚେକ୍‌ କରିବାକୁ ଭୁଲନ୍ତୁ ନାହିଁ। ବିଶେଷ କରି ଯଦି ଅନ୍‌ଲାଇନ୍‌ରେ ଅନ୍ୟ କାହା ଆକାଉଣ୍ଟକୁ ମନି ଟ୍ରାନ୍ସଫର୍‌ କରୁଛନ୍ତି, ତେବେ ସୁରକ୍ଷିତ ପେମେଣ୍ଟ ସାଇଟ୍‌ ହିଁ ବ୍ୟବହାର କରନ୍ତୁ ଏବଂ ୱେବ୍‌ସାଇଟ୍‌ର ପ୍ରାଇଭେସି ପଲିସି ଚେକ୍‌ କରିବାକୁ ଆଦୌ ଭୁଲନ୍ତୁ ନାହିଁ।
ବର୍ତ୍ତମାନ ଶପିଂ, ଟିକେଟ ବୁକିଂ, ମନି ଟ୍ରାନ୍ସଫର ଭଳି ବିଭିନ୍ନ ପ୍ରକାର ଅନ୍‌ଲାଇନ୍‌ ଆପ୍‌ରେ ଅନେକ ସମୟରେ କୌଣସି ଫେକ୍‌ ୱେବ୍‌ସାଇଟ୍‌ଗୁଡିକରୁ ଆସୁଥିବା ଇ-ମେଲ୍‌ରେ କାର୍ଡର ଡିଟେଲ୍‌ସ ମଗାଯାଉଛି। ଏଥିରେ ବିଶ୍ୱାସ କରି ସମସ୍ତ ତଥ୍ୟ ଦିଅନ୍ତୁ ନାହିଁ ନ ଚେତ୍‌ ଠକାମିର ଶିକାର ହୋଇପାରନ୍ତି।
ପ୍ରତ୍ୟେକ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ ପରେ ନିଜ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ଚେକ୍‌ କରନ୍ତୁ। ଇ- ପେମେଣ୍ଟ ନ କରୁଥିବା ସମୟରେ ମଧ୍ୟ ଷ୍ଟେଟ୍‌ମେଣ୍ଟ ଚେକ୍‌ କରିବା ଆବଶ୍ୟକ। ଅନ୍‌ଲାଇନ୍‌ ପେମେଣ୍ଟ ପରେ ଏହାର ରସିଦ୍‌କୁ ନିଶ୍ଚିତ ଭାବେ ସେଭ୍‌ କରିରଖନ୍ତୁ।
ପ୍ରତ୍ୟେକ ଟ୍ରାଞ୍ଜାକ୍ସନ ପରେ ଲଗ୍‌ଆଉଟ୍‌ କରିବାକୁ ଆଦୌ ଭୁଲନ୍ତୁନାହିଁ।

ଜ୍ଞାନ ରଞ୍ଜନ ମହାନ୍ତି (କର୍ମଜୀବୀ, ପୁରୀ) – ସକାଳୁ କାମକୁ ବାହାରିବା ସମୟରେ କେବେକେବେ ବ୍ୟସ୍ତତାରେ ଓ୍ବାଲେଟ୍‌ ଘରେ ଭୁଲିଯାଏ। ତେଣୁ ରାସ୍ତାରେ ଟିଫିନ୍‌ କିରିବା ହେଉ କି ଖାସ୍‌ କରି ପେଟ୍ରୋଲ୍‌ ପକେଇବା ପାଇଁ ବହୁତ ହଇରାଣ ହୁଏ। ଏହି ସମୟରେ ଅନ୍‌ଲାଇନ୍‌ ଟ୍ରାନ୍‌ଜାକ୍ସନ୍‌ ମୋର ବହୁତ କାମରେ ଆସିଥାଏ। କ୍ୟାଶ୍‌ଲେସ୍‌ ଟ୍ରାନ୍‌ଜାକ୍ସନ୍‌ ଯୋଗୁଁ ବାହାରକୁ ଗଲେ ସାଙ୍ଗରେ ବେଶି ଟଙ୍କା ନେଇ ଯିବାକୁ ପଡୁନି। ଏହାଯୋଗୁ ଟଙ୍କା ଚୋରି ହେବାର ଭୟ ରହୁ ନ ଥିବାରୁ ଟେନ୍‌ସନ୍‌ ଫ୍ରି ହୋଇ ସବୁ କାମ ମଧ୍ୟ କରିପାରୁଛି।
ପୂଜା ରାଣୀ ଦାସ (ଛାତ୍ରୀ, ବାଲେଶ୍ୱର)- ସବୁ ସ୍ଥାନକୁ କ୍ୟାଶ୍‌ ନେଇକି ଯିବା ସହଜ ନୁହେଁ। ମାର୍କେଟ ହେଉ କି କେଉଁଠିକି ଟ୍ରାଭେଲ୍‌ କରୁଥିଲେ ସବୁଠି କ୍ୟାଶଲେସ୍‌ ଟ୍ରାନ୍‌ଜାକ୍ସନ୍‌ ହିଁ କରିଥାଏ। ମୋର ବହୁତ ଖରାପ ଅଭ୍ୟାସ, ପାଖରେ ଟଙ୍କା ରହିଲେ ଖର୍ଚ୍ଚ କରିଦିଏ। ତେଣୁ ଏହିଭଳି ଅନ୍‌ଲାଇନ୍‌ ଟ୍ରାନ୍‌ଜାକ୍ସନ କରିବା ପୂର୍ବରୁ ଦେଖିଚାହିଁ ଖର୍ଚ୍ଚ କରେ। ଘରେ ବସି କରେଣ୍ଟ ବିଲ୍‌, ପାଣି ବିଲ୍‌ ଏମିତି କି ଗ୍ୟାସ୍‌ ପାଇଁ ମଧ୍ୟ ପେମେଣ୍ଟ କରିଦିଏ। ଏହାଦ୍ୱାରା ବାପାଙ୍କୁ ଏଣେତେଣେ ଯାଇ ହଇରାଣ ହେବାକୁ ପଡ଼େନି। ସେହିପରି ଗ୍ରୋସେରି ମଧ୍ୟ ଅନ୍‌ଲାଇନ୍‌ ଆପ୍‌ରେ କିଣି ଅତି ସହଜରେ ପେମେଣ୍ଟ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?