Posted inଫୁରସତ

ସମସ୍ତଙ୍କ ଘରେ ନିଜସ୍ବ ବିମାନ

ଇଂଲଣ୍ଡ: ବର୍ତ୍ତମାନ ସମୟରେ ପ୍ରତ୍ୟେକଙ୍କ ଘରେ କିଛି ନା କିଛି ଯାନବାହନ ନିହାତି ଥିବ। ସେ ସାଇକେଲ ହେଉ କିମ୍ବା ବାଇକ୍‌ କି ଦାମୀ କାର୍‌। ଲୋକେ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ତାକୁ ବ୍ୟବହାର କରିଥାନ୍ତି। ହେଲେ ଏକ ଜାଗା ଅଛି, ଯେଉଁଠାରେ ପ୍ରତ୍ୟେକଙ୍କ ଘରେ ଦୁଇଚକିଆ କିମ୍ବା ୪ ଚକିଆ ନୁହେଁ ବିମାନ ରହିଛି। ସେମାନଙ୍କ ପାଇଁ ତାହା ସାମାନ୍ୟ। ସେମାନେ କିଛି ଛୋଟ କାମ ପାଇଁ ହେଉ ପଛେ ସେହି ବିମାନ ବ୍ୟବହାର କରିଥାନ୍ତି। ଆମେରିକାର କାଲିଫର୍ନିଆରେ ଏକ ସ୍ଥାନ ରହିଛି, ଯେଉଁଠାରେ ସମସ୍ତଙ୍କ ଘର ସମ୍ମୁଖରେ ଏକ ଉଡ଼ାଜାହାଜ ଠିଆ ହୋଇଛି। ସେମାନଙ୍କୁ କେଉଁଠାକୁ ଯିବାକୁ ହେଲେ, ସେମାନେ ତାଙ୍କ ଉଡ଼ାଜାହାଜକୁ ନେଇ ଯାଆନ୍ତି। କାଲିଫର୍ନିଆର କେମରନ୍‌ ଏୟାରପାର୍କ ନାମକ ସହରର ସଡ଼କ ସାଧାରଣଠାରୁ ଅଧିକ ଚଉଡ଼ା । ଏହା ଫଳରେ ଏହି ରାସ୍ତାରେ ବିମାନ ଯାତ୍ରା ହୋଇପାରିବ। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯେ ସମସ୍ତେ ତ ଉଡ଼ାଜାହାଜ ଚଲାଇ ପାରିବେନି। ତେବେ ଏଠାରେ ରହୁଥିବା ସମସ୍ତେ ଜଣେ ଜଣେ ପାଇଲଟ। ସେମାନେ ନିଜ ନିଜ ଉଡ଼ାଜାହାଜ ନିଜେ ନେଇ ଯାଇଥାନ୍ତି। ଏଠାରେ ରହୁଥିବା ଲୋକ ପ୍ରତି ଶନିବାର ଏକାଠି ହୋଇ ଉଡ଼ାଜାହାଜ ନେଇ ଏୟାରପୋର୍ଟକୁ ଯାଇଥାନ୍ତି। ରିପୋର୍ଟ ମୁତାବକ, ଆମେରିକାରେ ମୋଟ ୬୦୦ରୁ ଊର୍ଦ୍ଧ୍ୱ ଏୟାର ପାର୍କ ରହିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏପରି ବହୁତ ଏୟାର ଫିଲ୍ମ ପ୍ରସ୍ତୁତ କରାଯାଇଥିଲା। ତାକୁ ପରେ ବଦଳା ନ ଯାଇ ପରେ ରେସିଡେନ୍ସିଆଲ ଏୟାର ପାର୍କ କରିଦିଆଗଲା। ଏଠାରେ କେବଳ ରିଟାୟାର୍ଡ ମିଲିଟାରି ପାଇଲଟ ହିଁ ରହିଥାନ୍ତି। ୧୯୪୬ ମସିହା ବେଳକୁ ଆମେରିକାରେ ମୋଟ ୪ ଲକ୍ଷ ପାଇଲଟ ଥିଲେ, ଯେଉଁମାନେ ଏପରି ଏୟାରପାର୍କରେ ରହିବାକୁ ଆରମ୍ଭ କଲେ। କେମରନ୍‌ ପାର୍କ ୧୯୬୩ରେ ହୋଇଥିଲା। ଏଠାରେ ମୋଟ ୧୨୪ ଘର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ସିମନବାଡ଼ିରେ ଜିଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ସ୍ୱାଧୀନତା ଦିବସରେ ଫାଇନାଲ୍ ମ୍ୟାଚ୍

ଦାରିଙ୍ଗବାଡ଼ି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ମା’ ପାଟ୍ଟଖଣ୍ଡା ମନ୍ଦିର ନିକଟ ଖେଳ ପଡ଼ିଆରେ ରବିବାରଠାରୁ ଜିଲ୍ଲାସ୍ତରୀୟ ସିମନବାଡ଼ି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri