Posted inଜାତୀୟ

ପ୍ରତି ବୁଧବାର ସାଇକେଲରେ ଅଫିସ ଯିବେ ସରକାରୀ କର୍ମଚାରୀ…

କାଭରତ୍ତି, ୫।୪ : ଦ୍ରୁତଗତିରେ ବାୟୁ ଗୁଣବତ୍ତା ସମଗ୍ର ବିଶ୍ୱରେ ଖରାପ ହେଉଥିବାରୁ ଏହା ଚିନ୍ତାର କାରଣ ପାଲଟିଛି। ଭାରତରେ ଅବସ୍ଥା ଅଧିକ ଖରାପ ହେବାରେ ଲାଗିଛି। ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ପାଣିପାଗ ବିଜ୍ଞାନୀ ଏବଂ ପରିବେଶବିତ୍‌ ମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଏହିମର୍ମରେ କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପରେ ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବୁଧବାର ଏଠାରେ ସରକାରୀ କର୍ମଚାରୀଙ୍କ ପାଇଁ ’ସାଇକେଲ ଦିବସ’ ପାଳନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଏହି ଆଦେଶ ଏପ୍ରିଲ ୬ରୁ କାର୍ଯ୍ୟକାରୀ ହେବ । ଲାକ୍ଷାଦୀପ ପ୍ରଶାସନର ଆଦେଶ ଅନୁଯାୟୀ, ଏପ୍ରିଲ ୬ରୁ ପ୍ରତ୍ୟେକ ବୁଧବାର ରାଜ୍ୟରେ ସାଇକେଲ ଦିବସ ପାଳନ କରାଯିବ।

ଏହି କ୍ରମରେ ଏହା ମଧ୍ୟ କୁହାଯାଇଛି ଯେ ପ୍ରତ୍ୟେକ ବୁଧବାର ଦିନ ସମସ୍ତ ସରକାରୀ କର୍ମଚାରୀ ସାଇକେଲରେ ନିଜ କାର୍ଯ୍ୟାଳୟକୁ ଆସିବେ। ପ୍ରଶାସନ ମଧ୍ୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ପ୍ରଶାସନ ଅନୁଯାୟୀ, ୨୮ ଜାନୁୟାରୀ ୨୦୨୨ ରେ ଅନୁଷ୍ଠିତ ୨୩ତମ ଲାକ୍ଷାଦ୍ୱୀପ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବୈଠକରେ ଦିଆଯାଇଥିବା ପରାମର୍ଶ ଆଧାରରେ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। କେବଳ ଅକ୍ଷମ ଏବଂ ଅସୁସ୍ଥ ସରକାରୀ କର୍ମଚାରୀଙ୍କୁ ଏହି ଆଦେଶରୁ ମୁକ୍ତ କରାଯିବ ବୋଲି ପ୍ରଶାସନ କହିଛି।

ସୂଚନାଯୋଗ୍ୟ ଯେ ନିକଟରେ ଜାତିସଂଘର ପରିବେଶ ସୁରକ୍ଷା ଏଜେନ୍ସି ବିଶ୍ୱର ବିଭିନ୍ନ ଦେଶର ବାୟୁ ଗୁଣବତ୍ତା ର଼୍ୟାକିଂ ପ୍ରକାଶ କରିଛି। ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ ପୃଥିବୀର ୫୦ଟି ଖରାପ ବାୟୁ ଗୁଣବତ୍ତା ସହର ମଧ୍ୟରୁ ୩୫ଟି ଭାରତରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ରସୁଣ ବସ୍ତା ନେଇ ବିଧାନସଭା ପହଞ୍ଚିଲେ କଂଗ୍ରେସ ବିଧାୟକ, କହିଲେ ବିକିବୁ…

ଭୋପାଳ, ୧୩।୯ : ମଧ୍ୟପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ପାଞ୍ଚ ଦିନିଆ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ବିଧାୟକମାନେ ରସୁଣ...

ଭ୍ରମଣ-ପର୍ଯ୍ୟଟନ ସୂଚକାଙ୍କରେ ୮ ସ୍ଥାନ ତଳକୁ ଖସିଲା ଭାରତ…

ନୂଆଦିଲ୍ଲୀ/କ୍ଲୋଗନୀ, ୨୫।୫ : ଭ୍ରମଣ ଏବଂ ପର୍ଯ୍ୟଟନ ପାଇଁ ସବୁଠାରୁ ଅନୁକୂଳ ଦେଶ ଦୃଷ୍ଟିରୁ ଭାରତ ପର୍ଯ୍ୟଟନ ସୂଚକାଙ୍କରେ ୮ ସ୍ଥାନ ତଳକୁ ଖସିଛି। ଏହା...

ଓମିକ୍ରନ୍‌ ଏବେ ଛୋଟ ସହର-ଗାଁ ମୁହାଁ…

ନୂଆଦିଲ୍ଲୀ, ୨୪।୧ : ଭାରତରେ କରୋନା ମହାମାରୀର ତୃତୀୟ ଲହର ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। କେରଳର କୋଚି, ଆଇଏମଏରେ କରୋନା ଟାସ୍କ ଫୋର୍ସର ଉପଦେଷ୍ଟା...

ଏଏପିର ୬ ମନ୍ତ୍ରୀ-ଦେଢ଼ ଡର୍ଜନ ବିଧାୟକ ଯାଇଛନ୍ତି ଜେଲ…

ନୂଆଦିଲ୍ଲୀ,୨୮।୨ : ଆମ ଆଦମୀ ପାର୍ଟି ବର୍ତ୍ତମାନ ଏକ ଜାତୀୟ ଦଳର ମାନ୍ୟତା ପାଇଛି। ଦିଲ୍ଲୀ ବ୍ୟତୀତ ଏଏପି ପଞ୍ଜାବରେ ମଧ୍ୟ ସରକାର ଗଠନ କରିଛି।...

ଫିଲ୍ମ ମେକର ବାସୁ ଚାଟାର୍ଜୀଙ୍କ ପରଲୋକ

ମୁମ୍ବାଇ,୪।୬: ଭେଟେରାନ ଫିଲ୍ମ ମେକର ବାସୁ ଚାଟାର୍ଜୀଙ୍କର ଗୁରୁବାର ସକାଳେ ପରଲୋକ ହୋଇଛି। ବାର୍ଦ୍ଧକ୍ୟ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ‘ଛୋଟି ସି...

ଶୌଚାଳୟ ସଫା କଲେ ଭାଜପା ଏମ୍‌ପି, ଭାଇରାଲ ହେଉଛି ଭିଡିଓ

ଭୋପାଳ,୨୪।୯: ମଧ୍ୟପ୍ରଦେଶର ରେୱା ଜିଲାର ଏକ ବାଳିକା ବିଦ୍ୟାଳୟର ଶୌଚାଳୟ ସଫା କରୁଛନ୍ତି ଭାଜପା ଏମ୍‌ପି ଜନାର୍ଦନ ମିଶ୍ର। ଏହାକୁ ନେଇ ଏମ୍‌ପି ନିଜେ ଏକ...

ଫେବୃୟାରୀ ପ୍ରଥମ ସପ୍ତାହରେ ବର୍ଷା ସହ ତୁଷାରପାତ

ନୂଆଦିଲ୍ଲୀ,୨୯ ।୧: ରାଜଧାନୀ ଦିଲ୍ଲୀ ସମେତ କିଛି ରାଜ୍ୟରେ ଘନ କୁହୂଡି, ବର୍ଷା ଓ ଶୀତ ଲହରୀ ଜାରି ରହିଛି । ପାଣପାଗ ବିଭାଗର ସୂଚନା...

ନୂଆ ଶିକ୍ଷାନୀତି କାର୍ଯ୍ୟକାରୀ ଲାଗି ଶିକ୍ଷକଙ୍କଠାରୁ ପ୍ରସ୍ତାବ ଆହ୍ବାନ

ନୂଆଦିଲ୍ଲୀ, ୨୪।୮ (ପି.ଟି.): ନୂତନ ଜାତୀୟ ଶିକ୍ଷାନୀତି (ଏନ୍‌ଇପି) କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସାରା ଦେଶରୁ ସ୍କୁଲ୍‌ ଶିକ୍ଷକ ଓ ପ୍ରିନି୍ସପାଲମାନଙ୍କଠାରୁ...

Advertisement
Archives

Model This Week