କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ଏହି ଅଭିନେତ୍ରୀ; ଅନେକ ସହରରେ ଘର, ଦାମୀ ଗାଡ଼ିର ସଉକ

ହାଇଦ୍ରାବାଦ: ଅଭିନୟ ସାଙ୍ଗକୁ ନିଜର ଚୁଲ୍‌ବୁଲି ସ୍ବଭାବକୁ ନେଇ ପ୍ରଶଂସକଙ୍କ ଗହଣରେ ବେଶ ପରିଚିତ ରଶ୍ମିକା ମନ୍ଧାନା। ଆଜି ହେଉଛି ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଜନ୍ମଦିନ। ୧୯୯୬ ଏପ୍ରିଲ ୫ ତାରିଖରେ କର୍ନାଟକରେ ତାଙ୍କର ଜନ୍ମ। ୨୦୧୬ରେ କନ୍ନଡ ଫିଲ୍ମ ‘କିରିକ ପାର୍ଟି’ରୁ ଅଭିନୟରେ ଡେବ୍ୟୁ କରିଥିଲେ ରଶ୍ମିକା। ଫିଲ୍ମରେ ତାଙ୍କ କାମକୁ ବେଶ ପସନ୍ଦ କରାଯାଇଥିଲା। ଏହାପରେ ୨୦୧୭ରେ ତାଙ୍କର ଦୁଇଟି କନ୍ନଡ ଫିଲ୍ମ ‘ଅଞ୍ଜନୀ ପୁତ୍ର’ ଏବଂ ‘ଚମକ’ ରିଲିଜ ହୋଇଥିଲା। ‘ଚମକ’ ଲାଗି ତାଙ୍କୁ ୬୫ ତମ ଫିଲ୍ମଫେୟାର ଆଓ୍ବାଡ୍ସରେ ଦକ୍ଷିଣ ଭାରତର ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ନୋମିନେଟ୍‌ କରାଯାଇଥିଲା।

୨୦୧୮ରେ ତାଙ୍କ ଫିଲ୍ମ ‘ଗୀତା ଗୋବିନ୍ଦମ’ ରିଲିଜ ହୋଇଥିଲା। ଏଥିରେ ତାଙ୍କ ନାୟକ ସାଜିଥିଲେ ବିଜୟ ଦେବରକୋଣ୍ଡା। ଚଳଚ୍ଚିତ୍ରଟି ସୁପରହିଟ୍‌ ହେବା ସହ ରଶ୍ମିକାଙ୍କ ଅଭିନୟକୁ ବେଶ ପସନ୍ଦ କରାଯାଇଥିଲା। ଏହାପରେ ସେ ‘ସରିଲେରୁ ନିକେବରୁ’ ଏବଂ ‘ପୁଷ୍ପା’ ଭଳି ଫିଲ୍ମରେ କାମ କରି ବାହାବା ସାଉଁଟିଛନ୍ତି।

ରଶ୍ମିକାଙ୍କୁ ଘର କିଣିବା ବହୁତ ପସନ୍ଦ। ବମ୍ବେ, କୁର୍ଗ, ହାଇଦ୍ରାବାଦ ଏବଂ ଗୋଆ ଭଳି ଅନେକ ସହରରେ ତାଙ୍କର ତାଙ୍କର ଘର ରହିଛି। ସେହିଭଳି ତାଙ୍କର ମହଙ୍ଗା ଗାଡ଼ିର ସଉକ ରହିଛି। ନିକଟରେ ସେ ଏକ ରେଞ୍ଜ ରୋଭର କିଣିଥିବା ବେଳେ ତାଙ୍କ ପାଖରେ ମର୍ସଡିଜ୍‌, ଅଡି କ୍ୟୁ ୩, ଟୋୟୋଟା ଇନୋଭା, ହୁଣ୍ଡାଇ କ୍ରେଟା ଭଳି ଦାମୀ ଗାଡ଼ି ରହିଛି।

ଆଗାମୀ ଦିନରେ ରଶ୍ମିକା ଫିଲ୍ମ ‘ମିଶନ ମଜ୍‌ନୁ’ରେ ନଜର ଆସିବେ। ଏଥିରେ ତାଙ୍କ ବ୍ୟତିତ ସିଦ୍ଧାର୍ଥ ମଲହୋତ୍ରା ନଜର ଆସିବେ। ଏହାଛଡ଼ା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଗୁଡବୟ’ ଏବଂ ରଣବୀର କପୁରଙ୍କ ସହ ଫିଲ୍ମ ‘ଆନିମଲ’ରେ ରଶ୍ମୀକା ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri