Posted inଜାତୀୟ

ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣେ ଭାରତୀୟଙ୍କୁ ଘାରିଛି ଚାକିରି ଚାଲିଯିବାର ଭୟ

ନୂଆଦିଲ୍ଲୀ,୨୫।୧: ସମଗ୍ର ବିଶ୍ୱରେ ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡିକରେ ଚାକିରି ଛଟେଇ ଚାଲିଛି। ଏହି କମ୍ପାନୀଗୁଡିକ ଶହ ଶହ କର୍ମଚାରୀଙ୍କୁ ଚାକିରିରୁ ବିଦା କରୁଛନ୍ତି। ପ୍ରତି ୪ ଜଣ ଭାରତୀୟଙ୍କ ମଧ୍ୟରୁ ଜଣଙ୍କର ଚାକିରି ଚାଲିଯିବାର ଭୟ ଘାରିଛି। ଅନ୍ୟପକ୍ଷରେ ୪ ଜଣ ଭାରତୀୟଙ୍କ ମଧ୍ୟରୁ ୩ ଜଣ ମୁଦ୍ରାସ୍ଫୀତି ବୃଦ୍ଧି ନେଇ ଚିନ୍ତିତ ଅଛନ୍ତି। ଏଥିସହିତ ପ୍ରାୟ ଅଧା ଲୋକ ବିଶ୍ୱାସ କରନ୍ତି, ୨୦୨୩ରେ ଦେଶର ଅର୍ଥନୀତି ବୃଦ୍ଧି ପାଇପାରେ। ମାର୍କେଟିଂ ଡାଟା ଏବଂ ଆନାଲିଟିକ୍ସ ଫାର୍ମ କାଣ୍ଟାର ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ଖୁଲାସା ହୋଇଛି।
ଭାରତର ସାଧାରଣ ବଜେଟ ସର୍ଭେ-୨୦୨୩ (ଭାରତୀୟ ଅର୍ଥନୀତି ଅଭିବୃଦ୍ଧି) ର ଦ୍ୱିତୀୟ ସଂସ୍କରଣରେ ଫାର୍ମ କାଣ୍ଟାର ସର୍ଭେ ପ୍ରକାଶ କରି କହିଛି ଯେ, ଉପଭୋକ୍ତା ଆୟକର ସମ୍ବନ୍ଧରେ ନୀତି ପରିବର୍ତ୍ତନ ଘୋଷଣା କରାଯାଇପାରେ। ଏଥିରେ ଆୟକର ଛାଡ଼ର ସୀମା ବର୍ତ୍ତମାନର ୨.୫ ଲକ୍ଷରୁ ବୃଦ୍ଧି କରାଯାଇପାରିବ। ସର୍ବେକ୍ଷଣ ଅନୁଯାୟୀ, ମାକ୍ରୋ-ଅର୍ଥନୈତିକ ସ୍ତରରେ ଅଧିକାଂଶ ଲୋକଙ୍କ ଚିନ୍ତାଧାରା ସକାରାତ୍ମକ ରହିଛି।
କାଣ୍ଟାରା ସର୍ଭେ ଅନୁଯାୟୀ, ୨୦୨୩ରେ ଭାରତୀୟ ଅର୍ଥନୀତି ବୃଦ୍ଧି ପାଇବ ବୋଲି ୫୦ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି। ୩୧ ପ୍ରତିଶତ ଲୋକ ଅନୁଭବ କରନ୍ତି ଯେ, ଏହାର ଗତି ହ୍ରାସ ପାଇବ ବୋଲି ଆଶା କରାଯାଉଛି। ସେହିପରି ୫୪ ପ୍ରତିଶତ ଛୋଟ ସହରଗୁଡ଼ିକ ମେଟ୍ରୋ ଅପେକ୍ଷା ଅଧିକ ସକାରାତ୍ମକ ରହିଛନ୍ତି।
କାଣ୍ଟାର କାର୍ଯ୍ୟନିର୍ବାହୀ ପରିଚାଳନା ନିର୍ଦ୍ଦେଶକ ଦୀପେନ୍ଦ୍ର ରାଣା କହିଛନ୍ତି, ଏହି ସର୍ଭେ ୧୨ଟି ଭାରତୀୟ ସହର (ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, କୋଲକାତା, ପୁଣେ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଅହମ୍ମଦାବାଦ, ଇନ୍ଦୋର, ପାଟନା, ଜୟପୁର ଏବଂ ଲକ୍ଷ୍ନୌ)ରେ କରାଯାଇଥିଲା। ୨୧-୫୫ ବର୍ଷ ବୟସର ଲୋକଙ୍କ ମଧ୍ୟରେ ଡିସେମ୍ବର ୧୫, ୨୦୨୨ରୁ ଜାନୁୟାରୀ ୧୫, ୨୦୨୩ ମଧ୍ୟରେ ଏହି ସର୍ଭେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ମଦ

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ,୨୫।୪: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।...

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

ଭୋଜପୁର,୨୫।୪: ବିହାରର ଭୋଜପୁରରେ ଲୋକ ସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଅସୁସ୍ଥ ହୋଇପଡିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri